STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ଗଙ୍ଗାଜଳ

ଗଙ୍ଗାଜଳ

4 mins
1

ନିଶା ଅନୁଭବ କଲେ ପରିବାର ଭିତରେ ଫାଟ ସୃଷ୍ଟି ହେବାକୁ ଯାଉଛି. ଦୁଇ ବୋହୁଙ୍କ ଭିତରେ ଭୁଲ ବୁଝାମଣା ଚାଲିଛି. ଦୁଇ ପୁଅ ମଧ୍ୟ ଆଗପରି ନାଁହାଁନ୍ତି ତ କଣ କଲେ ଏସବୁର ସମସ୍ୟା ସମାଧାନ ହୋଇପାରିବ ଭାବି ସମୟ ଓ ସୁଯୋଗ କୁ ଚାହିଁ ରହିଥାଆନ୍ତି ନିଶା. ସ୍ୱାମୀ ଭୋଳା ମଣିଷ. ତାଙ୍କୁ କହିଲେ ସେ କହିବେ ଯଦି ସେମାନେ ଅଲଗା ହେବାକୁ ଚାଁହୁଁଛନ୍ତି ବରଂ ତାଙ୍କୁ ସେପରି କରିବାକୁ ଦିଅ. ଶାଶୁ ନିଶା ଦୁଇପୁଅଙ୍କୁ ଅଲଗା ହେବାରୁ ନିବୃତ୍ତ ରଖିବାକୁ ଆଗରୁ ବହୁତ କଥା କରିଛନ୍ତି. ଏମିତିକି ଶାଶୁ ଶଶୁର କୌଣସି ଏକ ଭୋଜି ରୁ ଫେରୁ ଫେରୁ ପନ୍ଦର ଦିନ ହୋଇଗଲା ବୋଲି ତରତର ହୋଇ ଫେରିଆସି ଦେଖିଥିଲେ ଦୁଇ ପୁଅ ଓ ଦୁଇ ବୋହୁଙ୍କର ଅଲଗା ରୋଷେଇ ଚାଲିଛି ତ ତାଙ୍କୁ ପୁଣି ଯୋଡିବାକୁ ଯାଇ ଶଶୁର ଙ୍କ ନିର୍ବେଦ ଓ ଦୁଇ ପୁଅଙ୍କର ନିର୍ବୋଧତା ତାଙ୍କୁ ଖୁବ କଷ୍ଟ ଦେଇଥିଲା ତ ପଣା ସଂକ୍ରାନ୍ତି ଦିନ ତୁଳସୀ ମୂଳେ ଅଧିଆ ପଡ଼ିଥିଲେ ନିଶା. କହିଥିଲେ ଏକାଠି ଦୁଇବୋହୁ ପୁଣି ଗୋଟିଏ ଘରେ ରା଼ନ୍ଧି ଆମକୁ ଦେଲେ ଆମେ ଖାଇବୁ ନଚେତ ଆମେ ବୁଢା ବୁଢ଼ୀ ଏଘର ଦ୍ୱାର ବିକି କରି ତୁମ ଦୁଇପୁଅଙ୍କୁ ତେଜ୍ୟ ପୁତ୍ର କରି ସହର ରେ ଯାଇ ରହିବୁ. ଯଦି ଏକଥା ଚାଁହୁଛ ତ ଅଲଗା ଅଲଗା ଚଉରା ସ୍ଥାପନ କରି ଆମେ ବଞ୍ଚି ଥାଉ ଥାଉ ଗୋଟିଏ ଘରକୁ ଦୁଇଭାଗ କର ନଚେତ ମିଳିମିଶି ରହି ଗୋଟିଏ ଜାଗାରେ ମାଆ ବୃନ୍ଦାବତୀ ଙ୍କ ପୂଜା କରି ପଣା ଭୋଗ କରି ସମସ୍ତେ ମିଶି ପିଇବା ଆସ. ବଡ଼ବୋହୁ ଦେଖିଲା ଶାଶୁ ଶଶୁର ନଥିବା ବେଳେ ସେ ତୁଳସୀ ଚଉରା ରେ ଥିବା ମାଆ ବୃନ୍ଦାବତୀଙ୍କୁ ଅଣଦେଖା କରି କେତେ ପାପ ଅର୍ଜ୍ଜନ କରିଛି ତେଣୁ ଏବେ ମିଶିଗଲେ ତାର ପାପ ମୋଚନ ହେବ. ସାନବୋହୁ ର ସ୍ୱାମୀ କୃଷି ଉପରେ ନିର୍ଭର କରେ ତେଣୁ ସେ ଶାଶୁ ଶାଶୁରଙ୍କ ଠାରୁ ଅଲଗା ହେବାକୁ ଚାଁହୁନଥିଲା. ଏବେ ଶାଶୁ ଓ ଶଶୁର ଙ୍କୁ ବାଣ୍ଟିବା ଅସମ୍ଭବ ଜାଣି ସେ ମଧ୍ୟ ତୁଳସୀ ମୂଳେ ଆସି ଉପସ୍ଥିତ ହେଲା. ନାତି ନାତୁଣୀ ମାନେ ଏଇ କିଛି ଦିନ ହେବ ଜେଜେ ଓ ଜେଜେମାଆ ଙ୍କ ଠାରୁ ଗପ ଶୁଣିବା, ଜେଜେ ଙ୍କ ସଙ୍ଗେ ଯାଇ ତୋଟାରୁ ଆମ୍ବ, ପଣସ, ସପୁରୀ ଓ ପଇଡ଼ ତୋଳି ମଜ୍ଜା ନେବା ତଥା ବିଲ କୁ ଯାଇ ପାଳଭୂତ ସଙ୍ଗେ ଖେଳି ପାରୁନଥିଲେ ତ ସେ ନାତି ନାତୁଣୀ ମାନେ ମଧ୍ୟ ଦଉଡି ଆସିଥିଲେ ଜେଜେମାଆ ଙ୍କ ହାତ ପଣା ପିଇବାକୁ ତ ସମସ୍ୟାର ସମାଧାନ ହୋଇ ଯାଇଥିଲା. ଏବେ ନିଶା ଝିଅ ଘରୁ ଫେରିବା ପରେ ସ୍ୱାମୀଙ୍କ ସହ ପୁଣି ଘରେ ଦୁଇ ଦୁଇଟା ମାଆ ବୃନ୍ଦାବତୀ ଙ୍କ ଚଉରା ଦେଖି ଖୁବ ଅସନ୍ତୁଷ୍ଟ ହୋଇ କେମିତି ପୁଣି ଦୁଇ ବୋହୁ ଓ ଦୁଇ ପୁଅଙ୍କ ମନ ଯୋଡ଼ିବେ ସେହି କଥା ଚିନ୍ତା କରୁଥାନ୍ତି. ଘରୁ ମାନ ଅଭିମାନ, ମାନ ମତାନ୍ତର ଓ ପାତର ଅନ୍ତର ଦୂର କରିବାକୁ ଉପାୟ ପାଚୁଥାଆନ୍ତି. ଏଥର ସ୍ୱାମୀ ମଧ୍ୟ ନିଶାଙ୍କ କଥା ଓ ଭାବନା କୁ ସମ୍ମାନ ଦେଇ ସ୍ତ୍ରୀ ଙ୍କୁ ସହଯୋଗ କରୁଥାନ୍ତି ତ ସେଦିନ ଜେଜେ ଡାକ ପକେଇଲେ ଆସ ରେ ପିଲେ ତୁମ ଜିନିଷ ସବୁ ନେଇଯିବ. ପିଇସୀ ଦେଇଥିବା ଉପହାର ସବୁ ନେଇଯାଅ ବାଣ୍ଟି ବୋଲି ଡାକୁଥିବା ଜେଜେଙ୍କ ପାଖକୁ ଚାରି ନାତି ନାତୁଣୀ ଦଉଡି ଆସିଲେ.
    ପିଲାଙ୍କ ପାଇଁ କଣ ଆସିଛି ବୋଲି ଦୂରରେ ଠିଆ ହୋଇ ଦୁଇ ବୋହୁ ଲକ୍ଷ କରୁଥାନ୍ତି ତ ଏଇ ସମୟ ଓ ସୁଯୋଗ ର ସଦବ୍ୟବହାର କରି ନିଶା ଦଉଡି ଆସି ସ୍ୱାମୀଙ୍କ ପାଖରୁ ଦୁଇଟି ବୋତଲ ଉଠେଇ ନେଇ ଚାଲିଯିବା ବେଳେ କହିଲେ ଏ ମ୍ୟାଜିକ ବୋତଲ କାହାକୁ ଦେବନି. ଝିଅ ସଙ୍ଗେ ବୁଲିବାକୁ ଯାଇ ସେଇ ଦୁଇ ମ୍ୟାଜିକ ବୋତଲ ମୁଁ ଆଣିଥିଲି ଦୁଇ ବୋହୁଙ୍କୁ ଦେଲେ ସେମାନେ ସୌଭାଗ୍ୟବତୀ ହେବେ ତଥା ତାଙ୍କ ବାପଘର ଲୋକ ଭଲରେ ରହିବେ ଓ ବୋହୁ ଦୁହିଁଙ୍କର ନିଜ ନିଜ ବାପଘର ସଙ୍ଗେ ସମ୍ପର୍କ ମଜଭୂତ ହେବ ବୋଲି. ଏବେ ତ ଦେଖୁଛି ଗୋଟିଏ ଘରକୁ ଥରକୁ ଥର ଭାଙ୍ଗି ଖୁଣ୍ଟ ହୁଗୁଳା କରିବାରେ ଦୁହେଁ ଓସ୍ତାଦ, ତାଙ୍କୁ ନଦେଇ ବରଂ ବଡ ଦେଢ଼ଶୁର ଙ୍କ ଦୁଇବୋହୁ ଙ୍କୁ ଦେବି କହି ଶାଶୁ ବୋତଲ ଦୁଇଟି ଉଠେଇ ନେଇ ଘର ଭିତରକୁ ଚାଲି ଗଲା ପରେ ସେଦିନ ବଡ଼ ବୋହୁ ନିଶା ଶୋଇଥିବା ସୁଯୋଗ ନେଇ ଗୋଡ଼ ମୋଡ଼ୁ ମୋଡ଼ୁ ନିଶା ଚମକି ଚାହିଁଲେ ତ ବଡ଼ବୋହୁ ପଚାରିଲା ମାଆ ସେ ବୋତଲରେ କଣ ଅଛି? ସେ ବୋତଲ ମ୍ୟାଜିକ ବୋତଲ ଅଟେ. ସେଥିରେ ଥିବା ପାଣି ଯଦି ସବୁବେଳେ ପିଆ ଯାଏ ତେବେ ସ୍ୱାମୀଙ୍କ ଆୟୁଷ ବଢ଼େଓ ଭଲ ରୋଜଗାର ହୁଏ. ମତେ ତେବେ ବୋତଲଟିଏ ଦିଅନ୍ତୁ ମାଆ. ଆଜିକାଲି ଆପଣଙ୍କ ବଡ଼ପୁଅଙ୍କ ଲୁଗା ଦୋକାନ ଭଲ ଚାଲୁନି. ତତେ ଦିଅନ୍ତି ଯେ ଗୋଟେ ନିୟମ ଅଛି. ଯୋଉ ବୋହୁ ଘରକୁ ସବୁବେଳେ ଘର ବୋଲି ଭାବି ସମସ୍ତଙ୍କ ମନ ନେଇ ମାନ ରଖି ଚଳେ ସେ ମ୍ୟାଜିକ ବୋତଲ ପାଣି ସକାଳୁ ଉଠି ନିତ୍ୟ କର୍ମ ସାରି ତୁଳସୀ ମୂଳେ ଦେବା ସହ ପାନ କରେ ତା ସ୍ୱାମୀ ଓ ସନ୍ତାନ ତଥା ବାପଘର ଲୋକେ ଆୟୁଷ, ଆଶିଷ ପାଇ ଓ ନିରୋଗୀ ରହି ଧନଧାନ୍ୟ ପୂର୍ଣ୍ଣ ଜୀବନ ବିତାନ୍ତି ଆଉ ଯୋଉ ନାରୀ ଘରକୁ ଦୁଇଭାଗ କରି ଅଳସୀ, ଅଲଷ୍ମୀ ଓ ଅତିଥି ଅଭ୍ୟାଗତ ରେ ନୁଁହଁଇ ବିଶ୍ୱାସୀ ତଥା ଶାଶୁ ଶାଶୁରଙ୍କୁ ମାନେ ନାହିଁ. ତାକୁ ସେ ମ୍ୟାଜିକ ବୋତଲ ପାଣି କାଟୁ କରିବ ନାହିଁ. ଆଛା ମାଆ ମୁଁ ଯଦି ଆପଣଙ୍କ ସାନ ବୋହୁ ସହ କଳି ନକରି ମନ ମିଳେଇ ମିଳିମିଶି ଚଳେ ତେବେ ସେ ମ୍ୟାଜିକ ବୋତଲ ମତେ ଦେଵେ. ନିଶ୍ଚୟ ଦେବି. ସେ ପାଣି ଯେତିକି ଯେତିକି ସରୁଥିବ ସେତିକି ସେତିକି ଜଳ ଢାଳି ତାକୁ ଶ୍ରଦ୍ଧାର ସହିତ ପାନ କରୁଥିବ ତେବେ ଅଖଣ୍ଡ ସୌଭାଗ୍ୟବତୀ ହେବ. ବଡ଼ ବୋହୁ ଫେରିଯିବା ପରେ ସାନ ବୋହୁ ସନ୍ଧ୍ୟା ପୂର୍ବରୁ ଶାଶୁ ନିଶାଙ୍କ ମୁଣ୍ଡରେ ନବରତ୍ନ ତେଲ ଲଗେଇ ଦେଉ ଦେଉ ବଡ଼ବୋହୁ ପରି ସେଇ ମ୍ୟାଜିକ ବୋତଲ କଥା ପଚାରୁଥିଲା ଓ କଣ କଲେ ତାକୁ ସେହି ବୋତଲ ମିଳିବ ବୋଲି ଜାଣିବାକୁ ଚାଁହୁଥିଲା ତ ନିଶା ବଦବୋହୂକୁ କହିବା ପରି ସବୁ କଥା କହି ଘରକୁ ଯୋଡି ଏକାଠି ରଖିବାରେ ଯୋଉ ସ୍ତ୍ରୀ ର ତ୍ୟାଗ, ସଂଘର୍ଷ, ବଳିଦାନ ଅଧିକା ତା ପାଇଁ ବେଶୀ କାମ କରିବ କହିଥିଲେ.
   ଦିନ ଦୁଇଟା ଯାଇଛି କି ନାହିଁ ପୁଣି ଦୁଇ ଘର ମିଶି ଗୋଟିଏ ଘର, ଗୋଟିଏ ଅଗଣା, ଗୋଟିଏ ଚଉରା ତଥା ଗୋଟିଏ ରୋଷେଇ ଘର ଓ ଗୋଟିଏ ଠାକୁର ଘର ହୋଇଯାଇଥିଲା. ମ୍ୟାଜିକ ବୋତଲ କହୁଥିବା, ଏକା ପରି ଦୁଇ ବୋତଲ ରେ ଥିବା ଗଙ୍ଗାଜଳ ପୂର୍ଣ୍ଣ ବୋତଲ ଦୁଇଟିକୁ ହସ୍ତଗତ କରି ଦୁଇବୋହୁଙ୍କ ଭିତରେ ସଂସ୍କାର ଓ ସଂହତି ତଥା ଏକତା ଫେରେଇ ଆଣି ଶାଶୁ ନିଶା କହୁଥିଲେ ମାଆ ଗଙ୍ଗା ମାଆ ମୋ ପରିବାର କୁ ରକ୍ଷାକର. ସତକୁ ସତ ଦେଖାଗଲା ଦୁଇ ବୋହୁ ମ୍ୟାଜିକ ବୋତଲ ଭାବି ଗଙ୍ଗା ମାତାଙ୍କ ପାଣିକୁ ଏମିତି କାୟମନୋବାକ୍ୟ ରେ ସେବା ପୂଜା କରୁଥିଲେ ଘର ଗୋଟିଏ ହୋଇ ରହିବା ସହିତ ବଡ଼ ପୁଅର ଦୋକାନ ଓ ସାନ ପୁଅର ଚାଷ ପିତାଙ୍କ ପରାମର୍ଶ ରେ ଖୁବ ଭଲ ଚାଲୁଥିଲା. ନିଶା ଓ ସ୍ୱାମୀ ହରିହର ଏବେ କୁଆଡେ ବାହାରକୁ ଗଲେ ଓ ବେଶ କିଛି ଦିନ ରହି ଆସିଲେ ବି ଘର ଭାଙ୍ଗିବାର ଆଶଙ୍କା ନଥିଲା.



Rate this content
Log in

Similar oriya story from Tragedy