STORYMIRROR

Sunanda Mohanty

Action Fantasy Thriller

4  

Sunanda Mohanty

Action Fantasy Thriller

ଉଡାଣ ଆରମ୍ଭ

ଉଡାଣ ଆରମ୍ଭ

3 mins
1

ଶୀତ ଦିନେ ଚିଲିକା କୁ ଉଡିଆସନ୍ତି ପକ୍ଷୀ ସମୂହ ଅର୍ଥାତ ଉଡାଣ ଆରମ୍ଭ ହୋଇଯାଏ ସେମାନଙ୍କର. ନାଆ ରେ ବା ଲଞ୍ଚ ରେ କାଳିଜାଇ ଙ୍କ ପୀଠ କୁ ଗଲାବେଳେ ପକ୍ଷୀଙ୍କ ଉଡାଣ ଦେଖି ମୁଗ୍ଧ ହୁଅନ୍ତି ପର୍ଯ୍ୟଟକମାନେ.ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି ସ୍ୱରରେ ଚିଲିକା ଲାଗେ ସୌନ୍ଦର୍ଯ୍ୟମୟୀ. ଉଡାଣ କରି ଆସିଥିବା ପକ୍ଷୀମାନେ ସତେ ଯେମିତି କହୁଥାନ୍ତି ବାଃ ଚିଲିକା ବାଃ. ଶୀତର ପହିଲି ସ୍ପର୍ଶ ରେ ଉଡିଆସୁଥିବା ଦେଶୀ ଓ ବିଦେଶୀ ପକ୍ଷୀ ପ୍ରାୟ ପ୍ରତିବର୍ଷ ଅକ୍ଟୋବର ରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆସିଥାନ୍ତି ଚିଲିକାକୁ. ସଂଖ୍ୟାରେ ପ୍ରାୟେ ଏଗାର ଲକ୍ଷ ପାଖାପାଖି ପକ୍ଷୀ ଭିତରୁ ତଥାପି ରହିଯାଆନ୍ତି ପଞ୍ଚସ୍ତରୀ ହଜାର ପାଖା ପାଖି ପକ୍ଷୀ. ପକ୍ଷୀ ସୁରକ୍ଷା ପାଇଁ ଅସ୍ଥାୟୀ ଶିବୀର ସବୁ ଉଠିଗଲା ପରେ ମଧ୍ୟ ସେଇସବୁ ଦେଶୀ ବିଦେଶୀ ପକ୍ଷୀ ଯଥା ପିମ୍ପେଲ, ଗଡୱାଲ, ପେଲିକାନ ଓ ସ୍ଲୋଭର ପକ୍ଷୀ ମାନେ ଅଣ୍ଡା ଦେଇ ପକ୍ଷୀ ଶାବକ କରି ବଢ଼େଇ ଉଡେଇ ଦେବାର ନଜର ମଧ୍ୟ ସାମ୍ନାକୁ ଆସେ. ତା ସହିତ ଦେଶୀ ଚଢ଼େଇ ହରଡ଼, ଗେଣ୍ଡାଳିଆ, ଗେଣ୍ଡା, ପାଣ୍ଡା ଜାତୀୟ ଦେଶୀ ପକ୍ଷୀଙ୍କ ସମାହାର ସହିତ ଚଢ଼େଇହଗା ପାହାଡ଼ ରେ ଅଟକି ଯାଏ ପର୍ଯ୍ୟଟକ ଙ୍କ ନାଆ ବା ବୋଟ ବା ଲଞ୍ଚ. ଏତେ ପ୍ରକାର ପକ୍ଷୀଙ୍କ ଭିତରେ ମଙ୍ଗଳାଯୋଡି ଓ ନଳବଣ ଠାରେ ପକ୍ଷୀ ସବୁ ବର୍ଷ ସାରା ରହିଥାଆନ୍ତି. ମାଇଗ୍ରେଟେଡ଼ ବାର୍ଡ଼ ସବୁ ଚିଲିକାକୁ ଆସିବା ସହ ରହିଯାଆନ୍ତି ବର୍ଷ ବର୍ଷ ଧରି ଚିଲିକାର ଅନୁକୂଳ ପରିବେଶ ଭିତରେ ତ ଅଧିକା ସଜାଗ ଆବଶ୍ୟକ ବୋଲି ମତାମତ ପ୍ରକାଶ ପାଉଥିବା ବେଳେ ପରେଶ ଙ୍କ ସ୍ତ୍ରୀ ସେଦିନ ଲଞ୍ଚ ରେ କାଲିଜାଇ ଦର୍ଶନ କରି ଓ ପକ୍ଷୀ ଦେଖା ମଜ୍ଜା ନେଇ ଫେରିଆସିବା ପରେ ସ୍ୱାମୀ ପରେଶ ଙ୍କ ଜଣେ ଅଫିସ କର୍ମଚାରୀ ଆସି ପହଁଚିଲେ ଓ ମାଂସ ପୁଡିଆ ଟି ପରେଶ ଙ୍କ ସ୍ତ୍ରୀ ଅରୁ ଙ୍କ ହାତକୁ ବଢ଼େଇ ଦେଇ କହୁଥିଲେ ହେ ହେ ହେ ମାଂସ ଟିକେ ଆଣିଥିଲି. ତାଙ୍କୁ ଆତିଥ୍ୟ ଦେଇ ବିଦା କରିବା ପରେ, ଅତି ଆଗ୍ରହ ରେ ସ୍ୱାମୀ ପରେଙ୍କ ପାଇଁ ରାନ୍ଧୁଥିଲେ ମାଂସ.ମଧ୍ୟହ୍ନ ସମୟରେ ଆସି ପହଞ୍ଚିଗଲେ ସ୍ୱାମୀ ତ ବାଢି ବସିଲେ ଅରୁ. ଖାଉ ଖାଉ ସ୍ୱାମୀ ପଚାରି ବସିଲେ କଣ କେହି କୁଣିଆ ଆସି ଦେଇଗଲେକି ପହିଲି ଭୋଗ ବଦଳେ ମାଂସ ହଉ ହଉ ଆଜି ଖାଇବା ଟା ଜମିବ କହି ଯେମିତି ପାଟିକୁ ହାତ ନେଇଛନ୍ତି ସ୍ୱାମୀ,ଅରୁ କହିଲେ ନାହିଁ ମୋ ବାପାଙ୍କ ଘରୁ କେହି ଆସିନାଁହାନ୍ତି ବରଂ ତୁମ ଅଫିସର ଗୋଲକ ବିହାରୀ ବାବୁ ଚଢ଼େଇ ମାଂସ ନେଇ ଆସିଥିଲେ. ଶୀତ ଦିନିଆଁ ଚଢ଼େଇ ମାଂସ ଭାରି ସୁଆଦ ପୁଣି ବହୁ କଷ୍ଟ କରି ଯୋଗାଡ଼ କରିଛନ୍ତି କହୁଥିଲେ. ଖୁସି ହେବା ପରିବର୍ତ୍ତେ ଖାଇବାରୁ ଉଠିଗଲେ ସ୍ୱାମୀ କହିଲେ ହଉ ତୁମେ ଏ ଲାଞ୍ଚ ଝୋଳ ପୁଣି ନିରୀହ ପକ୍ଷୀ ମାଂସ ଖାଅ ମୁଁ ବାହାରେ ଖାଇନେବି. ଅରୁ ମନେପକେଇଲେ ଆଉ ପାଞ୍ଚଟା ସ୍ୱାମୀ ପରି ନୁଁହଁନ୍ତି ପରେଶ. କିଛି ନଲୁଚେଇ ସବୁକଥା ସ୍ତ୍ରୀଙ୍କ ଆଗରେ କହନ୍ତି ବୋଲି ଅରୁ ନିଜକୁ ଭାଗ୍ୟବତୀ ମଣନ୍ତି. ସେହି ଆଳ ରେ ଗୋଲକ ବାବୁ ତାଙ୍କ ପଛରେ ପଡିଛନ୍ତି ପ୍ରମୋଶନ ପାଇଁ ବୋଲି ଶୁଣି ମଧ୍ୟ ତାଙ୍କ ଠାରୁ ମାଂସ ପରି ଲାଞ୍ଚ ସହ ନିରୀହ ଚଢ଼େଇ ମାଂସ ତାଙ୍କର ରଖିବା ଉଚିତ ହୋଇନି ଭାବୁ ଭାବୁ ବାଜିଗଲା ସନ୍ଧ୍ୟା ଛଅ. ଅଫିସ ଫେରନ୍ତା ସ୍ୱାମୀଙ୍କ ମନପସନ୍ଦର ଟିଫିନ ବାଢୁ ବାଢୁ ସ୍ୱାମୀ ବଢ଼େଇ ଦେଇଥିଲେ ଛାଡ଼ପତ୍ର ନୋଟିସ. କହିଥିଲେ ଗୋଲକ ବାବୁଙ୍କ ପ୍ରମୋସନ ନହେଲେ ମଲି ହେଲେ ବି ମଲି କେବଳ ତୁମ ପାଇଁ. ସ୍ତ୍ରୀ କେବଳ ଅର୍ଦ୍ଧଙ୍ଗିନୀ କି ଶଜ୍ୟାସଙ୍ଗିନୀ ନୁଁହଁ ବରଂ ମନପକ୍ଷୀ ପରି ମନ ଚିହ୍ନିବା ଉଚିତ. ପ୍ରମୋଶନ ହେଲେ ଗୋଲକ ବାବୁ କହି ବୁଲିବେ ଲାଞ୍ଚ ପାଇ ପରେଶ ସାର ମୋ ପ୍ରମୋଶନ କଲେ ବା ଆବେ ପରଶୁ ଯାବେ ପରଶୁ ଲାଞ୍ଚ କ୍ୟା ନକରେ କାମ ବୋଲି କହି ବୁଲିବାକୁ ପଛେଇବେ ନାହିଁ.ପ୍ରମୋଶନ ନହେଲେ କହିବୁଲିବେ ଲୋକଟାକୁ ଚଢେଇ ମାଂସ ବୋଧେ ଆହୁରି ଦରକାର ଥିଲା!ଏତିକିରେ ହେଲାନି. ସ୍ତବ୍ଧ ଚକିତ ଅରୁ ଙ୍କ ଓଲଟା ଯୁକ୍ତି ଶୁଣିବାକୁ ପ୍ରସ୍ତୁତ ନଥିଲେ ସ୍ୱାମୀ ତ ଦସ୍ତଖତ କରିବାକୁ ବାଧ୍ୟ ହେଲେ ଅରୁ ଛାଡପତ୍ର ନୋଟିସ ପେପରରେ     କୋର୍ଟ ରେ ସବୁ ଫଇସଲା ହେଲା ପରେ ବାପା ମାଆ ଭାଇ ଭାଉଜ ଙ୍କ ସଙ୍ଗେ ବାପାଙ୍କ ଘରକୁ ଗଲାବେଳେ ଗାଡି ଭିତରେ ଭାଇ କହୁଥିଲା କିଏ କାହା ଘରକୁ ପ୍ରଥମ କରି ଆସିଲେ କିଛି ନେଇକି ଆସିବା ଉଚିତ. କେବେ ଆସିନଥିବା ଗୋଲକ ବାବୁ ପ୍ରଥମ କରି ଆସିଲେ ଯେତେବେଳେ କିଛି ନେଇଆସିଲେ ଏଥିରେ ଲାଞ୍ଚ ର ପ୍ରଶ୍ନ ଉଠୁଛି କୁଆଡୁ!ଦ୍ୱିତୀୟତଃ କୁକୁଡ଼ା, ଗଞ୍ଜା ପରି ପକ୍ଷୀର ମାଂସ ଖାଉଛ ଆଉ ଶୀତ ଦିନିଆଁ ହରଡ଼ ଚଢ଼େଇ ବା କିଛି ବିଦେଶୀ ଚଢେଇଙ୍କ ମାଂସ ଖାଇଲେ କ୍ଷତି କଣ!ବାପା ଭାଇ କଥା ଶୁଣି କହୁଥିଲେ ଏଥିରେ ମୋ ଝିଅର ଦୋଷ ରହିଲା କଣ ବୁଝିପାରୁନି.ତ ବୋଉ କହିଥିଲା ଅବୁଝାମଣା ଲୋକ ବୋଲି କେମିତି ଜାଣିଥାଆନ୍ତି ଆଗରୁ!ସବୁତ ଭଲ ଦେଖିଲି ଶୁଣିଲି ବୋଲି ମୋ ଅରୁ ପରି ଝିଅର ହାତ ଟେକି ଦେଲି ପରେଶ ହାତରେ. ଭାଉଜ କହୁଥିଲେ ଆଙ୍କୁ ହିଁ କହନ୍ତି ଖଣ୍ଡିଗଣିଆଁ. ଅରୁ ଚୁପ ଚାପ ସବୁ ଶୁଣି ଚିନ୍ତା କରୁଥିଲେ ଏବେ ସେ ମୁକ୍ତ ପକ୍ଷୀ. ଝିଅ ଏଯାଏଁ କାହିଁ ବାହା ହୋଇନି ବୋଲି କେହି ପଚାରିବାକୁ ନାହିଁ କାରଣ ମୁଣ୍ଡରେ ସିନ୍ଦୁର ଅଛି ପୁଣି ଅନ୍ୟ ର ଲୋଲୁପ ଦୃଷ୍ଟି ଆଢୁଆଳ ରେ ରହି ସେ ପୂର୍ବପରି କଣ କଣ ସବୁ କରିବେ ଲିଷ୍ଟ କରୁଥିଲେ ମନେ ମନେ ତ ଗାଡି ଆଗକୁ ବଢୁଥିଲା.



Rate this content
Log in

Similar oriya story from Action