STORYMIRROR

Sadananda Sahoo

Fantasy Inspirational Others

4  

Sadananda Sahoo

Fantasy Inspirational Others

ଭିଜା ମାଟି

ଭିଜା ମାଟି

1 min
382

ଗ୍ରୀଷ୍ମ ଋତୁ ଅନ୍ତେ ବରଷା ପ୍ରବେଶେ

   ଧରଣୀ ମାଆର କୋଳେ  

ପହିଲି ବରଷା ଭରି ଦିଏ ଆଶା

    ସୁଶୀତଳ ବାରି ଜଳେ  

ବସୁଧା ମାଆର ବିଶାଳ ହୃଦୟ

   ବରଷା ଟୋପାରେ ଭିଜେ  

ଭିଜିଗଲା ପରେ ବାସନା ଚହଟେ

   ପ୍ରୀତିର ପରଶ ଖୋଜେ   

ଭିଜା ମାଟି ବାସ୍ନା ସବୁଠୁ ନିଆରା

    ମହକରେ ମହକିତ  

ଏ'ପହିଲି ପୁଲକ ବରଷାର ଦାନ

  ଭବେ ସର୍ବେ  ଆନନ୍ଦିତ

ଆଶାର କିରଣ ହୁଏ ସଞ୍ଚାରିତ

   ଭିଜିଗଲେ ମାଟି ମାଆ

ଅଙ୍କୁରୋଦଗ୍ମମ ସପନ ବିଭାଷ

  ଉତ୍କଣ୍ଠାରେ ଲେଖେ ନାଆଁ   

ଚାଷୀକୁଳ ହସେ ଆନନ୍ଦିତ ମନେ

    ଭିଜାମାଟି ଇଲାକାରେ 

ବୀଜ ବିପଣନେ ଆଶା ତା'ସଞ୍ଚାରେ

    ଅମାର ପୂରିବ ବାରେ   

ରୁକ୍ଷତା ଶୁଷ୍କତା ଅପସରି ଯାଏ

   ମାଟି ଯେବେ ଭିଜିଯାଏ

ସୁକୋମଳ ହୁଏ ଧରଣୀର ବକ୍ଷ

    ହୃଦୟକୁ ସତେ ଛୁଁଏ

ସୁଶୀତଳ ଜଳେ ମାଟିମାଆ କୋଳେ

     ଜୀବନ ହୁଏ ପ୍ଲାବିତ

ଲକ୍ଷ କୋଟି ଜୀବ ହୁଅନ୍ତି ସନ୍ତୁଷ୍ଟ

    ତୃଷା ହୁଏ. ଦୂରୀଭୂତ

 ବିଚିତ୍ର ଏ'ସୃଷ୍ଟି ବିଚିତ୍ର ଏ'ମାଟି

    ବରଷାର ସଦା ସାଥୀ  

ଭିଜି ଭିଜାଇବା ମହା ବଦାନ୍ୟତା

    ବରଷାର ବୋଧେ ପ୍ରୀତି   

କବି ଲେଖନୀରେ ଭିଜାମାଟି ବାସେ

    ଆଘ୍ରାଣର ବୈଶିଷ୍ଠ୍ୟତା  

ଭିଜା ଫରଦରେ ଭାବନା ପ୍ରକାଶେ

    ମାଟିମାଆ କୋଳେ ସଦା    

ଭିଜାଭିଜା ସ୍ବପ୍ନ ହୁଏ ଉଦ୍ଭାସିତ

    ସୁଖ ଦୁଃଖ  ଅବକାଶେ  

ଲେଖନୀ କୁହୁକ ସରାଗ ମାଣିକ

  କେବେ କାନ୍ଦେ କେବେ ହସେ   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy