ଚବିଶି ' କ' ପଣକିଆ ଗୀତ
ଚବିଶି ' କ' ପଣକିଆ ଗୀତ
ଚବିଶି ଏକେ ଚବିଶି,
ଦେଖିଲି ଗୋଟିଏ ରୂପସୀ l
ଚବିଶି ଦୁଗୁଣେ ଅଠ ଚାଳିସୀ,
ଯାଉଥିଲା ସେ ନଦୀରେ ଭାସି l
ଚବିଶି ତିରିକି ବାସ୍ତରୀ,
କାନ୍ଦୁଥିଲା ଅତି ଚିତ୍କାର କରି l
ଚବିଶି ଚଉକୁ ଛୟା ନବେ,
ଦେଖିଲା ସିଏ ମୋତେ ଯେବେ l
ଚବିଶି ପଞ୍ଚା ଶହେ କୋଡିଏ,
ରକ୍ଷା କର ବୋଲି ସେ ଡାକୁଥାଏ l
ଚବିଶି ଷୋକୋ ଶହେ- ଚଉରାଳସି,
ପାଣି ଭିତରେ ମୁଁ ଗଲି ପଶି l
ଚବିଶି ସତା ଶହେ ଅଠଷଠି,
ମାୟା ହୋଇଗଲା ସିଏ ସେଠି l
ଚବିଶି ଅଷ୍ଟା ଶହେ - ବୟାନବେ,
ଖସିଗଲା ମୋ କଲିଜା ତେବେ l
ଚବିଶି ନୂଆଁ ଦୁଇ ଶହ - ଷୋହଳ,
ଭୟ ଲାଗୁଥାଏ ମୋତେ ପ୍ରବଳ l
ଚବିଶି ଦଶା ଦୁଇ -ଶହ ଚାଳସି,
ଭୂତ ପାଖରୁ ମୁଁ ଆସିଲି ଖସି l
