STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ସକାଳ ଚା

ସକାଳ ଚା

8 mins
0

ପକ୍ଷୀଙ୍କୁ ଭଲପାଇ ଫସି ଯାଇଛନ୍ତି ଯେମିତି ଅରୁ. ସମସ୍ତେ ଶୋଇଗଲା ପରେ ସେ କବିତା ଲେଖନ୍ତି. ଲେଖନ୍ତି ଜୀବନର କେତେ କଥା ଓ ଗାଥା ତଥା ସାମ୍ପ୍ରଦାୟିକତା ଉପରେ. ମନେପକାନ୍ତି ସେହି କାଳଜୟୀ ବିଶ୍ୱ କବି ମାନଙ୍କୁ. ତାଙ୍କ ଭିତରୁ ଶ୍ରୀ ଅରବିନ୍ଦ ଓ ରବୀନ୍ଦ୍ର ନାଥ ଠାକୁର ତାଙ୍କର ଭାରି ପ୍ରିୟ. ପୁଣି ଫକୀରମୋହନ ସେନାପତି କଥାକାର ହେଲେ ମଧ୍ୟ ପ୍ରଜାମେଳି ରୋକିବାକୁ ସେ ପାନ ଓ ଗୁଆ ଦୁଇ ଶବ୍ଦ ର ଯେମିତି ବ୍ୟବହାର କରିଥିଲେ ତାହା କୌଣସି କାବ୍ୟିକ ମନୋଭାବ ଠୁ କମ ନୁଁହଁ. ଅରୁ ଲେଖନ୍ତି ବିନା ଆଳଙ୍କାରିକ ଶବ୍ଦ ସମାହାରେ କିନ୍ତୁ ସମସ୍ତେ ଶୋଇ ପଡିଥିବାରୁ ନିଶବ୍ଦ ରାତିରେ ପେଚା ବୋବାଳି ଶୁଣି ଡର ମାଡ଼େ. ଲଷ୍ମୀ ମାଆ ଙ୍କ ବାହାନ ପେଚା ବୋବାଳି ଖୁବ ଶୁଭଙ୍କର ମନେ କରି ଲେଖନୀ ବା ଆଜିକାର କଲମ ଚାଳନା କରୁ କରୁ କେବେ ମନେପଡ଼ନ୍ତି ଗୀତଗୋବିନ୍ଦ ର ରଚୟିତା ଜୟଦେବ ତ କେବେ ମନେପଡ଼ନ୍ତି ଭୀମଭୋଇ ଅରୁଙ୍କର . ତାଙ୍କ ପରି କାଳଜୟୀ କବିତା ପଦେ ଉତୁରିଲାନି ତାଙ୍କ କଲମରୁ ଏଯାଏଁ ଭାବି ମନଦୁଃଖ କରନ୍ତି. ତଥାପି ପକ୍ଷୀ ଦେଖିବା ପରି କବିତା ଲେଖିବା ନିଶା ଆଜିକାଲି ପେଷା ରେ ପରିଣତ ହେଲାଣି ଅରୁଙ୍କର. ପ୍ରିୟାର ଆଖି ଚଢ଼େଇ ବସା ପରି ଲେଖି ମନକୁ ଦୋହଲେଇ ଦେଇଥିବା ସେ କବି ସବୁ ଆଉ ନାଁହାଁନ୍ତି. ତାଙ୍କୁସବୁ ମନେପକେଇବାକୁ ବିଶ୍ୱ କବିତା ଦିବସ ଆସୁଛି. କେତେ ଦହନ, ଜ୍ୱଳନ, କଳ୍ପନା ର ଶବ୍ଦସବୁ କୁ ସାଉଁଟି ପୁଣି ସେସବୁକୁ ପାଛୁଡ଼ି ଓ ବେଙ୍ଗଳା ପକେଇ ଯୋଉ କବିତାମନସ୍କ କବି ମାନେ କବିତା ସୌଧ ଗଢ଼ିଥିଲେ ତାହାକୁ ରକ୍ଷା କରିବାକୁ ଯାଇ ଏ ପରାପିଢ଼ି ଓ ସେ ନିଜେ ଲେଖୁଛନ୍ତି କଣ!ସିଧା ସାଧା ଜୀବନର ଭାବ, ମୋହ, ମାୟା କୁ ଐଶ୍ଵର୍ଗିକ ଶକ୍ତି ଭିତରେ ବୁଡେଇ କିଛି ଶବ୍ଦ ଗୁଡେଇ ତୁଡେଇ ଅରୁ କିଛି କବିତା ଲେଖୁଥିଲେ ଓ କିଛି କବିତା ଲେଖା କାଗଜ ଚିରି ଫିଙ୍ଗୁ ଫିଙ୍ଗୁ ରାତି ବଢୁଥିଲା. ସମସ୍ତେ ଶୋଇଯିବା ପରେ ସ୍ୱାମୀଙ୍କ ନିଦୁଆ ଆଖିକୁ ଦେଖି ଅରୁ କାଁହିରୁ କେତେ କଥା ଭାବୁଥିଲେ. ଏବେ ସ୍ୱାମୀଙ୍କ ଦୁଇ ଆଖି ତାଙ୍କୁ ଚଢ଼େଇ ବସା ପରି ଲାଗୁଥିଲା ପ୍ରକୃତରେ ହେଲେ ପେଚା ବୋବାଳି ଡ଼ରରେ ସେ ଶୋଇଯାଇଥିଲେ ନିଦରେ.  ସକାଳୁ ସ୍ୱାମୀ ଡାକ ଛାଡ଼ନ୍ତି କଣ ଆଜି ସକାଳ ଚା ହେବ ନା ନାହିଁ ତ ଧଡ଼ାପଡ଼ ହୋଇ ଉଠନ୍ତି ଅରୁ. ସ୍ୱାମୀଙ୍କର ସକାଳ ଆରମ୍ଭ ହୁଏ ତାଙ୍କ ହାତ ତିଆରି ଚା ରୁ ବୋଲି ଭୁଲିଯାଇଥିବା ଅରୁଙ୍କୁ ଅନିରୁଦ୍ଧ କହନ୍ତି ତୁମେ ତ ରାତି ସାରା ପକ୍ଷୀଙ୍କ ଭାବ ଓ ବୋବାଳିରେ କାଟୁଛ ମତେ ଚା ଦେବ କିଏ!  
ଅରୁଙ୍କ ଦୁଆର ଆଗରେ ଝଙ୍କାଳିଆ ବରଗଛ ଉପରେ କାହିଁ କୁଆଡୁ ଉଡିଆସି କେତେ ପକ୍ଷୀ ବସନ୍ତି. ଖରାଦିନେ ପାଣି ଟୋପେ ପିଇବାକୁ ଡହଳ ବିକଳ ହେଉଥିବା ପକ୍ଷୀମାନଙ୍କ ପାଇଁ ଛାତ ଉପରେ ମାଟି ଘଡି ବା ଅଧା ମାଟି ଘଡ଼ା ସାତଟାରେ ପାଣି ଭରି ଠାଆ କୁ ଠାଆ ରଖିଦିଅନ୍ତି ଅରୁ . ପକ୍ଷୀଗୁଡିକ ଯେତେବେଳେ ଇଛା କରନ୍ତି ଉଡି ଆସି ପାଣି ପିଇ ପୁଣି ବରଗଛ ଡ଼ାଳକୁ ଉଡିଯାଆନ୍ତି. ସେଇ ଛାତରେ ତୁଳସୀ ଚଉରା ଅରୁଙ୍କର. ପ୍ରତିଦିନ ତୁଳସୀମୂଳେ ଜଳ ଦେବାକୁ ଓ ସୂର୍ଯ୍ୟଙ୍କୁ ଜଳଦାନ କରି ପୁଣ୍ୟ ପାଇବାକୁ ଅରୁ ଯେବେ ଛାତ ଉପରକୁ ଯାଆନ୍ତି ଭରି ଦିଅନ୍ତି ସେହି ଆଧାଅଧି ବା ପୁରା ଖାଲି ପଡ଼ିଥିବା ମାଟି ଘଡି ଗୁଡିକୁ.ଦିନକୁ ଦୁଇଥର ଛାତ ଉପରକୁ ଯାଆନ୍ତି ଅରୁ . ସକାଳେ ଯେମିତି ସକାଳ ସୂର୍ଯ୍ୟ ପୂଜା କରି ଶାନ୍ତି ପାଆନ୍ତି ସେମିତି ଚାରିଟା ବେଳେ ବରଗଛ ଡ଼ାଳରେ ଜାତି ଜାତି ପକ୍ଷୀ ଦେଖି ତାଙ୍କ ସ୍ୱର ଠାଵ କରି ତାଙ୍କ ଗତିବିଧି ଲକ୍ଷ କରି ତାଙ୍କୁ ଠାଵ କରନ୍ତି.ଅରୁଙ୍କୁ ଦେଖିଲେ ପାଣି ପିଇବାର ଶହେରୁ ଶହେ ଇଛାକୁ ଚାପି ଦେଇ ପକ୍ଷୀମାନଙ୍କ ନୀଡ଼ବାହୁଡା଼ ବେଳେ ବସାକୁ ଫେରିପଡୁଥିବା ବଣି, କାଉ ସହ ସେଇ ବାର୍ଡଚଢେଇ ମଧ୍ୟ ଉଡିଯିବା ଦେଖି ମନ ଖରାପ ହୁଏ ଅରୁଙ୍କର ତ ହଲଚଲ ନହୋଇ ସ୍ଥାଣୁ ପାଲଟି ବସି ଯାଆନ୍ତି ଚୁପଚାପ ଅରୁ .       
      ବାର୍ଡ ଚଢେଇର ଗୋଟେ ଇତିହାସ ଅଛି. ପୁଅ ଝିଅ ଦୁହେଁ ପାଟିକୁ ଖାଦ୍ୟ ନେଉନଥିବା ବେଳେ ଛାତ ଉପରେ ଏଇ ଚଢେଇ ଦେଖେଇ ବୁଲେଇ ବୁଲେଇ ଖୁଆଇଲା ବେଳେ ଅରୁ କହନ୍ତି ଦେଖ ଦେଖ ବାର୍ଡ ଆସିଲାଣି ଏବେ ସବୁ ଖାଇନେବ. ତୁ ଆଁ କରି ଖାଇଦେ ଧନ. ମୁଁ ଆଖି ମୁଜି ଥାଏକି ମୋ ଧନ /ଧାନୀ ଖାଇଥାଏକି କହୁ କହୁ ଖାଇଦିଅନ୍ତି ପିଲାବେଳେ ପୁଅ ଓ ତା ପରକୁ ଠିକ ସେହି ପ୍ରଣାଳୀରେ ଝିଅ ତ ଆଖି ଖୋଲି ଅରୁ କହନ୍ତି କିଏ ଖାଇଲା? ପୁଅ ଓ ପରେ ପରେ ଝିଅ ଦେଖେଇ ଦିଅନ୍ତି ବାର୍ଡ ଚଢେଇକୁ.ଯେଉଁ ଚଢେଇ,ଯାହାର ସଠିକ ନାମ ଏଯାଏଁ ନଜାଣି ସେହି ବାର୍ଡ ଚଢେଇ ହୋଇ ରହିଯାଇଛି ପକ୍ଷୀଟି. ଅନେକାଂଶରେ ହଳଦୀ ବସନ୍ତ ଓ ଶୁଆର ମିଶ୍ରଣର ସେହି ବାର୍ଡ ଚଢେଇ କିନ୍ତୁ ଡରେନା ଅରୁଙ୍କୁ ଦେଖି. କିଏ ଖାଇଲା କିଏ ଖାଇଲା କହିଲେ ପାଟିରେ ଖାଦ୍ୟ ନେଇ ଢ଼ୋକି ଦେଉଥିବା ପିଲା ଦୁହେଁ ଯିଏ ଯାହା ସଂସାରରେ ଦୂର ବିଦେଶରେ ଥିଲା ବେଳେ ପକ୍ଷୀ ମାନଙ୍କ ଭିତରେ ବାର୍ଡ ଚଢେଇ ଅରୁଙ୍କର ଖୁବ ପ୍ରିୟ.ସେଦିନ ଆଳୁ ପରଠା କରି ଅନିରୁଦ୍ଧଙ୍କୁ ଖାଇବାକୁ ଦେଉ ଦେଉ ସନ୍ଧ୍ୟା ଆସିଯାଇଥିଲା. ଗୋଠବାହୁଡା ଦୃଶ୍ୟ ସହ ପକ୍ଷୀମାନଙ୍କର ନୀଡ଼ ଫେରନ୍ତା ଦୃଶ୍ୟ ଦେଖିବାକୁ ତରତର ହେଉଥିଲେ ଅରୁ ଛାତ ଉପରକୁ ଯିବାକୁ ତ ସ୍ୱାମୀ କହୁଥିଲେ କଣ ରାଣୀ ମାଆଙ୍କର ଏଇ ଆଳୁ ପରଠା ସାଙ୍ଗକୁ ଆଜି ଚଟଣୀ ଇତ୍ୟାଦିର କିଛି ଯୋଜନା ନାହିଁ ନା ନାହିଁ ଆଳୁ ପରଠା ଭିତରେ ତ ଚଟଣୀ ପୁଣି କଣ ଚଟଣୀ ଖୋଜୁଛ କହି ତରତରରେ ଯୋଗାଡି ରଖିଥିବା ଷ୍ଟିଲ ଢାଳ ସବୁ ନେଇ ଛାତ ଉପରକୁ ଉଠୁଥିଲେ ଅରୁ . କୋଉଠି ଥାଆନ୍ତି ଏ ମାଙ୍କଡ଼ସବୁ ମାଟି ଘଡି ଗୁଡ଼ିକରୁ ପାଣି ପିଇ କଚାଡି ଭାଙ୍ଗି ସାରିଛନ୍ତି. ତାଙ୍କ ପାଇଁ ତ ଆରପଟ ଛାତରେ ପାଣି ଥୁଆ ହୋଇଛି. ବିଚରା ପକ୍ଷୀଗୁଡିକଙ୍କର ପାଣି ଘଡି ଭାଙ୍ଗିଦେଲେ ସେମାନେ ଚଳେ ପାଣି କଳକୁ କେମିତି ନେବେ ଥଣ୍ଟରେ? ସବୁ ଢାଳରେ ପାଣି ଭରି ଜଗି ରହିଲେ ଦୂରରେ ଅରୁ . ପାରାଟିଏ ଉଡିଆସିଲା. ପାଣି ଖୋଜି ଖୋଜି ବୋଧହୁଏ ହଂସା ଉଡିଯାଉଥିଲା ତାର. କଣ ଦେଖିପାରୁନି କି ଥଣ୍ଡା ଜଳ ପୂର୍ଣ୍ଣ ଷ୍ଟିଲ ଢାଳ ଗୁଡିକରେ ଥୁଆ ପାଣି ଢାଳସବୁକୁ?ସ୍ଥାଣୁ ପାଲଟି ବସିଗଲେ ଅରୁ . ବୋଧହୁଏ ତାଙ୍କ ଉପସ୍ଥିତି ପାରାଟିକୁ ପାଣି ପିଇବାକୁ ଦେଉନି. ଶୋଷରେ ପାରାଟି ଉଡିଆସିଲା ଚଉରା ଉପରକୁ. ଦୁଇଦିନ ତଳେ ଅଦିନ ବର୍ଷାରେ ଝୁଣାଧୂପ ଦାନୀ, ରୂଖା, ଦୀପରେ ଲାଗିଥିବା ଟୋପେ ଟୋପେ ପାଣିକୁ ଥଣ୍ଟ ବୁଡେଇ ପିଇଲା ବେଳେ ମନେ ମନେ ଅରୁ କହୁଥାନ୍ତି ଆରେ ବୋକା ଷ୍ଟିଲ ଢାଲରେ ପରା ଭଲ ପାଣି. ଟିକେ ହଳଚଲ ହୋଇଗଲା ଅରୁଙ୍କ ଶରୀର ତ ଫଡ ଫଡ ଉଡ଼ିଗଲା ପାରାଟା. ବିରକ୍ତିରେ ଅରୁ କହୁଥିଲେ ଏ ପାରାଠୁ ବାର୍ଡ ଚଢେଇଟା ଢେର ଭଲ. ତଳୁ ସ୍ୱାମୀ ଡାକ ପକେଇଲେ ଚା ଟିକେ ମିଳିବ ନା ନାହିଁ ଆଜି. ଫୋନ କରି ପୁଅ କହୁଥିଲା ମାଆ ତୁ ତ ଜାଣିଛୁ ଦିଲ୍ଲୀର ଏଇ ଭଡାଘର ବାଳାକୋନୀରେ ଥରକୁ ଥର ପାରା ଦୁଇଟି ଅଣ୍ଡା ଦେଇ ଛୁଆ କରନ୍ତି. ଏବେ ଟିକେ ବର୍ଷା ହୋଇଯାଇଛି ଏଠି ତ ଶୁଖିଲା ଅଖା ପାରି ଦେଇ ଚାଉଳ ଗିନା ଓ ପାଣିଗିନା ଥୋଇଛି ହେଲେ ମାଆପାରା ଟି ଗୋଟେ ଅଣ୍ଡାକୁ ଗଡେଇ ଗଡେଇ ପେଟତଳେ ଜାକି ଭୁଲିଯାଇଛି ଆଉ ଗୋଟିଏକୁ ନେଇନି ଏଯାଏଁ!କଣ କରିବି କହିଲୁ? ପାରାର ଅନ୍ୟମନସ୍କତାର ସୁଯୋଗ ନେଇ ଆର ଅଣ୍ଡାଟିକୁ ତା ପେଟ ତଳେ ଥୋଇଦେ. ସେ ଯଦି ଖୁମ୍ପି ଦିଏ ବା ଉଡିଯାଏ? ନା ମ ସେ କଣ ବାର୍ଡ ଚଢେଇ ପରି ହୋଇଛି? ପୁଅ ହସୁଥିଲା କହୁଥିଲା ଓଃ ଆମ ପିଲାଦିନ ବାର୍ଡ ଚଢେଇ? ଏ ପାରାଟା ଆଉ କଣ କି!ଠିକ ସେତିକି ବେଳକୁ ଝିଅ ଫୋନ କରି କହୁଥିଲା ମାଆ ତୋ ପକ୍ଷୀଘର ଗଳ୍ପଟି କଣ ଆମ ପିଲାଦିନର ବାର୍ଡ ଚଢେଇ ଉପରେ ଲେଖିଛୁ!ପଢିକି ମଜ୍ଜା ଆସିଗଲା. ହଉ ମୁଁ ଏବେ ପାରା ଉପରେ ଲେଖିବାକୁ ଯାଉଛି ବୋଲି କହୁଥିଲେ ଅରୁ . ଝିଅ ହସୁଥିଲା ଖିଲଖିଲ କହୁଥିଲା ଲେଖେ ଲେଖେ ତୋ ନାତି ନାତୁଣୀ ପଢିବେ.ହଁ ଝିଅ ସମସ୍ତେ ଶୋଇଗଲା ପରେ ଲେଖିବି ରାତିରେ. ପିଲାମାନଙ୍କ ପିଲାଦିନର ବାର୍ଡ ଚଢ଼େଇ କଥା ମନେପକେଇ ହସି ଦେଲେ ଅରୁ ତ ସଞ୍ଜୁ ତାଙ୍କୁ ହଲେଇ ଦେଇ ପଚାରୁଥିଲା କଣ ହେଲା ମାଆ? ନାହିଁ ନାହିଁ ସେ କିଛି ନୁହେଁ କହିଥିଲେ ଅରୁ . ତୁମେ କିନ୍ତୁ ଏଥର ଶୀତ ଦିନେ ମୋ ସହ ଚିଲିକା ଯିବାକୁ ମନା କରିବନି ସଞ୍ଜୁ. ପକ୍ଷୀ, ମଣିଷ ଓ ଚିଲିକା ପରସ୍ପର ପରସ୍ପରରକୁ କିପରି ଜାବୁଡି ଧରିଛନ୍ତି ମାଆ କାଲିଜାଇଙ୍କ କୃପା କରୁଣାରୁ ଦେଖିବା କଥା.ହଁ ମାଆ ଯିବି ଯେ ଦୁଇଟି କଥା ତୁମେ ପୁଅ ଝିଅଙ୍କୁ ମନେପକେଇ ଆଉ କାନ୍ଦିବନି.ଦ୍ୱିତୀୟ କଥା ମୋର ଗୋଟେ ଦିନ ଛୁଟି ମଞ୍ଜୁର କରିବ. ହସୁଥିଲେ ଅରୁ ଓ ସ୍ୱାମୀ ଅନିରୁଦ୍ଧ.  
   ଓଃ ସ୍ୱର୍ଗଲୋକରେ ଏବେ କି ଭିଡ଼ ସତରେ. ସ୍ୱର୍ଗରେ ଏବେ ପଚାଶ କୋଟି ଲୋକଙ୍କ ଅସମ୍ଭାଳ ଭିଡ଼ .ସମସ୍ତେ ମହାକୁମ୍ଭରେ ସ୍ନାନ କରି ସ୍ଵର୍ଗରେ  ସ୍ଥାନ  ସଂରକ୍ଷଣ ପାଇଁ ବିବେଚିତ ହୋଇଛନ୍ତି .କାହାର ରୁମାଲ, କାହାର  ଝୁଲା, କାହାର ଟୋପି ଇତ୍ୟାଦି ରେ ସବୁ ଜାଗା ଭର୍ତ୍ତି . ଆମ ଲୋକଙ୍କର ତ ପୁରୁଣା ଅଭ୍ୟାସ ଜାଗାଟିଏ ନିଜ ପାଇଁ ଯେମିତି ହେଲେ ବି ହାତେଇବା. ଚିତ୍ରଗୁପ୍ତଙ୍କ ଭାଳେଣି ପଡିଛି, କେମିତି ସମ୍ଭାଳିବେ ଏତେ ଧର୍ମତ୍ମାଙ୍କୁ .ଯେବେବି ଆସିବେ, ଜାଗା ରହିଥିବା ଅବଶ୍ୟ ଦରକାର. ନହେଲେ, ଆମ ଲୋକେ ତ ଆନ୍ଦୋଳନ ନିଶ୍ଚୟ କରି ବସିବେ .ଭାଳେଣି ପଡିଛି ଏବେ ସ୍ୱର୍ଗ ଲୋକ ରେ . ସେମାନେ ଅଳ୍ପ ସଂଖ୍ୟକ ଦେବତା ମାନେ, ଅପ୍ସରା ମାନଙ୍କ ନାଚ ଗୀତ ଦେଖି ମନୋରଞ୍ଜନ କରୁଥିଲେ.ତାଙ୍କର ଆଉ କିଛି ଲୋଡ଼ା ନ ଥିଲା. ହେଲେ, ଏ ମଣିଷମାନଙ୍କ ପାଇଁ ତ ସେତିକିରେ ଚଳିବନି . ପ୍ରଥମେ ଏମାନେ ଖୋଜିବେ, ମାୟାଜାଲ (internet ). ସେଇଟା ନ ହେଲେ ମର୍ତ୍ତ୍ୟର ସାଧୁ ସନ୍ଥଙ୍କ ବି ନ ଚଳେ . କେମିତି ବନ୍ଦୋବସ୍ତ ହେବ, ଇନ୍ଦ୍ରଦେବଙ୍କୁ ଚିନ୍ତା ଘାରିଲାଣି . କାହାକୁ  ନିଯୁକ୍ତ କରିବେ, ସେହି ଚିନ୍ତା ରେ ସୋମରସ ବି ଆଉ ସୁଆଦ ଲାଗୁନି . ହଁ, ତାପରେ ଏହି ସୋମରସ କଥା .ଏତେ ଧର୍ମାତ୍ମଙ୍କୁ ସୋମରସ କେମିତି ଯୋଗାଇବେ, ସେ କଥା ଭାବି ଭାବି, ଅନିଦ୍ରା ରେ ରାତି କଟୁଛି . ଭଲା ମହାକୁମ୍ଭ ହେଲା ଯେ, ସମସ୍ତେ ଧୋଇ ଧାଇ କରି ସଫା ହୋଇଗଲେ .ମାଆ ଗଙ୍ଗା ବି ତ୍ରାହି ତ୍ରାହି ଡାକିଲେଣି .ଦୁଃଖ ରେ ବସି କହୁଛନ୍ତି, କେତେ ଆଉ ସଫା କରିବି.ହେଲେ ଲୋକେ କେଉଁ ମାନୁଛନ୍ତି, ସମସ୍ତଙ୍କର ସ୍ଵର୍ଗରେ ସଂରକ୍ଷଣ ଦରକାର . ବାପରେ, କି ଭିଡ଼  ! ମହାକୁମ୍ଭ ଯେପରି ଆରପାରି ଦୁନିଆଁକୁ ରାସ୍ତା ସୃଷ୍ଟି କରିଥିଲା. ଇନ୍ଦ୍ରଙ୍କ ସହ ସମସ୍ତେ ବିଚଳିତ ହୋଇପଡୁଥିଲା ବେଳେ ନାରାଦ ମୁନି ପ୍ରଥମେ ଶିବଶଙ୍କରଙ୍କୁ ମନେ ପକେଇଦେଲେ ପ୍ରଭୁ ପୃଥିବୀରେ ଠାକୁ ଠା ଶିବମନ୍ଦିର ଗୁଡିକ ସାଜସଜ୍ଜାରେ ପରିପୂର୍ଣ୍ଣ ହୋଇ, ଦେବାଳୟ ନିକଟ ପୋଖରୀମାନଙ୍କରୁ ପଙ୍କଉଝଳା ସରିଲାଣି.ଆଉ ଗୋଟିଏ ଦିନ ପରେ ମହାଶିବରାତ୍ରୀ.ଆପଣ ଚଞ୍ଚଳ ଚାଲନ୍ତୁ.ବାଟରେ ଶିବ ଶଙ୍କର ନିଜେ ଓଲ୍ହେଇ ପଡିଲେ ମହାକୁମ୍ଭ ମେଳା ପ୍ରୟାଗରାଜରେ.ସେଠି ସାଧୁ ସନ୍ଥ ସନ୍ୟାସୀମାନଙ୍କର ଆଚ୍ଚରଣ ଓ ଉଚ୍ଚାରଣ ଦେଖି ବ୍ୟସ୍ତ ହୋଇପଡିଲେ.କନ୍ୟାମାନଙ୍କର ବିଶୃଙ୍ଖଳିତ ଆଚ୍ଚରଣ ଓ ଯୁବପିଢ଼ିଙ୍କର ଉତ୍ସଙ୍ଖଳତା ତଥା ବୃଦ୍ଧ ବୃଦ୍ଧାମାନଙ୍କର ଭକ୍ତି ବ୍ୟତିରେକେ ଆନନ୍ଦ ମନେଇବା ଭଳି କାର୍ଯ୍ୟକ୍ରମ ଦେଖି ଶିବ ସ୍ତମ୍ବିଭୂତ ହେବା ସହ ଜାଣିପାରିଲେ ଯେ ଏମାନଙ୍କ ଏପରି କାର୍ଯ୍ୟାବଳୀ ଯୋଗୁଁ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବ ଦୁର୍ବିପାକ ଜନିତ ମୃତ୍ୟୁ ଘଟି ସ୍ୱର୍ଗରେ ଭିଡ଼.ତେଣୁ ଜାଗର ହିଁ ଏକ ପ୍ରକୃଷ୍ଠ ଦିନ. ସେଦିନ ଏମାନଙ୍କୁ ଭକ୍ତି ଦ୍ୱାରା କବଳିତ କରି ଆଉ କିଛି ଦିନ ପୃଥିବୀ ପୃଷ୍ଠରେ ବଂଚେଇବାକୁ ପଡିବ. ତେବେ ସ୍ୱର୍ଗରେ ଭିଡ଼ ପରିବର୍ତ୍ତେ ଯିଏ ଯେତେବେଳେ ଯିବା କଥା ତାଙ୍କୁ ଚିତ୍ରଗୁପ୍ତଙ୍କ ପାଞ୍ଜି ଗଣନା ଅନୁଯାୟୀ ଯିବାକୁ ପଡିବ ଫଳରେ ଭିଡ଼ କମିଯିବ ସ୍ଵର୍ଗରେ.ଆଉ ଯିଏ ପ୍ରକୃତ ଭକ୍ତି ରଖି କୁମ୍ଭମେଳାକୁ ଯାଇଥିବ ତାର ଆୟୁଷ ଆଶିଷ ବଢ଼ି ଓ ନିରୋଗ ରହି ଆଉ କିଛି ଦିନ ପୃଥିବୀ ପୃଷ୍ଠରେ ତିଷ୍ଠି ରହିଲେ ସ୍ଵର୍ଗରେ ଭିଡ଼ ହେବନାହିଁ.ଶିବ ଏତେସବୁ ବୁଝି ମର୍ତ୍ତ୍ୟର ଶିବାଳୟ ମାନଙ୍କରେ ନିଜକୁ କୋଉଠି ଆଶୁତୋଷ, ମହାଦେବ, ଶିବ, ଶଙ୍କର, ଭୋଳାନାଥ ଇତ୍ୟାଦି ବିଭିର୍ନ୍ନ ନାମରେ ଉପସ୍ଥାପନ କରୁ କରୁ ନାରଦଙ୍କ ମନୋବାଞ୍ଛା ପୂର୍ଣ୍ଣ ହୋଇ ସେ କହୁଥିଲେ ନାରାୟଣ ନାରାୟଣ.ଏତିକି ବେଳେ ମର୍ତ୍ତ୍ୟ ର ଦୁଇ ପ୍ରେମ ପକ୍ଷୀ ଅରୁ ଓ ଅନିରୁଦ୍ଧଙ୍କ ଉପରେ ନଜର ପଡିବାରୁ ନାରଦ ସେଦୁହିଁଙ୍କୁ ଆଶୀର୍ବାଦ ଦେବାକୁ ଯାଇ କହୁଥିଲେ ପକ୍ଷୀପ୍ରେମୀ ତଥା ଜୀବେ ଦୟା ଥିବା ଏହି ଦମ୍ପତ୍ତିଙ୍କୁ ଆୟୁଷ, ଆଶିଷ, ନିରୋଗ ରଖନ୍ତୁ ନାରାୟଣ. ଏ ଭିଡରୁ ଦୂରେଇ ଥାଆନ୍ତୁ ଏ ଦୁହେଁ. ଅରୁଙ୍କ ନିଦ ଭାଙ୍ଗି ଯାଇଥିଲା ସେତେବେଳକୁ ତ ମନେପଡ଼ିଗଲା ଆଜି ଛାତ ଉପରେ ପକ୍ଷୀମାନଙ୍କ ପାଇଁ ଖୁଦ ଓ ପାଣି ରଖିବାକୁ ତାଙ୍କୁ ଏବେ ଛାତକୁ ଯିବାକୁ ପଡିବ.ସ୍ୱାମୀ ଡାକଛାଡ଼ିଥିଲେ ଅରୁ ଦେଖ ଦେଖ ତୁମ କବିତା ନାରୀ ଆଜି ବିଶ୍ୱ କବିତା ଦିବସରେ ପ୍ରଥମ ପୁରସ୍କାର ପାଇଛି. ତୁମକୁ ଗୀତଗୋବିନ୍ଦ ସଦନ ଯିବାକୁ ହେବ. ଅରୁ ଭାବୁଥିଲେ ଏହା ଇଶ୍ୱରଙ୍କ କୃପା ନା ସମସ୍ତେ ଶୋଇଯିବା ପରେ ପେଚାର ବୋବାଳି ଭିତରେ ଲେଖିଥିବା କବିତାର ଭାଗ୍ୟ କେଜାଣି! ପକ୍ଷୀ ଦେଖୁ ଦେଖୁ ସ୍ଥାଣୁ ପାଲଟି ଗଲ ନା କଣ!ଶୀଘ୍ର ପ୍ରସ୍ତୁତ ହୁଅ ଯିବାକୁ ତ ଅରୁ ନାରଦ ମହାମୁନି ଙ୍କୁ ପ୍ରଣାମ କରୁଥିଲେ କାରଣ ଏହି କଳିଯୁଗ ଏଡିଟର ବା ସମ୍ପାଦକ ତଥା ସାମ୍ବାଦିକ ଭାଇମାନେ ହିଁ ତ ଆଜିର ଚଳନ୍ତି ନାରଦ ମହାମୁନି ବୋଲି ତାଙ୍କୁ ପ୍ରତୀୟମାନ ହୁଏ. କଣ ଗଳ୍ପ ପାଇଁ ପ୍ଲଟ ପାଇ ଚା କରିବାକୁ ଭୁଲିଗଲ ନା କଣ ବୋଲି ତେଣେ ଅନିରୁଦ୍ଧ ଡାକ ଛାଡିଥିଲେ.ଆଜି ମୋ ସକାଳ ତୁମ ହାତ ଚା ରେ ଆରମ୍ଭ ହେବ ନା ତୁମେ ଏମିତି ପକ୍ଷୀ ଗଣନା କରୁଥିବ ପ୍ଲଟ ଖୋଜି ଗଳ୍ପ କି କବିତା ପାଇଁ ମନେ ମନେ ସମ୍ପାଦକମାନଙ୍କ ସହ!ନାଇଁ ନାଇଁ ମିଶିକି ଚା ପିଇବା କହି ରୋଷେଇ ଘର ଅଭିମୁଖେ ଆଗେଇ ଗଲେ ଅରୁ .ପଛରୁ ଅରୁକୁ ଚାହିଁ ଅନିରୁଦ୍ଧ ଭାବୁଥିଲେ ଏଇ ଆଗରେ ଚା ଦୋକାନ କିନ୍ତୁ ସ୍ତ୍ରୀ ହାତର ସକାଳ ଚା ର ଆରମ୍ଭ ରେ ଗୋଟେ ନିଆରା ସ୍ୱାଦ ଥାଏ ବୋଲି ଏ ପକ୍ଷୀରଙ୍କୁଣୀ ମଣିଷଟା କେବେ ବୁଝିବ କେଜାଣି!ଅରୁ କିନ୍ତୁ ଅଲଗା ଦୁନିଆଁ ରେ ଥିଲେ ମଧ୍ୟ ସ୍ୱାମୀଙ୍କ ହାତକୁ ଗରମ ଚା କପେ ବଢ଼େଇ ତାଙ୍କ ସକାଳ ଚା କପ ରୁ ଆରମ୍ଭ କରିବାକୁ ଭୁଲିନଥିଲେ.
,,,,,,,,,,,,,,,,,,,,


Rate this content
Log in

Similar oriya story from Action