STORYMIRROR

Ch Loknath Reddy

Thriller Children

3  

Ch Loknath Reddy

Thriller Children

ଅନ୍ତଃ ବେଦନା

ଅନ୍ତଃ ବେଦନା

1 min
270

"ରାକ୍ଷୀ ପୂର୍ଣ୍ଣିମାରେ ଖାଲି ପଡିଅଛି

ଏହି ମୋର କୁନି ହାତ,

କେଉଁ ଭଉଣୀ ମୋ' ବାନ୍ଧିବ ରାକ୍ଷୀକୁ

ମୁଁ ଆଜନ୍ମ ଅନାଥ ।।


କେତେ ଆନନ୍ଦରେ ହସୁଛନ୍ତି ସତେ 

ସମସ୍ତ ଭାଇ ଭଉଣୀ,

ହତଭାଗା ଏହି ଭାଇ ହୃଦୟରେ

ଭଉଣୀ ବୋଲି କେ' ନାହିଁ।।


ଭଉଣୀର ସ୍ନେହ ସ୍ୱର୍ଗ ସୁଖ ବୋଲି

ଶୁଣିଛି ଶ୍ରୁତିରେ ଖାଲି,

ବାସ୍ତବରେ କିନ୍ତୁ ସେହି ସ୍ନେହଶ୍ରଦ୍ଧା 

ପାଇବି ମୁହିଁ କିଭଳି।। 


ଜନ୍ମଠାରୁ କେବେ କ୍ଷଣିକ ପାଇଁବି

ପାଇନାହିଁ ତିଳେ ସୁଖ,

ଆପଣାର ବୋଲି କେହି ନାହିଁ ମୋର

ପାଉଛି ଭୀଷଣ ଦୁଃଖ।।


କେଉଁ ଜନମରେ କି' ପାପ କରିଛି

ବିଧାତା ମୁଁ ଜାଣିନାହିଁ,

ସେଥିପାଇଁ ଅବା ଏଭଳି ଶାପଟେ

ଦେଇଅଛୁ ଭାବଗ୍ରାହୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller