ଅନାବନା ଏହି ଭାବନା ର ତୀରେ
ଅନାବନା ଏହି ଭାବନା ର ତୀରେ
ଅନାବନା ଏହି ଭାବନାର ତୀରେ
ସ୍ମୃତି କୁ ସାଉଁଟି ନଅର ଟେ କରେ ।
ଦୁଷ୍ଟ ଢେଉ ଖେଳି ପ୍ରାଙ୍ଗଣ ପଖାଳି
ଫେରି ଯାଏ ପୁଣି ଦୂରେ ବହୁ ଦୂରେ ।
କଳ୍ପନା ଜଳ୍ପନା ସାଥୀ ତୁମ ବିନା
ମଞ୍ଜୁଳ ନଅର ହେବ ଚୂନା ଚୂନା ।
ଅଲୋଡା ଚିତ୍ରିତ ତୁମ ଚିତ୍ର ଭୀତ
ହୃଦୟେ ଥାଏ ସେ କେତେ ଯେ ପବିତ ।
ବେଳାଭୂମି ବାଲୁକା ସ୍ତୁପ କୁ ଚାହିଁ
ନିଶ୍ଚିହ୍ନ ସେ ସ୍ତୁପ ଚିହ୍ନ ତାର ନାହିଁ ।
ରହିଛି ଯେତେକ ସ୍ମୃତି ସରୋବରେ
ତୁମ ସହ ବିତିତ ସମୟ ଅଧ୍ୟାରେ ।
ଉତ଼୍ଫୁଲ୍ଲିତ ଉଠେ ହୃଦୟ ସଦୟ
କ୍ଷଣେ କ୍ଷଣେ ତୁମ ଭାବନା ବିଧେୟ ।
ଦୁର୍ଲଭ ଭାବନା ର ଯେତେ ଦିନ ସବୁ
ହୃଦ ସଂଗହାଳୟେ ରଖି ଅଛି ସବୁ ।
ତୁମ ହାସ୍ୟ କ୍ରୋଧ ତୁମ ଭାବାବେଗ
ତୁମ ସ୍ନେହ ପ୍ରେମ ଉଚ୍ଛ୍ଵାସ ର ଦିଗ ।
ତୁମେ ନାହଁ ସତ ତୁମ ସ୍ମୃତି ବନେ
ସାଇତା ହୋଇ ତାକୁ ରଖିଛି ମୁଁ ମନେ ।
ଦୂରେ ଅଛି ପ୍ରିୟ ପ୍ରୀତି ପଥ ସତ
ହୃଦୟେ ମୋ ତୁମ ଭାବନା ପୂରିତ ।
ଦେଖିବାକୁ ମୁଁ ଯେ ତୁମ ଅଭିଳାଷୀ
ସ୍ଵଳ୍ପେ ଦେଖିନେବି ତୁମ ମୁଖ ଶଶୀ ।
ଦୂରେ ଦୂରେ ତୁମ ଅଛ ବହୁଦୂରେ
ମୋ ମନୁ ତୁମକୁ କାଢି କେ ନ ପାରେ ।
ଅନାବିଳ ସ୍ନେହ ଯାହା ଅଛି ତୁମ ପାଇଁ
ତୁମେ ମୋର ପ୍ରାଣ ଏ ଶରୀର ପାଇଁ ।
