ସ୍ପର୍ଶ ଓ ମୋକ୍ଷ
ସ୍ପର୍ଶ ଓ ମୋକ୍ଷ
ନୀରବ କାନ୍ଥ ଟପି ସ୍ତ୍ରୀ ଙ୍କ ରୁମକୁ ପଶିଥିଲେ ବୃନ୍ଦାବନ କିନ୍ତୁ ଶେଷ ହୋଇଯିବାର ଥିଲା ସେ ଦାମ୍ପତ୍ୟ ଯାହାକୁ ନା ରୋକିପାରିବେ ବୃନ୍ଦାବନ ନା ଶୋଷି ଶୁଖେଇ ପାରିବେ ଚନ୍ଦ୍ରିକା. ଘର କରିଥିଲେ ପଥର ପଡିଲେ ସହି ସତ କିନ୍ତୁ ଚନ୍ଦ୍ରିକା ଓ ବୃନ୍ଦାବନ ଯୋଉ ଘର କରିଥିଲେ ସେ ଘର ତ ଦୁଇ ଭାଗ ହୋଇସାରିଥିଲା ନୀରବତା କାନ୍ଥ, ଗାମ୍ଭୀର୍ଯ୍ୟ କବାଟ ଓ ଧର୍ଯ୍ୟ ର ପଞ୍ଜର ରେ. ତେବେ ଏବେ କଣ ପାଇଁ ବ୍ୟାକୁଳ ବୃନ୍ଦାବନ! ଡକ୍ଟର କହିସାରିଲେଣି ଆଉ ନୁଁହଁ ନେଇଯାଆନ୍ତୁ ଘରକୁ. ଘରେ ଦୁଇଟା ମଣିଷ କିନ୍ତୁ କେହି କାହାର ଅନୁପୂରକ ହେଉ ହେଉ ମୋକ୍ଷର ଦ୍ୱାହିରେ କି ଧର୍ମ ର ଆଖିରେ ଦୁହେଁ ଥିଲେ ପରସ୍ପରର ପରିପୂରକ. ଜଣେ ରା଼ନ୍ଧି ବାଢି ଚାହିଁଥାଏ ପଥକୁ ସ୍ୱାମୀଙ୍କର ଆଉ ଅନ୍ୟ ଜଣେ ଜୀବନ ଜୀବିକା ମଧ୍ୟରେ ସଂଘର୍ଷ କରୁ କରୁ ଭୁଲି ଯାଇଥିଲେ ଦୁଇ ଆତ୍ମା ଏକାତ୍ମ ହେବାକୁ ଅପେକ୍ଷା କରିଛି. ଦୁଇଜଣ ଙ୍କ ଭିତରେ ଘରଟା ଖାଲି ମାଡି ପଡ଼ୁ ପଡ଼ୁ ମନ ଟା ମଧ୍ୟ ଠପ ହୋଇଯାଇଥିଲା ନୀରବତା ବାତାବରଣ ଓ ନୀରବ ଅଦେଖା କାନ୍ଥ ଭିତରେ.
ତେବେ ଆଜି ଏ ଲୁହ କାହିଁକି ବନ୍ଧ ବାଡ଼ ମାନୁନି ଆଖିରୁ!ବୃନ୍ଦାବନ ଆଜି କାହିଁକି ନିଥର ଅନୁଭବ କରୁଛନ୍ତି. ଶୁଷ୍କ ଓଠରୁ ଗଡି ଆସୁଥିବା ଧଳା ଫେଣ ଭରା ଓଠରେ ଚନ୍ଦ୍ରିକାଙ୍କୁ ଶେଷ ଚୁମ୍ବନ ଦେଉ ଦେଉ କି ଆଶା ଓ ଅବଶୋଷ ପୁରଣ କରିଛନ୍ତି ସ୍ତ୍ରୀ ଚନ୍ଦ୍ରିକା ଙ୍କ ପାଇଁ କେଜାଣି. ଜୁଇ ସହ ଜଳିଗଲା ବୃନ୍ଦାବନ ଙ୍କ ପ୍ରଥମ ଓ ଶେଷ ପ୍ରେମ. ଏବେ ଖୋଜିଲେ ହୁଏତ ମହାପ୍ରୟାଣ ମିଳିପାରେ କିନ୍ତୁ ପ୍ରେମ ନୁଁହଁ ଯାହା ପାଇଁ ଡହଳ ବିକଳ ହୋଇ ହୋଇ ଚନ୍ଦ୍ରିକାଙ୍କ ପ୍ରାଣପକ୍ଷୀ ଉଡିଯାଇଥିଲା କାହିଁ କେତେ ଦୁରକୁ.ପୁଣି କୋଉ ଏକ ଅସର୍ତ୍ତକ ମୁହୂର୍ତ୍ତ ରେ ଭୃଣ ଅଙ୍କୁରିତ ହୋଇ ଗର୍ଭ ବଢିଥିଲା ଚନ୍ଦ୍ରିକାଙ୍କର. ଦରକାର ଥିଲା ଆତ୍ମୀୟତାର ଉପଚାର କିନ୍ତୁ ଚନ୍ଦ୍ରିକା ପାଇଥିଲେ ସେହି ଅନାଦାର. ହୁଏତ ଯାହା ଖୋଜୁଥିଲେ ଚନ୍ଦ୍ରିକା ତାହା ଅନୁଭବ କରି ପାରି ନାହାଁନ୍ତି ବୃନ୍ଦାବନ ବରଂ ସେହି ନୀରବତାର ଝଡ଼ ଲାଗିରହିଥିଲା ଘର ଓ ବାହାର. ପରଦା ଦେଇ ଆସିପାରୁନଥିଲା ଆତ୍ମୀୟତାର ଆଲୋକ କି ଝରକା ଦେଇ ପଶି ପାରୁନଥିଲା ଖୋଲା ପବନ, ଯୋଉଥିରେ ବୃନ୍ଦାବନଙ୍କ ଚିନ୍ତା, ଚେତନା, ଚୈତନ୍ୟ ସାଙ୍ଗକୁ ନିରୋଳା ପ୍ରେମର ବାସ୍ନା ଭରା ପବନ ଥିବ. ସେସବୁ ନପାଇ ଗର୍ଭ ବଢୁଥିଲା ସତ ହେଲେ ମାଦକତା ନଥିଲା ତ ରୋଗ ମାଡିବସି ଆଜି ଶୋକ ରେ ପରିଣତ ହେବା ପୂର୍ବରୁ ବୃନ୍ଦାବନ ନିଜ ସ୍ତ୍ରୀ ଚନ୍ଦ୍ରିକା ଙ୍କ ଦୁଇ ହାତ ନେଇ ଗର୍ଭସ୍ଥ ଶିଶୁ ଶରୀର ରେ ରଖି ଯେତେ ଅନୁଭବ ଦେବାକୁ ଚେଷ୍ଟା ଚରିତ୍ର ଜାରି ରଖିଥିଲେ ମଧ୍ୟ ସବୁ ନିଷ୍ଫଳ ଓ ନିଷ୍ପ୍ରୟୋଜନ ମନେହୋଇଥିଲା ବୃନ୍ଦାବନଙ୍କୁ. ଏବେ ସବୁ ସରିଯିବା ପରେ ଆଉ ସେହି ମମତ୍ୱ ଭରା ପ୍ରେମ କି ପ୍ରେମ ସନ୍ତକ ଖୋଜିଲେ ମିଳିନଥିଲା ବୃନ୍ଦାବନଙ୍କୁ ଆଉ. ଖୋଜିଲେ ତାରା କେବଳ ଆଖିମିଟିକା ମାରୁଥିଲା, ନଈ ବହି ଯାଉଥିଲା ଆଉ ପାହାଡ଼ ରେ ନିଆଁ ଲାଗି ବଣ ପୋଡି ଯାଉଥିଲା. ଗୃହସ୍ଥ ଜୀବନ ପ୍ରେମ ବିନା ମୋକ୍ଷ ପାଏନା ବୋଲି ତଥାପି ବୁଝି ବି ଅବୁଝା ଆଖିରେ ବୃନ୍ଦାବନ ପକ୍ଷୀର ଘୋଷାଲା କୁ ଦେଖି ଭାବୁ ଭାବୁ ସମୟ ସରି ଆସୁଥିଲା ତାଙ୍କ ନିଜର.ମନ ଓ ଦେହ ତଥା ପ୍ରାଣ ଖୋଜୁଥିଲା ସ୍ପର୍ଶ. ସେ ସ୍ପର୍ଶ ଖାଲି ପ୍ରେମ ର ନୁଁହଁ ମୋକ୍ଷ ପାଇଁ ପାଗଳ ପଣର.ବୃନ୍ଦାବନ ଏବେ ଅନୁଭବ କରୁଥିଲେ କୋଉ ଅଜଣା ନୁଁହଁ ବରଂ ଜଣା ଶୁଣା ସ୍ପର୍ଶ କାହାର.
ବୃନ୍ଦାବନ ସବୁଦିନ ପରି ଯାଜମାନମାନଙ୍କ ଭିତରୁ କାହାରି ନା କାହାର ଘରକୁ ଚାଲିଯାଆନ୍ତି ଆଉ ସେହି ପରିବାରରେ ଦେଖନ୍ତି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ପ୍ରେମ, ମାଆ ଓ ସନ୍ତାନ ଭିତରେ ଥିବା ମମତ୍ୱବୋଧ ଓ ଜେଜେ ଜେଜେମାଆ ଙ୍କ ସହିତ ନାତି ନାତୁଣୀ ମାନଙ୍କ ଗମାତ ପୂର୍ଣ୍ଣ ବ୍ୟବହାର. ସେଦିନ ସେହି ଯଜମାନଙ୍କ ଘରେ ମାଆଙ୍କୁ ପଚାରୁଥିଲା ପୁଅ କାହ୍ନା ମାଆ ପ୍ରତିଛବି କହିଲେ କଣ? ଆ ଦେଖିବୁ କହି ମାଆ ବାରିପଟ କଇଁ ଗଡିଆକୁ ନେଇଗଲେ ପୁଅ କାହ୍ନୁକୁ ଆଉ ପାଣି ଭିତରେ ପଡ଼ିଥିବା କାହ୍ନୁର ଚହଲା ପ୍ରତିବିମ୍ବ ଦେଖାଇ କହିଥିଲେ ଦେଖ କାହ୍ନୁ ଏଇଟା ତୋର ପ୍ରତିଛବି. କାହ୍ନୁ ଗାଧେଇ ସାରି ଦର୍ପଣ ଆଗେ ମୁଣ୍ଡ କୁଣ୍ଡାଇଲା ବେଳେ ପଚାରୁଥିଲା ମାଆଙ୍କୁ ଏଇଟା ପରା ମୋ ପ୍ରତିଛବି ବୋଲି କହିଥିଲ ଆଉ ତେବେ କଇଁ ଗାଡିଆର ପାଣିରେ ପଡ଼ିଥିବା ମୋ ଛାଇ କେମିତି ମୋ ପ୍ରତିଛବି ହେଲା କୁହ ତ!ମାଆ କହିଲେ ଆମ ପଛପଟେ ପଡୁଥିବା ଛାଇ ଆମସଙ୍ଗେ ସଙ୍ଗେ ଥାଏ କିନ୍ତୁ ଆମ ଆଗପଟ ପ୍ରତିଛବି ଆମକୁ ଦେଖାଯାଏନା କିନ୍ତୁ ପୋଖରୀ ପାଣିରେ, ଦର୍ପଣ ବା ଆଇନାରେ ହିଁ ଦେଖାଯାଏ.ସେହି ଛାଇକୁ ଆମେ ପ୍ରତିଛବି କହିଥାଉ. କାହ୍ନା ଟିକେ କଣ ଚିନ୍ତା କଲା ପରି ଘଡିଏ ଭାବି ହେବାରୁ ମାଆ କହିଲେ ହଁ ଆଉ ଗୋଟେ ପ୍ରତିଛବି ଅଛି ମଣିଷର ଯାହା ତା ଛାଇ ଭଳି ଆଗରେ କି ପଛରେ ପଡ଼େନା କିନ୍ତୁ ଲୋକଙ୍କୁ ଜଣା ପଡେ.
କାହ୍ନା କହିଲା ସେହି କଥା କହୁଥିଲି ମାଆ. ସାର କହୁଥିଲେ ଦୟା କରିବାର ବ୍ୟକ୍ତିକୁ ଦୟାଳୁ, ଧର୍ମ କରୁଥିବା ବ୍ୟକ୍ତିକୁ ଧାର୍ମିକ, ରାଗ କରୁଥିବା ମଣିଷକୁ ରାଗି, ମିଛ କହୁଥିବା ଵ୍ୟକ୍ତିକୁ ମିଛୁଆ କୁହାଯାଏ ଏବଂ ସେଇଟା ତାର ପ୍ରତିଛବି ବୋଲି ସାର କହିବାରୁ ମୁଁ ବୁଝିପାରିନଥିଲି. ମାଆ ଏବେ କହୁଥିଲେ ତୁମ ବ୍ୟବହାର, ଆଚ୍ଚରଣ ଓ ଉଚ୍ଚାରଣ ତଥା ବ୍ୟକ୍ତିତ୍ୱ ମାନେ କିଏ କୋଉଭଳି ତାହା ଅନ୍ୟ ପାଖରେ ତୁମ ପ୍ରତିଛବି ଅଟେ . ଯେମିତିକି କାଲା, ଜଡ଼ା ବା ଖନା କି ଅନ୍ଧ କି ବଧିର ଇତ୍ୟାଦି.ମାତ୍ର ନିଜେ ନିଜ ପଛପଟ ଛାଇ ପରି ଆଗପଟେ ପଡୁଥିବା ପାଣିରେ ବା ଦର୍ପଣ ଭିତରେ ଦେଖାଯାଉଥିବା ଛବି ହିଁ ତୁମ ନିଜର ନିଜ ପାଇଁ ପ୍ରତିଛବି. କାହ୍ନା କହିଲା ବୁଝିଗଲି ମାଆ ଜେଜେ କେତେ ଦୟାଳୁ ତଥା ଧାର୍ମିକ ଥିଲେ ବୋଲି ତୁମେ କୁହ ଓ ଜେଜେମାଆ କେତେ ସ୍ନେହୀ ଓ ପରୋପକାରୀ ବୋଲି କୁହ ଯାହା ତାହା ତାଙ୍କର ପରିବାର ଓ ଅନ୍ୟଙ୍କ ପାଇଁ ପ୍ରତିଛବି ନା!ହଁ ପୁଅ .ଆଉ ମୋ ପୁଅ କାହ୍ନା ଭାରି ସୁନା, କଥାମାନେ, ସତକହେ ଓ ଜମା ଦୁଷ୍ଟନୁହେଁ ଏଇଟା ମୋ ପୁଅର ଅନ୍ୟମାନଙ୍କ ପାଇଁ ପ୍ରତିଛବି ଆଉ ଏଇ ଦେଖେ ଆଇନାକୁ. ତା ଭିତରେ ଯିଏ ସେ କିନ୍ତୁ ଏକଦମ ତୋରି ଏକାନ୍ତ ମାନେ କେବଳ ତୋରି ପ୍ରତିଛବି,ଯାହା ଆଉ କାହାର ନୁହେଁ.କିନ୍ତୁ ସମାଜ ଓ ପରିବାର ତଥା ଅନ୍ୟ ପାଇଁ ଜଣେ ନିଜର ଗୁଣ ଧର୍ମ ବଦଳେଇ ମିଛୁଆରୁ ସତ କହୁଥିବା ଵ୍ୟକ୍ତି ହୋଇପାରିବ.ଦୟା ଗୁଣ ଆପଣେଇ ଜଣେ ନିଜକୁ ଦୟାଳୁ କରିପାରିବ ଠିକ ବାଲ୍ମୀକିଙ୍କ ଭଳି ମରା ମରା କହୁ କହୁ ରାମ ରାମ କହି ତପସ୍ୱୀ ରୂପେ ପ୍ରତିଛବି ଛାଡିଯାଇ ଅମର ହୋଇ ପରି ନିଜ ଦୁନିଆଁ ସୃଷ୍ଟି କରିପାରିବ.ବୁଝିଗଲି ମାଆ କହି କାହ୍ନୁ ତାଳି ମାରି ନାଚୁଥିଲା ଓ କହୁଥିଲା ମୋ ସାଙ୍ଗମାନଙ୍କୁ କହିବି କି ମନ୍ଦଗୁଣ ଛାଡି ଭଲ ଗୁଣ ସବୁକୁ ନିଜର କରିନେଇ ନିଜର ପରିଚୟ ହିଁ ହେବ ତୁମର ପ୍ରତିଛବି.
ମାଆ କହୁଥିଲେ ଆଉ ଗୋଟେ ପ୍ରତିଛବି ମଧ୍ୟ ଅଛି,ଯେମିତିକି ପରିବାରର ପୁଅ ତା ମା ପରି କି ଝିଅ ତାର ବାପା ପରି ଅର୍ଥାତ ଝିଅ ତା ବାପାଙ୍କ ପ୍ରତିଛବି ଅଟେ ଓ ପୁଅ ତା ମା'ର ପ୍ରତିଛବି ଅଟେ ବୋଲି କୁହାଯାଏ.କାହ୍ନା କହୁଥିଲା ହଁ ମୋ ବାପା ଯେମିତି ରଜରେ ହେଉଥିବା ଡ୍ରାମାରେ ଗୋବବନ୍ଧୁ ରୋଲ କରିବାକୁ ଯାଇ ଏମିତି ବେଶ ପୋଷାକ ପିନ୍ଧିଥିଲେ ସମସ୍ତେ କହୁଥିଲେ ପୁରା ଗୋପବନ୍ଧୁଙ୍କ ପ୍ରତିଛବି ତ. ମାଆ କହୁଥିଲେ ହଁ ତୁମେ ସବୁ ଯେମିତି ଫ୍ୟାନସି ଡ୍ରେସ ପ୍ରତିଯୋଗିତା ବେଳେ ସ୍କୁଲରେ ଗାନ୍ଧି, ଜବାହାର, ଶାସ୍ତ୍ରୀ, ବିବେକାନନ୍ଦ ତଥା ରାମକୃଷ୍ଣଙ୍କ ପ୍ରତିଛବି ଗ୍ରହଣ କରିଥାଅ. କାହ୍ନା ବୁଝିଗଲା ପରି ହସୁଥିବା ଦେଖି ମାଆ କହିଲେ ରୂପ,ଗୁଣ, କର୍ମ, ପୋଷାକରେ ଏକତା ଥିବା ବ୍ୟକ୍ତିଙ୍କୁ କେମିତି ପ୍ରତିଛବି ବୋଲି କୁହାଯାଏ ବୁଝିଗଲୁ ତ କାହ୍ନା?କାହ୍ନା କହୁଥିଲା ହଁ ମାଆ କିଛି ତ ବୁଝିଲି ନିଶ୍ଚୟ ମାଆ ଯେମିତି ମୁଁ ମୋ ବାପାଙ୍କର ପ୍ରତିଛବି. ପିଲାଦିନ କଥା ମନେ ପଡୁଥିଲା କାହ୍ନାର
ଜେଜେ ଜେଜେମା ଥାଆନ୍ତି ସେତେବେଳେ.ରଜ କେଇ ଦିନ ପୂର୍ବରୁ ସେଥର ପହଁଞ୍ଚି ଗଲେ ନାତି ଓ ନାତୁଣୀ. ପୁଅର ପୁଅ କାହ୍ନା ଓ ଝିଅର ଝିଅ ଡୁଗୁ. ଆଈମାଆଙ୍କ ସଙ୍ଗେ କଟାଳ କଲେ ଆମକୁ ଡଲ ତିଆରି କରି ଦିଅ ଆଈମାଆ ତ ଆଈମାଆ ଘାଵରେଇ ଗଲେ ଓ କହିଲେ ସ୍ନାନ ପୂର୍ଣ୍ଣମୀ ଦିନ ପୁରୀ ଯାଇ ସ୍ନାନବେଦୀ ଉପରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ସ୍ନାନ ପର୍ବ ଦେଖି ଆସିବା ଓ ଫେରିଲା ବେଳେ ପୁରୀ ବଡ଼ଦାଣ୍ଡରୁ ତୁମ ଦୁହିଁଙ୍କ ପାଇଁ ନାଲିବାଡ଼ି କିଣି ଆଣିବା ଯେ କାହ୍ନା ଜେଜେଙ୍କର ଓ ମାଆଙ୍କର ବୁଢା ବୁଢ଼ୀ ବେଳର ଚାଲି ଦେଖାଇଲା ବେଳେ ଡୁଗୁ ଆଈ ଓ ଅଜାଙ୍କର ବୁଢାବୁଢ଼ୀ ବେଳର ଚାଲି ଦେଖେଇବ. ଦୁହେଁ ଖୁସି ହୋଇ ରାଜି ହୋଇଗଲେ ଓ ସ୍ନାନ ପୂର୍ଣ୍ଣମୀ ଦିନ ଦୁଇ ନାତି ନାତୁଣୀଙ୍କ ସହ ଜେଜେ ଅଜାଙ୍କ ସାଥିରେ ଆଈଜେଜୀମାଆଙ୍କ ସହ ଅଟୋ କରି ବୁଲି ବାହାରିଲେ ପୁରୀ. ସ୍ନାନବେଦୀ ଉପରେ ଚତୁର୍ଦ୍ଧାଙ୍କୁ ଦେଖି ପିଲା ଦୁହେଁ ପଚାରୁଥିଲେ ଭଗବାନଙ୍କ ନାମ, ଧାମ ଓ ଜନ୍ମ ବୃତ୍ତାନ୍ତ ସହିତ ସ୍ନାନପାଇଁ କୋଉଠୁ କେମିତି କେତେ ଗରା ପାଣି ଆସେ? ତା ପରେ କେମିତି ପ୍ରଭୁଙ୍କୁ ଜର ହୁଏ!ଫୁଲୁରୀ ତେଲ ଉପଚାର ହୁଏ ପୁଣି ଜର ପାଇଁ ଦର୍ଶନ ନଦେଇ ପଟି ଦିଅଁ ଦର୍ଶନ କରି ମନ୍ଦିରରୁ ଭକ୍ତ ବାହାରନ୍ତି ଓ ସେହି ନଅ ଦିନ ତକ ଚତୁର୍ଦ୍ଧାଙ୍କ ପ୍ରତିଛବି ରୂପେ ବ୍ରହ୍ମଗିରିରେ ଥିବା ଅଲାରନାଥଙ୍କୁ ଦର୍ଶନ କରି ଭକ୍ତ ପୁରୀରୁ ଯାଏ ଓ ପୁରୀକୁ ଫେରେ ବଡ଼ମନ୍ଦିରରେ ପଟି ଦିଅଁ ଦର୍ଶନ କରି ପାତକ ଛଡାଇ ଘରକୁ ଫେରେ. ଏସବୁ କଥା ତନ୍ମୟ ହୋଇ ଶୁଣୁ ଶୁଣୁ କାହ୍ନା ଓ ଡୁଗୁ ଅନେକ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଭୁଲି ଯାଇଥାନ୍ତି ନାଲି ବାଡ଼ି କିଣା କଥା ବରଂ ଶୁଣୁଥାଆନ୍ତି କେମିତି ଚତୁର୍ଦ୍ଧାଙ୍କର ନବଯୌବନ ଦର୍ଶନ ହୁଏ ଓ ତା ପରେ ତିନି ଠାକୁର ତିନି ରଥ ଯଥାକ୍ରମେ ଜଗନ୍ନାଥ ନନ୍ଦିଘୋଷ, ବଳଭଦ୍ର ତାଳଧ୍ୱଜ ଓ ସୁଭଦ୍ରା ମାଆ ଦେବଦଳନ ରଥରେ ବସି ଗୁଣ୍ଡିଚା ମନ୍ଦିର ଯାଆନ୍ତି ଓ ସେଠାରେ ଆଡପ ମଣ୍ଡପରେ ବସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଓ ପୁଣି ବାହୁଡା଼ ଦିନ ସେହି ରଥରେ ବସି ସିଂହଦ୍ୱାର ଫେରନ୍ତି.ସେସବୁ କଥା ବଡ଼ ଆଗ୍ରହରେ ଶୁଣି ନାତି ନାତୁଣୀ ଦୁହେଁ କୁହନ୍ତି ଏବର୍ଷ ଆମକୁ ରଥଯାତ୍ରା ଦେଖେଇବ ନା ଆଈମାଆ ତ ଜେଜେଅଜା ଓ ଜେଜୀଆଈ ରାଜି ହେଲେ ତ ନାଲିବାଡ଼ି କଥା ଭୁଲି ରଥକୁ ଆସିଲେ କିଣିବେ କହି ଘରକୁ ଆସିବା ପରେ କିନ୍ତୁ ବଦଳି ଗଲା ଦୁହିଁଙ୍କ ମନ. କହୁଥିଲେ ହମେ ଡଲ ଚାହିଏ ଜେଜେଆଈ. ମତେ ଏତେ ହିନ୍ଦି ଶିଖାଅନି କହି ଜେଜେଆଈ ଯେତେ ଧରା ନଦେଲେ କଣ ନାତି ନାତୁଣୀ ଛାଡ଼ିବେ!ବାଧ୍ୟ ହୋଇ ଜେଜେଆଈ ବା ଆଈଜେଜୀମା ବନେଇଲେ ଚିତ୍ରପଟ ରୂପୀ କଣ୍ଢେଇ.
କଞ୍ଚାମାଲ ହିସାବରେ ମିଳିଗଲା ପ୍ଲାଏ ପଟା ତ ତା ଉପରେ ରଙ୍ଗ ଓ ତୁଳୀ ସାହାଯ୍ୟରେ ଆଙ୍କୁଥିଲେ ଜେଜେମା ତିନିଗୋଟି ଚିତ୍ରପଟ ରୂପୀ କିଛି. ଏହି ସମୟରେ ରଥଯାତ୍ରା ମଧ୍ୟ ପାଖେଇ ଆସୁଥିଲା ତ ସମସ୍ତେ ରଥ ଦେଖିବାକୁ ଚାଲିଲେ ପୁରୀ ବଡ଼ଦାଣ୍ଡକୁ. ଝେଜେଇଁ ଝେଜେଇଁ ଝାଇଁ ଘଣ୍ଟମାଡ଼ ଓ ହରିବୋଲ ହୁଳହୁଳିରେ ରଥ ସବୁ ତା ପରକୁ ପର ଲାଗିଲେ ଗୁଣ୍ଡିଚା ମନ୍ଦିରରେ. ବାବା ଜେଜେଅଜାଙ୍କ କାନ୍ଧରେ ଓ ଡୁଗୁ ଜେଜେଆଈଙ୍କ କାଖରେ ବସି ଦେଖୁଥିଲେ ପ୍ରଭୁଙ୍କୁ ଓ କହୁଥିଲେ ଜୟ ଜଗନ୍ନାଥ, ଜୟ ବଳଭଦ୍ର ଓ ଜୟ ମାଆ ସୁଭଦ୍ରା. ରଥ ଦେଖି ଘରକୁ ଫେରିବା ପରେ ନଡ଼ିଆ ଗୋଟମାସବୁକୁ ବେବି କୋକୋନଟ କହି ତହିଁରେ ରଥ ନିର୍ମାଣ କରିବା କୌଶଳ ଜେଜେଅଜାଙ୍କଠାରୁ ଶିଖି ଓ ବନେଇ ଖୋଜୁଥିଲେ ଠାକୁରଙ୍କୁ ତ ଜେଜେଆଈ କରିଥିବା ଚିତ୍ରପଟକୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା କହି ରଥଉପରେ ବସାଇ ଘଣ୍ଟ ପିଟି, ଧୂପ ଦୀପ ଝୁଣା ଛାଟି ବାହୁଡା଼ ଯାତ୍ରା କରାଉ ଥିଲେ ତ ଚୂଡ଼ାଘଷା ଡ଼ାଲମା ଓ କ୍ଷୀରି ଖଟା ଖାଇ ଘର କାମକୁ ଆସୁଥିବା ମିସ୍ତ୍ରୀ, ଶ୍ରମିକ ସମସ୍ତେ ରଥ ଉପରେ ଥିବା ତିନି ଚିତ୍ରପଟ ଦେଖି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଅବିକଳ ନକଲ ବା ପ୍ରତିଛବି କହିଲା ବେଳେ ଜେଜେଆଈଙ୍କ ଆଖିରୁ ଭକ୍ତିରେ ନିଗିଡି ପଡୁଥିଲା ଅଶ୍ରୁ. ଡୁଗୁ ଓ କାହ୍ନା କହୁଥିଲେ ଚାଲନା ପୁରୀ ପ୍ରଭୁଙ୍କୁ ରଥରେ ଦେଖିସାରି ନାଲିବାଡ଼ି କିଣିଦେବ. ଆଉ ମନା କରିବାକୁ ଉପାୟ ନଥିଲା କାରଣ ନାତି ନାତୁଣୀ ଦୁହେଁ କହୁଥିଲେ ଚାଲନା ପ୍ରଭୁଙ୍କୁ ଦେଖେଇବ ତୁମ ନିଜ ହାତଅଙ୍କା ତାଙ୍କ ପ୍ରତିଛବି. ସେ ଖୁସି ହେଇଯିବେ. ଅଜା କହୁଥିଲେ ଚାଲ ଚାଲ ପୁରୀ ଯିବା ଓ ନାଲିବାଡ଼ି କିଣିଆଣିବା ଦୁହିଁଙ୍କ ପାଇଁ.ଆଜି କାହ୍ନୁ ଜେଜେଙ୍କ କାର୍ବନ କପି କରି ନାଲିବାଡ଼ି ଧରି ନଇଁ ନଇଁ ଚାଲିଲା ବେଳେ ଡୁଗୁଦିଦି ନାଲିବାଡି ଧରି ଜେଜେମାଆଙ୍କ ପରି ନଇଁ ନଇଁ ଚାଲେ କହି ହସୁଥିଲା କାହ୍ନା.ଏସବୁ ଦେଖିଶୁଣି ବୃନ୍ଦାବନ ବାବୁ ନନା ଭାବୁଥିଲେ ସଂସାରେ ମଣିଷ ଦେହ ଧରି ପ୍ରେମ ଓ ସ୍ପର୍ଶ ଅନୁସରି ଚଳିଲେ ହିଁ ମୋକ୍ଷ ପ୍ରାପ୍ତିର ସୁବର୍ଣ୍ଣ ସୁଯୋଗ ମିଳିପାରିବ. କାହ୍ନା ଯେମିତି ପେଟରୁ ଥିଲା ବେଳୁ ମାଆ, ବାପା, ଜେଜେ ଓ ଜେଜେମାଆ ଙ୍କ ଗୁଣ ଧର୍ମ ଚିହ୍ନି ଜାଣିପାରିଛି ସମସ୍ତଙ୍କୁ ଓ ନକଲ କରୁଛି ସେମାନଙ୍କ ପ୍ରତିଛବି, ଯାହା ସବୁ ତାକୁ ସ୍ପର୍ଶ ରେ ମିଳିଛି. ଦୀନବନ୍ଧୁ ଏବେ ବୁଝି ସାରିଥିଲେ ସାଂସାରିକ ଧର୍ମ ହିଁ ନିଜ ସ୍ପର୍ଶ ର ମୋକ୍ଷ ଯାହା କାହ୍ନା ପାଇ ଚନ୍ଦ୍ରକଳା ପରି ବଢୁଛି.
,,,,,,,,,,,,,,,,,,,,
