STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ଇକୋ ପାର୍କ

ଇକୋ ପାର୍କ

4 mins
0

ସୁଭଦ୍ରା ଇକୋ ପାର୍କ ଭିତରେ ବସି ଆଜି କାହିଁକି ଖୁବ ଭାବୁଥିଲେ ରାମାୟଣ ର କୈକେୟୀ ଚରିତ୍ରକୁ.ରାମାୟଣରେ ସାଧାରଣତଃ ‘ଖଳନାୟିକା’ ଭାବେ ଦେଖାଯାଏ ତାଙ୍କୁ। ଯଦି ଆମେ ତାଙ୍କ ଚରିତ୍ରକୁ ଗଭୀରତାର ସହ ବିଚାର କରିବା, ତେବେ ତାଙ୍କ ଭିତରେ ଲୁକ୍କାୟିତ ମହାନତା, ତ୍ୟାଗ ଓ ଦୈବୀ ଯୋଜନାର ଏକ ଅଂଶ ଦେଖିବାକୁ ପାଇବା। କୈକେୟୀ ବିନା ରାମାୟଣ ନାହିଁ, ରାମଙ୍କ ବନବାସ ନାହିଁ, ଧର୍ମ ସଂସ୍ଥାପନ ନାହିଁ।କୈକେଇ ମାଆ ରୂପେ ଏକ ମ୍ୟାଜିକ ବୋତଲ କହିଲେ ଅତ୍ୟୁକ୍ତି ହେବ ନାହିଁ।
ପ୍ରାରମ୍ଭିକ ଜୀବନ ଥିଲା ସେ ବୀରାଙ୍ଗନା ଓ ସ୍ନେହମୟୀ ମାତା-
କୈକେୟୀ କେକୟ ଦେଶର ରାଜା ଅଶ୍ୱପତିଙ୍କ କନ୍ୟା। ସେ ଅତ୍ୟନ୍ତ ରୂପବତୀ, ବୁଦ୍ଧିମତୀ ଓ ଯୁଦ୍ଧ ବିଦ୍ୟାରେ ନିପୁଣା ଥିଲେ। ଦଶରଥଙ୍କ ସହ ଦେବାସୁର ସଂଗ୍ରାମରେ ସାରଥୀ ହୋଇ ଯୁଦ୍ଧ କରିଥିଲେ। ଯେତେବେଳେ ଦଶରଥଙ୍କ ରଥ ଚକ ଖସିଗଲା, ସେତେବେଳେ କୈକେୟୀ ନିଜ ଆଙ୍ଗୁଠି ଦେଇ ରଥକୁ ସମ୍ଭାଳିଲେ ଓ ଦଶରଥଙ୍କ ଜୀବନ ବଞ୍ଚାଇଲେ।
ଏହି ବୀରତ୍ୱ ଓ ତ୍ୟାଗ ପାଇଁ ଦଶରଥ ପ୍ରସନ୍ନ ହୋଇ ତାଙ୍କୁ ଦୁଇଟି ବର ମାଗିବାକୁ କହିଲେ। କିନ୍ତୁ କୈକେୟୀ ସେତେବେଳେ କିଛି ମାଗିଲେ ନାହିଁ। ସେ କହିଲେ, “ଆବଶ୍ୟକ ସମୟରେ ମାଗିବି”। ଏହା ତାଙ୍କ ନିଃସ୍ୱାର୍ଥତାର ପ୍ରଥମ ପ୍ରମାଣ।
ସେ ରାମଙ୍କୁ ନିଜ ପୁଅ ଭରତଠାରୁ ମଧ୍ୟ ଅଧିକ ସ୍ନେହ କରୁଥିଲେ। ବାଲ୍ମୀକି ରାମାୟଣ ଅଯୋଧ୍ୟାକାଣ୍ଡରେ ଅଛି – “ରାମଂ ଦଶରଥାଦପି ଶ୍ରେଷ୍ଠଂ ମେନେ ସୁତାଦପି”। ଅର୍ଥାତ୍ କୈକେୟୀ ରାମଙ୍କୁ ଦଶରଥ ଓ ନିଜ ପୁଅ ଭରତଠାରୁ ମଧ୍ୟ ଶ୍ରେଷ୍ଠ ମାନୁଥିଲେ।ବର ଯାଚନା ଥିଲା ମ୍ୟାଜିକ ବୋତଲର କରାମତି ଯେମିତି।ଏକ ଦୈବୀ ଯୋଜନା ଥିଲା ସେ ମ୍ୟାଜିକ।ରାମଙ୍କ ରାଜ୍ୟାଭିଷେକ ଦିନ ମନ୍ଥରାର କୁମନ୍ତ୍ରଣାରେ କୈକେୟୀ ଦୁଇଟି ବର ମାଗିଲେ,ଭରତଙ୍କ ରାଜ୍ୟାଭିଷେକ,ରାମଙ୍କୁ ଚଉଦ ବର୍ଷ ବନବାସ। ବାହାରକୁ ଏହା ସ୍ୱାର୍ଥପର ଓ ନିଷ୍ଠୁର ଲାଗେ। ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ କୈକେୟୀ ହିଁ ରାମ ଅବତାରର ଉଦ୍ଦେଶ୍ୟ ପୂରଣ କରିବାର ମୁଖ୍ୟ ମାଧ୍ୟମ ଓ ମ୍ୟାଜିକ ବୋତଲ ବନିଗଲେ।
ଅଧ୍ୟାତ୍ମ ରାମାୟଣ ଓ ଆନନ୍ଦ ରାମାୟଣ ଅନୁସାରେ, ଦେବତାମାନେ କୈକେୟୀଙ୍କ ପାଖକୁ ଯାଇ ଅନୁରୋଧ କରିଥିଲେ ଯେ ସେ ଯେପରି ରାମଙ୍କୁ ବନବାସ ପଠାନ୍ତୁ। କାରଣ ରାମ ଜନ୍ମ ହୋଇଛନ୍ତି ରାବଣ ବଧ ପାଇଁ। ଯଦି ସେ ରାଜା ହୋଇଯାନ୍ତେ, ତେବେ ଅବତାରର ଉଦ୍ଦେଶ୍ୟ ବିଫଳ ହୋଇଯାଇଥାନ୍ତା। କୈକେୟୀ ଜାଣିଶୁଣି ସମଗ୍ର ସଂସାରର ନିନ୍ଦା ନିଜ ମୁଣ୍ଡକୁ ନେଲେ। ଏହା ସବୁଠାରୁ ବଡ଼ ତ୍ୟାଗ।
ଭରତଙ୍କ ଚରିତ୍ର ଗଠନ ରେ କୈକେୟୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ମାଆ ଜାଣିଥିଲେ ଯେ ଭରତ ଅତ୍ୟନ୍ତ ଧାର୍ମିକ। ସେ କେବେ ବି ରାମଙ୍କ ସ୍ଥାନ ନେବେ ନାହିଁ। ସେ ଚାହୁଁଥିଲେ ଯେ ଭରତଙ୍କ ମହାନତା ସଂସାର ଆଗରେ ପ୍ରକାଶ ପାଉ। ସତରେ ତାହା ହିଁ ହେଲା। ଭରତ ରାଜ୍ୟ ନେଲେ ନାହିଁ, ରାମଙ୍କ ପାଦୁକା ନେଇ ରାଜ୍ୟ ଶାସନ କଲେ।ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କରିବାରେ ଯଦି ରାମ ସୁଖରେ ରାଜ୍ୟ କରିଥାନ୍ତେ, ତେବେ ଆମେ କେବେ ତାଙ୍କ ତ୍ୟାଗ, ଧୈର୍ଯ୍ୟ, ପିତୃଭକ୍ତି ଦେଖି ପାରି ନଥାନ୍ତେ। କୈକେୟୀଙ୍କ କଠୋର ନିଷ୍ପତ୍ତି ମ୍ୟାଜିକ ବୋତଲ ପରି ହିଁ ରାମଙ୍କୁ ‘ମର୍ଯ୍ୟାଦା ପୁରୁଷୋତ୍ତମ’ କଲା।
ପଶ୍ଚାତାପ ଓ ଅନୁତାପ ତଥା ପଡିଲେ ଏହା ଏକ ମା’ର ବେଦନାର ପରିପ୍ରକାଶ।କୈକେୟୀ ଖଳ ନ ଥିଲେ। ଦଶରଥଙ୍କ ମୃତ୍ୟୁ ପରେ ସେ ଭାଙ୍ଗି ପଡ଼ିଲେ। ଭରତ ଯେତେବେଳେ ତାଙ୍କୁ ନିନ୍ଦା କଲେ, ସେତେବେଳେ ସେ କହିଲେ, “ମୁଁ ଯାହା କଲି, ତାହା ମୋ ପୁଅର ମଙ୍ଗଳ ପାଇଁ ନୁହେଁ, ଏହା ଦୈବୀ ପ୍ରେରଣା”।
ରାମ ବନବାସରୁ ଫେରିବା ପରେ ପ୍ରଥମେ କୈକେୟୀଙ୍କୁ ହିଁ ପ୍ରଣାମ କଲେ। ସେ ଜାଣିଥିଲେ ଯେ ମା’ କୈକେୟୀଙ୍କ ବିନା ତାଙ୍କ ଜୀବନର ଉଦ୍ଦେଶ୍ୟ ପୂରଣ ହୋଇ ନ ଥାନ୍ତା। କୈକେୟୀ ଲଜ୍ଜାରେ ମୁଣ୍ଡ ପୋତି ଦେଲେ, କିନ୍ତୁ ରାମ ତାଙ୍କୁ କ୍ଷମା କରି କହିଲେ, “ମା’, ତୁମେ ଯାହା କରିଛ, ତାହା ମୋ ପାଇଁ ମଙ୍ଗଳମୟ ହୋଇଛି”।କୈକେୟୀଙ୍କ ମହାନତାର ଦିଗ ଥିଲା ବିଧିର ବିଧାନ ଅନୁଯାୟୀ ରାମ ପରି ପୁତ୍ର ର ବନବାସ।ତ୍ୟାଗର ପ୍ରତିମୂର୍ତ୍ତି  ତଥା ନିଜ ସମ୍ମାନ, ସ୍ୱାମୀ, ପୁତ୍ର ସମସ୍ତଙ୍କ ସ୍ନେହ ହରାଇ ମଧ୍ୟ ସେ ଧର୍ମ ସ୍ଥାପନ ପାଇଁ ନିଜକୁ ବଳି ଦେଲେ।
ଦୂରଦୃଷ୍ଟିରୁ ସେ ଜାଣିଥିଲେ ଯେ ରାମ ସାଧାରଣ ମଣିଷ ନୁହଁନ୍ତି। ତାଙ୍କୁ ବନକୁ ପଠାଇବା ଦ୍ୱାରା ହିଁ ରାବଣ ବଧ ହେବ।
ସାହସ-ସାରା ସଂସାରର ନିନ୍ଦା ସହିବା ପାଇଁ ଯେଉଁ ସାହସ ଦରକାର, ତାହା କୈକେୟୀଙ୍କ ପାଖରେ ଥିଲା ମ୍ୟାଜିକ ରୂପରେ।
କୈକେୟୀଙ୍କ ପାଇଁ ରାମାୟଣ ଅଧା ଅଧୁରା।ସେ ନ ଥିଲେ ନା ହନୁମାନ ମିଳିଥାନ୍ତେ, ନା ସୁଗ୍ରୀବ, ନା ବିଭୀଷଣ। ରାମ ରାଜ୍ୟ କରିଥାନ୍ତେ, କିନ୍ତୁ ‘ରାମରାଜ୍ୟ’ର ଆଦର୍ଶ ସ୍ଥାପିତ ହୋଇ ନ ଥାନ୍ତା।
କୈକେୟୀ ଚରିତ୍ର ଆମକୁ ଶିଖାଏ ଯେ କୌଣସି ବ୍ୟକ୍ତିକୁ ବାହ୍ୟ କାର୍ଯ୍ୟ ଦେଖି ବିଚାର କରିବା ଉଚିତ୍ ନୁହେଁ। ସେ ଥିଲେ ରାମାୟଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ମାତା କୈକେୟୀ,ଯିଏ ସମସ୍ତଙ୍କ ପାଇଁ ଖଳ ହୋଇ ମଧ୍ୟ ଈଶ୍ୱରଙ୍କ କାର୍ଯ୍ୟ ସାଧନ କଲେ।
କୈକେୟୀ ଥିଲେ ସେହି ମହାନ ନାରୀ, ଯିଏ ନିଜ ଉପରେ କଳଙ୍କ ନେଇ ସମଗ୍ର ବିଶ୍ୱକୁ ରାମଙ୍କ ଦର୍ଶନ କରାଇଲେ। ତାଙ୍କ ମହାନତା ତ୍ୟାଗରେ ଓ ତାଙ୍କ ମହାନତା ନୀରବତା ଅବଲମ୍ବନରେ।ସେ ମାଆ ରୂପେ ଏକ ମ୍ୟାଜିକ ବୋତଲ ନୁଁହଁନ୍ତି ତ ଆଉ କଣ!
   ପାଖରେ ବସିପଡ଼ିଲା ପୁଅ ସରୋଜ ଓ କହୁଥିଲା ଇକୋ ପାର୍କ ବୋଲି ନାମକରଣ ତତେ ଯଥାର୍ଥ ଲାଗିଲା ମାଆ!ସୁଭଦ୍ରା କହିଲେ ନିଶ୍ଚୟ ପୁଅ।ତୋ ସହ କଲିକତା ଆସିନଥିଲେ ଏ ପାର୍କ ରେ ପ୍ରତିଫଳିତ ବା ଇକୋ ହେଇ ଗଢ଼ାଯାଇଥିବା ପୃଥିବୀର ସପ୍ତାଶ୍ଚର୍ଯ୍ୟ ଦେଖି ହୋଇନଥାନ୍ତା।କଣ ନାହିଁ ଏ ପାର୍କ ରେ ଇକୋ ହୋଇ!ଯେମିତି ଆଗ୍ରାର ତାଜମହଲ, ମିଶରର ପିରାମିଡ଼, ପିଂକ୍ସ ମୂର୍ତ୍ତି ସମୂହ ସହିତ ଯୀଶୁ ଙ୍କ ପ୍ରତିମୂର୍ତ୍ତି ଓ ଆହୁରି ଅନେକ ଭିତରେ ଏଠାରେ ଗୋଟେ ସ୍ୱତନ୍ତ୍ର ମ୍ୟାଜିକ ର ଆକର୍ଷଣ ଅଛି। ମୋ ଟିକି ନାତି ବାବା ପାଖେ ବସି ମୋର ରାମାୟଣ ର ମାଆ ଚରିତ୍ର କୈକେୟୀ ଙ୍କ କଥା ମନକୁ ଆସୁନଥାଆନ୍ତା।ହସି ହସି ସରୋଜ କହୁଥିଲା ମୋ ପୁଅ ବା ତୋ ନାତି ବାବା ତତେ ଏତେ ଭଲପାଏ ଓ ମାମା ଜେଜେ ଡାକେ କିନ୍ତୁ ତୁ ତା ପାଖେ ରହିବାକୁ ନାରାଜ। ସେହି ମନୋଭାବର ଇକୋ ବା ପ୍ରତିଫଳନ ତୋର ଭାବନା. ଆଶ୍ଚର୍ଯ୍ୟ ଆଖିରେ ସୁଭଦ୍ରା ତାଙ୍କ ପୁଅ ସରୋଜ ମଧ୍ୟରେ ରାମ ଙ୍କୁ ଠାଵ କଲାବେଳେ ଟିକି ନାତି ବାବା କହୁଥିଲା ହୁଁ କହି ହନୁମାନ ବେଗେ ଚଳିଗଲେ। ରୋଜା ତାକୁ କାଖେଇ ପକେଇ ମୋ ପୁଅ ଆଉ କେତେ ଚାଲିବ କହୁ କହୁ ଆଦିକନ୍ଦ ବାବୁ କହୁଥିଲେ ସନ୍ଧ୍ୟା ଆସିଗଲାଣି। ଟାୱାର ରେ ଏବେ ଲାଇଟ ଜଳି ଖୁବ ସୁନ୍ଦର ଦିଶିବ ବିଶ୍ବର ସର୍ବ ବୃହତ ଟା୍ୱାର, ଚାଲ ଚାଲ, ଆଉ ଅଳ୍ପ ବାଟ।ସତରେ ଲାଇଟିନିଙ୍ଗ ଟାୱାର ତଳେ ଇକୋ ପାର୍କ ମଧ୍ୟରେ ଥିବା ହୋଟେଲ ରେ ସେଦିନ ଖୁବ ଆନନ୍ଦ ମନରେ ଗାର୍ଲିକ ଚପାତି ଓ ଛତୁ ଖାଉଥିଲେ ସୁଭଦ୍ରା ଓ ତାଙ୍କ ପରିବାର।ଲାଗୁଥିଲା ଇକୋ ପାର୍କଟି ସତେ ଅବା ଏକ ମ୍ୟାଜିକ ବୋତଲଟିଏ।



Rate this content
Log in

Similar oriya story from Inspirational