STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

କନ୍ୟା ଆଭୂଷଣ

କନ୍ୟା ଆଭୂଷଣ

3 mins
0

କାହାଣୀଟି ସେହି ଶହେ କଣ ସମସ୍ତ କନ୍ୟା ଜାତି ପାଇଁ ଅର୍ଥାତ କନ୍ୟାଙ୍କ ପାଇଁ ଗୋଟେ ମ୍ୟାଜିକ ବୋତଲ ଠାରୁ କିଛି କମ ନୁଁହଁ. କାରଣ ଏହି କାହାଣୀଟିର ତାତ୍ପର୍ଯ୍ୟ ମ୍ୟାଜିକ ବୋତଲ ଯୋଗ୍ୟ ତୁଲ୍ୟ ଅଟେ.ଏହି କାହାଣୀର ତାତ୍ପର୍ଯ୍ୟ ଥିଲା ପିତୃ ଆଜ୍ଞା ହିଁ ଧର୍ମ. ମୂଳ ଶିକ୍ଷା – ପିତୃଦେବୋ ଭବ.କ୍ଷମା ଓ ସହନଶୀଳତା. “କ୍ଷମା ହିଁ ଭୂଷଣ.” ଯୋଗ୍ୟ ବର ପାଇଁ  କନ୍ୟାମାନେ ବିବ୍ରତ ହେବା ଉଚିତ ନୁଁହଁ ନାହିଁ ବରଂ କନ୍ୟାମାନେ ଧୈର୍ଯ୍ୟ ଧରିବା ଉଚିତ .କାମ ଅର୍ଥ କେବଳ ବାସନା ନୁହେଁ, ‘ସୌନ୍ଦର୍ଯ୍ୟ ଓ ସୃଷ୍ଟି’.  ଅର୍ଥାତ୍ ଧର୍ମ ଓ ପ୍ରେମର ସ୍ପର୍ଶରେ ସବୁ ଦୋଷ ନାଶ ହୁଏ.ତଥା ନିମ୍ନ ରେ ବର୍ଣ୍ଣିତ ଏହି କାହାଣୀ ଦ୍ୱାରା ବିଶ୍ୱାମିତ୍ରଙ୍କ ବଂଶ ପରିଚୟ ମଧ୍ୟ ମିଳିପାରିଥିଲା.
     ରାମାୟଣ ବାଲକାଣ୍ଡର ଏକ ଅଳ୍ପ ଜଣା କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଉପାଖ୍ୟାନ ସ୍ୱରୂପ ଏହି ଗଳ୍ପ.ରାଜା କୁଶନାଭ.ସେ ଥିଲେ ଚନ୍ଦ୍ରବଂଶୀ ରାଜା. ମହାରାଜ କୁଶଙ୍କ ପୁତ୍ର. ବ୍ରହ୍ମାଙ୍କ ଅଂଶରୁ ଜାତ ବୋଲି କୁହାଯାଏ ତାଙ୍କୁ.ତାଙ୍କର ୧୦୦ କନ୍ୟା ଥିଲେ। ସମସ୍ତେ ଅତ୍ୟନ୍ତ ସୁନ୍ଦରୀ, ସୁଶୀଳା ଓ ଗୁଣବତୀ.କୁଶନାଭଙ୍କ ୧୦୦ ଝିଅ ଅତ୍ୟନ୍ତ ରୂପବତୀ ଥିଲେ. ଦିନେ ସେମାନେ ଉଦ୍ୟାନରେ ବୁଲୁଥିଲେ. ସେହି ସମୟରେ ବାୟୁଦେବ ତାଙ୍କ ରୂପରେ ମୋହିତ ହୋଇଗଲେ. ସେ ସେମାନଙ୍କୁ କହିଲେ,“ହେ ସୁନ୍ଦରୀମାନେ! ତୁମେମାନେ ମୋତେ ବିବାହ କର. ମୁଁ ବାୟୁଦେବ. ମୋ ସହ ମିଳନରେ ତୁମେ ଚିରଯୌବନା ହୋଇ ରହିବ, ତୁମ ସନ୍ତାନମାନେ ବି ଦେବତା ପରି ଶକ୍ତିଶାଳୀ ହେବେ.”କନ୍ୟାମାନେ ଅତ୍ୟନ୍ତ ଧାର୍ମିକ ଓ ପିତୃଭକ୍ତ ଥିଲେ. ସେମାନେ ଉତ୍ତର ଦେଲେ “ହେ ବାୟୁଦେବ! ଆମେ ପିତାଙ୍କ ଅଧୀନ. ପିତା ଯାହାକୁ ଆମକୁ ଦେବେ, ସେ ହିଁ ଆମ ସ୍ୱାମୀ.ପିତାଙ୍କ ଅନୁମତି ବିନା ଆମେ ନିଜେ ବର ବାଛିପାରିବୁ ନାହିଁ.ଆମେ କ୍ଷମା ଚାହୁଁଛୁ.ବାୟୁଦେବ କ୍ରୋଧିତ ହୋଇଗଲେ.ସେ ଅଭିଶାପ ଦେଲେ ,“ତୁମେମାନେ ମୋତେ ପ୍ରତ୍ୟାଖ୍ୟାନ କଲ, ତେଣୁ ତୁମେ ସମସ୍ତେ କୁବୁଜା ବା କୁଜି ହୋଇଯାଅ.ସଙ୍ଗେ ସଙ୍ଗେ ୧୦୦ ରାଜକନ୍ୟା କୁଜି ହୋଇଗଲେ.ସେମାନେ କାନ୍ଦି କାନ୍ଦି ପିତାଙ୍କ ପାଖକୁ ଗଲେ. କୁଶନାଭ ଦୁଃଖିତ ହେଲେ କିନ୍ତୁ ଝିଅମାନଙ୍କ ଧର୍ମନିଷ୍ଠା ଓ ସତ୍ୟବାଦିତା ଦେଖି ଖୁସି ବି ହେଲେ.ସେ କହିଲେ – “କ୍ଷମା ହିଁ ଧର୍ମ. ତୁମେମାନେ କ୍ଷମା କରିଛ, ଏହା ହିଁ ବଡ କଥା।”କୁଶନାଭ ଚିନ୍ତା କଲେ ଯେ ମୋ କନ୍ୟାମାନେ କୁଜି ହୋଇଗଲେ, ଏବେ କିଏ ବିବାହ କରିବ? ସେତିକି ବେଳେ ବ୍ରହ୍ମାଙ୍କ ପ୍ରେରଣାରେ ଚୁଲୀ ଋଷି ତାଙ୍କ ପାଖକୁ ଆସିଲେ.ଚୁଲୀ ଋଷି କହିଲେ ,“ରାଜନ୍! ମୋ ପୁଅ ବ୍ରହ୍ମଦତ୍ତ ଅତ୍ୟନ୍ତ ଧାର୍ମିକ, ବିଦ୍ୱାନ ଓ ସୁନ୍ଦର.ସେ କାମ୍ପିଲ୍ୟର ରାଜା। ସେ ତୁମର ୧୦୦ କନ୍ୟାଙ୍କୁ ବିବାହ କରିବାକୁ ଯୋଗ୍ୟ.”
   କାନ୍ୟକୁବ୍ଜ ବା ମହୋଦୟ ନଗରୀର ରାଜା ଥିଲେ ବ୍ରହ୍ମଦତ୍ତ.ସେ ଥିଲେ କାମ୍ପିଲ୍ୟ ନଗରୀର ରାଜା. ଚୁଲୀ ଋଷି ଓ ସୋମଦା ନାମକ ଗନ୍ଧର୍ବୀଙ୍କ ପୁତ୍ର. ତପସ୍ୟା ବଳରେ ବ୍ରହ୍ମାଙ୍କଠାରୁ ବର ପାଇଥିଲେ ଯେ “ତୁମେ ସର୍ବଶାସ୍ତ୍ରବିତ୍, ଧାର୍ମିକ ଓ ଚିରଞ୍ଜୀବୀ ହେବ.” ସେଥିପାଇଁ ତାଙ୍କ ନାମ ‘ବ୍ରହ୍ମଦତ୍ତ’. ପୂର୍ବ ଜନ୍ମରେ ସେ ଥିଲେ କାମଦେବ.କୌଣସି କାରଣରୁ ଅଭିଶପ୍ତ ହୋଇ ମଣିଷ ଜନ୍ମ ପାଇଥିଲେ.କୁଶନାଭ ରାଜି ହେବାରୁ ବ୍ରହ୍ମଦତ୍ତ ଆସିଲେ. ପୂର୍ବ ଜନ୍ମରେ ସେ ଥିଲେ କାମଦେବ.କୌଣସି କାରଣରୁ ଅଭିଶପ୍ତ ହୋଇ ମଣିଷ ଜନ୍ମ ରେ ସେ ଯେମିତି ଶହେ କନ୍ୟାମାନଙ୍କ ହାତ ଧରିଲେ, ସେହି ମୁହୂର୍ତ୍ତରେ ବାୟୁଙ୍କ ଅଭିଶାପ କଟିଗଲା ଓ ୧୦୦ କନ୍ୟା ପୁଣି ପୂର୍ବ ପରି ସୁନ୍ଦରୀ ହୋଇଗଲେ.ତାର କାରଣ ବ୍ରହ୍ମଦତ୍ତ ପୂର୍ବ ଜନ୍ମରେ କାମଦେବ ଥିଲେ. କାମଦେବଙ୍କ ସ୍ପର୍ଶରେ କୁରୂପ ବି ସୁନ୍ଦର ହୋଇଯାଏ. ଏହା ବ୍ରହ୍ମାଙ୍କ ବିଧାନ ଥିଲା.ବ୍ରହ୍ମଦତ୍ତ ୧୦୦ କନ୍ୟାଙ୍କୁ ବିବାହ କରି କାମ୍ପିଲ୍ୟ ନେଇଗଲେ.କନ୍ୟା ଦାନ ପରେ କୁଶନାଭ ପୁତ୍ର ସନ୍ତାନ ପାଇଁ ତପସ୍ୟା କଲେ ଓ ତାଙ୍କର ‘ଗାଧି’ ନାମକ ପୁତ୍ର ଜନ୍ମ ହେଲା.ଏହି ଗାଧି ହିଁ ବିଶ୍ୱାମିତ୍ରଙ୍କ ପିତା.ବିଶ୍ୱାମିତ୍ର ହିଁ ରାମ-ଲକ୍ଷ୍ମଣଙ୍କୁ ନେଇ ତାଡକା ବଧ କରାଇଲେ, ବିଶ୍ୱାମିତ୍ର ଯଜ୍ଞ ରକ୍ଷା କଲେ. ତେଣୁ ଏହି ଗଳ୍ପ ଉପାଖ୍ୟାନ ରାମାୟଣର ମୁଖ୍ୟ ସ୍ରୋତ ସହ ଯୋଡି ହୋଇଛି.
   କୁଶନାଭଙ୍କ କନ୍ୟାମାନେ ଆମକୁ ଶିଖାନ୍ତି – ଧର୍ମ ପଥରେ କଷ୍ଟ ଆସେ, କିନ୍ତୁ ଶେଷରେ ମ୍ୟାଜିକ ଭଳି ଜୟ ଧର୍ମର ହିଁ ହୁଏ. ବ୍ରହ୍ମଦତ୍ତ ଶିଖାନ୍ତି – ଯୋଗ୍ୟ ପୁରୁଷ କେବେ ବାହ୍ୟ ରୂପ ଦେଖେ ନାହିଁ, ସେ ଗୁଣ ଓ ଧର୍ମ ଦେଖେ.ଧର୍ମୋ ରକ୍ଷତି ରକ୍ଷିତଃ.
ଏହି କାହାଣୀର ତାତ୍ପର୍ଯ୍ୟ ମ୍ୟାଜିକ ବୋତଲ ପରି କନ୍ୟାମାନଙ୍କୁ ପୂର୍ବ ରୂପ ଫେରସ୍ତ କରି ଗ୍ରାହସ୍ଥ୍ୟ ଜୀବନ ପ୍ରଦାନ କରିଥିଲା.କନ୍ୟାମାନଙ୍କ କର୍ମ, ଧର୍ମ ଓ ଗୁଣ ସବୁ ମ୍ୟାଜିକ ପରି କାମ କରିଥିଲା.ପ୍ରଥମତଃ,ପିତୃ ଆଜ୍ଞା ହିଁ ଧର୍ମ: କୁଶନାଭଙ୍କ କନ୍ୟାମାନେ ଦେବତାଙ୍କ ପ୍ରଲୋଭନ ସତ୍ତ୍ୱେ ପିତାଙ୍କ ଆଜ୍ଞାକୁ ବଡ ମାନିଲେ.ତେଣୁ ଅଭିଶାପ ପାଇ ବି ଶେଷରେ ତାଙ୍କର ଜୟ ହେଲା. ରାମାୟଣର ମୂଳ ଶିକ୍ଷା – ପିତୃଦେବୋ ଭବ.
ଦ୍ୱିତୀୟତଃ,କ୍ଷମା ଓ ସହନଶୀଳତା: କନ୍ୟାମାନେ ବାୟୁଙ୍କୁ ଶାପ ଦେଇପାରିଥାନ୍ତେ, କିନ୍ତୁ ସେମାନେ କ୍ଷମା କଲେ. କୁଶନାଭ ବି କହିଲେ – “କ୍ଷମା ହିଁ ଭୂଷଣ.” କ୍ଷମା କରିବା ଦ୍ୱାରା ହିଁ ସେମାନେ ଶେଷରେ ଶାପମୁକ୍ତ ହେଲେ.ତୃତୀୟରେ ଯୋଗ୍ୟ ବର ପାଇଁ ଧୈର୍ଯ୍ୟ:କୁଜି ହେବା ପରେ ବି କନ୍ୟାମାନେ ବିବ୍ରତ ହେଲେ ନାହିଁ. ସେମାନେ ଧୈର୍ଯ୍ୟ ଧରିଲେ। ଫଳରେ ବ୍ରହ୍ମାଙ୍କ ଅଂଶ ବ୍ରହ୍ମଦତ୍ତଙ୍କୁ ସ୍ୱାମୀ ରୂପେ ପାଇଲେ। କୁଶନାଭ ରାଜି ହେଲେ। ବ୍ରହ୍ମଦତ୍ତ ଆସିଲେ. ଯେତେବେଳେ ସେ କନ୍ୟାମାନଙ୍କ ହାତ ଧରିଲେ, ସେହି ମୁହୂର୍ତ୍ତରେ ବାୟୁଙ୍କ ଅଭିଶାପ କଟିଗଲା ଓ ୧୦୦ କନ୍ୟା ପୁଣି ପୂର୍ବ ପରି ସୁନ୍ଦରୀ ହୋଇଗଲେ.କାରଣ ବ୍ରହ୍ମଦତ୍ତ ପୂର୍ବ ଜନ୍ମରେ କାମଦେବ ଥିଲେ. କାମଦେବଙ୍କ ସ୍ପର୍ଶରେ କୁରୂପ ବି ସୁନ୍ଦର ହୋଇଯାଏ. ଏହା ବ୍ରହ୍ମାଙ୍କ ବିଧାନ ଥିଲା.ବ୍ରହ୍ମଦତ୍ତ ୧୦୦ କନ୍ୟାଙ୍କୁ ବିବାହ କରି କାମ୍ପିଲ୍ୟ ନେଇଗଲେ. କୁଶନାଭ ପୁତ୍ର ସନ୍ତାନ ପାଇଁ ତପସ୍ୟା କଲେ ଓ ତାଙ୍କର ‘ଗାଧି’ ନାମକ ପୁତ୍ର ଜନ୍ମ ହେଲା.ଏହି ଗାଧି ହିଁ ବିଶ୍ୱାମିତ୍ରଙ୍କ ପିତା.ଚତୁର୍ଥ ରେ କାମଦେବଙ୍କ ତତ୍ତ୍ୱ: ବ୍ରହ୍ମଦତ୍ତ କାମଦେବଙ୍କ ଅବତାର. କାମ ଅର୍ଥ କେବଳ ବାସନା ନୁହେଁ, ‘ସୌନ୍ଦର୍ଯ୍ୟ ଓ ସୃଷ୍ଟି’.ତାଙ୍କ ସ୍ପର୍ଶରେ କୁରୂପ ସୁରୂପ ହେଲା.ଅର୍ଥାତ୍ ଧର୍ମ ଓ ପ୍ରେମର ସ୍ପର୍ଶରେ ସବୁ ଦୋଷ ନାଶ ହୁଏ.ପଞ୍ଚମ ରେ ବିଶ୍ୱାମିତ୍ରଙ୍କ ସହ ସମ୍ପର୍କ: ଏହି କାହାଣୀ ଦ୍ୱାରା ବିଶ୍ୱାମିତ୍ରଙ୍କ ବଂଶ ପରିଚୟ ମଧ୍ୟ ମିଳିପାରିଥିଲା .



Rate this content
Log in

Similar oriya story from Abstract