STORYMIRROR

Sunanda Mohanty

Romance Fantasy Thriller

4  

Sunanda Mohanty

Romance Fantasy Thriller

ଇଗଲ

ଇଗଲ

5 mins
0


ପାହାଡ଼ ପାଦ ଦେଶରେ ଘରଟିକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବ. ସ୍ୱାମୀ କଣ କାମ କରେ ସ୍ତ୍ରୀ ଜାଣେ ନାହିଁ କିନ୍ତୁ କୋଉଥିରେ ଅଭାବ ନଥାଏ. ଘରେ ଇଲେକ୍ଟ୍ରି ନଥାଇ ମଧ୍ୟ ସବୁ ଆଧୁନିକ ଉପକରଣ ଯଥା ଫ୍ରିଜ, ଟେଲିଭିଜନ, ୱାସିଙ୍ଗ ମେସିନ, କୁଲର ଓ ଆଇରନ ଇତ୍ୟାଦି ସବୁ ଥାଏ ଘରେ. ପୁଣି ଥାଏ ହଳ ହଳ ଜୋତା ସହ ଦୁନିଆଁ ଶାଢ଼ୀ. ଏତେସବୁ ଆଣୁଥିବା ସ୍ୱାମୀଙ୍କୁ ସନ୍ତୁଷ୍ଟି ପରିବର୍ତ୍ତେ ସନ୍ଦେହ ଦୃଷ୍ଟିରେ ଦେଖେ ସ୍ତ୍ରୀ ଗୁରେଇ. ସେ ଜନଜାତି ତଥା ବନବାସୀ ଲଳନା. ଜଙ୍ଗଲ ଭିତରେ ଥିବା ବସ୍ତିରେ ସେଦିନ ନିଆଁ ଲାଗିଥିଲା.ପାହାଡ଼ ପାଦ ତଳୁ ଉଦ୍ଧାର ହୋଇଥିଲା ସନାତନ.ଗୁରେଇ ନିଜ ବାପା ସଙ୍ଗେ ଗୁରେଇ ସନାତନ ର ଶୁଶୃଷା କରୁ କରୁ ସନାତନ ସହ ପ୍ରେମ ହୋଇଗଲା. ପ୍ରେମ ବୁଝେନା ଜାତି, ଗୋତ୍ର ଅବା କୂଳ କି ପରିଚୟ ବୋଲି ସେଦିନ ସତ୍ୟ ହୋଇଥିଲା ଗୁରେଇ ଜୀବନରେ. କାଠ ମାଫିଆ ବୋଲି ଗୁରେଇ ବାପା ସନାତନ କୁ ସନ୍ଦେହ କରୁଥିଲା ବେଳେ ଗୁରେଇ କିନ୍ତୁ ମନ ଓ ହୃଦୟ ଦେଇ ସାରିଥିଲା ସନାତନ କୁ. ବାକି ଥିଲା ଗାଁ ବାଲାଙ୍କ ବିରୋଧ ତ ସନାତନ କହିଥିଲା ସେ ବାପା ମାଆ ଛେଉଣ୍ଡ.ସେ ନିଜକୁ ବନବାସୀ ସମାଜରେ ମିଶିବା ପାଇଁ ଯାହା ଦରକାର ସେ କରିବାକୁ ପ୍ରସ୍ତୁତ କିନ୍ତୁ ଗୁରେଇ ହାତ ଛାଡିବ ନାହିଁ.ସତକୁ ସତ ସନାତନ ଖୁବ କମ ଦିନରେ ଶିଖିଗଲା ଧନୁ, ତୀର, ବର୍ଚ୍ଛା ଚାଳନା ସହିତ ଜଙ୍ଗଲୀ ଜନ୍ତୁ ଘଉଡ଼େଇବାର ସୂତ୍ର ସବୁ. କୌଶଳ ରେ କୁଶଳୀ ହାତ ତାର ତୀର ଚାଳନା କରି ବାଘର ପାଟିରେ ତୁଣ୍ଡି ବାନ୍ଧିଦେଇ ପାରୁଥିଲା ତ ହାତୀ ଆସି ଚାଷ ନଷ୍ଟ କରୁଥିବା ରାସ୍ତାରେ କଣ୍ଟା ବିଛେଇ ହାତୀ ଆଗମନ କୁ ରୋକି ଦେଇପାରୁଥିଲା. ବିବାହ କରି ଗୁରଇକୁ ଭଲରେ ରଖିବାର ପ୍ରତିଶ୍ରୁତି ଦେଇ ବିବାହ ପରେ ପାହାଡ଼ ପାଦ ଦେଶର ଆର ପଟେ ଘର କରି ଗୁରେଇକୁ ନେଇ ରହୁଥିଲା. ନୂଆ ନୂଆ ଦିନା କେତେ ଭାରି ଆଦର... ନୂଆରୁ ପୁରୁଣା ହେଲେ ତୁଠ ପଥର ପରି ପ୍ରେମରେ ସନ୍ଦେହ ଭରିଗଲା ଗୁରେଇର. କୁଆଡେ ଯାଏ ସନାତନ!ପୁଣି ଫେରିଆସିଲା ବେଳକୁ ଶାଢ଼ୀ ଚୁଡ଼ି ଓ ଅନ୍ୟାନ୍ୟ ଉପକରଣ ସବୁ ଦେଖି ଜଙ୍ଗଲୀ ଲଳନା ଖୁସି ହେବା ପରିବର୍ତ୍ତେ ଦୁଃଖ କରେ. କୋଉଠୁ କିପରି କଣ ଓ କାହିଁକି ତଥା କୁଆଡେ ଇତ୍ୟାଦିର ପ୍ରଶ୍ନ ପଚାରେ କିନ୍ତୁ ଉତ୍ତର ଥିଲା ତୁମ ପାଇଁ ଓ ତୁମ ଖୁସି ପାଇଁ ତ ସବୁ କରୁଛି ମୁଁ.
    ଗୁରେଇ ଚାହେଁ ଶାନ୍ତି. ଜଙ୍ଗଲର ପାଦ ଦେଶ ରେ ବଢିଥିବା ଗୁରେଇର ଶାନ୍ତି ସେହି ଜଙ୍ଗଲ ର ଗଛରେ, ଗଛର ପକ୍ଷୀରେ, ଗଛ, ପାହାଡ଼, ନଈ, ହ୍ରଦ ରେ ଥିବା ଜୀବନ୍ତ ଗଛ,ମାଛ,ସାପ, ବେଙ୍ଗ, କଇଁଚ ଆଦି ସରୀସୃପ ଓ କୀଟପତଙ୍ଗ ରେ. ଲାଖ, ଝୁଣା, ମହୁ, ହରିଡ଼ା, ବାହାଡା, ଅଁଳା ଖୋଜି ସଂଗ୍ରହ କରିବାରେ. ତେଲ ବାହାର କରି ବତୀ ଆଲୁଅରେ ଜୀବନ ଆରମ୍ଭ କରିଥିବା ଝିଅ ଗୁରେଇର ଏସବୁ ଇଲୋକ୍ଟ୍ରୋନିକ୍ସ ଜିନିଷ ରେ ନା ଥାଏ ଲୋଭ ନା ତାକୁ ଦରକାର ସହରୀ ସଭ୍ୟତା!ଏଇ ବଣମୂଲକ ତାକୁ ଶାନ୍ତି ଦିଏ. ନଈର ଛଳ ଛଳ ଓ କଳ କଳ ଶବ୍ଦ ତାକୁ ସଂଗୀତ ଶିଖାଏ. ପକ୍ଷୀର ବସା ବୁଣିବା କୌଶଳ ଶିଖି ସେ ଆସନ, ମସିଣା, ବିଞ୍ଚଣା ବୁଣି ପାଖ ମକର ମେଳାରେ ବିକି ଗୋଡ଼, ହାତ, ପାଦ ପାଇଁ ପଥର ତିଆରି ଗହଣା କିଣି ଓ ଦେହ ଢ଼ାଙ୍କିବାକୁ ନାଲି କସ୍ତା ଶାଢ଼ୀ କିଣି ଆଣେ ତ ସେସବୁ ଦେଖିବାକୁ କି ତା ବଣ ଝରଣା ପରି ସୌନ୍ଦର୍ଯ୍ୟ ମାପିବାକୁ ସନାତନ ନଥାଏ ପାଖରେ. ମନ ମରିଯାଏ. ଛୁଆଟିଏ ପାଇଁ ମନ ଡହଳ ବିକଳ ହେଲାବେଳେ ସନାତନ କହେ ସବୁତ ଆମ ଛୁଆ ପାଇଁ କରୁଛି. ତାକୁ ସହରୀ କରିବାକୁ. ସହରୀ ସଭ୍ୟତା ଶିଖେଇ ପାଠ ଶାଠ ପଢଢ଼େଇବା ଯୋଜନା ରେ ଅଛି ଲୋ ଗୁରେଇ. ବୁଝେନା ଗୁରେଇ. କଣ ହେବ ଏସବୁ ତା ଛୁଆର! ଖଣ୍ଡେ ଶାଢ଼ୀ ଅଣ୍ଟା ଚାରିପଟେ ଗୁଡେଇ ପିଲା ବଢ଼େଇ ପାରିବ ସେ. ଝିଅ ହେଲେ ମାଣ୍ଡିଆ ଖାଇ ତାରି ପରି ଅଳସୀ କ୍ଷେତ ରେ କାମ କରୁ କରୁ ମନୋନୀତ ଧାଙ୍ଗଡ଼ା ଦେଖି ଶାଶୁଘର ଯିବା ବେଳେ ସେ କିଛି କନ୍ୟାସୁନା ଦେବ ନିଶ୍ଚୟ. ଆଉ ପୁଅ ହେଲେ ତାକୁ ମଧ୍ୟ ଯଅ, ମାଣ୍ଡିଆ, ମହୁଲ ଖୁଆଇ ତାଗେଡା କଲେ ସେ ବି ଫଳେଇବ ମାଣ୍ଡିଆ. ବେଶି ହେଲେ ନଦୀ ରୁ ସାଉଁଟି ଆଣିବ ପଥର. ଯାହାର ମୂଲ୍ୟ ବହୁତ ହେଲେ ବି ମକର ମେଳାରେ ଅଳ୍ପ ଦାମ ରେ ବିକି ଦେଇ ପୁଣି ଦୌଡୁଥିବ ଏ ଖୋଲା ଆକାଶ ତଳେ. ପକ୍ଷୀ କୁ ଶର ମାରି ଖସେଇବାକୁ ମନା କରିବ ମାଆ ଗୁରେଇ. ପୁଣି ମନା କରିବ ଇଗଲ ପକ୍ଷୀ ଦେହରେ ହାତ ମାରିବାକୁ. କାରଣ ସେ ପକ୍ଷୀ ଭାରି ପ୍ରତିଶୋଧ ପରାୟଣ. ଏମିତି ଗୋଟେ କଥା ନିଜ ଆଖିରେ ଦେଖିଥିଲା ଗୁରେଇ. ସମୁଦ୍ର କୂଳ ପାଖ ଗଛରେ ବାସ କରୁଥିବା ଇଗଲଟି ବୁଲି ବୁଲି ଜାତି ଜାତି ପକ୍ଷୀଙ୍କ ବସାରୁ ଅଣ୍ଡା ଚୋରାଇ ନେଉଥିଲା ତ ଦଇବ ସହିଲା ନାହିଁ. ତା ନିଜ ବସାରେ ସେଦିନ ସାପ ପଶି ତା ଅଣ୍ଡା ଗିଳିଦେଲା ପରେ ସେ ବାଲି ଖୋଳି ସବୁ ସାପ ଙ୍କୁ ଦିଗଡ଼ କରିବାର ଭୟଙ୍କର ଦୃଶ୍ୟ ଏବେବି ଗୁରେଇ ଦେହରେ କମ୍ପନ ଆଣିବା ବେଳେ ମନରେ ଆଣେ ଭୟ କିନ୍ତୁ ସମୁଦ୍ର ଜୁଆରରେ ଥରକୁ ଥର ଇଗଲ ପକ୍ଷୀର ଅଣ୍ଡା ଭାସିଯାଉଥିବା ଦୃଶ୍ୟ ସହ ଥରକୁ ଥର ପୁଣି ନଷ୍ଟ କରୁଥାଏ କାହିଁକି ଅନ୍ୟ ର ଅଣ୍ଡା ଭାବି ଗୁରେଇ ଭାବେ ସନାତନ ଏମିତି ଇଗଲଟିଏ ହୋଇଯାଇନି ତ!କାହାଠୁ ଠକି ବା ଚୋରୀ କରି ତା ନିଜ ସଂସାର ଭାଙ୍ଗୁନିତ!
    ଡର ଓ ଭୟରେ ଜଡ଼ସଡ଼ ହେଲା ବେଳେ ସେଦିନ ଗୁରେଇ କିଛି ଜିନିଷ ପାଇଲା. ତାହା ସବୁ ଥିଲା ଗେରୁଆ ବସ୍ତ୍ର, କମଣ୍ଡଳୁ, ଗଡୁ, ରୁଦ୍ରାକ୍ଷ୍ ମାଳି ଇତ୍ୟାଦି. ସେସବୁ ଦେଖି ଖୁବ ଭୟଭୀତ ହୋଇପଡ଼ିଲା ଗୁରେଇ. କୋଉ ସାଧୁଙ୍କୁ ହତ୍ୟା କରି ଏସବୁ ଆଣିନି ତ ତା ସ୍ୱାମୀ ସନାତନ!ନା ନା ତା ଭଳି ବନବାସୀ ନିରୀହ ଝିଅ ସଂସ୍ପର୍ଶ ରେ ଆସି ସନାତନ ଏ ପାପ କରିପାରେନା!ତେବେ ସ୍ୱାମୀ ସନାତନ ଦିନ ଦିନ, ମାସ ମାସ ପୁଣି ଏବେ ବର୍ଷ ବର୍ଷ ଧରି କୁଆଡେ ଗାଏବ ହୋଇଯାଏ!ପୁଣି ସ୍ତ୍ରୀ ମନରେ ସନ୍ଦେହ ଆସେ. କେବେ ଭାବେ ତ୍ରେତୟା ଯୁଗରେ ହରି ରୂପେ ପ୍ରଭୁ ହିରଣ୍ୟକଶ୍ୟପ କୁ ମାରିବା ପରି ଦ୍ୱାପରରେ କୃଷ୍ଣ ରୂପେ ପ୍ରଭୁ କଂସ କୁ ମାରିବା ପରି ଏ କଳି ଯୁଗରେ ତା ସ୍ୱାମୀ ନିଜକୁ ନିଜେ ମାରୁନି ତ!ନା ନା ତା ସ୍ୱାମୀ ତ ଦେଇଛି ତାକୁ ଏତେ ସବୁ ଜ୍ଞାନ. ରଖିଛି ରାମାୟଣ, ମହାଭାରତ, ଗୀତା ଓ ଭାଗବତ ପୁସ୍ତକ. ପୁଣି ବୁଝେଇଛି ପୁସ୍ତକର ଉପାଦେୟତା ପୁଣି ଶିଖେଇଛି ସତ୍ୟ ଓ ସତ୍ୟଚେତନା ସହିତ କାହାଣୀ ଆଧାରରେ ଶିକ୍ଷା ଓ ସଚେତନତା.ଏତେ କଥା ଶିଖାଇ ଜଣେଇ ଓ ବୁଝେଇ ସ୍ତ୍ରୀ କୁ ଭଲ ପାଉଥିବା ଲୋକଟା ତେବେ କୁଆଡେ ଗାଏବ ହୁଏ ବୁଝିନପାରି ଗୁରେଇ ଏବେ ପାହାଡ଼ ପାଦ ତଳ ନିରୀହ ଗୁରେଇ ରୁ ହୋଇଯାଇଥିଲା ଅନୁସନ୍ଧନୀ ତଥା ବିସ୍ଲେସଣକାରୀ.
    କଥାଟା ଖାଲି ସହରରେ ନୁଁହଁ ବରଂ ବଣମୂଲକ ରେ ବ୍ୟାପୀ ଯାଇଥିଲା. ସାଧୁ ଯାହା କହୁଛନ୍ତି ସବୁ ସତ. ଯାହାକୁ ଯାହା ମନୋବାଞ୍ଛା ପୁରଣ କରିବାକୁ କହୁଛନ୍ତି ତାହା ଫଳୁଛି. ବେଶି କିଛି ନୁଁହଁ ନିଜ କ୍ଷମତା ଓ ଶକ୍ତି ଭିତରେ ଯାହା ଦେଲେ ସାଧୁ ସେତିକିରେ ସନ୍ତୁଷ୍ଟ ହେଉଛନ୍ତି ତ ଗୁରେଇ ଇଛା କଲା ସେ ବି ଯିବ. ଥରେ ଦେଖା କରିବ ସ୍ୱାମୀଜୀ ସାଧୁ ଦେବତାଙ୍କୁ ଓ ପଚାରିବ ତା ସ୍ୱାମୀ କାହିଁକି ଇଗଲଟିଏ ପରି ଘୁରିବୁଲୁଛି, କାହାର ଘର ଭାଙ୍ଗୁନାହିଁ ତ, ତା ଅଧୀନ ହୋଇ କେବେ ତା ପାଖେ ରହି ତା କୋଳକୁ ଛୁଆଟିଏ ଦେବ!ଏସବୁ ପଚାରିବାକୁ ସତକୁ ସତ ଗୁରେଇ ଯାଇଥିଲା. ଜଙ୍ଗଲ ରାସ୍ତାରେ ବାଘ କୁ ଡର ନଥିଲା କି ହାତୀ ଡର ନଥିଲା ତାର କି ଅଣ୍ଡା ଭାଙ୍ଗି ଛୋଟ ଛୋଟ ପକ୍ଷୀ ଓ ମଣିଷ ଛୁଆଙ୍କୁ ଝାମ୍ପ ମାରି ଉଠେଇ ନେଇଯାଉଥିବା ଇଗଲ ପକ୍ଷୀକୁ ମଧ୍ୟ ତାର ଡର ନଥିଲା ଆଜି. ଅଳସୀ କ୍ଷେତ ଧାରେ ପିଲାଙ୍କୁ ଶୁଆଇ ଦେଇ ବାପା ମାଆ ବିଲରେ ପୋଡୁ ଚାଷ କରୁଥିବା କାମରେ ଲିପ୍ତ ଥିବାବେଳେ ଇଗଲ ଆସି ଉଠାଇନିଏ ଛୋଟ ଛୋଟ ଶିଶୁଙ୍କୁ.ସମସ୍ତେ ବିକଳରେ କାନ୍ଦୁ ଥିବା ବେଳେ ଗୁରେଇ ସେତେବେଳେ ପ୍ରାର୍ଥନା କରେ ଇଗଲ ପକ୍ଷୀ ର ବସା ଓ ଅଣ୍ଡା ଭସେଇ ନିଅ ନାହିଁ ପ୍ରଭୁ.ତାକୁ ପ୍ରତିଶୋଧ ପରାୟଣ କରନା ପ୍ରଭୁ. ନା ସେ ଏମିତି ହେବାକୁ ଦେବନି. ଛୁଆକୁ ଅଣ୍ଟାରୁ ଜମା ବି ତଳକୁ ଛାଡିବନି. ଏମିତି ଭାବୁ ଭାବୁ ଗୁରେଇ ପହଁଞ୍ଚି ଯାଇଥିଲା ସାଧୁଙ୍କ ପାଖରେ. ତା ପାଳି ଆସିବା ପରେ ସେ ସନ୍ତର୍ପଣ ରେ ଯାଇ ସାଧୁଙ୍କୁ ପ୍ରଣାମ କରି ପାଦ ସ୍ପର୍ଶ କରି ଚମକି ପଡିଲା.ସାଧୁ ତା ବିଷୟରେ ଏତେ ସତ ସତ କଥା ଜାଣି କେମିତି କହିପାରୁଛନ୍ତି ବୋଲି ନୁଁହଁ ବରଂ ସାଧୁଙ୍କ ସ୍ୱର ଥିଲା ତାର ଖୁବ ପରିଚିତ. ପାଦ ଜାବୁଡି ଉପରକୁ ଚାହିଁଲା ସାଧୁଙ୍କ ମୁଁହଁ ଦେଖିବାକୁ ତ ସେତେବେଳକୁ ସାଧୁ ଝାଳନାଳ ସର ସର ହୋଇ ମୁଁହଁ ପୋଛୁ ପୋଛୁ ଚିହ୍ନିଲା ଗୁରେଇ. ଜାଣିଲା ଓ ବୁଝିଗଲା ତା ବିଷୟରେ ଏତେ ସତ କଥା ଜାଣିଥିବା ସାଧୁ ତାର ଅତି ପ୍ରିୟ ମଣିଷ ସନାତନ ହିଁ ଥିଲା. ଏତେ ଏତେ ଦିନ ତା ଠାରୁ ଦୂରରେ ରହି ଲୋକଙ୍କ ବିଷୟରେ ସବୁ ଜାଣି ସଚୋଟ ସାଧୁ ବୋଲାଉଥିବା ସ୍ୱାମୀ ସନାତନ ଯେ ଗୋଟେ ଭଣ୍ଡ ଏକଥା ବୁଝିବାକୁ ବାକି ନଥିଲା ଗୁରଇକୁ.ଗୁରେଇ କୁ ତାର ଅତି ପ୍ରିୟ ମଣିଷ ର ପାଦ ଦୁଇଟି ଏବେ ଇଗଲ ର ଦୁଇ ପଞ୍ଝା ପରି ମନେ ହେଉଥିଲା ତ ସେ ପାଦ ଦୁଇଟି ଜାବୁଡି ପାଟି କରି କହୁଥିଲା ଏପରି ମିଛ ଇଗଲ ହେବା ଅପେକ୍ଷା ସତ ଇଗଲ ଶହେ ଗୁଣ ଭଲ. ଚେଲା ସବୁ ଇତସ୍ତତଃ ହେଉଥିଲେ ତ ସନାତନ ସାଧୁ କହୁଥିଲେ ଉଠ ବତ୍ସ. ଗୁରେଇ ଏଥର ପୋଲିସ ଫାଣ୍ଡି ପରିବର୍ତ୍ତେ ତୀର ଶର କାଢ଼ୁଥିଲା ସାଧୁଙ୍କୁ ମାରିବାକୁ ତ ପୋଲିସ ପହଁଞ୍ଚି ଗୁରେଇକୁ କାବୁ କରିନେଇଥିଲା.


Rate this content
Log in

Similar oriya story from Romance