STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଯିଏ ଯାହା ସ୍ଥାନରେ 

ଯିଏ ଯାହା ସ୍ଥାନରେ 

7 mins
11


ଶୀତ ପଡିଥିଲା ଖୁବ. ପଞ୍ଜୁରୀ ଭିତରେ ଶୁଆ ଦିଟା କୁଙ୍କୁରି କାଙ୍କୁରି ହୋଇ ଚଞ୍ଚୁ ଘଷୁ ଘଷୁ ଅଣ୍ଡା ଉଷୁମେଇବା ପାତ୍ରଟି ଭିତରେ ପଶି ଯାଇଥିଲେ. ପାତ୍ରରୁ ଅଣ୍ଡା ଦୁଇଟିକୁ କିନ୍ତୁ କୋଳକୁ ନେଉନଥିଲେ. କାହିଁକି ବୁଝିବାକୁ ଯିବା ବେଳେ ପୁଅ ମୋବାଇଲ ନେଟରୁ ଦେଖି କହୁଥିଲା ଅଣ୍ଡା ଦୁଇଟି କାଞ୍ଜିଆ ବୋଲି ଶୁଆ ଦୁଇଟି ବୁଝିପାରି ପରିତ୍ୟକ୍ତ କରିଛନ୍ତି ଅଣ୍ଡା ଦୁଇଟିକୁ ନିଶ୍ଚୟ ମାଆ . ପୁଅର କଥା ଶୁଣି ଏ ଶୀତ ରାତିରେ ଅନୁ ଓରଫ ଅରୁଣାଙ୍କର ମନେପଡୁଥିଲେ ଅନିମେଷ. ପୁଅ ଜନ୍ମ ପରେ ପରେ ଅରୁଣା ନିଜ ପ୍ରସାଧାନ, ସୌନ୍ଦର୍ଯ୍ୟ ଓ ସବୁକିଛି ଭୁଲିଯାଇଥିଲେ ଅନୁ. ପୁଅହିଁ ଥିଲା ତାଙ୍କର ସବୁ କିଛି ହେଲେ ଅନିମେଷ ଏମିତି ହଠାତ ଦୂରେଇ ଯିବେ ଓ ଅନ୍ୟ ଜଣେ ତରୁଣୀ ସଙ୍ଗେ ଘର କରିବେ କେଵେ ଭାବିନଥିଲେ ଅନୁ. ଦିନେ ବି ପୁଅର ଭଲ ମନ୍ଦ ବା ଭବିଷ୍ୟତ ପ୍ରତି ସଚେତନ ନଥିଲେ ଅନିମେଷ. ସବୁ ପୁରୁଷଙ୍କ ଆଖି କଣ ଏମିତି ନା ଅନିମେଷ ଜଣେ ବ୍ୟତିକ୍ରମ ଭାବୁ ଭାବୁ ପକ୍ଷୀ ଦୁଇଟି ବିକ୍ରୀ କରିବାକୁ ଆସିଥିବା ଯୁବକ ଜଣକ ତାଙ୍କୁ ଏକଲୟରେ ଚାହିଁରହିଥିବା ଦେଖି ଶୁଆ ଦୁଇଟିଙ୍କୁ ରଖିନେଇଥିଲେ ଅନୁ. ଶୁଆଙ୍କ ସ୍ୱାସ୍ଥ୍ୟ ତଥା ଅଣ୍ଡା ଦେବାର କ୍ଷମତା ସହିତ ଅଣ୍ଡା କେମିତି କାଞ୍ଜିଆ ହେବନାହିଁ ଜାଣିଥିବା ସେହି ଯୁବକ ଆସୁଥିଲା ମଝିରେ ମଝିରେ ଆଉ ବେଳେ ବେଳେ ଶୁଆଙ୍କୁ ଔଷଧ ଦେଇ ଯାଉଥିଲା ମଧ୍ୟ. 
    ସେଥର ଅଣ୍ଡା ବାହାରି ନପାରି ମାଈ ଶୁଆଟି କଷ୍ଟ ପାଉଥିବା ଦେଖି କଣ ଚେର ମୂଳ ଓ ଧନିଆଁ ପତ୍ର ସହ ଔଷଧ ଖୁଆଇବାରୁ ଗୋଟେ ନୁହେଁ ବରଂ ଦୁଇଟି ଅଣ୍ଡା ବାହାରିଥିଲା ପରକୁ ପର ମାଈ ଶୁଆଟିର ତଳି ପେଟରୁ ତ ଅଣ୍ଡିରା ଶୁଆଟିର ଖୁସି ପିଞ୍ଜରାବଦ୍ଧ ପଞ୍ଜୁରୀ ଭିତରେ ସୀମିତ ଥିଲେ ବି ବୁଝି ହେଉଥିଲା ତା ଅପରିସୀମ ଖୁସି. ତାକୁ ଦେଖି ଅନିମେଷଙ୍କ କଥା ଖୁବ ମନେପଡୁଥିଲା ବେଳେ ମାଈ ଶୁଆ ପେଟ ତଳେ କୁଣ୍ଡା ଭରା ପାତ୍ରଟିରେ ଉଷୁମେଇବାକୁ ଅଣ୍ଡା ଦୁଇଟି ରଖି ସେହି ଯୁବକ ଚାଲିଯିବା ବେଳେ କଣ୍ଟାକ୍ଟ ନମ୍ବର ଦେଇଯାଇଥିଲା ପକ୍ଷୀ ଦୁଇଟିଙ୍କ ଭଲ ମନ୍ଦରେ ଫୋନ କରି ବୁଝିବାକୁ . ଅଣ୍ଡା ଦୁଇଟିକୁ ମାଈ ଶୁଆ ପେଟତଳେ ରଖିବାର ଉଦ୍ୟମ କରୁଥିବା ଅଣ୍ଡିରା ଶୁଆଟିକୁ ଦେଖିବାର କଥା ଥିଲା ବେଳେ ଘୃଣା ରାଗ ଓ ଅଭିମାନରେ ଅନୁଙ୍କ ମନ ଓ ହୃଦୟ ବିଗଳିତ ହେଉଥିଲା. ଏ ଭିତରେ ଅଣ୍ଡା ଦୁଇଟି କାଞ୍ଜିଆ ଯୋଗୁଁ ପରିତ୍ୟକ୍ତ ହୋଇ ନୂଆ ଅଣ୍ଡା ଦେବା ପ୍ରୟାସରେ ଶୁଆ ଦୁଇଟି ଚଞ୍ଚୁରେ ଚଞ୍ଚୁ ଘସୁଥିବା ବେଳେ ଅନୁ ଭାବନ୍ତି ଅନିମେଷ କେଡେ ବ୍ୟତିକ୍ରମ ସତରେ!ଶୀତ ବଢୁଥିଲା.ରାତ୍ରୀ ବଢିବା ସହିତ ତାଙ୍କ ପାଖରେ ଶୋଇଥିବା ପୁଅ ଉଠିପଡ଼ି ପଚାରୁଥିଲା ମାଆ ଆମ କୁକୁର ଆପୁର ଛୁଆ ହେବ ନା!ହଁ ହେବ କାହିଁ ତୁ ତା ଛୁଆ କାହାକୁ ଦେବାକୁ କହିଛୁ କି!ନାଇଁ ଯେ ମାଆ ଆପୁକୁ ଶୀତ ହେଉଥିବ ଭାବି ନିଦ ଭାଙ୍ଗିଗଲା. ମୁଁ ଯାଉଛି ତାକୁ ଘୋଡେଇ ଦେଇ ଆସିବି. ପୁଅ ଆପୁ ପାଖକୁ ଚାଲିଗଲା ପରେ ଅନିମେଷ ଆଣିଥିବା ଏଇ କମଳ ଭିତରେ ଅତୀତ ଭାବି ଏଡ଼େ ଶୀତରେ ମଧ୍ୟ ଝାଳେଇ ଯାଉଥିଲେ ଅନୁ. ହଠାତ ତାଙ୍କର ନିଜ ବୋଉ କଥା ମନେ ପଡିଗଲା. ବୋଉ ଜୀଵନ ସାରା ପୁଅ ଝିଅଙ୍କ ପାଇଁ ସୁଖ କଣ ଜାଣିନଥିବା ବେଳେ ବାପା ଅବସର ପରେ କେମିତି ତାକୁ ବାଜାର ନେଇ ବାଧ୍ୟ କରି ଖଣ୍ଡେ ଜାଗାରେ ଦୁଇଖଣ୍ଡ ଶାଢ଼ୀ କିଣେଇ ଦେଉଥିଲେ, ଫୁଲ କିଣି ଖୋସାରେ ଲଗେଇବାକୁ ବାଧ୍ୟ କଲାବେଳେ ବୋଉ ଯେବେ ପ୍ରତିବାଦ କରୁଥିଲା ବାପା ବାଧ୍ୟ କରି କହୁଥିଲେ ସେଇ ପିଲାଙ୍କ ପାଇଁ ମୁଣ୍ଡପୋତି ଏଯାଏଁ ନିଜ ଖୁସି ଓ ଇଛାକୁ ସମାଧି ଦେଲ ଏବେତ ଟିକେ ମତେ ସେ ସୁଯୋଗ ଦିଅ କହି ବାପା ବୋଉର ବହୁ ଦିନର ଅଭିଳାଷ ପୁରଣ ପାଇଁ ତାଜମହଲ ବୁଲି ଯିବାକୁ ବାହାରିଲା ବେଳକୁ ଗୋଟିଏ ବୋଲି  ସର୍ବଗୁଣ ସମ୍ପନ୍ନା ଝିଅ ଅନୁକୁ ଛାଡି ତା ସ୍ୱାମୀ ଅନିମେଷ ଆଉ ଜଣଙ୍କ ସଙ୍ଗେ ରହିବା ଶୁଣି ପ୍ରୋଗ୍ରାମ କ୍ୟାନସଲ କାରିଥିଲେ. ଆଜି ଏ ଶୀତ ରାତିରେ ଭାରି ଇଛା ହେଲା ବୋଉ ସାଙ୍ଗରେ ଗପିବାକୁ ତ କଣ୍ଟାକ୍ଟ ଲିଷ୍ଟରେ ଶୁଆ ଦେଇଯାଇଥିବା ଯୁବକର କଣ୍ଟାକ୍ଟ ନମ୍ବର ପାଖରେ ଅଟକି ଗଲେ ଅନୁ. ଯୁବକଟି ପାଠ ଶାଠ ବ୍ୟତିରେକେ ଶୁଆଙ୍କ ଅଣ୍ଡା ଦେବା ଓ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ କେତେ ଚିନ୍ତିତ ସେକଥା ଭାବି ହୃଦୟ ବିଗଳିତ ହେଲା ତ ନମ୍ବର ଚିପି ହୋଇଗଲା. ଏତେ ରାତିରେ ଯୁବକଟି ଟିକେ ବି ବିବ୍ରତ ନହୋଇ କହିଲା କଣ ଅସୁବିଧା ହେଲା କୁହନ୍ତୁ ମ୍ୟାଡାମ ସଙ୍ଗେ ସଙ୍ଗେ ଯାଇ ପହଞ୍ଚିବି. ଅନୁ କହିଲେ ନାହିଁ,ଏବେ ନାହିଁ କାଲି ଟିକେ ଆସି ଶୁଆଙ୍କୁ ଦେଖିଯିବ.
     ଶୀତ ରାତି ଅପସରି ସକାଳର କଅଁଳ ଖରା ପଡିସାରିଥିଲା. ପୁଅ ସବୁଦିନ ପରି ଶୁଆଙ୍କ ଗିନାରେ ଖାଦ୍ୟ ରଖି ଆପୁ କଥା ବୁଝିବାକୁ ଲାଗିଥିଲା. ସନ୍ଧ୍ୟା ଆଗତ ପ୍ରାୟ. ଶୁଆ ଦେଇଥିବା ଯୁବକଟି ଏବେ ଆସିଯିବ. କଣ ଶୁଆଙ୍କର ଅସୁବିଧା ଜଣେଇବେ ବୋଲି ଅନୁ ବିବ୍ରତ ବୋଧ କରି ଭାବୁଥିଲେ ମାଈ ଶୁଆଟି କିପରି ଅଣ୍ଡା ଶୀଘ୍ର ଦେବ ବୋଲି କହିବାକୁ ଯୁବକକୁ ତାଙ୍କୁ ଆଜି ଏତେ ସରମ କାହିଁକି!ଠିକ ଏତିକି ବେଳେ ଅନିମେଷଙ୍କ ଗାଡି ଲାଗିଥିଲା ଓ ଗାଡ଼ିରୁ ବାହାରି ଅନିମେଷ କହୁଥିଲେ ସେ ବାଜେ ସ୍ତ୍ରୀ ଲୋକ ଗୋଟେ ପୁରୁଷ ପାଖେ ସନ୍ତୁଷ୍ଟ ନୁହେଁ ବୋଲି ଏତେ ସଜାଇ ହୁଏ ବୋଲି ଜାଣିଥିଲେ ମୁଁ ଫଶି ଯାଇନଥାନ୍ତି. ଅନୁଙ୍କର ତଥାପି ଡ଼ିଭୋର୍ସ ହୋଇନଥିଲା ତ ସ୍ଥାଣୁ ଭଳି ସେ ଠିଆ ହୋଇ ସ୍ୱାମୀଙ୍କ ପାଗଳାମି ଶୁଣୁଥିଲା ବେଳେ ସେହି ଯୁବକ ପ୍ରବେଶ କାରିଥିଲେ ତ ଅନିମେଷ କହୁଥିଲେ କିଏ ତୁମେ, ତୁମର ଏଠି କାମ କଣ? ନାଇଁ ଆଜ୍ଞା ଶୁଆର ଅଣ୍ଡା ଦେବା ବେଳ ପୂର୍ବରୁ ତାର ଯତ୍ନ ନନେଲେ ପୁଣି ଅଣ୍ଡା କାଞ୍ଜିଆ ହେବ ବୋଲି ମ୍ୟାଡାମଙ୍କୁ କହିବାକୁ ଆସିଥିଲି. ମୁଁ ଆସିଗଲିଣି ତ ଅଣ୍ଡା ଆଉ କାଞ୍ଜିଆ ହେବନି ତୁମେ ଯାଅ କହୁଥିବା ଅନିମେଷଙ୍କୁ ଆପଲକ ଆଖିରେ ଅନୁ ଚାହିଁଥିବା ବେଳେ  ପୁଅ ଦଉଡି ଆସି କହୁଥିଲା ଆପୁ ଚାରିଟା ଛୁଆ ଜନ୍ମ କରିଛି ମାଆ ଦେଖିବ ଆସ. ଅନିମେଷଙ୍କୁ ମଧ୍ୟ ଡାକୁଥିଲା ତୁମେ ବି ଦେଖିବ ଆସ ନା ବାପା . ଅନିମେଷ କିନ୍ତୁ ଜମା ଖୁସି ନଥିଲେ କହୁଥିଲେ ଶେଷକୁ ବୁଲା କୁକୁର ସଙ୍ଗେ ମିଶିବାକୁ ଆପୁକୁ ଛାଡିଦେଲ ଅନୁ! ପ୍ରକୃତିର ନିୟମକୁ ରୋକିବାକୁ ଯାଇ ଏ ଶୀତରେ ଆଉ କଣ କରିପାରିଥାନ୍ତି ମୁଁ!ଅନିମେଷଙ୍କୁ ଶାନ୍ତ କରିବାକୁ ଯାଇ ଅନୁ କହିଥିଲେ ମୋ ଭାଇ ଓ ବାପା ଓ ସେହି ଶୁଆ ବିକିଥିବା ଯୁବକକୁ ଗୋଟେ ଲେଖାଏଁ ଛୁଆ ଦେଇଦେବା, ସେମାନେ ବଞ୍ଚନ୍ତୁ ଆଗେ. ତା ଆରଦିନ ପଞ୍ଜୁରୀ ଖୋଲି ଶୁଆ ଦୁଇଟିଙ୍କୁ ଉଡେଇ ଦେଇ ଅନିମେଷ କହୁଥିଲେ ସେ ଶୁଆ ବିକା ଯୁବକକୁ ଯେମିତି ଏଘରେ ଆଉ ନଦେଖେ. ଅନୁ ଚୁପି ଚୁପି ହସୁଥିଲା ବେଳେ ପୁଅ କହୁଥିଲା ଶୁଆ ଉଡେଇଲ ଭଲ କଲ କିନ୍ତୁ ମୋ ଆପୁର ଛୁଆ କାହାକୁ ଦିଆଯିବନି. ଅନୁ ଏପଟେ ସ୍ୱାମୀ ସେପଟେ ପୁଅ କଥା ଶୁଣି ବି ନଶୁଣିଲା ପରି ଅରୁଣା ଭାବୁଥିଲେ ଯା ହେଉ ତାଙ୍କ ବାପା ବୋଉ ଏବେ ଅନ୍ତତଃ ତାଜମହଲ ବୁଲିବାକୁ ଭାଇ ପାଖକୁ ଦିଲ୍ଲୀ ଯାଇପାରିବେ ଶାନ୍ତିରେ.
   ରାସ୍ତାରେ ଚାଲୁ ଚାଲୁ କେତେ ବାଟୋଇ ସତ ହେଲେ ଜୀବନସାଥୀଙ୍କ କଥା ଅଲଗା. ଦିନେ ପାଖରେ କେହି ନଥିବେ, ଥିବେ କିନ୍ତୁ ଦୁଇ ପ୍ରେମ ପକ୍ଷୀ ସ୍ୱାମୀ ଓ ସ୍ତ୍ରୀ. ସେତେବେଳେ କଥାଟିଏ ଥିଲା ପୁଅ ଯୋଗ୍ୟର ହେଲେ ଧନ କାହିଁ ପାଇଁ ସଞ୍ଚିବି.. ପୁଅ ଅଯୋଗ୍ୟ ହେଲେ ଧନ କାହିଁ ପାଇଁ ସଞ୍ଚିବି. ଏବେ କିନ୍ତୁ ପ୍ରତି ହୃଦୟରୁ ଶୁଭୁଛି ପୁଅ ପାଠୁଆ ହେଲେ ଘର କାହିଁକି  କରିବି.. ପୁଅ ଅପାଠୁଆ ହେଲେ ଘର କାହିଁକି ତୋଳିବି. ତଥାପି ପୁଅ ଝିଅ ବା ସନ୍ତାନ ସନ୍ତତି ପାଖରେ ରହନ୍ତୁ ନରହନ୍ତୁ ଶୁକ ଶାରୀ ପରି ଥାଆନ୍ତି ଦୁଇପ୍ରାଣୀ ଯାହାକୁ ଆମେ କହୁ ଦମ୍ପତ୍ତି. ସେମିତି ଅରୁଣା ଓ ଅନିମେଷ ଦୁହେଁ ସ୍ୱାମୀ ସ୍ତ୍ରୀ. ଦିନ ଆସେ ପିତା ମାତା, ବନ୍ଧୁ ବାନ୍ଧବ, ସଖା ସହୋଦର, ପୁତ୍ର କନ୍ୟା ଦୂରେଇ ଯାଆନ୍ତି ସମସ୍ତେ କିନ୍ତୁ ପରସ୍ପରର ବନ୍ଧୁ ହୋଇ ପତି ପତ୍ନୀ ଥାଆନ୍ତି ଜଣେ ଜଣଙ୍କ ପାଇଁ. ଅରୁଣାଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ. ଘରେ ଘରେ ସେ ଦେଖନ୍ତି ବୁଢାଟିମାନ ବୁଢୀଟିକୁ ଛାଡି ଆଗ ବାଟ କାଟନ୍ତି ସ୍ୱର୍ଗକୁ. କାହିଁକି ପ୍ରଶ୍ନରେ ଅନମେଷ ଦେଇଥିଲେ ଚମତ୍କାର ଉତ୍ତର. ମହିଳା ମାନେ ମହିୟସୀ. ସେମାନେ ସବୁ ସହି ଓ ବୁଝି ପ୍ରତିଟି ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ପୁତ୍ର, ପୁତ୍ରବଧୂ, କନ୍ୟା, ଜାମାତା ଓ ପୌତ୍ର ପୌତ୍ରାଦିଙ୍କ ସହିତ ଖାପଖୁଆଇ ଚାଲିପାରନ୍ତି ଯାହା ପୁରୁଷଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ. ସହଜେ ସ୍ୱାମୀମାନେ ବଡ଼ ଥାଆନ୍ତି ନା ବୟସରେ. 
       ଏକଥାରେ କିନ୍ତୁ ସହମତି ନଥାଏ ଅରୁଣାଙ୍କର କାରଣ ଅନୁଭବ ଓ ଅନୁଭୂତିରୁ ସେ ଦେଖିଛନ୍ତି ବର୍ଷେ, ଦିବର୍ଷ ବା ବେଶୀ ବଡ଼ ହେଲେ ଦଶବର୍ଷ ବଡ଼ ଥିବା ସ୍ୱାମୀ ଆଗ ସ୍ବର୍ଗାରୋହଣ କଲାପରେ ତାଙ୍କ ସ୍ତ୍ରୀ ତ କୋଡିଏ କି ପଚିଶ ବା ତଦୁର୍ଦ୍ଧ କାଳ ବଞ୍ଚିରହୁଛନ୍ତି. ଏହି ସବୁ ଦୁର୍ଭାବନା ଏଡ଼େଇବାକୁ ସେ ଛାତ ଉପରକୁ ଯାଇ ନୀରବରେ ବସିଯାଆନ୍ତି. ଅନାଗତ ଭବିଷ୍ୟତରେ ଏକୁଟିଆ ନୀରବ ରାସ୍ତାକୁ କିପରି ନୀରବରେ କାଟିବେ ଭାବି ବ୍ୟସ୍ତ ହୋଇପଡନ୍ତି. ପୁଣି ମନକୁ ଆସେ ସ୍ତ୍ରୀ ମାନେ ପତିବ୍ରତା ଧର୍ମ ନିଭେଇବାକୁ ଯାଇ ଆଗ ସ୍ୱାମୀଙ୍କୁ ଖାଇବାକୁ ବାଢ଼ନ୍ତି, ସେଇଟା ଅଶୁଭତ୍ବ ପ୍ରଦାନ କରେକି? ଅବଶ୍ୟ ଆଗ କାଉ କୁକୁରଙ୍କୁ ଦେଇ ତା ପରେ ସ୍ୱାମୀଙ୍କୁ ପରଷା ଯାଏ ତଥାପି ଏଭଳି ମାନସିକତାର ଫଳ ନକାରାତ୍ମକ ହୁଏକି? ଏମିତି ସବୁ ପ୍ରଶ୍ନ ମନକୁ ଉଦବେଳିତ କରୁଥିବା ବେଳେ କାଉଟି ଉଡିଆସି ରଖିଥିବା ଜଳରେ ଥଣ୍ଟ ବୁଡେଇ ପାଣି ପିଉଥାଏ. ଅନ୍ୟ ଚଢେଇ ମାନେ କେହି ଅରୁଣାଙ୍କ ଉପସ୍ଥିତିକୁ ଅଣଦେଖା କରି ପାଣି ପିଉନଥିବା ବେଳେ କାଉଟି ନିର୍ଭୟରେ ପାଣି ପିଇ ଉଡିଯାଏ, ଚାଉଳ ମଧ୍ୟ ଖାଏ କିନ୍ତୁ ଅନ୍ୟ ଚଢେଇ ମାନେ ତାଙ୍କ ଅବସ୍ଥିତି ସୂଚନାରେ ଆସନ୍ତି ନାହିଁ ଭରଷି କରି ଆଉ ହଳଦୀବସନ୍ତ ବା ଶୁଆ ପକ୍ଷୀଙ୍କୁ ଦେଖିବାକୁ ଭଲ ପାଉଥିବା ଅରୁଣା ଭାବନ୍ତି ସେମାନଙ୍କୁ ସିନା ମଣିଷ ଭଲପାଏ ଦେଖିବାକୁ ବା ତାଙ୍କୁ ଦେଖିଲେ ଶୁଭହୁଏ ବୋଲି ଭାବିବାକୁ କିନ୍ତୁ ସେମାନେ କାଉ ପରି ନୁହଁ. କାଉକୁ ଆଗ ଭାତ ବାଢିଦେଉଥିବା ଅରୁଣା ସେଦିନ ଦେଖିଲେ ପ୍ରତିଦିନ ଆସି ପାଣି ପିଇ ଚାଉଳ ଖାଇ ଆକାଶକୁ ଉଡି ଯାଉଥିବା ପକ୍ଷିଟା ସେଦିନ ତାଙ୍କ ଆଖି ସାମ୍ନାରେ ଦୁଇ ବିଜୁଳି ତାର ଯାଇଥିବା ଗଛ ଉପରେ ବସିପଡ଼ି ଛିଟିକି ପଡିଥିଲା ଅଦୂରକୁ. ଛାତିଟା କରତି ହୋଇଗଲା ଅରୁଣାଙ୍କର. କେତେ କାଉ ଆସି କାକା କହି ଉଡ଼ିଲେ ଘେରେ ପୁଣି ଫେରିଗଲେ କିନ୍ତୁ କାଉଟି ଆଉ ନଥିଲା ଛାତଉପରକୁ ଆସି ପାଣି ପିଇ ଖୁଦ କି ଚାଉଳ ଖାଇ ଆକାଶକୁ ଉଡିଯିବାକୁ.
       ତା ପରଠୁ ଅରୁଣାଙ୍କୁ ଜର ହେଲା. କାଉ କଥା ଶୁଣି ସ୍ୱାମୀ କହୁଥିଲେ ଏଇଟା ଗୋଟେ କୋଉ ବିରାଟ ଦୁଃଖ କଥା ଯେ! ପ୍ରତିଦିନ ରାସ୍ତା ଘାଟରେ କୁକୁର ମରିବା ପରି ବିଜୁଳି ତାର ଉପରେ ବସି ପକ୍ଷୀ ମରୁଛନ୍ତି. ଏଥିରେ ଏତେ ବ୍ୟସ୍ତ ହେବାରj କଣ ଅଛି? ଅରୁଣା କହୁଥିଲେ ଅଛି. କଣ ଅଛି ଟିକେ ଶୁଣେ!ଅରୁଣା ଚୁପି ଚୁପି କହୁଥିଲେ ମଣିଷ ସବୁ ଭାରି ସ୍ୱାର୍ଥପର ତ ଏଇ ମୋ ପରି ସ୍ତ୍ରୀ ଲୋକ ମାନେ ଗ୍ରହରିଷ୍ଟ କାଟି ଆଗ ରନ୍ଧାଖାଦ୍ୟ ଓ ବାସିରୁଟି କାଉ କୁକୁରଙ୍କୁ ଦେବା ଫଳରେ ତାଙ୍କର ଅକାଳ ମୃତ୍ୟୁ ହେଉଛି. ସ୍ୱାମୀ ଅନିମେଷ ଯେତେ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ଆରେ ନାହିଁ ଭଗବାନ ତାଙ୍କୁ ଯେତେ ଅଧିକ ବର୍ଷ ଆୟୁଷ ଜାଚିଲେ ମଧ୍ୟ କୁକୁର ତା ଆୟୁଷ କୋଡିଏ ବଦଳରେ ଦଶ ରଖି ଦଶ ଫେରାଇ ଦେଇଥିଲା ଓ ପକ୍ଷୀ ପନ୍ଦର ବଦଳରେ ପାଞ୍ଚ ରଖି ଦଶ ଫେରାଇ ଦେଇଥିଲା. ଅରୁଣା କହୁଥିଲେ ଆଉ ସେମାନେ ଫେରେଇ ଦେଇଥିବା ସେଇ କୋଡିଏ ବର୍ଷକୁ ଅଧିକା ଆୟୁଷ ମାଗିନେଇ ମଣିଷ ଦେଖୁଛି ତାଙ୍କ ମୃତ୍ୟୁ ଆଉ ହେଉଛି ଛଟପଟ. ଅରୁଣା ସେଇ ପଡିଲେ ଯେ ଆଉ ଉଠିଲେନି. ଚାଲିଗଲେ ଅନିମେଷଙ୍କୁ ଏକା କରି. ନୀରବରେ ବାଟ ଚାଲୁ ଚାଲୁ କାଶତଣ୍ଡୀ ସମ୍ଭାର ଦେଖି ଅନିମେଷ ଭାବୁଥିଲେ ସ୍ତ୍ରୀ ଟା ପ୍ରକୃତରେ ତାଙ୍କର ଦେବୀ ଥିଲା.ଶରତ ସକାଳର ଅସରାଏ ବର୍ଷା ଛାଡି ଯିବା ପରେ ନୀରବରେ ପାଦ ଆଗକୁ ବଢ଼ାଉଥିଲେ ଅନମେଷ ଗାଁର  ଦେବୀମଣ୍ଡପ ଆଡ଼େ.କିନ୍ତୁ ନାରୀ ଯେ ପୁରୁଷ ଠାରୁ ଅଧିକ ଧର୍ଯ୍ୟଶୀଳା ଓ ଅନୁରକ୍ତରେ ଆଗଭର ଏକଥା ବୁଝିବାକୁ ବାକି ନଥିଲା ଅନିମେଙ୍କର.


Rate this content
Log in

Similar oriya story from Romance