STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ମଣିଷପଣିଆ

ମଣିଷପଣିଆ

4 mins
0

ମାଆ ମିନତି କହୁଥିଲେ ଆଉ ହେବନି ସମ୍ଭାଳି ଏ ଗରମ. ମତେ କୋଉ ବରଫ ଦେଶରେ ନେଇ ଛାଡ଼ିଦେ ପୁଅ. ତତେ ଏଇଥି ପାଇଁ କହୁଛି କି ବାପା ଓ ମୁଁ ଆମେ ଏ ଡିଜିଟାଲ ଯୁଗର ପଛ ଧାଡିର ମଣିଷ. ଅନଲାଇନରେ ନା ଠିକ କରିପାରିବୁ ସ୍ଥାନ ନିରୂପଣ ନା ବୁକ କରିପାରିବୁ ହୋଟେଲ କହୁଥିଲେ ପୁଅକୁ ମିନତି. ପୁଅ ସବୁ ଶୁଣି କହୁଥିଲା ମୁଁ ମାନୁଛି ଆମ ଗାଁ ଅଳ୍ପବୃଷ୍ଟି ଅଞ୍ଚଳ. ଖୁବ କମ ବର୍ଷା ହୁଏ. ଲଘୁଚାପ ଜନିତ ବର୍ଷା ଯେତିକି ସେତିକି, ନହେଲେ ନାହିଁ. ଏପଟେ ପୁରୀ, ସେପଟେ ଭୁବନେଶ୍ୱର ଓ ସାଇଡରେ ଜଟଣୀ ଇତ୍ୟାଦି ସ୍ଥାନରେ ପ୍ରବଳରୁ ପ୍ରବଳ ମେଘ ବର୍ଷା ହେଉଥିଲେ ମଧ୍ୟ ଆମ ଗାଁ ଆକାଶରେ ଉଠେଇଥିବା ମେଘ କୁଆଡେ ଉଡି ଯାଏ. ଏକଥା ତ ସବୁ ସତ ହେଲେ ମାର୍ଚ୍ଚରୁ ଅଗଷ୍ଟ ତୁ ଓ ବାପା ଯିବ କୋଉଠିକି? ବରଫ ଦେଶ କାଶ୍ମୀରକୁ ବୁଲିବାକୁ ଯାଇ ତୋର ସହକର୍ମୀ ଚିନ୍ମୟୀ ଗୁରୁମାଙ୍କ ମୃତ୍ୟୁ ତୁ ଏଯାଏଁ ଭୁଲିନୁ. ପୁଣି ଯୁଦ୍ଧ ଭୟ ସାଙ୍ଗକୁ ପ୍ରାକୃତିକ ଓ ଦୈବୀ ଦୁର୍ବିପାକର ଭୟ ବି ରହିଛି ତ କୁଆଡେ ଯିବୁ କହ?କୋଲକାତାର ଯେଉଁ ସବୁ ବରଫ ଭଳି ଜାଗା ଅଛି ଯେମିତିକି ଦାର୍ଜିଲିଙ୍ଗ,ସେସବୁ ସ୍ଥାନ ଖୁବ ଖର୍ଚ୍ଚ ବହୁଳ. ତତେ ଗଙ୍ଗମାତାଙ୍କ ଆଳତୀ ଭଲ ଲାଗେ ତ ହରିଦ୍ୱାର ଚାଲିଯା. ହରିଦ୍ୱାର ଯିବାର ଇଛା ବଳବତ୍ତର ହେଉଥିଲା ବେଳେ ଝିଅ ଆସି କହିଲା ବାପା ଓ ମାଆ ଉଭୟଙ୍କୁ ମୁଁ ନେଇଯାଉଛି କୋରାପୁଟ. ସେଠି ସୁନାବେଡାର ଜୋଇଁଙ୍କ କ୍ଵାଟରରରେ ଯେମିତି ବର୍ଷା ମୁଁ ସୁନାବେଡାରୁ ରହୁଥିବା ପଚାଶ କିଲୋମିଟର ଦୂର ରଣ୍ଡାପାଲୀରେ ମଧ୍ୟ ଖୁବ ବର୍ଷା. ଗରମ ନାହିଁ ଓ ଝାଳ ବୋହିବ ନାହିଁ କହିଲେ ଚଳେ.କେଵେ ମୋ ପାଖେ ଓ କେଵେ ସୁନାବେଡାରେ ରହି ସମୟ କଟିଯିବ. ଲାଗିବବରଫ ଦେଶରେ ରହିଲା ଭଳି.    
        ପୁଅ ଝିଅଙ୍କ କଥା ଶୁଣି ଭାବନା ରାଇଜରେ ହଜିଗଲେ ମିନତି. ଜୀବନରେ କରିଥିବା ଅନେକ ଭୁଲଭାଲ ଭିତରୁ ଏମିତି ଥରେ କୋରାପୁଟ ଯାଇ ଯେଉଁ ଭୁଲ କରିଛନ୍ତି ଭୁଲି ନାଁହାଁନ୍ତି ଏଯାଏଁ ସେ ସ୍ମୃତି. ସେଥର ଝିଅ ଜୋଇଁ ଉଭୟଙ୍କ ଛୁଟିର ସୁଯୋଗ ନେଇ ଭାଇଜାଗ ଯାଇ ଗେଷ୍ଟ ହାଉସରେ ରହୁ ରହୁ ସୀମାଞ୍ଚଳ ଯିବାର ସୁଯୋଗ ମିଳିଥିଲା ମିନତିଙ୍କୁ. ସେଠି ଦର୍ଶନ ଧାଡ଼ିରେ ଥିଲାବେଳେ ଦୃଷ୍ଟିଗୋଚର ହୋଇଥିଲା ଭିକାରୀ ମାନଙ୍କ ଭିତରେ ଜଣେ ପଙ୍ଗୁ ଓ ଅଥର୍ବ ଲୋକ ଉପରେ. କିଛି ତ କରିପାରିନି କାହାର ମଙ୍ଗଳ ଅନ୍ତତଃ ଶହେଟା ଟଙ୍କା ଦେଇ ଦିଅନ୍ତି କି ଲୋକଟିକୁ ଭାବୁ ଭାବୁ ନା ଦର୍ଶନ ଧାଡ଼ିରୁ ବାହାରି ପାରିଥିଲେ ନା ଫେରିଲା ବେଳେ ପୁଣି ସେପଟେ ଫେରି ଲୋକଟିକୁ ଭେଟି ପାରିଥିଲେ ମିନତି. ଦର୍ଶନ ଭିତରେ ତାଙ୍କୁ ଠାକୁରଙ୍କ ବଦଳରେ କେବଳ ସେହି ଲୋକଟି ଦିଶୁଥିଲା ଯାହାର ଗୋଟିଏ ଗୋଡ଼ ଆଣ୍ଠୁ ତଳକୁ ନଥିଲା. ନା କାଠ ଗୋଡ଼ ଲଗାଯାଇଥିଲା ବରଂ ଦୁଇ ପାପୁଲିରେ ଦୁଇ ଗୋଲିଆ କାଠ ପଟା କରି ଓ ସେଇ କାଠ ପଟା ପାପୁଲି ତଳେ ରଖି ଯିବା ଆସିବା କେତେ କଷ୍ଟ ସାଧ୍ୟ୍ୟ ପ୍ରଭୁ ଭାବି ମିନତି ଠାକୁରଙ୍କୁ ମିନତି କରି କହୁଥିଲେ କାହାକୁ ଏମିତି ଦୁଃଖ ଦିଅନା ପ୍ରଭୁ ଓ ଲୋକଟିକୁ ସହାୟତା ପ୍ରଦାନ କର ପ୍ରଭୁ କହିଚାଲିଥିଲେ.ସେଠୁ ଗେଷ୍ଟ ହାଉସକୁ ଫେରିବା, ସମୁଦ୍ରକୁଳେ ବୁଲିବା କାହିଁରେ ମନ ଲାଗୁନଥିଲା.ନୀରବ ଅଶ୍ରୁର ସାକ୍ଷୀ ମଧ୍ୟ ସେ ଏକା. ଏଥର ପୁଣି କୋରାପୁଟ ଯିବା ଶୁଣି ହୁଏତ ଆଉଥରେ ସୀମାଞ୍ଚଳ ଯିବାର ସୁଯୋଗ ମିଳିବ ଓ ସେହି ପଙ୍ଗୁ ଲୋକ ସଙ୍ଗେ ଦେଖା ହେଲେ ତାକୁ ହଜାରେ କି ଦୁଇହଜାରେ ବା କିଛି ସାହାଯ୍ୟ ସହଯୋଗ କରି ହେବ ଭାବି ମିନତି ବେଡିଙ୍ଗ ସଜାଡିଲେ ଓଡିଶାର ବରଫ ଅଞ୍ଚଳକୁ ଯିବାକୁ. ଝିଅ ଓ ଟିକି ନାତୁଣୀ ନାଇଟ କୋଚ ବସର ଆଗ ସିଟ ଦୁଇଟିରେ ବସିଲା ପରେ ପଛ ସିଟ ଦୁଇଟିରେ ମିନତି ଓ ସ୍ୱାମୀ ବସିଗଲେ ତ ଗାଡି ବଢୁଥିଲା ଆଗକୁ.   
      ଭୁବନେଶ୍ୱରରେ ଯାତ୍ରୀମାନେ ଫ୍ରେସ ହେବା ପାଇଁ ଓଲ୍ହେଇ ଗଲେ. ମିନତି ମଧ୍ୟ ଝିଅ ଓ ନାତୁଣଙ୍କ ସହ ଓଲ୍ହେଇ ୱାସ ରୁମ ଆଡକୁ ଆଗେଇ ଯାଉଥିଲେ. କିଛି ସମୟ ପରେ ଏତିକି ନମ୍ବର ବସ ଛାଡିବ ଡାକରାରେ ଧଡପଡ଼ ହୋଇ ଆସି ଦେଖିଲା ବେଳକୁ ଅପରୂପା ସୁନ୍ଦରୀ ଜଣେ ମିନତିଙ୍କ ସିଟରେ ବସି ସ୍ୱାମୀଙ୍କ ସଙ୍ଗେ ଘନିଷ୍ଠ ହୋଇଯାଇଛି. ଝିଅ ଓ ମାଆ କିଛି ବୁଝିବା ପୂର୍ବରୁ ତାର ତାଳି ମରା,ଢଙ୍ଗ,ରଙ୍ଗ ଓ ଚାଲି ତଥା ବୋଲିର ବେଢଙ୍ଗ ଜଣେଇ ଦେଉଥିଲା ସେ ସ୍ତ୍ରୀ ଲୋକ ଆଉ କେହି ନୁହେଁ ଜଣେ କିନ୍ନର. ବସ ଛାଡିବ ହେଲେ ସେ ସ୍ୱାମୀଙ୍କ ପାଖ ମିନତିଙ୍କ ସିଟରୁ ନଉଠି ଗପ ଯୋଡି ଦେଇଥିଲା ସ୍ୱାମୀଙ୍କ ସହିତ.ତ ତା ହାତ ଧରି ଉଠାଇ ଦେଇ ମୋ ସିଟ ଛାଡ଼ ମୁଁ ବସିବି କହୁ କହୁ କିନ୍ନରଙ୍କର ଡାହାଣ ପଟ କାଠଗୋଡ଼ ପଟକ ଖସିଗଲା. ମିନତି ଚମକି ପଡିଲେ. ଏ ତ ସେଇ ପଙ୍ଗୁ ଭିକାରୀ ଯାହାକୁ ସେ ଖୋଜି ଖୋଜି ନିଜ ପାପ ପଥରକୁ ପୁଣ୍ୟ ପତରରେ ପରିଣତ କରିବାକୁ ଚାଁହୁଥିଲେ. ଏଥର ସ୍ୱାମୀ ସ୍ତ୍ରୀ ଦୁହେଁ ଖସି ଯାଇଥିବା କାଠ ଗୋଡଟିକୁ କଟା ଆଣ୍ଠୁରେ ଲଗାଇ ତାଙ୍କୁ ସାଷ୍ଟାଙ୍ଗ କରିବାକୁ ଚେଷ୍ଟା କରୁ କରୁ କେତେ କଥା ଯେ ଭାବୁଥିଲେ ତାର ଠିକଣା ନଥିଲା.ବରଫ ଦେଶ ଭ୍ରମଣ ତ ପଛ କଥା କୋରାପୁଟ ଯିବାକୁ ଆଉ ଇଛା ନଥିଲା ମିନତିଙ୍କର. ହେଲେ ଟିକି ନାତୁଣୀ କହୁଥିଲା ଆମ ସୁନାବେଡାରେ ବର୍ଷା ହେଲେ ଖାଲି ବରଫ ପଡେ ତେଣୁ ସେଇଟା ବରଫ ଦେଶଟି ଅଜା!ଅଜା କହୁଥିଲେ ହଁ ତୋ ଅଜା ଘର ଅପେକ୍ଷା ଅଧିକ ଥଣ୍ଡା ନିଶ୍ଚୟ.ଆଈ ଲାଗିପଡ଼ିଥିଲେ ସେହି କିନ୍ନରଙ୍କ କାଠ ଗୋଡ଼ ଲଗାଇବାରେ. ଝାଳ ନଥିଲା କି ନଥିଲା ଗରମ ବରଂ କାଠ ଗୋଡ଼ଟି ବରଫ ପରି ମନେ ହେଉଥିଲା ମିନତିଙ୍କୁ. ସାହାଯ୍ୟ କରୁଥିଲେ ସ୍ୱାମୀ ଓ ଝିଅ.ସାଷ୍ଟାଙ୍ଗ ହେଲାପରେ କିନ୍ନର ଗପୁଥିଲେ ମିନତିଙ୍କ ଉତ୍ତରରେ ଯେ ସେ ଆକ୍ସିଡେଣ୍ଟରେ ଗୋଡ଼ ହରେଇଥିଲେ କାଶ୍ମୀର ପରି ବରଫ ଦେଶରେ. ସେଇଠୁ କୌଣସିମତେ ଚାଲିଆସିଥିଲେ ସୀମାଞ୍ଚଳ. ସେଠି ଭିକ୍ଷା ବୃତ୍ତି କରି ପେଟ ପୋଷୁ ପୋଷୁ ନିୟତି ସଦୟ ହେଲା. କାଠଗୋଡ଼ ଲାଗିଲା ଗୋଡ଼ରେ ତ ଚାଲି ବୁଲି ପାରିବା ପରେ ପୁରୀ ଆସିଲି ବୋଲି କହୁଥିଲେ . ପରିବାର ସଦସ୍ୟ ମତେ ମରିଯାଇଛି ଭାବି ପୁଣି ଜୀବନ୍ତ ହେବା ଦେଖି ଖୁସି ହେବା ପରିବର୍ତ୍ତେ ଦୁଃଖ କଲେ କାରଣ ମୋ ସାନଭାଇର ବାହାଘର ଠିକ ହୋଇସାରିଥିଲା ଓ ମୁଁ କିନ୍ନର ଭାବେ ରହୁଛି ଜାଣିଲେ ବାହାଘର ଭାଙ୍ଗିଯିବାର ଆଶଙ୍କା ଥିଲା ତ ମୁଁ ପୁଣି ସୀମାଞ୍ଚଳ ଫେରିଯିବାକୁ ବସିଥିଲି. ମିନତି କାନ୍ଦିପକେଇ କୁଣ୍ଢେଇ ପକେଇଥିଲେ ସେହି କାଠଗୋଡ଼ ଲାଗିଥିବା ଦୁଃଖୀ ମଣିଷଟିକୁ ଓ କହିଥିଲେ ତୁମେ ଆଜିଠୁ ମୋ ପୁଅ. ଆଉ କିନ୍ନର ପରି ରହିବା ଆବଶ୍ୟକ ନାହିଁ.ମିନତିଙ୍କ ନିଷ୍ପତ୍ତି ରେ ଏତେ ଗରମରେ ମଧ୍ୟ ବରଫ ଦେଶରେ ଥିଲା ଭଳି ଲାଗୁଥିଲା ତ ଝିଅ ତା ଭ୍ୟାନିଟ ରୁ ରାକ୍ଷୀ କାଢି ପିନ୍ଧେଇ ଦେଇ କହୁଥିଲା ତୁମେ ମୋର ଆଉଗୋଟିଏ ଭାଇ. ଚାଲ କୋରାପୁଟ ପରି ଓଡିଶାର ବରଫ ଦେଶ ବୁଲିଆସିବ ଭାଇ.
   



Rate this content
Log in

Similar oriya story from Tragedy