STORYMIRROR

Judhisthir Majhi

Abstract Inspirational Thriller

3  

Judhisthir Majhi

Abstract Inspirational Thriller

ମୁଁ କିଏ ଏ ଦୁନିଆରେ

ମୁଁ କିଏ ଏ ଦୁନିଆରେ

1 min
1.0K

ହେ ଈଶ୍ବର !

ମୁଁ ନୁହେଁ ତୁମ ଅବଦାର,


ତୁମେ !

ଗଢିଛ ମତେ ଏଇ ସଂସାରେ

ମୁଁ କାଠର କଣ୍ଢେଇଟେ

ତୁମେ ଶ୍ରେଷ୍ଠ କାରିଗର ।


ତଥାପି ମୁଁ କିଏ ?

ଏ ସୁନ୍ଦର ରୁଚିର ଧରାପୃଷ୍ଠରେ


ଏ ପ୍ରଶ୍ନର ଉତ୍ତର ଖୋଜି ପାଉନି

ବାଟବଣା ହେଲିଣି ଘୋର ଅନ୍ଧକାରେ


କେଉଁ ଉଦ୍ଦେଶ୍ୟରେ ଗଢିଛ ମତେ

ମଣିଷ ହେଇଛି କି କାରଣେ

କି କର୍ମ କରିବି ଏ ଜୀବନେ

ବୁଝିପାରୁ ନାହିଁ କିଛି - କହିବ କି ମତେ?


ହେ ଈଶ୍ବର,

ମୁଁ ଆସି ପାରୁନି

କାହା ଉପକାରେ

ମନେ ଭାଳି ଏ କଥା

ଲଜ୍ଜିତ ମନେ କରେ


ଯୋଉତି ପାଇଁ ମୁଁ      ଆସିଛି ଏଠିକି

     ସେ କର୍ମ ରହିଯିବ କି ଅଧାରେ


ହେ ଠାକୁର

ଦେଖାଅ ହେ

ଆଗକୁ ବଢିବାର ପଥ

ଥାଉ ପଛେ ଫୁଲ କି

ଥାଉ ପଛେ କଣ୍ଟା

ଭାବିବାର ନାହିଁ କିଛି

ଥୋଇଦେବି ଖୁସିରେ ସେଇଠି ପାଦ ।


କରୁଛନ୍ତି ଲୋକେ ଉପହାସ

ତୁ ଚକ୍ଷୁହୀନ ମଣିଷ

ଏ ଦୁନିଆରେ ତୁ

କହ କରି ପାରିବୁ କିସ


ଦୋଷ ନାହିଁ ତୋର ଅବଶ୍ଯ

ହେ ଈଶ୍ବର!

ଜାଣିଛି କେଉଁ ପାପର ଏ ତ ଭାଗ ଶେଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract