STORYMIRROR

Durjyodhan Barik

Thriller

4  

Durjyodhan Barik

Thriller

ଭୋକିଲା ପେଟ

ଭୋକିଲା ପେଟ

1 min
163


ଉଦରର ଭୋକ  କରଇ ଅଥୟ

   ଯନ୍ତ୍ରଣାରେ ଭରି ଦିଏ,

ମୁଠେ ଦାନା ପାଇଁ ଏ ମାନବଜାତି

   ଅହରହ ଧାଇଁଥାଏ ।


ପେଟ ଭୋକ ଚିନ୍ତା ହୁଏ ନାହିଁ ଶେଷ

  ଯେତେ ଖାଏ ସେତେ ଖୋଜେ,

ଆଶାର ପାହାଡ  ଦିନୁଦିନ ବଢେ

   ପ୍ରାପ୍ତି ପଥଧାରେ ହଜେ


ପେଟ ପାଇଁ ନାଟ କରୁଥାଏ ସେହି

ଥିବା ଯାଏଁ ଘଟେ ଜୀବ,

କରୁଥିଲା ପୂର୍ବେ କରୁଅଛି ଏବେ

ଆଗକୁ ନିଶ୍ଚେ କରିବ ।


ନୟନର ବାରି ପଡୁଥିବ ଝରି

 ପିଇଯିବ ତା'ର ଓଠ, 

ଅସହ୍ୟ ବେଦନା ଭୋକର ଯନ୍ତ୍ରଣା

ପେଟ ଖାଲି ସହୁ ଥିବ ।


ଭୋକ ମେଣ୍ଟେଇବା ପାଇଁ ସବୁ ଜନ

ବାଜି ଲଗାଇ ଜୀବନ,

ଦୁଃଖ କଷ୍ଟ ସହି ପେଟ ଭୋକ ପାଇଁ

ଅରଜଇ ସେହି ଧନ ।


ଭୋକ ଉପାସରେ ଜ୍ଞାନ ଶୂନ୍ୟ ହୋଇ

ଭୁଲି ଯାଏ ନିଜ ଧର୍ମ

ବାରମ୍ବାର ଜୀବ ପଥଭ୍ରଷ୍ଟ ହୋଇ

କରିଥାଏ ଅପକର୍ମ ।


ପିମ୍ପୁଡ଼ିକୁ ଦେଖ  ଖାଦ୍ୟ ଶସ୍ୟ ନିଜ

ଭବିଷ୍ୟତ ପାଇଁ ଖଞ୍ଜେ, 

ବରଷା ଆସିଲେ ପେଟ ଭୋକ ପାଇଁ

ସଞ୍ଚିଥିବା ଶସ୍ୟ ଭୁଞ୍ଜେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller