STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ସେଇ ଝିଅଟି 

ସେଇ ଝିଅଟି 

2 mins
0


ସାତରଙ୍ଗ ରୁ ଆକାଶୀ ବାଛି 
ଫ୍ରକ ପିନ୍ଧିଛି ଗୋଲାପୀ ଛିଟି 
ସେଇ ଝିଅଟି 
ଟଣା ଟଣା ଆଖି ତାର କଥାକୁହା 
ସତେ ଯୋଡି ଯୋଡି ବଣି ଦୁଇଗୋଟି 
ସେଇ ଝିଅଟି 
ଜନ୍ମ ପୂର୍ବରୁ ସମସ୍ତେ ଚାଁହୁଥିଲେ 
ପେଟରୁ ମାରିବାକୁ ଝିଅଟିକୁ ହେଳେ 
ସେଇ ଝିଅଟି 
ଜନ୍ମ ହେଲା ଅନାଦରେ ବଢିଲା 
ସୁକୋମଳ ଝିଅର ଦରୋଟି କଥା 
ଭୁଲେଇଦେଲା ଅତୀତ ପୋଥି ଗୋଟି 
ସେଇ ଝିଅଟି 
କଷ୍ଟ ସରିନଥିଲା ଝିଅ ବଢ଼ିବି ବଢିନଥିଲା 
ଦିନେ ନଈ ପଠାରୁ ମୃତ ଦେହ ମିଳିଥିଲା  
 ମୁଠିରେ ଥିଲା ଚୁଟି ଶୋଇଲା ଆଖି ତରାଟି 
ସେଇ ଝିଅଟି 
ଫ୍ରକ ଟି ଭାରି ମାନୁଥିଲା କହି ତାର ବୋଉ
ବାହୁନା ଶୁଭୁଥିଲା ସତେ ଦୂରୁ ହୁକେ ହୁ 
କିଏ ସେହି ନୃସଂଶ ଧରାପଡିଲେ ଝିଅ 
ଆଉ କେ ଦେବ ମାଆକୁ ସହିଛି ଲହୁ ଲୁହ 
ସେଇ ଝିଅଟି 
ଫ୍ରକ ସାରା ରକ୍ତ ମରିବା ପୂର୍ବରୁ କଣ ଭାବିଥିବ
ଏ ସମାଜ ରେ ଏମିତି ରାକ୍ଷସ ଜୀବନେ ଆସିବ 
ଚପଳମତୀ ଝିଅ କେବେ ଭାବିନଥିବ 
କାହାର କି ଦୋଷ କରିଥିଲା 
ଅର୍ଦ୍ଧ ଚାନ୍ଦ ଗୋଲ ହେବା ପୂର୍ବରୁ ଲୁଚିଗଲା 
କିଏ କି ପ୍ରମାଣ ପାଇଲେ କାହାର କି ଗଲା 
ସେ ଆଉ ଫେରିବଟି 
ଝୁମୁ ଝୁମୁ ପାଉଞ୍ଜିର ସ୍ୱର ଲିଭିଗଲା 
ନା ଲିଭେଇ ଦିଆଗଲା ଜନ୍ମଦାତ୍ରୀ କାନ୍ଦେ ଟି 
ସେଇ ଝିଅଟି 
 ସ୍ବପ୍ନ ଦେଖିବା ଆଗରୁ ପ୍ରଜାପତି ଧରୁଥିଲା 
 ସତ୍ୟ ଚିହ୍ନିବା ଆଗରୁ ଫୁଲ ପରି ଫୁଟିଥିଲା 
 ଦଣ୍ଡ କାହାକୁ ମିଳୁ କି ନମିଳୁ ଫୁଲ 
 ଫୁଟିବା ଆଗରୁ ଝରିଗଲା 
ଦୋଷ ତାର କଣ ଥିଲା 
କଙ୍କି ଧରୁଥିବା ସେଇ ଝିଅଟି 
ମାଆ କୁ ସାରା ଜୀବନ ଦୁଃଖ ଦେଇଗଲା 
ଏମିତି କାହିଁକି ହେଲା କହିବେ କିଏ ଭଲା 
ସେ ଆଉ ନଥିଲା ଆକାଶୀ ଫ୍ରକ ସହ ଗଲା 
 ଗଲା ଯେ ଗଲା ଲେଉଟିନଥିଲା 
ସେଇ ଝିଅଟି
,,,,,,,,,,,,,,,


Rate this content
Log in

Similar oriya story from Tragedy