STORYMIRROR

Sunanda Mohanty

Romance Tragedy Thriller

3  

Sunanda Mohanty

Romance Tragedy Thriller

ପକ୍ଷୀ

ପକ୍ଷୀ

1 min
213


ପକ୍ଷୀ ତୁ ହଳଦୀ ବସନ୍ତ 

ଯେଉଁ ଋତୁ ଶୀତ କି ହେମନ୍ତ 

ତତେ ଦେଖିଦେଲେ ଲାଗେ 

ସବୁ ଅଛି ଅଛିର ସମାଦ୍ରୁତ

ଲାଗେ ବହୁତ ଆଶ୍ୱସ୍ତ 

ଭାବନାରେ ନଥାଏ ଆଦିଅନ୍ତ 

ପ୍ରାଣପକ୍ଷୀ ସତେ ଏତେ ଆଦୃତ 

ତୋ ଭିତରେ ସମାହିତ 

ଆଶା ଆଶଙ୍କା ଓ ଭବିଷ୍ୟତ 

ତୋ ରଙ୍ଗରେ ରଙ୍ଗାୟିତ 

ମନପକ୍ଷୀ ଉଡୁ ଥାଏ ଦୂର ଦିଗନ୍ତ 

ତୋ ଠାରେ କି ଜଗନ୍ନାଥ 

କୃପା ରେଣୁ ଦେଇ ବହୁତ 

କରୁଛନ୍ତି ସର୍ବେ ବଶୀଭୂତ 

ନହେଲେ କିପାଇଁ ତତେ ଦେଖିଲେ 

ଲାଗେ ଭରା କଳସୀରେ ଅମୃତ 

ତୋ ଠାରେ ଭକ୍ତି ଭାବନା ସମ୍ପୃକ୍ତ 

କି ବର୍ଷା ବୈଶାଖ ଶୀତ ବସନ୍ତ 

ପକ୍ଷୀରେ ତୁ ହୁଅ ଯେତେ ନିର୍ଲିପ୍ତ 

ମତେ ଲାଗେ ସତେ ଯୋଗ ପବିତ୍ର 

ନିଷ୍କପଟ ନିରାଶକ୍ତ ତୁ ଅନାଦି ଅନନ୍ତ 

ବଶୀଭୂତ ଜଗନ୍ନାଥ ତୋମଧ୍ୟେ କରାୟତ

ଉଡିଯାନା ମନପକ୍ଷୀ ଘୋଷୁଥା ଭାଗବତ 

ମୋ ଦେଶ ମୋ ରାଜ୍ୟ କହେ ସଦା ସତ 

ବେଦ,ଉପନିଷଦ ଦୁଇଡେଣା ଦିଶେସ୍ୱତନ୍ତ୍ର 

ତୁ ଦିଶୁ ଜଗନ୍ନାଥ ମହିମାମୟ ଶୋଭବନ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance