STORYMIRROR

Ajit Kumar Raut

Horror Tragedy

4  

Ajit Kumar Raut

Horror Tragedy

ଅନ୍ଧାର ରାସ୍ତା

ଅନ୍ଧାର ରାସ୍ତା

1 min
388



ଜନ ଶୂନ୍ୟ ଭୂମି ଅନ୍ଧାର ସେ ରାସ୍ତା

   ଯହିଁ ଲାଗେ ଭୟଭୀତ,

କରେ ରୋମାଞ୍ଚିତ ରାତିଅମାବାସ୍ୟା

   ବଦନ ହୁଏ କମ୍ପିତ।


ମନେ ପଡୁ ଥାଏ ଜେଜେମାଙ୍କ କଥା

   ମନେ ପଡୁ ଥାଏ ତହିଁ,

ରାତ୍ରୀ ଅମାବାସ୍ୟା ଡାହାଣୀ ଭୂତର

   କଥା ଶୁଣି ଥିଲି ମୁହିଁ।


ଶିକ୍ଷିତ ଟି ମୁହିଁ ବିଜ୍ଞାନ ପଢିଛି

  ଡାହାଣୀ ଓ ଭୂତ କାହିଁ,

ମନେପଡେ କିମ୍ପା ଶିଶୁକାଳ କଥା?

   କମ୍ପୁ ଅଛି ଭୟେ ମୁହିଁ।


ମନେଗୁଞ୍ଜେକିମ୍ପା ଜେଜେମାଙ୍କ କଥା?

   ସମୟ ଏବେ ଦଶଟା,

ଯହିଁ ମ ଫ ସ ଲ ଗାଆଁ ଟି ମୋହର

   ଦିଶୁଛି ରେ ଅନ୍ଧାରଟା।


ବିଜୁଳି ଆଲୁଅ ନାହିଁ ରେ ଗାଆଁରେ

  ଅନ୍ଧାର ର ଅମାବାସ୍ୟା,

ତା ସଙ୍ଗକୁ ପୁଣି ଜେଜେମାର କଥା

  କରୁଛି ତହିଁ ସମସ୍ୟା।


ଡ଼ର ମାଡୁ ଅଛି ଗାଆଁ ମୁଁ ଯାଉଛି

  ବାଟ ଦିଶୁ ନାହିଁ ତହିଁ,

ନାହିଁ ମୋବାଇଲ୍ ସେ କାଳରେ ଯହିଁ

   ଅତି ହିଁ ଚିନ୍ତାରେ ମୁହିଁ।


ପଶୁ ପକ୍ଷୀ ରାବ ଶୁଭେ ଘନଘନ

   ଶୂନ୍ୟ ପଡି ଅଛି ଭୂମି,

ମୃତ୍ୟୁ ମୁଖେ କିବା ପଡିଲି ମୁହିଁରେ

   ମଫସଲ ଏହୁ ଭୂମି।


ଗଛ ଲତା ପୁଷ୍ପ ପୂର୍ଣ୍ଣ ହୋଇ ଅଛି

   ଛୋଟରାସ୍ତା ଯାଏଗାଆଁ,

ରାସ୍ତା ଖୋଜୁଖୋଜୁ ମିଳେନାହିଁ ବାଟ

   କିମ୍ପାଇଁ ଆସିଲି ଗାଆଁ।


ଅନ୍ଧାର ଏ ରାତ୍ରୀ କରୁଛି ପାଗଳ

  ଜଗା ଜାଗା ଭଜୁ ଥିଲି,

ତହ ବିନୁ ଗତି ନାହିଁରେ କାଳିଆ

   ପ୍ରଭୁ ନାମ ଗାଉ ଥିଲି।


ଚନ୍ଦ୍ରଙ୍କ କୀରଣ ପଡିଲା ମହୀରେ

  ଦୟା ପ୍ରଭୁଙ୍କର ହେଲା,

ଦିଶିଲା ଟି ବାଟ ଘରକୁ ଗଲି ମୁଁ

   ଚିନ୍ତିତ ଜନନୀ ହେଲା,


କାହିଁକି ଆସିଲୁ ଖବର ଦେଇନୁ

  ଆଜି ଅମାବାସ୍ୟା ରାତ୍ରୀ,

ଡରି ନାହୁଁ ତୁରେ ନିର୍ଭୟେ ଆସିଛୁ

  ଅଟେ ପରା କାଳ ରାତ୍ରୀ।


ପ୍ରଭୁ ଜଗନ୍ନାଥ ସୁଦୟା କରିଲେ

   ଶୀଘ୍ର ହାତ ମୁହଁ ଧୁଅ,

ଖାଇ ଦିଅ ପୁତ୍ର ଖାଇବା ବାଢୁଛି

   ନିର୍ଭୟରେ ପାସେ ସୁଅ।


ମା କଥା ଶୁଣି ଚିନ୍ତା ଗଲା ମୋର

   ଭୟ ମୁକ୍ତ ହେଲି ମୁହିଁ,

ନ ଆସିବି କେବେ ରାତ୍ରୀରେ ଗାଆଁକୁ

   କାନ ମୋଡି ଦେଲି ମୁହିଁ।




Rate this content
Log in

Similar oriya poem from Horror