STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

ପପୁ ବୋତଲ ଭିତିରି କଥା

ପପୁ ବୋତଲ ଭିତିରି କଥା

3 mins
1

କଲିକତା ରେ ସରୋଜ ରହୁଥିବା ୱାର୍ଡ ରେ ଆସନ୍ତା କାଲି ଅଣତିରିଶ ତାରିଖ ଇଲେକ୍ସନ ଥିବାରୁ ପୁଅ ରରୋଜ ଅଫିସ ଯିବା ପୂର୍ବରୁ ବାପା ଆଦିକନ୍ଦ ବାବୁଙ୍କୁ ଗୁନି ବଜାର ଯାଇ ମନ ପସନ୍ଦ ର ମାଛ ନେଇଆସିବାକୁ କହିଥିଲା. ପ୍ରଥମ କାରଣ ଥିଲା ଏହି କି ଯେ ଇଲେକ୍ସନ ଯୋଗୁଁ ବଜାର ବନ୍ଦ ରହିପାରେ. ଦୁଇ ରେ ମାଆ ସୁଭଦ୍ରାଙ୍କ ସପ୍ତାହିକ ଆମିଷ ଖିଆ ପାଳି କାଲି ବୁଧବାର ତ ମାଛ ଟିକେ ନଆଣିଲେ କେମିତି ହେବ!ଆଦିକନ୍ଦ ବାବୁ ମଧ୍ୟ ବୋହୁ ରୋଜା ଠାରୁ ବ୍ୟାଗ ନେଇ ବାହାରିଲା ବେଳକୁ ସୁଭଦ୍ରା କହିଲେ ମୁଁ ମଧ୍ୟ ଯିବି. ମୋ ପସନ୍ଦ ର ମାଛ ଆସିବ ଅର୍ଥାତ ମୋ ନାଁ.. ସମସ୍ତଙ୍କ ଗାଁ ତ ମୁଁ ନଗଲେ କେମିତି ହେବ!ତ ସୁଭଦ୍ରାଙ୍କ ପଛେ ପଛେ ନାତି ବାବା ମଧ୍ୟ ଯିବାକୁ ବାହାରି ପଡିଲା. ତାକୁ ବୁଝେଇ ସୁଝେଇ ରଖୁ ରଖୁ ବାବା ତା ଛୋଟ ସ୍କୁଲ ବୋତଲରେ ଆକ୍ଵାଗାର୍ଡ ରୁ ପାଣି ଭରିବା କାମ ଟା ହାତକୁ ନେଇଯାଇଥିଲା. ବାବା କୁ କିନ୍ତୁ ଜଣା ନଥିଲା କି ଆକ୍ଵାଗାର୍ଡ ରୁ ଆସୁଥିବା ପାଣି ର ମୁଁହଁ ବଡ଼ ଥିବାରୁ ଛୋଟ ମୁଁହଁ ଥିବା ସ୍କୁଲ ବୋତଲ ରେ ପାଣି ଭରି ହେବା ଦୂରର କଥା ବରଂ ଘର ସାରା ପାଣି ଢଳି ଯାଇ ଓଦା ହେଉଥିଲା. ତ ରୋଜା ଦଉଡି ଯାଇ ଆକଟ କରୁଥିଲା ବାବାକୁ ଆଉ ସରୋଜ ମଧ୍ୟ ଯାଉ ଯାଉ ପୁଅକୁ ପାଟି କରୁଥିଲା ତ ଛୋଟ ବାବା ରାଗରେ ତା ଗାଡିଟାକୁ କଚାଡି ଦେଲା ବେଳେ ଅଫିସକୁ ବାହାରି ଯାଉ ଯାଉ ସରୋଜ କହୁଥିଲା ତତେ ଏମିତି କଚାଡି ଦେବି ରହ. ତ ରୋଜା ମଧ୍ୟ ସରୋଜ ପକ୍ଷ ନେଇ କହୁଥିଲା ଯୋଉ ଦୁଷ୍ଟ ହେଉଛି ତାକୁ ଏଣିକି ଶୁନ୍ୟ କଚଡ଼ା ଦରକାର. କିଛି ନକହି ସୁଭଦ୍ରା ସିନା ଆଦିକନ୍ଦ ବାବୁଙ୍କ ସଙ୍ଗେ ଗୁନି ବଜାର ଯିବାକୁ ବାହାରି ଆସିଲେ କିନ୍ତୁ ବାବା ପାଇଁ ମନ ଗୋଳେଇ ଘାଣ୍ଟି ହେଉଥିଲା. ସେ ଯେତେ ଯାହା ଦୁଷ୍ଟାମୀ କରୁ ସବୁଥିରେ କିଛି ଅନୁକରଣୀୟ କାମ ନିହିତ ଥିଲା. ବିକଶିତ ବୁଦ୍ଧି କିନ୍ତୁ ନଥିବାରୁ ସେ ସଫଳ ହେଉନଥିଲା ଆଉ ତା କଥା ବୁଝିବାକୁ ବା ତା ମନସ୍ତତ୍ଵ ପଢିବାକୁ କାହାକୁ ବେଳ ଥିଲା ଯେ!ବଡ଼ମାନେ ଯିଏ ଯାହା କାମରେ ବ୍ୟସ୍ତ ଥିବା ବେଳେ ଶିଶୁ କୋଉଥିରେ ନ୍ୟସ୍ତ ରହୁଛି ଓ କାହିଁକି ରହୁଛି ସେକଥା ବୁଝୁଛି କିଏ!କେବଳ ଦୁଷ୍ଟ ହେଉଛି କହି ଯିଏ ଯାହା ବାଟ, ହାଟ ଓ ନାଟ ରେ.
  ପିଲାଟାକୁ ଘରେ ଛାଡ଼ି ଆସି ତାରି କଥା ଭାବି ଭାବି ଆଗେଇ ଚାଲୁଥିଲେ ସୁଭଦ୍ରା ଅଟୋ ଥିବା ଛକ ଯାଏଁ. ରାସ୍ତାରେ କିନ୍ତୁ ଖୁବ ଗହଳି ଓ ସମସ୍ତେ କିଛି ଫୁସଫାସ ହେଉଥିଲେ.ତ ଇଲେକସନ ପାଇଁ କିଛି ଘଟଣା ବା ଦୁର୍ଘଟଣା ହେଲାକି ଭାବି ଅଧା ଓଡ଼ିଆ, ଅଧା ହିନ୍ଦି, ଅଧା ବେଙ୍ଗଲି ଓ ଅଧା ଇଂରାଜୀ ମିଶା ଭାଷାରେ ଏଠିକୁ ଆସିବାଠାରୁ କଥା କହୁଥିବା ଦମ୍ପତ୍ତି ସୁଭଦ୍ରା ଓ ଆଦିକନ୍ଦ କିଛି ପଚାରିବା ପୂର୍ବରୁ ଲୋକେ କହୁଥିଲେ ଏ ରାସ୍ତାରେ ଯାଆନ୍ତୁନି. ଜଣେ ପାଗେଳୀ କିଏ ଗୋଟେ ମ୍ୟାଜିକ ବୋତଲ ଧରି ବସିରହିଛି ବାଟ ଜଗି . କିଏ ଜାଣେ ସେ ମ୍ୟାଜିକ ବୋତଲ ରେ ବମ କି ଗୁଳି କି କଣ ରଖିଛି!ପୋଲିସ ଗାଡି ପହଁଞ୍ଚି ଯାଇଥିଲା ତ ସୁଭଦ୍ରା ଓ ଆଦିକନ୍ଦ ସେଇ ଆଡକୁ ମାଡି ଯାଇ ଦେଖିଥିଲେ ପୋଲିସ ବାବୁଙ୍କୁ ପପୁ ବୋତଲଟିଏ ଦେଖାଇ ଦୁଃଖ କହୁଛି ଜଣେ ସନ୍ତାନ ହରା ମାଆ. ବୁକୁ ଫଟେଇ କହୁଛି ଥରକୁ ଥର ତିନି ଥର ଝିଅ ସନ୍ତାନ ଜନ୍ମ କରିବା ପରେ ମୋ ଛାତିର ଅମୃତ ପରି କ୍ଷିର ନହେବାରୁ ଏ ପପୁ ବୋତଲ ରେ କ୍ଷୀର ଦେଇ କନ୍ୟା ସନ୍ତାନକୁ ମୋର ଲୋରି ଗାଇ ଶୁଆଇ ଦେଉ ଦେଉ କୁଆଡେ ଯେ କେତେବେଳେ ଗାଏବ ହୋଇଯାଆନ୍ତି ସେମାନେ ମୁଁ ଜାଣିପାରେନା. ଆଜି ତୃତୀୟ ଥର ମୋ କୋଳରୁ ମୋ ମାସକର କନ୍ୟାସନ୍ତାନ କୁ କେହି ଛଡେଇ ନେବା ପରେ ଏହି ପପୁ ବୋତଲଟିକୁ ମ୍ୟାଜିକ ବୋତଲ ଭାବି ମୋ ଠାରୁ ଦୂରେଇ ଦେବାକୁ ଆସି ମଧ୍ୟ ଦୂରେଇ ପାରୁନି କରଣ ଶିଶୁ କନ୍ୟା ସନ୍ତାନମାନଙ୍କ ସ୍ମୃତି ତ ଏଇ ପପୁ ବୋତଲ ବା ମ୍ୟାଜିକ ବୋତଲ. ସେଇଥିପାଇଁ ତ ଏଇଠି ବସି କାନ୍ଦୁଛି ବାବୁ. ମୁଁ ଭିକାରୁଣୀ କି ପାଗେଳୀ କିମ୍ବା ଅନ୍ୟ କିଛି ନୁଁହଁ. ଏତେ କଥା କଣ କହୁଛୁ!ସେଇ ତୋର ସ୍ୱାମୀର ଏସବୁ ନାଟ. ବିକିଦେଇଥିବ ଝିଅକୁ କୋଉଠି ବା କୋଉ ମନ୍ଦିର କି ଆଶ୍ରମ ବାରଣ୍ଡାରେ ଥୋଇ ଦେଇ ଆସୁଥିବ. ଟାଙ୍କେ ଛେଚିଦେଲେ ମାନିଯିବ. ସ୍ତ୍ରୀ ଟି କହୁଥିଲା ନାହିଁ ବାବୁ ତାଙ୍କର କିଛି ଦୋଷ ନାହିଁ. ସବୁ ଏଇ ମ୍ୟାଜିକ ବୋତଲ ର ଦୋଷ ଅଟେ. ରାତି ପାହିଲେ ଇଲେକ୍ସନ. ପ୍ରବଳ ଲୋକ କିନ୍ତୁ ରୁଣ୍ଡ ହୋଇ ଶୁଣୁଥିଲେ ଗୋଟେ ଦୈନ୍ୟ ମାଆ ର କାହାଣୀ. ପୋଲିସ ଖୋଜୁଥିଲା ଠିକଣା. ସେ କୋଉ ରାଜ୍ୟର, କୋଉଠୁ ଆସିଲା ତାହା ତନାଘନା କରିବା ଭିତରେ ସୁଭଦ୍ରା ଓ ସ୍ୱାମୀ ଆଦିକନ୍ଦ ବାବୁ ଗୁନି ବଜାର ରୁ ମାଛ ନେଇ ଫେରିଥିଲେ. ରାତି ସାତଟା ରେ ପୁଅ ସରୋଜ ତା ପୁଅ ପାଇଁ ବଡ଼ ମୁଁହଁ ଵାଲା ସ୍କୁଲ ବୋତଲଟିଏ ନେଇ ଆସିଥିଲା. ତାକୁ ନେଇ ବାବା ଆକ୍ଵାଗାର୍ଡ ରୁ ପାଣି ଭରିବାରେ ଆଉ ଅସୁବିଧା ନଥିଲା କିନ୍ତୁ ସୁଭଦ୍ରାଙ୍କୁ ଡର ହେଉଥିଲା ଏହା ମ୍ୟାଜିକ ବୋତଲ ନୁଁହଁ ତ. ଟିଭିରେ କିନ୍ତୁ ସେହି ସ୍ତ୍ରୀ ଲୋକ ର ତୃତୀୟ ସନ୍ତାନ ମନ୍ଦିର ପ୍ରାଙ୍ଗଣ ରୁ ମିଳିଯିବା ଘଟଣା ସୁଭଦ୍ରାଙ୍କୁ ଆଶ୍ବସ୍ତି ଆଣିଦେଇଥିଲା.



Rate this content
Log in

Similar oriya story from Abstract