STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଲେଖନୀ ଧାର

ଲେଖନୀ ଧାର

3 mins
0

ସ୍କୁଲ ଜୀବନ ରୁ ଦୁଇସାଙ୍ଗ ରୁନୁ ଓ ମୁନୁ ଖୁବ ସାଙ୍ଗ. ଓଡ଼ିଆ କି ଇଂରାଜୀ ଅବା ହିନ୍ଦିରେ ପ୍ରିୟ ସାଙ୍ଗ ବିଷୟରେ ରଚନା ଲେଖିବାକୁ କହିଲେ ରୁନୁ ମୁନୁ କଥା ଲେଖିଥାଏ ଓ ମୁନୁ ରୁନୁ କଥା. ଯାହା ତ ଉଭୟ ଉଭୟଙ୍କ ଭଲ ଗୁଣ ସବୁ ବର୍ଣ୍ଣନା କରିବାକୁ ଯାଇ ଲେଖିଥାନ୍ତି ସମାନ ସମାନ କଥା ଅନ୍ୟ ପିଲାମାନଙ୍କ ପରି. ଏହି କି ଯେ ମୋ ପ୍ରିୟ ସାଙ୍ଗ ଖୁବ ଉପକାରୀ, ସେବା, ସମ୍ପର୍କ, ସହାନୁଭୂତି,ସୌହାର୍ଦ୍ୟ ତଥା ସୁନ୍ଦର ପଣରେ ମୋ ପ୍ରିୟ ସାଙ୍ଗ କୁ କେହି ଟପିବେନି ଇତ୍ୟାଦି ଇତ୍ୟାଦି. ସମୟ କ୍ରମେ କିନ୍ତୁ ନବମ ଶ୍ରେଣୀରେ ସେହି ରଚନାକୁ ଆଉ ଟିକେ ରଙ୍ଗ,ରୂପ, ସାଜ ଦେଇ ଅଧିକା କଥା ଲେଖିବାକୁ ଯାଇ ମୁନୁ ଲେଖିଦେଇଥିଲା ଯେ ରୁନୁ ଓ ସେ ବିବାହ କଲାପରେ ଦୁହେଁ ସମୁଦୁଣୀ ହେବେ. ଏସବୁ ପଢି ସାର ହସିଲେ, କମନ ରୁମ ହସ ରେ ଫାଟିଲା ଆଉ ଅନ୍ୟ ସାଙ୍ଗ ମାନେ ଥଟ୍ଟା ତାମସା କରି ମୁନୁ ମୁଁହଁ ଲାଲ କରିପକେଇଲେ. କିଏ କହିଲା ତୁମ ଦୁଇଜଣଙ୍କର ଯଦି ପୁଅ ହୁଏ ବା ଝିଅ ହୁଏ ତେବେ କେମିତି ସମୁଦୁଣୀ ହେବ!ପୁଣି କିଏ ବୁଝେଇ ଦେଉଥିଲା ହଁ ଦ୍ୱିତୀୟ ସନ୍ତାନ କଣ ହେଉଛି ଦେଖି ଦୁହେଁ ସମୁଦୁଣୀ ହୋଇପାରିବ. ତ ଆଉ କିଏ କହୁଥିଲା ପୁଅ ଝିଅ ଯଦି ଅନ୍ୟ କାହାକୁ ଭଲ ପାଇଲେ ତେବେ ତୁମେ ଦୁହେଁ ସମୁଦୁଣୀ ହେବ କିପରି!ମୁନୁ ଏଥର ଚିଡି ଉଠି କହିଥିଲା ଲେଖୁ ଲେଖୁ ଲେଖିଦେଲି ବୋଲି ସତ ହେବ ବୋଲି କଣ କିଛି ମାନେ ଅଛି!ତଥାପି ସାଙ୍ଗମାନେ ଚିଡାଇ ଚିଡାଇ ନାକେଦମ କରୁଥିଲେ ମୁନୁ କୁ ଯେ କଲମ ପରା ଚଳନ୍ତି ଭଗବାନ. କଲମ ତଥା ପେନ ସବୁ ଲେଖନୀର ନୂଆ ରୂପ. ସେ ଯାହା ଲେଖେ ତାହା ସମ୍ପୂର୍ଣ୍ଣ ସତ ନହେଲେ ମଧ୍ୟ କିଛି ସତ ହୋଇଯାଏ ତ ଏଥର ରୁନୁ ମୁଁହଁ ଖୋଲିଥିଲା ଓ କହିଥିଲା ସତ ହେଲେ ଭଲ. ଖୁବ ଭଲ. ସେତିକି ବେଳକୁ ପିଲାଙ୍କ ଏ ଗହଳି ଦେଖି ସାହିତ୍ୟ ସାର ବାଡ଼ିଟିକୁ ଟେବୁଲ ଉପରେ ଏମିତି ବାଡେ଼ଇଲେ ଯେ ସେହି ଶବ୍ଦ ର ଭୟରେ ସମସ୍ତେ ଚୁପ ଚାପ ହୋଇଗଲେ. ସତକୁ ସତ ସ୍କୁଲରୁ ଫେରିଲା ପରେ ମୁନୁ ର ବାହାଘର ହୋଇଗଲା. ସମସ୍ତେ ଚକିତ ସ୍ତମ୍ବିଭୂତ ହେଲେ ମଧ୍ୟ ମୁନୁର ସଵାରୀ ହାକୁମ ଧାଵଲ କହି କହି ତାକୁ ତୋଳାକନିଆଁ କରିବାକୁ ନେଇଯାଇଥିଲା ବାସୁଦେବପୁଅ ଦକ୍ଷିଣପାଟ ଘର ବୋହୁ କରି
    ଆଜି କିନ୍ତୁ ମୁନୁ ଅସହାୟ. ରୁନୁ ତାର ସଉତୁଣୀ ହେବାକୁ ଯାଉଛି. ତା କୋଳରେ ପିଲା ବକଟେ ନହେବାରୁ ସ୍ୱାମୀ ତାର ଦ୍ୱିତୀୟ ବିବାହ କରିବେ ରୁନୁ କୁ. ମୁନୁକୁ ସିନା ସ୍କୁଲରୁ ଫେରିଲା ପରେ ତାକୁ ବାହା କରିଦିଆଗଲା କରୁ ବଡ଼ଘର ପୁଅ ବିନୋଦ ସଙ୍ଗେ କିନ୍ତୁ ବିବାହର ପାଞ୍ଚ ବର୍ଷ ଯାଏଁ ପିଲା ନହେବାରୁ ଶାଶୁଙ୍କ ନିଷ୍ପତ୍ତି ରେ ବିନୋଦ ମୁନୁ ଘର ଗାଁର ସେଇ ବିଏ ପାଶ କରିଥିବା ପାଠୋଇ ଝିଅ ରୁନୁ କୁ ବିବାହ କରିବାକୁ ଯାଉଛନ୍ତି. ସବୁ ଜାଣିଶୁଣି ରୁନୁ କେମିତି ରାଜି ହେଲା ବୋଲି ଭାବୁଥିଲା ମୁନୁ!ମୁନୁ କିନ୍ତୁ କପାଳ ଲିଖନ କେ କରିବ ଆନ ନ୍ୟାୟରେ ତୁନି ପଡିଥିଲା.ରୁନୁ ଖାଲି ବୋହୁ ହୋଇ ଆସିଲାନି ବରଂ ମାଆ ବନିଗଲା ବର୍ଷକ ରେ . ଝିଅର ମାଆ. ମୁନୁ ଜୀବନ ର ଏତେ ଦୁଃଖ ଭିତରେ ରୁନୁ ଯେମିତି ସବୁ ସୁଖ ନେଇ ଆସିଥିଲା. ହେଲେ ଭାଗ୍ୟ ରେ ଅଲଗା କିଛି ଲେଖାଥିଲା ବୋଧହୁଏ.ସ୍କୁଲ ଜୀବନ ର ସେଇ ରଚନା ଲେଖା କଥା ଭାବି ମୁନୁ ଚିନ୍ତା କରୁଥିଲା ସତକଥା ଆପଣା ହସ୍ତେ ଜିହ୍ୱା ଛେଦି... କେ ଅଛି ତାର ପ୍ରତିବାଦୀ!ଲେଖନୀ କଥା ସତ ହୋଇଗଲା କି ଆଉ!ଅଳ୍ପ ଦିନ ଭିତରେ କିନ୍ତୁ ମୁନୁ ଆଖିର ତତଲା ଲୁହ ନିଶ୍ଵାସ ରେ କି ଗ୍ରହ କୋପ ରେ କେଜାଣି ରୁନୁ କୋଳରେ ଝିଅ ଆସିବା ପରେ ପରେ ସ୍ୱାମୀ ବିନୋଦ ଚାଲିଗଲେ ସେଇ ଅଫେରା ରାଇଜକୁ .ଆଉ ତାଙ୍କ ଚାକିରୀ ପାଇଲା ମୁନୁ. ମାଟ୍ରିକ ପାଶ କରିନଥିବା ଝିଅ ମୁନୁ ଏବେ ସରକାରୀ ଚାକିରୀ ପାଇ ମଧ୍ୟ ରୁନୁର ଝିଅକୁ ନିଜ ପ୍ରାଣ ଠାରୁ ଅଧିକା ଭଲ ପାଉଥିଲା. ଝିଅ ବଡ଼ ହୋଇ କଲେଜ ଗଲାଣି. ଶାଶୁ ଶଶୁର କେବେଠାରୁ ସେପୁରରେ. ମୁନୁ ଓ ରୁନୁ ସାଙ୍ଗ ଥିଲେ, ସାଙ୍ଗ ରୁ ସଉତୁଣୀ ହେଉ ହେଉ ଏବେ ଗୋଟେ ବଢିଲା ଝିଅର ମାଆ ଦୁହେଁ. ସେହି ଝିଅ ଏବେ ବିବାହ ଉପଯୋଗୀ. ଯେତେ ପ୍ରସ୍ତାବ ଦୁଇ ମାଆ ଆଣୁଥିଲେ ଝିଅ ଶ୍ରାବଣୀ ସେସବୁ ପ୍ରସ୍ତାବକୁ ନାପସନ୍ଦ କରି ଦେଉଥିଲା. ଶେଷକୁ ମୁନୁ ର ନିଜ ଭାଇ ର ପୁଅ ଶ୍ରୀମନ୍ତ କୁ ଚଣ୍ଡୀ ମନ୍ଦିରରେ ବିବାହ କରି ଶ୍ରାବଣୀ ଘରକୁ ଫେରିଲା ସ୍କୁଲରୁ ତ ପରେ ମୁନୁ କାନ୍ଦିଥିଲା ଖୁବ ତ ରୁନୁ ତାକୁ ବୁଝାଉଥିଲା ଯେ ତୁ ତ ଆମ ଝିଅର ଭାଗ୍ୟ ଆଗରୁ ତୋ କଲମ ମୁନରେ ସ୍ଥିର କରିସାରିଥିଲୁ ଏବେ ଆଉ ଦୁଃଖ କରି ଲାଭ କଣ!ଆମେ ଦୁହେଁ ସାଙ୍ଗ ରୁ ସଉତୁଣୀ ହେଉ ହେଉ ସମୁଦୁଣୀ ବନିଗଲେ ଲୋ ମୁନୁ. ମୁନୁ କହୁଥିଲା ମୁଁ ଆଉ କଣ ପାଇଁ କାନ୍ଦୁଥିଲି କି!ମୋ ନିଜ ଭାଗ୍ୟ ମୁଁ ନିଜେ ଲେଖିଛି, କେହି ତାର ପ୍ରତିବାଦୀ ନୁଁହଁନ୍ତି. ମୁନୁ ଓ ରୁନୁ ଏବେ ହସ ଲୁହ କାନ୍ଦ କୁ ଏକାଠି କରି ଆଗକୁ ବଢୁଥିଲା ବେଳେ ଭାବୁଥିଲେ ସ୍କୁଲ ଜୀବନରୁ ଶ୍ରାବଣୀ ବାହା ହେଉ ପଛେ ସୁଖରେ ଘର ସଂସାର କରୁ.ଦୁଇ ମାଆ ଝିଅ ପାଇଁ ଜାନି ଯୌତୁକ ସହ ସାବିତ୍ରୀ ଭାର ସଜାଡ଼ିଲା ବେଳେ ଭାବୁଥିଲେ ଝିଅ ଆମ୍ବ ଖାଇବାକୁ ଖୁବ ଭଲ ପାଏ. ରୁନୁ ସୁଁ ସୁଁ ହେଉଥିଲା ତ ମୁନୁ ପଣତରେ ଲୁହ ପୋଛୁ ପୋଛୁ କିଛି ଲୁହ ଓଠ ତଳେ ଚାପି ହୋଇ ତଣ୍ଟି କୁ ଯାଉଥିଲା. 
,,,,,,,,,

     



Rate this content
Log in

Similar oriya story from Action