STORYMIRROR

Debadatta Jena

Romance Inspirational Thriller

3  

Debadatta Jena

Romance Inspirational Thriller

କବିତା..

କବିତା..

1 min
246


        (ଏକ)

ଏ କଥା,ନଥା, ପ୍ରେମ ପରିଭାଷା

ଶବ୍ଦର ଯାଦୁ, ଅସୀମ ଆକାଂକ୍ଷା,

ମିଳି ଯାଆନ୍ତା କି ମତେ..

ଲେଖି ମୁଁ ପାରନ୍ତି କିଛି,

ବିଶେଷ ବିଶେଷାଙ୍କ,ବିଶେଷତ୍ବ,

ଆମ ସମ୍ପର୍କର ଗଭୀରତା,

ଭାବ, ବୋଧ,ଭାଷା,ଉପଭାଷା,

ଜୀବନର ମୂଲ୍ୟବୋଧ,

ବିଶେଷଣ ଯୁକ୍ତ ଜୀବନ୍ତ କବିତା..!

        (2)

   ଦେଇଛି ମୁଁ ନାଁ ତା'ର,

 କବିତା ସେ ହୃଦୟର..

    ଇନ୍ଦ୍ରଧନୁର ସାତ ରଂଗ,

     ନବ ରସ,ନବ ରଙ୍ଗ,

 କିଛି ସ୍ବପ୍ନ,କିଛି ସ୍ମୃତି,

   ଅନୁରାଗ,ଆଉ ଅନୁରକ୍ତି..

 ଭାବନାର ସମାହାର,

   ତା'ନାଁ,ଗାଁ ଓ ଠିକଣା..

ଖୁବ୍ ନିଜର,ଖାସ୍ ଆପଣାର..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance