ଅଭିଶପ୍ତ ଇଲାକା
ଅଭିଶପ୍ତ ଇଲାକା
ଗାନ୍ଧାରୀ ର ଅଭିଶାପ ହେଉଛି ଫଳବତୀ
ଗାନ୍ଧାରରେ ରକ୍ତର ହୋଲି ଖେଳୁଛିି ଶକୁୁୁନୀର ବଂଶ,
କୌରବ ରକ୍ତରେ ସେଦିନ ଯେମିତି ହୋଲି
ଖେଳିଥିଲା କପଟୀ ଶକୁନୀ-କପଟ ପଶାରେ।
ଗୁଳିଗୋଳା ବାରୁୁଦରେ ଯୋରାଷ୍ଟ୍ରିିିୟାନ ମାଟି
ଆଜି ଆକ୍ତାମାକ୍ତା,
ଚାରିପଟେ ଶୁଭେ ଖାଲି ଆର୍ତ୍ତନାଦ,ହାହାକାର
ନିଷ୍ଠୁର ସେ ଜହ୍ଲାଦ ମଣିଷ।
ଏହା କିିନ୍ତୁ ନୁୁହେଁ ଆଲ୍ଲାଙ୍କ ର ବାର୍ତ୍ତା,
ନୁହେଁ ଏହା ଯୀଶୁ ଙ୍କ ର ବାଣୀ,
ଶ୍ରୀକୃଷ୍ଣଙ୍କ ନୁହେଁ ଏହା ଗୀତା ଜ୍ଞାନ।
ମା'ର ଅମୃତ-ଶିଶୁ ପାଇଁଁ ଅପହଞ୍ଚ,
ନୀରିହ ନିଷ୍ପାପ ଶିଶୁର ଭୟାର୍ତ୍ତ ଚାହାଣୀ
ଭୀତତ୍ରସ୍ତ ରମଣୀ ର ବୁୁୁକୁଫଟା ଚିତ୍କାର,
ତରୁୁୁଣୀ ର ଭରା ଯୌବନ ଭୂଲୁଣ୍ଠିତ,
ସବୁୁଆଡେ ଖାଲି ଅତ୍ୟାଚାର, ଧର୍ଷଣ
ନାହିଁ ଦୟା ମାୟା।
ରକ୍ତ ନଦୀ ଆଉ ଶବ ର ପାହାଡ଼ ପରେ
ଅହଂକାରୀ ମଣିଷ ଉଡାଉଛିି ବିଜୟୀ ପତାକା
ଏହା କ'ଣ ମାନବିକତା?
କେତେ ଦିିନ-କେତେ କାଳ-
ପାପର ଭାଣ୍ଡଟା ପୁୁରିଗଲା ପରେ
ପାପୀ ର ବିଚାର ହେବ ଆଲ୍ଲାଙ୍କ ଦରବାରେ,
କି ଯୁୁକ୍ତିରେ ବିଜୟୀ ହେବୁ ?
ପତନ ତ ଅବସମ୍ଭାବୀ।
ଅପେକ୍ଷା କର ,ତୋ ପାଇଁଁ ଆସୁଛି ସେ
କାଳରାତ୍ରୀ ,ଗାଢ଼଼ ଅନ୍ଧକାର ନେଇ।
