Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Horror

3.8  

Amit Bal

Horror

ପ୍ରେତାତ୍ମା ଓ କୋଠି

ପ୍ରେତାତ୍ମା ଓ କୋଠି

1 min
21


ସହରଠୁ ଅଳ୍ପ କିଛି ଦୂରେ

        ସେଇ ନିକାଞ୍ଚନ ସ୍ଥାନରେ

      ତଥାକଥିତ ପ୍ରେତ କୋଠିର ଅବସ୍ଥିତି ,

ଲୋକେ କହନ୍ତି ସେଠି କୁଆଡେ

        କେଉଁ ଦିନରୁ ପ୍ରେତାତ୍ମା ର ବାସ

   ବାହାରେ ସେ, ଯେବେ ହୁଏ ଅମାବାସ୍ୟା ରାତି ।


ଆଜି ବି ସମସ୍ତେ ଚାହାଁନ୍ତି 

       ସେ କୋଠିକୁ ସଂଦିଗ୍ଧ ଦୃଷ୍ଟିରେ

           ଭୟ ଅବିଶ୍ବାସ ରଖି ନିଜ ହୃଦୟରେ ,

ଅଦ୍ଭୁତ ସେ କୋଠିର ରୂପରେଖା

      ମନେହୁଏ ଗୁମ୍ଫା ଭଳି

        ବାହାରୁ ଦେଖିଲେ ତା ନିର୍ମାଣ ଶୈଳୀରେ ।


କିଏ କହେ କେଉଁ କାଳେ କେହି ଜଣେ

    ହତ୍ୟା କରି କରିଥିଲା ଆତ୍ମହତ୍ୟା ସେ କୋଠିରେ ,

ସେଦିନୁ ପ୍ରେତର ସବାର ଯେମିତି

      ସେ କୋଠି ସହ ‌‌‌‌‌‌‌ଆଖ ପାଖ ଖଣ୍ଡ ମଣ୍ତଳରେ ।


ମୋର କିନ୍ତୁ ଅବିଶ୍ବାସ ,

     ସତେ ଯଦି ସେଠି ପ୍ରେତାତ୍ମାର ବାସ

ପ୍ରେତାତ୍ମା କୁ ଦେଖୁନି କେହି କାହିଁ

             ଆଜି କାଲି କେବେ ଦିନେ ଥରେ ,


 ସମୟ ବଦଳିଲାଣି 

       ଯୁଗ ସହ ତାଳ ଦେଇ ବଦଳିଛି ପରିସ୍ଥିତି

ତଥାପି କ'ଣ ଭୂତ ପ୍ରେତ ରହିଛନ୍ତି

       ନା ସବୁ ଖାଲି ମିଛ କଳ୍ପନା ଏଇ ମନରେ ।

     



Rate this content
Log in

Similar oriya poem from Horror