STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ଭଜ ବୋଲବମ୍

ଭଜ ବୋଲବମ୍

1 min
228


କାଉଡ଼ିଆ ଭକତ ତୁ ରେ ଭଜ ବୋଲବମ୍

ଶ୍ରାବଣ ସୋମବାର ଘେନି କାଉଡ଼ିଆ ଭାର

ତୋଳି ନଦୀର ଜଳ ଚଳ ତୁ ଶିବ ମନ୍ଦିର

ଅକର୍ମ କର୍ମ ଦାୟକ ଶିବ ଶମ୍ଭୁ ଓମ୍

କାଉଡିଆ ଭକତ ତୁ ରେ ଭଜ ବୋଲବମ୍ ।


ସେତ ମଙ୍ଗଳମୟ ସତ୍ୟ ଶିବ ସୁନ୍ଦରମ୍

ପବିତ୍ର ନିରେ ଶିବ ଲିଙ୍ଗେ କର ଅଭିଷେକ

ମାଲୁର ଦଳେ ବେଶ ଦେଇ ଧାତୁରା ପୁଷ୍ପ

କର ଅର୍ପଣ ଶିରେ ଦେଇ ଗନ୍ଧ ଚନ୍ଦନ

କାଉଡିଆ ଭକତ ତୁ ରେ ଭଜ ବୋଲବମ୍ ।


ଉମାପତି ଈଶ୍ଵର ସେ ଦେବାଧି ଦେବ ସ୍ଵୟଂ

ସର୍ବ ଜ୍ଞାତା ସର୍ବ ଦାତା ସେ ତୋର ଭାଗ୍ୟ ବିଧାତା

ପୂର୍ଣ୍ଣହେବ ମନସ୍କାମ ତୋ ପଥ ହେବ ସୁଗମ

ମୁକ୍ତି କରିବେ ଭବ ବନ୍ଧନ କରି ଛିନ୍ନ

କାଉଡିଆ ଭକତ ତୁ ରେ ଭଜ ବୋଲବମ୍ ।


Rate this content
Log in

Similar oriya poem from Thriller