ଫୁଲ ଓ ଫଳ
ଫୁଲ ଓ ଫଳ
ଗେଣ୍ଡୁ ଫୁଲସବୁରେ ସକାଳୁ ସକାଳୁ ଶିଶିର ପଡିବା ଓ ତା ପରେ ଖରା ପଡି ମନକୁ ମନ ଶୁଖିବା ପ୍ରକୃତି ର ନିୟମ ସତ କିନ୍ତୁ ଗଛରେ ରହି ସତେଜ ଦିଶିବା ଗୋଟେ ପ୍ରକୃତିର ନିୟମ ବୋଲି ମାଆ ମଧୁମିତା ଆଜି ଝିଅ ସ୍ଵାଗତିକା କୁ ବୁଝାଇଲା ବେଳେ ଦୂରରୁ ବାପା ପ୍ରଶାନ୍ତ ହସୁଥିଲେ. ପ୍ରଶାନ୍ତ ବଡ଼ ଅଫିସର ହେଲେ ମଧ୍ୟ ଖୁବ ବଗିଚା ପ୍ରିୟ. ଜାତି ଜାତି ନେଳି ପରିବା ଓ ଶାଗ ଗଛ ଲଗାଇ ଖାଲି ଜଗା ଟିକେ ରଖିନଥିଲେ ଫୁଲ ଗଛ ପାଇଁ ବୋଲି ମନ ଦୁଃଖ କରିଥିଲା ଝିଅ ସ୍ୱାଗତିକା. କହିଥିଲା ଯେତେବେଳେ କୋଉ ଫୁଲ ଫୁଟେନି ସେତେବେଳେ ଗେଣ୍ଡୁ ଫୁଲ ବଗିଚାରେ ଶୋଭା ପାଇ ଥାଏ. ଏହା କହି ହିଡ଼ ପରି ଥିବା ମାଟିକି ନିଜ ହାତରେ କାଟି ଓ ପଟାଳି ପରି କରି ଗେଣ୍ଡୁ ଡ଼ାଳ ଲଗେଇ ପାଣି ଦେଇ କି ସୁନ୍ଦର ଗେଣ୍ଡୁ ଫୁଲ ସବୁ ଫୁଟିଥିଲେ!ବାପାଙ୍କୁ ଆଉ ପ୍ରତିବାଦ କରିବାର ସୁଯୋଗ ଦେଇନଥିଲା ସ୍ୱାଗତିକା. ମାଆ ମଧ୍ୟ ସେତେବେଳେ କହିଥିଲେ କି ତୋ ବାପା ଲଗେଇଥିବା ପରିବା ଗଛ ରେ ସବୁ ଫଳିଥିବା ଭେଣ୍ଡି, ଜହ୍ନି, କାକୁଡି, କଖାରୁ, ମକା, କଞ୍ଚାଲଙ୍କା କାମରେ ଆସିବ ଆଉ ଏ ଫୁଲ କଣ ହେବ! ସେତେବେଳେ ସ୍ୱାଗତିକା କହିଥିଲା ହଉ ଶୀତ ଦିନ ଆସୁ କେତେ ଟଗର ଫୁଲ ତୋଳି ଠାକୁର ପୂଜା କରିବୁ ମୁଁ ଦେଖିବିନି କି!ଏବେ କିନ୍ତୁ ଟଗର ଗଛରେ ଗଛେ ପୋକ କିନ୍ତୁ ସ୍ୱାଗତିକା ଲଗେଇଥିବା ଗେଣ୍ଡୁ ଗଛର ସତେଜ ଫୁଲ ସବୁ ଫୁଟିଥାଏ.ମା ମଧୁମିତା ଭାବୁଥିଲେ ସତରେ ତାଙ୍କ ଝିଅ ହାତରେ ଯାଦୁ ଅଛି ହେଲେ ଠାକୁର ପୂଜା କରିବାକୁ ଗଣି ଗଣି ଫୁଲ ତୋଳିବାକୁ ହୁଏ ମାଆ ମଧୁମିତାଙ୍କୁ. ଝିଅ ସ୍ୱାଗତିକା ର ବାରଣ ଯେ ଆବଶ୍ୟକତା ଠାରୁ ଅଧିକ ଫୁଲ ତୋଳି ଗଛ ବା ଗଛର ଡ଼ାଳ ଭାଙ୍ଗିଲେ ଗଛ ଦୁର୍ବଳ ହୋଇପଡିବ ମାଆ. ମାଆ ମଧୁମିତା କହିଲେ ପ୍ରକୃତିର ନିୟମ ମାନି ଫୁଲ ଫୁଟେ ଓ ଗଛ ଲୋଟେ ପୁଣି ଫୁଲ ତୋଳାଯାଏ ତ ମାଆ ଙ୍କ କଥା ଶୁଣି ସ୍ୱାଗତିକା ମନ ଶୁଖିଯାଇଥିଲା କହୁଥିଲା ତଥାପି ଯତ୍ନ ଦରକାର ମାଆ.ସବୁ ଜିନିଷ ପତ୍ରର ଯତ୍ନ ପରି ଗଛର ମଧ୍ୟ ଯତ୍ନ ନେବା ଆବଶ୍ୟକ ରହିଛି ତେବେ ଫୁଲଗଛ ସବୁ ଭଲ ଫୁଲ ଫୁଟେଇ ପାରିବ. ପ୍ରଶାନ୍ତ ଅଫିସ ବାହାରୁ ବାହାରୁ କହୁଥିଲେ ଆମ ଝିଅ ଠିକ କହୁଛି. ଯତ୍ନ କଲେ ରତ୍ନ ମିଳେ. ଆବଶ୍ୟକତା ଠାରୁ ଅଧିକା ଫୁଲ ଛିଣ୍ଡେଇ ଗଛ ପରି ମାଆ ଓ ଫୁଲ ପରି ସନ୍ତାନ ର ଅମଙ୍ଗଳ କରିବା ଉଚିତ ନୁଁହଁ. ସ୍ୱାଗତିକା ମୁଁହରେ ହସ ଉକୁଟି ସତେଜ ଦିଶୁଥିଲା ବାପାଙ୍କ କଥାରେ ଠିକ ଗେଣ୍ଡୁ ଫୁଲ ପରି. ଆଜି ଦିନ ସାରା ସେଇ କଥା ମନେପଡୁଥିଲା ବାପା ପ୍ରଶାନ୍ତଙ୍କର ତ କେତେବେଳେ ଅଫିସ ରୁ ଫେରିବା ସମୟ ଆସିଯାଇଥିଲା ତାଙ୍କୁ ଜଣା ପଡୁନଥିଲା.
ବାଟରେ ଗୋଟେ ଅଦ୍ଭୁତ ଦୃଶ୍ୟ ବାପା ପ୍ରଶାନ୍ତଙ୍କୁ ବିଚଳିତ କରିଥିଲା. ଗୋଟେ ମାଆ ଏପର୍ଯ୍ୟନ୍ତ ଜଳୁଥିବା ସୂର୍ଯ୍ୟ ତାପ ରେ କିଛି ପାଚିଲା ଆମ୍ଭ ଗଦେଇ ବିକ୍ରୀ ପାଇଁ ରଖିଥିଲା ଓ ପାଖରେ ବସିଥିବା ଛୋଟ କିଶୋରୀ ବୟସର ଝିଅଟି ଆମ୍ବ ଖାଇବାକୁ ମାଆ କୁ ମାଗି ନିରାଶ ରେ ଥକି ପଡୁଥିଲା. ମାଆ ବୁଝାଉଥିଲା କି ଆମ୍ବ ବିକ୍ରୀ କରି ସାରିବା ପରେ ସାହୁକାର କୁ ତାଙ୍କ ଆମ୍ବ ଦେବା ପଇସା ପୈଠ କରିସାରିବା ପରେ ଯାଇ ଲାଭ ପଇସାରେ ତତେ ଆମ୍ବ କିଣି ଖାଇବାକୁ ଦେବି ଝିଅ. ଧର୍ଯ୍ୟ ଧରିବା ଶିଖି. ଛୋଟ ଝିଅଟିର ତଣ୍ଟି ଭୋକ ଶୋଷ ରେ ଅଠା ଅଠା ହୋଇଯାଉଥିଲା ପରେ ବି ମାଆ ବୁଝେଇ ଚାଲିଥିଲା ଯେ ଦଶ କିଲୋ ଆମ୍ଭ ରୁ ତତେ ଗୋଟେ ଦେଇଦେଲେ ଓଜନ କମିଯିବ ଝିଅ. ସାହୁକାର କଣ ବୁଝିବ ନା ଫେରାଇ ନେବ! ଦେଖୁଛୁତ ଆଜି ଦିନ ସାରା କେହି ଗୋଟେ ମଧ୍ୟ ଆମ୍ବ କିଣି ନେଉନାହାଁନ୍ତି. ବାପା ତୋର ରୋଗ ଶଯ୍ୟାରେ. ତାଙ୍କ ପାଇଁ ଔଷଧ ଟିକେ କିଣିବାକୁ ମଧ୍ୟ ମୋ ପାଖରେ ପଇସା ନାହିଁ. ଦିନ ସାରା ଏ ଚିରା ଶାଢ଼ୀ ପଣତ ଘୋଡେଇ ରଖି ରଖି ଆମ୍ଭକୁ ଶୁଖିଯିବାକୁ ଦେଇନି. ଏତିକି ପରେ ଆଉ ଶୁଣିବାକୁ ଧର୍ଯ୍ୟ ନଥିଲା ପ୍ରଶାନ୍ତବାବୁଙ୍କର. ଗାଡି ରୋକି ଡ୍ରାଇଭରକୁ କହି ସବୁତକ ଆମ୍ଭ କିଣି ଡ଼ିକିରେ ରଖିଲା ପରେ ଦୁଇହଜାର ଟଙ୍କା ଦେବା ସହ ମାଆ ଓ ଝିଅ ହାତକୁ ଆମ୍ବ ଦୁଇଟି ଲେଖାଏଁ ଉଭୟ ମାଆ ଝିଅଙ୍କ ହାତକୁ ବଢ଼େଇ ଦେଇଥିଲେପ୍ରଶାନ୍ତ ବାବୁ.ମାଆଟି କିଛି କହିବା ପୂର୍ବରୁ ପ୍ରଶାନ୍ତ କହିଥିଲେ ଆଗେ ଆମ୍ବ ଖାଇସାର ତା ପରେ କହିବ. ସେତେବେଳକୁ ଝିଅଟି ଆମ୍ବଟିକୁ ଖାଇ କହୁଥିଲା ଆମ୍ବ ଏତେ ମିଠା କିନ୍ତୁ ଖଟା କହି ଯେତେ ମାଗିଲେ ମଧ୍ୟ ଦେଉନଥିଲୁ ମାଆ.ଏବେ ଏ ବାବୁ ଦେବାରୁ ମୋ ଭୋକ ଶୋଷ ମେଣ୍ଟିଗଲା ମାଆ. ନେ ତୁ ବି ଖା କହୁଥିଲା ଛୋଟ ଝିଅ ଆଶା . ମାଆ କିନ୍ତୁ ସାତଶହ ଟଙ୍କା ରଖି ବାକି ତେରଶହ ଟଙ୍କା ଫେରସ୍ତ କରି ପ୍ରଶାନ୍ତ ଙ୍କୁ ନେବାକୁ ନେହୁରା ହେଲାବେଳେ ପ୍ରଶାନ୍ତ କହିଥିଲେ ତୁମ ଝିଅ ଭିତରେ ମୁଁ ମୋ ଝିଅ ସ୍ୱାଗତିକା କୁ ଦେଖୁଥିଲି ଯିଏ ଆମ୍ବ ଖାଇବାକୁ ଖୁବ ପସନ୍ଦ କରେ ଆଉ ଭଲପାଏ ଗେଣ୍ଡୁ ଫୁଲକୁ.ଏ ବଳକା ଟଙ୍କାରେ ତୁମ ଝିଅ ପାଇଁ ଆମ୍ବ କିଣିନେବ. ଏଇ ଟିକିଏ ଆଗରୁ ତାକୁ କଥା ଦେଇଥିଲ. ହଁ ଯେ ବାବୁ ଆମେ ଗରୀବ ଲୋକ ଆମ ପିଲାଙ୍କୁ କଥା ଦେଇ କଥା ରଖିବାରେ ଅସମର୍ଥ ଆମେ . ନା ତୁମେ ସମର୍ଥ କାରଣ ତୁମ ପାଖରେ ଶିକ୍ଷା ଦେବାର କ୍ଷମତା ସାଙ୍ଗକୁ ତୁମ ଝିଅ ପାଖରେ ଧର୍ଯ୍ୟ ଅଛି ନଚେତ ଏତେବଡ ଖରାରେ ମାଆ ଝିଅ ଦୁହେଁ ପାଖରେ ଆମ୍ବ ଥାଇ ମଧ୍ୟ ଭୋକ ଶୋଷ ରେ ନିଷ୍ଠା, ଚେଷ୍ଟା ଓ ପରାକାଷ୍ଠା ଦେଖାଇଥିବାରୁ ତୁମର ସମସ୍ତ ଆମ୍ବ ବିକ୍ରୀ ହୋଇପାରିଛି ଭଗବାନ ଙ୍କ ଦୟାରୁ . ହଁ ବାବୁ ଆପଣ ମଣିଷ ରୂପେ କୋଉ ଦେବତା ରୂପୀ ମ୍ୟାଜିକ ବୋତଲ ନଚେତ ସବୁତକ ଆମ୍ବ କିଣି ନେବା ସହ ବକ୍ସିସ ଦେଇ ନଥାନ୍ତେ. ଖାଲି ସେତିକି ନୁଁହଁ ତୁମକୁ ଆଜି ଆମ ଘରକୁ ଯାଇ ମୋ ଝିଅକୁ ଦେଖିବାକୁ ପଡିବ. ମାଆ ଝିଅ ଦୁହେଁ ବିନା ଦ୍ଵିଧା ରେ ପ୍ରଶାନ୍ତ ଙ୍କ ସଙ୍ଗେ ତାଙ୍କ ଘରକୁ ଯାଇଥିଲେ ଓ ସ୍ୱାଗତିକା ସବୁ ଶୁଣି କହିଥିଲା ଏଣିକି ଆମ୍ବ ବଦଳରେ ଆମ ବଗିଚାରୁ ମୋ ହାତ ଲଗା ଗଛରୁ ଗେଣ୍ଡୁ ଫୁଲ ନେଇଯିବ ମାଉସୀ. ଦେଖିବ ଖୁବ ଭଲ ବିକ୍ରୀ ହେବ ଆଉ ମଉସାଙ୍କୁ ସେହି ପଇସାରେ ଭଲ କରିବ ତଥା ଛୋଟ ଝିଅ ଆଶା ର ପାଠ ପଢ଼ା ଆଶା ମଧ୍ୟ ପୁରଣ କରିପାରିବ. ସେହିଦିନଠୁ ମାଆଟି ଆସି ସ୍ୱାଗତିକା ଲଗେଇଥିବା ଗେଣ୍ଡୁ ଗଛରୁ ଗେଣ୍ଡୁ ଫୁଲ ନେଇ ମାଳ କରି ମନ୍ଦିର ସାମ୍ନା ରେ ବିକି ସ୍ୱାମୀଙ୍କୁ ଭଲ ଡାକ୍ତର ଦେଖାଇ ଭଲ କରିବା ସହ ଝିଅ ଆଶାକୁ ପାଠ ପଢ଼େଇ ପାରିଥିଲେ. ସ୍ଵାଗତିକା ଙ୍କ ଠାରୁ ଶିଖି ଏଣିକି ବଡ଼ ଫୁଲ ଗଛ ବଗିଚା କରିଥିଲେ. ସ୍ୱାଗତିକା ଏସବୁ ଦେଖି ଖୁବ ଖୁସି ହେଲା ବେଳେ ମାଉସୀ କହିଲେ ତୁମ କଥା ଓ ଏ ଫୁଲ ବଗିଚା ସତରେ ମୋ ପାଇଁ ମ୍ୟାଜିକ ବୋତଲ ଗୋଟେ ଗୋଟେ. ସ୍ୱାଗତିକା ମାଉସୀଙ୍କ ସଫଳତାରେ ଖୁବ ଖୁସି ହେଲାବେଳେ ତା ମାଆ ମଧୁମିତା ଓ ବାପା ପ୍ରଶାନ୍ତ ମଧ୍ୟ ଖୁବ ଖୁସି ହୋଇଥିଲେ.ସ୍ଵାଗତିକା ମାଉସୀଙ୍କୁ ହାପି ମଦର ଡେ କହି ସଦିଚ୍ଛା ଜଣେଇଲା ବେଳେ ଆଶା ମଧ୍ୟ ମଧୁମିତାଙ୍କୁ ମାତୃଦିବସ ପାଇଁ ସଦିଚ୍ଛା ଜଣେଇବାକୁ ଭୁଲିନଥିଲା. ଫୁଲ ପାଇଁ ଗଢି ଉଠିଥିବା ଏ ସମ୍ପର୍କ ର ନାମ ହିଁ ମ୍ୟାଜିକ ବୋତଲ ସଦୃଶ ମାତୃଦିବସ ଥିଲା ଯେମିତି.
