STORYMIRROR

MADHU MITA

Abstract Thriller

3  

MADHU MITA

Abstract Thriller

ସେତିକି ଥାଉ

ସେତିକି ଥାଉ

1 min
320


ଏ ଭଲ ପାଇବା...ରାଗ ଅଭିମାନ

ବହୁତ୍ ହେଲାଣି

ସେତିକି ଥାଉ

ବର୍ଷିଗଲା ବେଳେ ଦଗ୍ଧ କରିଦେବା

ଉଗ୍ରପ୍ରେମ ତୁମ

ସେତିକି ଥାଉ


ବିରହେ ଉଚ୍ଛନ୍ନ... ମିଳନେ ଗାମ୍ଭୀର୍ଯ୍ୟ

ବିଚିତ୍ର ବେଭାର

ସେତିକି ଥାଉ

ହିମ ବଳୟରେ ତପ୍ତ ଉଦଗୀରଣ

ବିଷାକ୍ତ ପ୍ରେମଟି

ସେତିକି ଥାଉ


ଶୌର୍ଯ୍ୟ କବଳିତ... ଗର୍ବେ ବିମଣ୍ଡିତ

ସ୍ୱର୍ଣ୍ଣ ମୃଗତୃଷ୍ଠ୍ନା

ସେତିକି ଥାଉ

ଦିବସେ ଉଲ୍ଲୁକ ଚିତ୍ରପଟ ଅଙ୍କା

କୁଟିଳ ପ୍ରେମ ବି

ସେତିକି ଥାଉ


କ୍ଷଣିକେ ନିଜର... କ୍ଷଣିକରେ ପର

କରିବା ବିଚାର

ସେତିକି ଥାଉ

ଅନ୍ତଃସାର ଶୂନ୍ୟ ଚାକଚକ୍ୟ ପୂର୍ଣ୍ଣ

ନିଲଠା ଏ ପ୍ରେମ

ସେତିକି ଥାଉ


ଆସନ୍ନ ସମୟେ...ଉଭାନ ହୋଇଯାଅ

ଅଦିନ ରୋଦନ

ସେତିକି ଥାଉ

ବନ୍ୟା ଆସିଲାଣି ଭସେଇ ଦେଲଣି

ପ୍ରେମବୃଷ୍ଟି ତୁମ

ସେତିକି ଥାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract