STORYMIRROR

Sunanda Mohanty

Inspirational Thriller Children

4  

Sunanda Mohanty

Inspirational Thriller Children

ମ୍ୟାଜିକ ପୁସ୍ତକ

ମ୍ୟାଜିକ ପୁସ୍ତକ

3 mins
1

ସ୍ତ୍ରୀ ସୁଭଦ୍ରା ଙ୍କ ପାଖରେ ନିଶ୍ଚୟ ଗୋଟେ ମ୍ୟାଜିକ ବୋତଲ ଥିଲା ବୋଲି ସ୍ୱାମୀ ଆଦିକନ୍ଦ ବାବୁ ସୁଭଦ୍ରାଙ୍କୁ ବେଳେ ବେଳେ ଇର୍ଷା କରୁଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ. ସୁଭଦ୍ରାଙ୍କ ନିଜ ଯଶ, କ୍ଷାତି ତଥା ସୁଖ୍ୟାତିର ଶ୍ରେୟ ସେ କେବେ ସ୍ୱାମୀଙ୍କୁ ଦେଇନାଁହାନ୍ତି. ନିଜ ବାପାଙ୍କୁ ସବୁବେଳେ ଶ୍ରେୟ ଦେଉଥିବା ସୁଭଦ୍ରାଙ୍କ ପାଇଁ ଏକଥା ସତ ଥିଲେ ମଧ୍ୟ ଆଦିକନ୍ଦ ବାବୁଙ୍କ  ସାହଚର୍ଯ୍ୟ ବିନା କିଛି କରିବାକୁ କେବେ ବି ସାହାସ କରିନାଁହାଁନ୍ତି. ଏମିତିକି ତାଙ୍କ ହାତ ତିଆରି ବଗିଚାରେ ଥିବା ପ୍ରତିଟି ଫୁଲଗଛରେ ଆଦିକନ୍ଦ ବାବୁଙ୍କ ହାତ. ପ୍ରତିଟି ଗଛ ମଧ୍ୟ ଆଦିକନ୍ଦ ଙ୍କ ସୁନିର୍ବାଚିତ ଚାରା କିନ୍ତୁ ବଗିଚା ସବୁ ସୁଭଦ୍ରାଙ୍କ ନାମ ଜପୁଥାଆନ୍ତି. ଗଛରେ ବସୁଥିବା ଛୋଟ ଓ ବଡ଼ ପକ୍ଷୀ ସୁଭଦ୍ରାଙ୍କ ନାମ ଘୋଷୁଥାଆନ୍ତି ଯେମିତି .ପକ୍ଷୀ କାକାଳୀରେ ସତେ ଯେମିତି ସୁଭଦ୍ରା ବୋଲି ଡାକୁଥାଆନ୍ତି. ଘରକୁ ଯିଏ ଆସିଲେ ସୁଭଦ୍ରାଙ୍କୁ ପ୍ରଶଂଶା କରନ୍ତି. ଆଦିକନ୍ଦ ଭାବନ୍ତି ପ୍ରତିଟି ଗଛ ଚାରା ଓ ଫୁଲ ଗଛ ଚାରା ମଧ୍ୟ  ସେ ଆଣିଛନ୍ତି କିନ୍ତୁ ଘରକୁ ଯିଏ ଆସିଲେ ସେ ସୁଭଦ୍ରାଙ୍କ ଗୁଣ ଗାନ କରୁଥାନ୍ତି. ଆଦିକନ୍ଦ ଙ୍କ ଜ୍ଞାନ ଗୁଣ ଓ ପରୋପକାର ଭୁଲି ଲୋକେ ସୁଭଦ୍ରାଙ୍କୁ ପ୍ରଶଂସା କରୁଥାନ୍ତି ଓ ଆଦିକନ୍ଦ ବେଳେ ବେଳେ ବିଚଳିତ ହୋଇପଡିଲେ ମଧ୍ୟ ଭାବନ୍ତି ପ୍ରକୃତରେ ସୁଭଦ୍ରାଙ୍କ ଦ୍ୱାରା ପ୍ରକାଶିତ ଗଳ୍ପ, ଉପନ୍ୟାସ, କବିତା, ଶିଶୁଗଳ୍ପ, ଶିଶୁ କବିତା ତଥା ପ୍ରବନ୍ଧ ର ଗୋଟେ ନିଆରା ଧାରା ଅଛି ବୋଲି କିନ୍ତୁ ମାନିଥାଆନ୍ତି ସ୍ୱାମୀ ଆଦିକନ୍ଦ . ପତ୍ରିକା ଓ ପେପର ସବୁରେ ବାହାରୁଥିବା ଲେଖା ପଢି ପ୍ରସଂଶକ ମାନଙ୍କ ସୁଅ ଛୁଟେ ଘରକୁ . ଆଉ ଏବେ ସୁଭଦ୍ରାଙ୍କ ଆବର୍ତ୍ତମାନ ପରେ ଖାଲି ପ୍ରସଂଶକ ନୁଁହଁନ୍ତି ସୁଭଦ୍ରାଙ୍କ ଶେଷ ଲେଖା ସବୁକୁ ପ୍ରକାଶ କରିବାକୁ ପ୍ରକାଶକ ମାନଙ୍କ ଭିଡ଼ ମଧ୍ୟ ଜମିଯାଏ ଘରେ ତ ଆଦିକନ୍ଦ ବାବୁ କାହାକୁ କହନ୍ତି ଖୋଜୁଛି ପାଇନି ପାଇଲେ ଜଣେଇବି. କାହାକୁ କହନ୍ତି ସୁଭଦ୍ରାଙ୍କ ଏତେ ଅପ୍ରକାଶିତ ପାଣ୍ଡୁଲିପି ସବୁ ଭିତରେ ଶେଷ ଲେଖା ସବୁ କୋଉ ଗୁଡିକ କେମିତି ଜାଣିବି!ପୁଣି କାହାକୁ କହନ୍ତି ବୋଧହୁଏ କୋଉଠି ଫାଇଲ କରି ରଖିଛନ୍ତି ମିଳିନି.ମିଳିଲେ ଜଣେଇବି.
   ଗୋଟେ କଥା କିନ୍ତୁ ନିଶ୍ଚିନ୍ତ ଥିଲା ଯେ ମୃତ୍ୟୁର କିଛି ଦିନ ପୂର୍ବରୁ ପୁଅ ପାଖକୁ କଲିକତା ବୁଲି ଆସିଥିଲେ ସୁଭଦ୍ରା ଓ ସ୍ୱାମୀ ଆଦିକନ୍ଦ. ସେଠାରେ ଥିଲାବେଳେ ଅନେକ ଲେଖା ସେ ଲେଖିଥିଲେ ମ୍ୟାଜିକ ବୋତଲ ଉପରେ. କବିତା, ଗଳ୍ପ ଗୁଡିକ ଏକାଠି କରି ଟିକି ନାତି ବାବା କୁ ଆଖିରେ ରଖି, ତା ମନସ୍ତତ୍ଵ କୁ ପଢି ନେଇ ତଥା ତା ସହ ଇକୋ ପାର୍କକୁ ଯାଇ ପୃଥିବୀ ର ସପ୍ତାଶ୍ଚର୍ଯ୍ୟ ସେଠାରେ ଦେଖିବା ସହ ଛୋଟ ପିଲାଙ୍କ ସ୍ନେହ, ସରଳତା, ଅଭିମାନ ଓ ଅଭିଯୋଗ ତଥା ନିଷ୍କପାଟ ଗୁଣ ସବୁ କୁ ନେଇ ଅନେକ ଗଳ୍ପ ଓ କବିତା ଲେଖି ସୁଭଦ୍ରା ଭାବିଥିଲେ ଓଡିଶା ଫେରିଲେ ପ୍ରକାଶ କରିବେ ବହିଟିଏ. ସେହି ବହିର ନାମ କଣ ମ୍ୟାଜିକ ବୋତଲ ରଖିବ ନା କଣ ବୋଲି ପଚାରିଥିଲେ ଆଦିକନ୍ଦ ତ ସୁଭଦ୍ରା କହିଥିଲେ ନା ବହିଟିର ନାମ ରଖିବି କଚଟତପ ବା ଖଛଠଥଫ ବା ଗଜଡ଼ଦବ ବା ଘଝଢଧବ ବା ଊଂଣନମ. ତୁମ ଲେଖା ସବୁ ତ ମ୍ୟାଜିକ ବୋତଲ ପରି ତେବେ ମ୍ୟାଜିକ ବୋତଲ କାହିଁକି ନୁଁହଁ ବୋଲି ପଚାରିଥିଲେ ଆଦିକନ୍ଦ ତ ସୁଭଦ୍ରାଙ୍କ ସେମିତି ପୂର୍ବ ଭଳି ଉତ୍ତର ଥିଲା ଯେ ମୋ ବାପା ଙ୍କ ଠାରୁ ଯାହା ଶିଖିଛି ତାହା ସରିବା ପରେ ତମଠୁ ଵୁଦ୍ଧି ନେବି. ଏବେ କିନ୍ତୁ ତାଙ୍କ ଆବର୍ତ୍ତନ ପରେ ସେହି ଅପ୍ରକାଶିତ ଲେଖା ସବୁକୁ ସ୍ମୃତିଗୁଚ୍ଛ କରି ଛାତିରେ ଚାପି ଧରି ଆଦିକନ୍ଦ କିଛି ଆଘ୍ରାଣ କରନ୍ତି. ସେ ଯେତିକି ଦୂରେଇ ଗଲେ ବି ସୁଭଦ୍ରା ତାଙ୍କୁ ହରେଇ ଦେଇ ବିଜୟିନୀ ହୋଇ ଯାଇଛନ୍ତି ଏକଥା ଆଜି ହୃଦୟଙ୍ଗମ କରି ସେହି ଶେଷଲେଖା ସବୁକୁ ପ୍ରାଣପ୍ରିୟା ପତ୍ନୀଙ୍କ ଠାରୁ ମଧ୍ୟ ଅଧିକ ଲାଗୁଥିଲା ଆଦିକନ୍ଦଙ୍କୁ. ନଥିଲା ମାନ କି ଅଭିମାନ. ପ୍ରକାଶକ ମାନେ କିଏ କଣ ଭାବୁଥିଲେ. ଭାବ ପୂର୍ଣ୍ଣ ଗଳ୍ପ ଓ କବିତା ତଥା ଶିଶୁଗଳ୍ପ ଗୁଡିକ ନପାଇ ଅବିଶ୍ୱାସ ଆଖିରେ ଆଦିକନ୍ଦବାବୁଙ୍କୁ ଦେଖୁଥିଲେ ହେଲେ ପୁଅ ସେସବୁର କପି ରଖି କଲିକତାରୁ ପ୍ରକାଶିତ କରିଆଣିଥିଲା ପୁସ୍ତକ କେଇଟି ଯାହାର ନାମ ଥିଲା ମ୍ୟାଜିକ ବୋତଲ.ସେ ବହି ପଢି ସମସ୍ତେ କହୁଥିଲେ ସୁଭଦ୍ରା ନିଜେ ଗୋଟେ ମ୍ୟାଜିକ ବୋତଲ ଥିଲେ. ସେ ମରି ମଧ୍ୟ ଅମର.



Rate this content
Log in

Similar oriya story from Inspirational