ଡେଣା ଝାଡ଼ି ପକ୍ଷୀ ଉଡି
ଯାଇଛି ଖାଲି ପଡିଛି ପେଡି
ଖୁଣ୍ଟି ଖାଇ ମୁଢି କରି ରଡି
ଫୁର କିନା ଗଲା ଉଡି
ଝୁଡି ରେ ଶାବକ ଛନ୍ତି ପଡି
କାନ୍ଦୁଥା କୋଡ଼ି କଚାଡି
ଦେ ଯେତେ ଖୁଦ କଣିକା ଅଜାଡି
ପକ୍ଷୀ ଗଲା ପରେ ଉଡି
ଖାଇଲେ ଖାଇବେ ଖୁଣ୍ଟି ପିମ୍ପୁଡି
ଏମିତିକି ବଞ୍ଚିଥିଲା ବେଳେ ଧାଡି
ପିମ୍ପୁଡି ଆସି ଦେଇଥିଲେ ଝାଡ଼ି
ପର ଝଡି ପକ୍ଷୀ ଉଠି ପଡି
ଉଡ଼ିବ କେତେ ଘୋଷାଡ଼ି
ଡାଳ ଗଲା ଛିଡି
ତଳେ ଗଲାପରେ ପଡି
ବାନ୍ଧି ପୁଟୁଳା ପେଡି
ପର ଝଡି ଝାଡ଼ିଦେଇ ସ୍ମୃତି ଉଡି
ଏମିତି ତ ଜୀବନ ଗୁଡ଼ି
ସୂତାରେ ମାଂଝା କେବେ ଉପୁଡି
ଡେଣା ଝାଡ଼ି ଶୁନ୍ୟ ଝୁଡି
ଶୁଖା ଖଡ଼ଖଡ଼ ଖାଡି
ପଞ୍ଜୁରୀ ଥିବ ପଡି
ଦେହ ଝାଡ଼ି ଝୁଡି ପାରପିଢ଼ି
କହିବେ ଥିଲା ଗୋଟେ ପକ୍ଷୀ
ନୀଡ଼େ ପଡି ଗଲା ଉଡି