STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ତୁମେ ଗୁରୁଦେବ ତୁମେ

ତୁମେ ଗୁରୁଦେବ ତୁମେ

1 min
206


ଅଜ୍ଞାନ ଅନ୍ଧାରେ ଆଲୋକର ଶିଖା

ଅଜ୍ଞାନ ମରୁର ମରୁଦ୍ୟାନ ଶାଖା

ଅଜ୍ଞାନ ସମୁଦ୍ରେ ତୁମେତ ନଉକା

ପିତା,ମାତା,ବନ୍ଧୁ, ସହୋଦର,ସଖା

ତୁମେ ଗୁରୁଦେବ ତୁମେ

ଏ ଜୀବନ ସୂର୍ଯ୍ୟ ସମାନ ଗୁରୁ ହେ

ୟେ, ଜୀବନ ଅନ୍ଧାର ଯାମେ ।।

 ( ୨)

ଲାର୍ଭା ପେଟିକା ର କୀଟ ଏହି ପ୍ରାଣ

ନଥିଲା ଅସ୍ତିତ୍ବ ନଥିଲା ଜୀବନ

ସତେ କି ୟେ ପ୍ରାଣ ପାଇ ଜୀବଦାନ

ଦେଖିବ କି ସତେ ଅଖିଳ ଭୂବନ

ତୁମେ ଗୁରୁଦେବ ତୁମେ

ପ୍ରଜାପତି କରି ଉଡାଇ ଦେଲ ହେ

ୟେ, ସୁହଗ କୁସୁମ ବନେ ।।

 (୩)

ଜ୍ଞାନ ଚକ୍ଷୁ ମୋର ଉନ୍ମୀଳିତ କରି

ଅଜ୍ଞାନ ଅହାର୍ଯ୍ୟ କରିଅଛ ପାରି

ପାସେ ପାସେ ରହି ମୋର ହାତଧରି

ଅଜ୍ଞାନ ଦନ୍ତୁର ଦୁରୁଗମ ଗିରି

ତୁମେ ଗୁରୁଦେବ ତୁମେ

ଅମୃତ ମୟ କରିଛ ୟେ ପ୍ରାଣ

ମୁଁ, ବନ୍ଦେ ତବ ଶ୍ରୀଚରଣେ ।।

( ୪)

ପାଇଲି ମୁଁ ଜ୍ଞାନ, ମାନ ସନମାନ

ସଂସାର ଭିତରେ କରି ଚକ୍ଷୁଷ୍ମାନ

ସୁଖ ସମୃଦ୍ଧିର ବୈଭବ “କେତନ

ଉଡାଇ” ଆନନ୍ଦମୟ ୟେ ଜୀବନ

“ତୁମେ ଗୁରୁଦେବ ତୁମେ

ଏସବୁର ଶ୍ରେୟ” ତୁମ ବିନା ଆଉ

ମୋ, କିଏ ଅଛି ଧରା ଧାମେ ।।

          (୫)

ତୁମେ ବ୍ରହ୍ମା,ବିଷ୍ଣୁ ତୁମେ ମହେଶ୍ୱର

ଈଶ୍ଵର ହେ ତୁମ କାହିଁ ପଟାନ୍ତର

ଜହ୍ନ ଜ୍ୟୋସ୍ନା ତୁମେ ଅନ୍ଧାର ରାତିର

ତୁମେ ଜ୍ୟୋତିର୍ମୟ ପୁରିତ ଭାସ୍କର

ତୁମେ ଗୁରୁଦେବ ତୁମେ

ତୁମରି ଆଶ୍ରୟ ବିନା ଆଉକିଛି

ମୋ, ଲୋଡା ନାହିଁ ୟେ ଜୀବନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller