ଟୁଣୁ ଟୁଣୁକୁ.. ଟୁଣୁକୁ ଟୁଣୁ
ଟୁଣୁ ଟୁଣୁକୁ.. ଟୁଣୁକୁ ଟୁଣୁ
ଦେହ ଖରାପ ଥିଲା ଟିକି ନାତି ବାବାର ତ ଏଇ ତିନି ଚାରିଦିନ ହେଲାଣି ସେ ତା ପ୍ଲେ ସ୍କୁଲ କୁ ଯାଇପାରିନଥିଲା ସେ.ତ ଆଜି ତା ସ୍କୁଲ ଅଟୋବାଲା ଅଙ୍କଲ ପହଁଞ୍ଚି ଯାଇଥିଲେ ତାକୁ ପ୍ଲେ ସ୍କୁଲ ନେବାପାଇଁ. ବୋହୁ ରୋଜା ମଧ୍ୟ ବାବା କୁ ପ୍ରସ୍ତୁତ କରାଇ ନିଜେ ପ୍ରସ୍ତୁତ ହୋଇ ସାରିଥିଲା ତ ଆଦିକନ୍ଦ ବାବୁ ଙ୍କ ସହ ବୋହୁ ରୋଜା ଓ ଟିକି ନାତି ବାବା ସ୍କୁଲ ବାହାରିଯିବା ପୂର୍ବରୁ ଜେଜେମାଆ ସୁଭଦ୍ରା ବାବା ଆଗେ ଗୋଟେ ମଜ୍ଜା କଥା କହିଥିଲେ. ବାବା ଯଦିଓ ଭଲ କରି ମାନେ ସ୍ପଷ୍ଟ କଥା କହି ଶିଖିପାରିନଥିଲା ତଥାପି ତା ଆଗେ ଗୁଡ଼େ ବକବକ ହେଲେ ସେ କିଛି କହି ଶିଖୁ ଶିଖୁ କହିବ ଭାବି ସୁଭଦ୍ରା ତାଙ୍କ ବାପା ମାନେ ବାବାର ଜେଜେଅଜା,ପୂର୍ଣ୍ଣବାବୁଙ୍କ ପିଲାଦିନ କଥାରୁ ଖିଏ ବଖାଣି ଚାଲିଥିଲେ. ସୁଭଦ୍ରା ଙ୍କ ଉଦେଶ୍ୟ ଥିଲା ଦୁଇ ପ୍ରକାର.ପ୍ରଥମତଃ ବାବାର ରାଗ ଶାନ୍ତ କରିବା ସହିତ ଦ୍ୱିତୀୟତଃ ବାବାର ଅବୁଝା ପଣ ଦୂର କରିବାକୁ ଚେଷ୍ଟା କରୁଥିଲେ ଜେଜେମାଆ.କାରଣ କଣ କି!ଟିକି ନାତି ବାବା ଟିକେ ଟିକେ କଥାରେ ରାଗିଗଲେ ତଥା ଅବୁଝା ହୋଇଗଲେ ଫିଙ୍ଗା ଫିଙ୍ଗି କରିଦେଉଥିଲା ଯାହା ତା ଆଖିରେ ପଡୁଥିଲା ତ ଆଜି ସକାଳୁ ସକାଳୁ ବ୍ରସ କଲାବେଳେ କୌଣସି କଥାରେ ରାଗି ଯାଇ ପାଖରେ ଥିବା ନେଳି ରଙ୍ଗର କାଚ ବୋତଲଟିକୁ ଦୁରକୁ ଫିଙ୍ଗି କଚାଡି ଭାଙ୍ଗିଥିଲା ଓ ରାହା ଧରି କାନ୍ଦୁଥିଲା ତ ତାକୁ ବୁଝେଇବାକୁ ଯାଇ ଜେଜେମାଆ ସୁଭଦ୍ରା କାଚ ବୋତଲଟିକୁ ବାହାରେ ମାଟି ଗଦା ହୋଇଥିବା ଅଳିଆ ଗଦାରେ ଫିଙ୍ଗିବା ସହ ନାତି ବାବା ଆଗେ କହୁଥିଲେ ତାଙ୍କ ବାପା ପୂର୍ଣ୍ଣବାବୁଙ୍କ ପିଲାଦିନ କଥା. ନାତି ଶୁଣୁଥାଏ ଓ ଜେଜେମାଆ ସୁଭଦ୍ରା କହୁଥାନ୍ତି. ବୁଝିଲ ବାବା ବାବୁ ତୁମର ଜଣେ ଜେଜେ ଅଜା ଥିଲେ.ତାଙ୍କ ନାମ ପୂର୍ଣ୍ଣବାବୁ. ସେ ଯେବେ ତାଙ୍କ ପିଲାଦିନେ ପ୍ରଥମେ ପ୍ରଥମେ ପାଠ ପଢିବାକୁ ଯାଉଥିଲେ ଓ ତାଙ୍କ ବୋଉ ସଙ୍ଗେ ସ୍କୁଲରୁ ଫେରୁଥିଲେ ଓ ସାହିର ଲୋକ ସବୁ ପଚାରୁଥିଲେ ଆଜି କଣ ପଢ଼ିଲ ପୁଅ?ତ ସେ କିଛି ଉତ୍ତର ନଦେଇ ଚୁପ ରହୁଥିବାରୁ ପଚାରୁଥିବା ସେହି ଲୋକମାନଙ୍କ ଭିତରୁ କେହି ଜଣେ କହିଥିଲେ ପାଠ ପଢୁଛ କଣ ଟୁଣୁ ଟୁଣୁକୁ.. ଟୁଣୁକୁ ଟୁଣୁ. ଏକଥା କହୁ କହୁ ବାବାର ରାଗ ଶାନ୍ତ ହୋଇ ଯାଇଥିଲା ଓ ସେ ହସି ହସି ସ୍କୁଲ ଯିବାକୁ ପ୍ରସ୍ତୁତ ହେଉଥିଲା ତା ମାଆ ରୋଜା ଓ ଜେଜେ ଆଦିକନ୍ଦବାବୁଙ୍କ ସଙ୍ଗେ ଖୁସି ଖୁସିରେ ସ୍କୁଲକୁ ଅଟୋ ରେ ବସି ଯାଇଥିଲା. ବାବା ଖୁସିର ମଧ୍ୟ ଦୁଇଟା କାରଣ ଥିଲା.ସୁଭଦ୍ରା ନିଜ କଥାରେ ତାଙ୍କର ନଥା ଯୋଡି କହୁଥିଲେ ଯେ ସେ ଜେଜେଅଜା ଭଲ ଛାତ୍ର ନଥିଲେ ମୋ ବାବା ତ କେତେ ଭଲ.. ଗୁଡ଼ ବୟ.. ଯିଏ ଯାହା ପଚାରିଲେ ଉତ୍ତର କହେ ଠିକ ଠିକ.ରାଗ ଶାନ୍ତ ପଡିଗଲା ବାବା ର ଓ ଦ୍ୱିତୀୟରେ ସେ ସ୍କୁଲକୁ ଖୁସି ଖୁସିରେ ବାହାରିଯାଇଥିଲା ବିନା ଦ୍ଵିଧା ରେ ଯେ ସେ ଗୁଡ଼ ବୟ ଅଟେ.
ଠିକ ସେତିକି ବେଳେ ମାଟି ଗଦାରୁ ମାଟି ଖୋଲୁଥିବା ତିନି ଯୁବକ ଅଳ୍ପ ମୁଁହଁ ଭାଙ୍ଗିଥିବା ନେଳି ବୋତଲଟିକୁ ପାଇ କହୁଥିଲେ ମ୍ୟାଜିକ ବୋତଲ, ମ୍ୟାଜିକ ବୋତଲ ଦେଖିଏ.. କାଁହାଁ ସେ ଆୟା ଇଧର କହି ଓ ହସାହସି ହେଉଥିବା ଦେଖି ସୁଭଦ୍ରା ଚୁପଚାପ ରହିଥିଲେ. ନିଜ ଭୁଲ କାହାକୁ ବି କହିନଥିଲେ. ତାର କାରଣ ଏହି କି ଯେ କଲିକତାର ଫ୍ଲାଟ ଘରେ ମୁଣ୍ଡର ଗୋଟେ ଚୁଟି ମଧ୍ୟ ଏଠି କିଣାଯାଇଥିବା ପଲିଥିନ ରେ ରହି ନିର୍ଦ୍ଦିଷ୍ଟ ସମୟରେ ଅଳିଆଵାଲା ଙ୍କ ପାଇଁ ରଖାଯାଏ ନିର୍ଦିଷ୍ଟ ସ୍ଥାନ ରେ ଓ ନିର୍ଦ୍ଦିଷ୍ଟ ସମୟରେ ସେ ଆସି ଅଳିଆ ସବୁକୁ ନେଇଯିବେ ବୋଲି. ସମୟ କେବେ କାହାକୁ ଅପେକ୍ଷା କରୁନଥିଲା ତ ପୁଣି ଅଟୋ ଲାଗିଲା ଓ ଏଥର ବୋହୁ ରୋଜା ସହ ସୁଭଦ୍ରା ନାତିକୁ ଆଣିବାକୁ ବାହାରିଗଲେ ସେଇ ଅଟୋ ରେ ପ୍ଲେ ସ୍କୁଲ ଅଭିମୁଖେ ନାତିକୁ ଆଣିବାକୁ.ତ ବାବା ସେଦିନ ଗୋଟେ ମ୍ୟାଜିକ ବୋତଲ ଗିଫ୍ଟ ଆକାରରେ ପାଇଥିଲା. ପୃଥିବୀ ଦିବସରେ ଦେଇଥିବା ଲୋଗୋ ଟି ବାବା ଶ୍ରେଣୀ ର ସବୁ ପିଲାଙ୍କ ଲୋଗୋ ଅପେକ୍ଷା ଭଲ ହୋଇଥିବାରୁ ସେ ପ୍ରଥମ ପ୍ରାଇଜ ହିସାବରେ ଏହି ମ୍ୟାଜିକ ବୋତଲଟି ଗିଫ୍ଟ ବା ଉପହାର ରୂପେ ପାଇ ଘରକୁ ଫେରିଥିଲା ଖୁସି ଖୁସିରେ ତ ସରୋଜ ତା ପୁଅର କୃତିତ୍ୱ ପାଇଁ ଖୁବ ସନ୍ତୋଷ ପ୍ରକାଶ କରୁଥିଲା ବେଳେ ଶଶୁର ଆଦିକନ୍ଦ ଓ ଶାଶୁ ସୁଭଦ୍ରା ବୋହୁ ରୋଜା କୁ ବାବାର ସଫଳତାର ସବୁ ଶ୍ରେୟ ଦେଇଥିଲେ.ବୋହୁ ରୋଜାକୁ ସଫଳତାର ଶ୍ରେୟ ଦେବାର କାରଣ ସେ ହିଁ କରିଥିଲା ପୁଅ ପାଇଁ ସେଦିନର ସେହି ଲୋଗୋ ତ ରୋଜା ନିଜ ଖୁସି ଗୁପ୍ତ ରଖି କରି ପୁଅ କୁ ପଚାରୁଥିଲା ଆଜି କଣ ପଢ଼ିଲ ବାବା? ତ ବାବା ଚଟାପଟ କହୁଥିଲା ଟୁଣୁ ଟୁଣୁକୁ.. ଟୁଣୁକୁ ଟୁଣୁ. ସମସ୍ତେ ହସି ହସି ଗଡି ଗଲେ ବି ବୋହୁ ରୋଜା କହୁଥିଲା ଯାହା ହେଉ ମାଆ ଓ ବାପା କଲିକତା ଆସିବାରୁ ବାବାର ପାଟି ଖୋଲି ଗଲାଣି. ସେତିକି ବେଳକୁ ସରୋଜ କହୁଥିଲା ହଉ ପୁଅର ଗିଫ୍ଟ ସେଇ ମ୍ୟାଜିକ ବୋତଲ କୁ ହୁସିଆର ରେ ରଖ ନଚେତ ଏଠି ସେଠି ରଖୁ ରଖୁ କୁଆଡେ ପଡିଲେ, ଏଠିକା ଲୋକେ କହିବେ କି ଜମିନ ପର କାଁହାଁ ସେ ଆୟା ଏ ମ୍ୟାଜିକ ବୋତଲ!ସୁଭଦ୍ରାଙ୍କ ମୁଁହଁ କାହିଁକି କେଜାଣି ଲାଜରେ ଓ ଭୟରେ କଳା ପଡିଯାଇଥିଲା ସେଦିନ ସାରା.ରୋଜା ସମସ୍ତଙ୍କ ହାତକୁ ବେଲପଣା ଗ୍ଲାସ ଧରେଇ ଦେଇଥିଲା.
