STORYMIRROR

Manaswini Dash

Fantasy Thriller

3  

Manaswini Dash

Fantasy Thriller

ଏକ ଭେଟ ସ୍ବପ୍ନର ମଣିଷ ସଙ୍ଗେ

ଏକ ଭେଟ ସ୍ବପ୍ନର ମଣିଷ ସଙ୍ଗେ

1 min
212

ଯଦି ସମୟର ସ୍ରୋତରେ ଫେରି ମୁଁ ପାରନ୍ତି ପଛକୁ 

ନିଶ୍ଚୟ ପ୍ରୟାସ କରନ୍ତି ସାଉଁଟିବାକୁ ମୋର ବାଂଛିତ ସ୍ମୃତିକୁ 

ପୁଣି ସାର୍ଥକ କରନ୍ତି ମୋର ସାକ୍ଷାତକୁ ବହୁ ପ୍ରତିକ୍ଷୀତ ବ୍ୟକ୍ତିତ୍ୱଙ୍କ ସଙ୍ଗେ 

ଆଜିବି କାନରେ ପ୍ରକମ୍ପିତ ହୁଏ ସେହି ବିଶ୍ୱଭାତୃତ୍ୱକୁ ଜାଗ୍ରତ କରିଥିବା ଶବ୍ଦ ପୁଞ୍ଜ 

ଆଜିବି ଆଖି ଆଗରେ ଉଜ୍ବଳ ହୋଇ ଉଠେ ବେଦର ପ୍ରାଞ୍ଜଳ ଉପାଖ୍ୟାନ 

ଆଜିବି ବ୍ୟାକୁଳିତ ଏଇ ପ୍ରମତ୍ତ ମନ ସେଇ ଦିବ୍ୟ ପୁରୁଷଙ୍କୁ ଭେଟିବାକୁ 

ସେ ହେଇଛନ୍ତି ନରେନ ରୁ ବିବେକାନନ୍ଦ ପାଲଟି ଥିବା ବିରାଟ କଳ୍ପବଟ 

ତାଙ୍କର ପ୍ରତେକ କଥାରେ ଫୁଟି ଉଠୁଥିଲା ଆତ୍ମ ବିକାଶର ବାର୍ତ୍ତା 

ଯିଏକି ପ୍ରତେକ ଯୁବକ ଭିତରେ ଦେଖୁଥିଲେ ଅମାପ ଶକ୍ତି ଆଉ ପ୍ରତିଭା 

ଆଜିବି ହୃଦୟ ଥରି ଉଠେ ବିଶ୍ୱବାସିଙ୍କ ପାଇଁ ତାଙ୍କ ବ୍ୟାକୁଳତା କୁ ଦେଖି 

ଭାରତବର୍ଷର ଉତ୍ଥାନ ନିମନ୍ତେ ଭୋକର ଭୂଗୋଳ ଓ ଦୁର୍ଦଶା କୁ ନିଶ୍ଚିହ୍ନ କରିବାକୁ ତାଙ୍କର ସନ୍ନ୍ୟାସ ଜୀବନ 

ଆଜିବି ପ୍ରତେକ ଭାରତୀୟଙ୍କ ପାଇଁ ଏକ ଉଦାହରଣ 

ହେ ସମୟ !

ଯଦି ଅଛି ଶକ୍ତି ତୁମର ପଛକୁ ଫେରିବାର 

ତାହେଲେ ଭେଟ କରିଦିଅ ମତେ ସେଇ ଦିବ୍ୟ ପୁରୁଷଙ୍କ ସଙ୍ଗେ 

ସାର୍ଥକ ହେଉ ଜୀବନ ତାଙ୍କ ସ୍ପର୍ଶ ପାଇ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy