STORYMIRROR

Sunanda Mohanty

Tragedy Thriller Others

3  

Sunanda Mohanty

Tragedy Thriller Others

ଶୂନ୍ୟତା

ଶୂନ୍ୟତା

1 min
361


ପଡିଶା ବାବୁଘର ଝିଅ ସଂଗୀତ ଶିଖୁଛି 

ସା, ରେ ଗା ମା ଧ୍ୱନୀ ଶୁଭୁଛି 

ଏପଟେ ଗୁରେଇଟା ଭାତ ଦିଟା 

ରାନ୍ଧିବାକୁ ପାଉନି 

ସୁକୁଟା କେବେଠୁ ଗଲାଣି 

ବାପା ଥିଲା ତେଲ ସଞ୍ଚି ନଣ୍ଡା 

ପୁଅ ବେଣ୍ଟି ବାଳ ରଖିଛି  ।


ପାବୁଘରେ ଗୁରେଇ ପାଇଟି କରୁଛି 

ନିଜେ ପାଟିକି ନଦେଇ ପୁଅ ପାଇଁ ଆଣୁଛି 

ବାବୁଟା ତାଗିଦ କରିଛି 

ପୁଅକୁ କହିବୁ ହୁସିଆର ରହୁ 

ଘରେ ଗୁରେଇ ଦେଖେ 

ପୁଅଟା ବାବୁ ଝିଅକୁ ଉଣ୍ଡୁଛି  ।


ମଣିଷ ହେଲେ ହେଉ ଅମଣିଷ 

ତାକୁ ଦେଖି ପେଟ ପୁରିଛି 

ଏଵେ ଦୁଇଦିନ ହେଲା ଘରକୁ ଆସୁନି 

ବାବୁ ପଚାରୁଥିଲା 

ପୁଅ ତୋର କାହାକୁ ନେଇ 

 ଫେରାର ହୋଇଛି ? 

ପେଜୁଆ ଆଖିରେ ଗୁରେଇ ଶୁନ୍ୟକୁ ଚହିଁଛି 

ବାବୁ ଝିଅର ସାରେଗାମା କାନ ଫଟାଉଛି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy