କାଉ ଓ ପିମ୍ପୁଡି
କାଉ ଓ ପିମ୍ପୁଡି
2 mins
0
କାଉ ଏତେ ଭଲ କାମ କରେ ଯେମିତି କି ସକାଳୁ ଉଠି କା କା ବୋବେଇ ବୋବେଇ ଉଠାଏ ସମସ୍ତଙ୍କୁ ପୁଣି ଵୁଦ୍ଧି ଲୋଟାଇ ମାଟି ମାଠିଆ ରେ ଥିବା ଅଳ୍ପ ପାଣି ସ୍ତର କୁ ଗୋଡି ପକାଇ ଉଠାଇ ପାଣି ପିଇ ଉଡ଼ିପାରେ ସତ କିନ୍ତୁ ସେଇ କାଉ ର ଗୋଟେ ଖରାପ ଗୁଣ ଅଛି ବୋଲି ସେଇଦିନ ଜଣା ପଡିଲା. ଯୋଉଦିନ ସେ ପିଲାଙ୍କ ଭୋକ ସମ୍ଭାଳି ନପାରି ପିମ୍ପୁଡି ପାଖରେ ଖାଦ୍ୟ କଣିକା ପାଇଁ ହାତ ପତେଇଥିଲା. ତିନିଦିନ ଧରି ବର୍ଷା ତୋଫାନ ହେଉଥିଲା ବୋଲି କାଉ ବାହାରକୁ ଖାଦ୍ୟ ଆଣିବାକୁ ଯାଇ ପାରୁନଥିଲା. ଏଣେ କାଉବସା ରେ ଥିବା କାଉ ଶାବକମାନଙ୍କ ସହ କୋଇଲି ଶାବକ ସବୁଙ୍କୁ ଖୁବ ଭୋକ ହେଉଥିଲା ତ ବାଧ୍ୟ ହୋଇ ପିମ୍ପୁଡି କୁ ଧାର ମାଗିଥିଲା କାଉ. ମାଆଟିଏ ସେ. ମାଆ ମନ ତାର ଛୁଆ ଙ୍କ ପାଇଁ ଡହଳ ବିକଳ ହେଉଥିଲା ତେଣୁ ସେ ଦଉଡି ଆସିଥିଲା ପିମ୍ପୁଡି ପାଖକୁ କିନ୍ତୁ ପିମ୍ପୁଡି ତାକୁ ଦେଲାନାହିଁ ରଖିଥିବା ଖାଦ୍ୟ କଣିକାରୁ କିଛି ବରଂ କହୁଥିଲା ଏତେ ଵୁଦ୍ଧି ତୋର ବୋଲି ସବୁଆଡେ ତୋର ପ୍ରଶଂସା ଦେଖିଲା ବେଳକୁ ସଞ୍ଚୟ ଗୁଣ ନାହିଁ. ଅନିଶ୍ଚିତ ଭବିଷ୍ୟତ ପ୍ରତି ସତର୍କ ନୁଁହଁ ତୁ! ତତେ ମୁଁ ଖାଦ୍ୟ ଦେଇପାରିବିନି. କଷ୍ଟ ଅର୍ଜିତ ଧନ ପରି ଖାଦ୍ୟ ମୁଁ ଦେଇପାରିବିନି ତତେ କହି ତାଟି କିଳି ଦେଇଥିଲା ପିମ୍ପୁଡି ଓ କାଉ ମନଦୁଃଖରେ ଫେରି ଆସିଥିଲା କିନ୍ତୁ କୋଇଲି କାଉର ଶାବକମାନଙ୍କ ସହ ତା ନିଜ ଶାବକମାନଙ୍କୁ ଆହାର ଯୋଗେଇ ସେମାନଙ୍କ କ୍ଷୁଧା ନିବାରଣ କରି ଚାଲିଥିଲା ତ କାଉ କୁ ଦୁଇଟା କଥା ବୁଝିବାକୁ ବାକି ନଥିଲା କି ଭବିଷ୍ୟତ ପାଇଁ ସଞ୍ଚୟ କରିବା ଯେପରି ଉଚିତ ସେପରି ମିଶିମାଶି ବା ମିଳିମିଶି ଚଳିଲେ ଆବଶ୍ୟକତା ବେଳେ ସାହାଯ୍ୟ ମିଳିପାରିବ. କାଉ ବସାରେ କୋଇଲି ଅଣ୍ଡା ଦେଇ କାଉ ଦ୍ୱାରା ଉଭୟ କାଉ ଓ କୋଇଲି ଛୁଆ ଫୁଟାଇଥାଏ ବୋଲି ଆଜି କୋଇଲି ସାହାଯ୍ୟ କରିଛି ସମସ୍ତଙ୍କୁ ଖାଦ୍ୟ ଯୋଗେଇ ଦେଇ ବୋଲି ବୁଝିବାକୁ କାଉ କୁ ବାକି ନଥିଲା.
ଏହାର କିଛି ଦିନ ପରେ କାଉ ବସିଥାଏ ବହି ଯାଉଥିବା ନଈ ଉପର ଦେଇ ଆମ୍ବ ଡ଼ାଳ ଉପରେ ତ ଦେଖିଲା ତଳେ ନଈ ଜଳ ସୁଅରେ ପିମ୍ପୁଡି ଟି ଭାସି ଯାଉଛି. କାଉ ଭୁଲି ଯାଇଥିଲା ଦିନେ ପିମ୍ପୁଡି ତାକୁ ଆବଶ୍ୟକ ସମୟରେ ସାହାଯ୍ୟ କରିନଥିଲା ବରଂ ପିମ୍ପୁଡ଼ିକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା କାଉ. ଆମ୍ବଗଛ ରୁ ପାଚିଲା ପତ୍ର ତୋଳି ନଈ ସୁଅ ରେ ପକାଇ ତା ସାହାଯ୍ୟରେ ପିମ୍ପୁଡି ନଈ ଜଳ ପାର ହୋଇ କୁଳରେ ପହଞ୍ଚିବା କୁ ସାହାଯ୍ୟ କରିଥିଲା ତାକୁ . କୁଳ କୁ ଆସି ପିମ୍ପୁଡି ହସିବା ପରିବର୍ତ୍ତେ କାନ୍ଦୁଥିବାର ଦେଖି କାଉ ତାକୁ ବୁଝେଇବା ବେଳେ ପିମ୍ପୁଡି ପାଖରେ ଭାଷା ନଥିଲା କାଉ କୁ କଣ କହି ଧନ୍ୟବାଦ ଦେବ!କାଉ ସବୁ ବୁଝିପାରି ପିମ୍ପୁଡି କୁ କହିଥିଲା ପଛ କଥା ଭୁଲିଯିବା ଉଚିତ. ପିମ୍ପୁଡି ଏବେ ଶିଖି ଯାଇଥିଲା ସାହାଯ୍ୟ କରିବା ଓ ପରୋପକାର କରିବା ଗୋଟେ ଗୋଟେ ଭଲ ଗୁଣ ଅଟେ. ସେହି ଗୁଣ ଆପଣେଇ ନେଲେ କାଉ ପରି ଆଗକୁ ବଢିବା ସହଜ ହେବ.
