STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

5 mins
0

ଯେଣେ ଇଛା ତେଣେ ଯାଅ.. ଭାଗ୍ୟ ନେଇ ବୁଲୁଥାଅ ପରି ଯୁଆଡେ ଗଲେ ମଧ୍ୟ ପ୍ରକୃତି କି ଅଭ୍ୟାସ କାହାର କେହି ଛାଡେ ନାହିଁ. ବାପା ଆଦିକନ୍ଦ ଓ ମାଆ ସୁଭଦ୍ରାଙ୍କୁ କଲିକତା ଆଣିଥିବାରୁ କଲିକତା ପ୍ରସିଦ୍ଧ ମାଛ ଭାତ ସାଙ୍ଗକୁ ସନ୍ଧ୍ୟାରେ ଝାଲ ମୁଢି ଚାଲିଛି ଖାଇବାରେ ସ୍ୱତନ୍ତ୍ର ଭାବରେ . ସୁଭଦ୍ରାଙ୍କର ଯଦିଓ ବାରି ଅଛି ଓ ସେ କେବଳ ବୁଧବାର ଓ ରବିବାର ଆମିଷ ଖାଆନ୍ତି କିନ୍ତୁ ଅନ୍ୟମାନଙ୍କ ପାଇଁ ବାରଣ ନଥାଏ ଆମିଷ ଖାଇବାରେ. ମାଛ ହେଉ ଅବା ଚିକେନ କି ମର୍ଟନ,ଘରେ କଣ୍ଟା ଓ ବଳକା ଆମିଷ ସବୁରେ ଭାତ ଗୋଳେଇ କୁକୁରଙ୍କୁ ଦେବା ଗୋଟେ ଅଭ୍ୟାସ ସୁଭଦ୍ରାଙ୍କର. ଆଦିକନ୍ଦ ବାବୁ ମଧ୍ୟ ପେଜ ସହ ପରିବା ଚୋପା ଓ କୋବି ଡାଙ୍ଗ ସବୁ ଏକାଠି ରଖିଥିବା ବାଲ୍ଟି କୁ ଶିଡ଼ି ଦେଇ ତଳେ ଗାଈମାନଙ୍କ ପାଇଁ ରଖା ଯାଇଥିବା କୁଣ୍ଡ ରେ ଢାଳିବା ନିଶ୍ଚିନ୍ତ ଗୋଟେ କର୍ତ୍ତବ୍ୟ ବୋଲି ଭାବନ୍ତି . ଏଠି କଲିକତା ଆସିବା ପରଠୁ ଦୁହିଁଙ୍କର ସେ ଅଭ୍ୟାସ ରେ ଭଟ୍ଟା ପଡ଼ିଥିଲେ ମଧ୍ୟ ଆମିଷ କଣ୍ଟା ସବୁକୁ ଦେଖି ସୁଭଦ୍ରାଙ୍କ ମନରେ ବୁଲାକୁକୁରଙ୍କ ପାଇଁ ଶ୍ରଦ୍ଧା ଓ ସ୍ନେହର ଅଫୁରନ୍ତ ଜୁଆର. ସବୁ କଣ୍ଟା ଓ ବଳକା ମାଛ ଓ ଚିକେନ ତଥା ମର୍ଟନ କଣ୍ଟା ସବୁକୁ ଏକାଠି କରି ପଲିଥିନ ରେ ଅଳିଆ ଜରି ଭିତରେ ରଖି ସାୟଂକାଳେ ଲିଫ୍ଟ ଦେଇ ଟିକି ନାତି ବାବା ସହ ତଳକୁ ସାୟାହ୍ନ ୱାକିଙ୍ଗରେ ଗଲାବେଳେ ସେଇ ପଲିଥିନ ରେ ରଖିଥିବା ମାଛ ଗୋଳା ଭାତ ଇତ୍ୟାଦି ନେଇ କିଛି ନହେଲେ ତଳେ ଶୋଇ ରହୁଥିବା କାଳିଆ କୁକୁରକୁ ଅଣଆଡିଆ ସ୍ଥାନ ଦେଖି ଦେବାକୁ ଇଛା କରି ମଧ୍ୟ ପାରନ୍ତି ନାହିଁ ସୁଭଦ୍ରା. ପୁଅ କହେ ମତେ ଏଠି ଧରା ପକେଇ ମାଡ଼ ଖୁଆଇବୁ ନା କଣ! ବୁଝିନପାରି ସୁଭଦ୍ରା ଚାଁହାଁନ୍ତି ତ ବୋହୁ ରୋଜା ବୁଝାଏ ଯେ ମାଆ ଏଠି ଆମେ ପ୍ରବାସୀ. କିଏ କାଳେ କିଛି କହିବ ବୋଲି ଡର. ସତକଥା ଭାବି ଚୁପ ରୁହନ୍ତି ସୁଭଦ୍ରା କିନ୍ତୁ ତଳେ କଳାକୁକୁରଟିର ନିରୀହ ଚାଁହାଣି ଦେଖି ନଦେଖିଲା ପରି ଆଗେଇ ଯାଆନ୍ତି ଶନିମନ୍ଦିର ଦେଇ ଆଗ ଛକକୁ. ଛକରେ ଉଠା ଚା ଷ୍ଟଲଟିଏ . ସେଠି ଆଦିକନ୍ଦ ମାଟି ଘଡିରେ ଷ୍ଟଲଵାଲା ଦେଉଥିବା ବାର ଟଙ୍କିଆ ଚା କପ ଟେ ପିଅନ୍ତି ନିଶ୍ଚିନ୍ତ ତ ସୁଭଦ୍ରା ସେଇଠି ନାତି ବାବାକୁ ଧରି ବସନ୍ତି ଘଡିଏ. ଛୋଟ ନାତି ବାବାର ଆଚ୍ଚରଣ ଓ ଉଚ୍ଚାରଣ ଦେଖି ଷ୍ଟଲବାଲା ଭାଇ ବା ଦାଦାଙ୍କର ଆମ ସଙ୍ଗେ ସମ୍ପର୍କ ତ ଫେରିବା ବେଳେ ବାବା ପାଇଁ ସେଇଠୁ କୁରୁକୁରେ ଓ କ୍ରିମ ବିସ୍କୁଟ ପ୍ୟାକେଟ ଓ ଘରକୁ ମୋମୋ ଇତ୍ୟାଦି ଆଣି ଫେରିପଡିଲା ବେଳକୁ ଶୁଣିଲେ ଗୋଟେ ଅଦ୍ଭୁତ ଶବ୍ଦ. ବୁଲିପଡି ଦେଖିଲା ବେଳକୁ ଲୁନା ରେ କେହି ଜଣେ କୁକୁରଙ୍କୁ ଡାକୁଛି ଓ କାଗଜ ପ୍ଲେଟ ତଥା ପ୍ଲାଷ୍ଟିକ ପ୍ଲେଟ ରେ ଠାକୁ ଠା କୁକୁରମାନଙ୍କୁ ଖାଦ୍ୟ ପରଷି ଦେଉଛନ୍ତି ପାଦଚଲା ରାସ୍ତା ପଥ ଧାରେ ଧାରେ ସେହି ଵ୍ୟକ୍ତି . ମନ ମୁନ ଚୈତନ୍ୟ ପୁରି ଉଠିଥିଲା ସୁଭଦ୍ରାଙ୍କର. ମନେ ମନେ ଶନି ଠାକୁରଙ୍କୁ ଡାକିଥିଲେ ପ୍ରଭୁ ହେ ସେଇ ଲୋକକୁ ଆୟୁଷ ଆଶିଷ ଦେଇ ନିରୋଗ ରଖ.
  ଆଦିକନ୍ଦବାବୁ ସେତେବେଳକୁ ଫେରିଆସି ଶନି ମନ୍ଦିରରେ ଥିବା ପଣ୍ଡିତଙ୍କୁ ଏକାଦଶୀ ଦିନ ବ୍ରାହ୍ମଣ ଭୋଜନ ପାଇଁ ନିମନ୍ତ୍ରଣ କରିବା ସହ ବୁଝୁଥିଲେ କଲିକତା ଉପରେ ମ୍ୟାପ ବହୁତ ଖୋଜିଲିଣି ପାଉନି ତ କହିବେକି କୋଉଠି ମିଳିପାରିବ!ତ ପଣ୍ଡିତ କହିଥିଲେ ଜଗତପୁର ବଜାର ଗଲେ ନିଶ୍ଚୟ ପାଇଯିବେ କୌଣସି ବହି ଦୋକାନ ରେ ତ ବାବା କୁ ପ୍ଲେ ସ୍କୁଲରେ ଛାଡୁଥିବା ଅଟୋ ଭାଇ ମନୋଜ ମଣ୍ଡଳଙ୍କ ସଙ୍ଗେ ସେଦିନ ଅଟୋ ରେ ଯାଇ ଜଗତପୁର ବଜାରରୁ ପାଇଗଲେ ଆଦିକନ୍ଦ ବାବୁ ବହି ଓ ମ୍ୟାପ. ଯୋଗକୁ ସେଦିନ ୱାର୍ଲଡ ପୁସ୍ତକ ଦିବସ ଥିଲା ତ କେତେ ଖୁସିରେ କେତେ କଥା କିଣଲେ ଆଦିକନ୍ଦ ବାବୁ.ସୁଭଦ୍ରା କିଣିଲେ କଲିକତି ଶାଢ଼ୀ ସାଙ୍ଗକୁ ପାଚିଲା ବେଲ ଓ କେତେ କଣ କିନ୍ତୁ କେତେ କଣ ଭିତରେ ଗୋଟେ ଚଉଡା ମୁଁହଁଵାଲା ବୋତଲ ଭିତରେ କିଛି ନେଇଆସିଥିଲେ ଆଦିକନ୍ଦ ବାବୁ ଓ ଟିକି ନାତିକୁ କହୁଥିଲେ ଏଇଟା ମ୍ୟାଜିକ ବୋତଲ କାରଣ ସେଥିରେ ଥିବା ଆଚାର ଟିକି ବାବାର ଖାଇବା ଉପଯୋଗୀ ନଥିଲା. ଖୁବ ରାଗ, ଲୁଣ ଓ ଖଟା ମିଠା ରେ ପରିପୂର୍ଣ୍ଣ ଆମ୍ବ ଆଚାର ବୋତଲଟି କିନ୍ତୁ ନାତି ବାବା ପାଇଁ ଅନୁପଯୁକ୍ତ ଥିଲା.ବୋତଲଟିକୁ ଦେଖି କିନ୍ତୁ ସୁଭଦ୍ରାଙ୍କ ମନ ଓ ମୁଣ୍ଡ ଭିତରେ କିଛି ଚାଲିଥିଲା.
    ଏବେ ଏବେ ପରିବା, ମାଛ, ମାଂସ, ଚିକେନ, ଚୁଙ୍ଗୁଡ଼ି, ମର୍ଟନ ଇତ୍ୟାଦି ସବୁକୁ ଅନଲାଇନ ଡେଲିଭରି କରିବାକୁ ଘରକୁ ଆସୁଥିବା ଡେଲିଭରି ବୟ ସହିତ ପରିବାର ର ସମସ୍ତ ସଦସ୍ୟଙ୍କର ଖୁବ ଦୋସ୍ତି ହୋଇଯାଇଥିଲା କାରଣ ଯୁବକ ଜଣକ ଓଡ଼ିଶା ର ଥିଲେ. ଓଡ଼ିଆ ନିଜ ମାତୃଭାଷା ହୋଇଥିବାରୁ ତାଙ୍କ ସହ ଭାବ ବ୍ୟକ୍ତ କରିବା ଓ କଥାର ଆଦାନ ପ୍ରଦାନ କରିବା ଖୁବ ସହଜ ଥିଲା. ସତରେ ନିଜ ଜନ୍ମଭୂମି ଓ ଜନ୍ମଭୂମିର ଭାଷା ପ୍ରତ୍ୟେକଙ୍କ ପାଇଁ କେତେ ପୂଜ୍ୟ ଓ କାମ୍ୟ ତାହା ଜନ୍ମଭୂମି ଛାଡ଼ି ଅନ୍ୟ ରାଜ୍ୟ ବା ଅନ୍ୟ ଦେଶକୁ ଗଲେ ଜଣାପଡ଼େ.ସୁଭଦ୍ରା ଏ ଭିତରେ ଜାଣିଥିଲେ ଡେଲିଭରି ବୟ ଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ. ଓଡିଶାର ତିରିଶ ଗୋଟି ଜିଲ୍ଲା ଭିତରୁ ଯୋଉ ବି ଜିଲ୍ଲାର ଲୋକ ହେଉ ତାଙ୍କ ପରିଚୟ ଥିଲା ସତେ ଅବା ଶୁଭେଛୁ ପଡୋଶୀ ଭାଇ କେହି,ସୁଭଦ୍ରା ଓ ଆଦିକନ୍ଦବାବୁଙ୍କର. ତ ତାକୁ ହାତ କରି ବୋତଲ ରେ ଯାହା ଦେବି ଟିକେ ତଳେ ଥିବା କଳା କୁକୁରକୁ ନିର୍ଦ୍ଦିଷ୍ଟ ତଥା ଉଦିଷ୍ଟ ସ୍ଥାନ ରେ ଦେଇଦେବ ପୁଅ କହି ରାଜି କରାଇଥାଆନ୍ତି ସୁଭଦ୍ରା. ଏ ଭିତରେ ବଡ଼ ମୁଁହଁ ଵାଲା ବୋତଲଟି ମଧ୍ୟ ଖାଲି ହୋଇସାରିଥାଏ ତ ସେଥିରେ ଚିକେନ, ମର୍ଟନ ଓ ମାଛ କଣ୍ଟା ସହ ବଳକା ଖାଦ୍ୟ ରଖି ସେଦିନ ସୁଭଦ୍ରା ବୋତଲଟିକୁ ପେପର ଗୁଡେଇ କେନ୍ଦ୍ରାପଡା ର ସେହି ଯୁବକ ରାଜୁ ହାତକୁ ବଢ଼େଇ ଦେଉ ଦେଉ ପୁଅ ସରୋଜ ଆଖି ରୁ ବାଦ ଯାଇନଥିଲା. ମ୍ୟାଜିକ ବୋତଲ ରୁ ତୁ କଣ ପାଇବୁ କହି ସୁଭଦ୍ରା ଯେତେ ଦୃଷ୍ଟି ଆଢୁଆଳ କରି ରାଜୁ ହାତକୁ ବୋତଲ ଦେଇ କହୁଥିଲେ ଥରେ ଏଠି ବାବା ଭାଙ୍ଗିଥିବା ବୋତଲ ଫିଙ୍ଗି କିଏ ଏଠି ମ୍ୟାଜିକ ବୋତଲ ଫିଙ୍ଗିଲା କହି ପାଟି କରୁଥିଲେ ପାଖ ମାଟିଗଦା ଖୋଳୁଥିବା ଶ୍ରମିକମାନେ ଯେ ସୁଭଦ୍ରାଙ୍କୁ ନାମ ନେଲା ପରି ଅନୁଭବ ହେଉଥିଲା ତ ସେଇଥି ପାଇଁ ରାଜୁ ହାତରେ ଦେଉଛି ସିଆଡେ କୁଆଡେ ଫିଙ୍ଗିଦେବାକୁ ତ ସୁଭଦ୍ରାଙ୍କ ପୁଅ ହସି ହସି ଗଡି ଯାଇ କହୁଥିଲା ତୁ କଣ ଭାବୁଛୁ ଏଇ ଗୋଟେ ଦିଟା ଦିନର ବଳକା ମାଛ ଭାତ ଦେଇ ତୁ କୋଉ କୁକୁରର ଜୀବନ ବଞ୍ଚେଇ ପାରିବୁ!ହତବାକ ହୋଇ ଚାହିଁ ପୁଅ ସରୋଜ କଥା ଅନୁଭବ କରୁ କରୁ ତାଙ୍କୁ ଦୃଷ୍ଟି ଗୋଚର ହେଉଥିଲା କୁକୁରମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବା ସେହି ଲୁନାଵାଲା ଵ୍ୟକ୍ତି କଥା ଓ ତା ଖାଦ୍ୟ ଥାଳିଆ ରୁ ଖାଦ୍ୟ ଖାଉଥିବା ସେହି ତିନି କି ଚାରି କି ପାଞ୍ଚ କଳା କଳା ଡ଼ାହଳ କୁକୁର. ତାଙ୍କ ଭିତରେ ଏଇ ତଳ ଫ୍ଲାଟ ର ଗେଟ ଜଗି ଶୋଉଥିବା କଳା କୁକୁର ନିଶ୍ଚୟ ଥିବ ଭାବି ମନକୁ ବୁଝେଇ ଦେଇଥିଲେ ସୁଭଦ୍ରା ଓ ମ୍ୟାଜିକ ବୋତଲଟି ଅଳିଆ ଜରି କୁ ସ୍ଥାନଆନ୍ତରିତ ହୋଇସାରିଥିଲା ପୁଅ ସରୋଜ ଦ୍ୱାରା.
    ଘରକୁ ଫେରିବା ପରେ ସରୋଜ ନିଜେ କିନ୍ତୁ ସମସ୍ତଙ୍କ ଆମିଷ ଛଡା ଖାଦ୍ୟ ସବୁକୁ ଏକାଠି କରି କୁକୁରମାନଙ୍କୁ ଦେବା ପାଇଁ ସଜାଡି ରଖୁଥିଲା ତ ସୁଭଦ୍ରା ଭାବୁଥିଲେ ସତ କଥା ଯୋଉ ଦେଶ ଯାଇ ସେ ଫଳ ଖାଇ ନ୍ୟାୟରେ ଚଳିବା ଉଚିତ. ତାଙ୍କୁ ଏଣିକି ଖାଲି ନିଜ ଦୋଷ ଦେଖା ଯାଉଥିଲା. ଅଳିଆ ଭିତରୁ ପଲିଥିନ ରେ ବନ୍ଧା ସେଇ ମ୍ୟାଜିକ ବୋତଲର ଆମିଷ ଗନ୍ଧ ପାଇ କେହି କୁକୁର ଯେମିତି ମ୍ୟାଜିକ ବୋତଲଟିକୁ ଦାନ୍ତେଇ ଦାନ୍ତେଇ କଳା କୁକୁରଟିଏ କେହି କ୍ଷତାକ୍ତ ହେଉଛି ଓ ସେହି କଳା କୁକୁରଟି ଆଉ କେହି ନୁଁହଁ ବରଂ ସେହି ପୁଅ ସରୋଜ ରହୁଥିବା ଫ୍ଲାଟ ର ତଳେ ଆଶ୍ରୟ ନେଇଥିବା କୁକୁରଟି. ଅଜଣାତରେ ସୁଭଦ୍ରାଙ୍କ ପାଟିରୁ ବାହାରି ଗଲା କେଡେ ଭୁଲ ମୁଁ କରିବାକୁ ଯାଉନଥିଲି! କମ୍ପୁଟର ସାଇନ୍ସ ପଢିଥିବା ପୁଅ ସରୋଜ କିନ୍ତୁ ମନସ୍ତତ୍ୱ ପଢି ପାରୁଥିଲା ଯେମିତି ମାଆ ସୁଭଦ୍ରାଙ୍କର ତ କହୁଥିଲା ଯିଏ ଯାହା ସ୍ଥାନରେ ଠିକ ଅଛନ୍ତି ମାଆ, ତୁ ଆମ ଓଡିଶାର ଏଇ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ରେ ତୋ ଚତୁଃପାର୍ଶ୍ୱ ରେ ଥିବା ମଣିଷ, ପଶୁ, ପକ୍ଷୀ ଙ୍କ ପାଇଁ ଯାହା କରିବା କଥା କର. ଆଦିକନ୍ଦବାବୁ ପୁଅ କଥା ଶୁଣି ଚୁପି ଚୁପି ହସୁଥିଲେ ଓ କହୁଥିଲେ ମାଆ ତୋର ଗୀତା ପଢି ବୁଝିଯାଇଛି କି ମାନବ ସେବା ସାଙ୍ଗକୁ ପଶୁ ପକ୍ଷୀ ଙ୍କ ସେବା ହିଁ ମାଧବ ସେବା . ବୋହୁ ରୋଜା ଶଶୁର ଶାଶୁଙ୍କୁ ଛାଡ଼ି ଫେରିବାର ପ୍ରସ୍ତୁତି କରୁ କରୁ କହୁଥିଲା ବ୍ୟସ୍ତ ହୁଅନ୍ତୁ ନାହିଁ ମାଆ. ମୋ ଚତୁଃପାର୍ଶ୍ୱରେ ଥିବା ଅସହାୟ ତଥା ବାସହରା ଓ ଦୁଃଖୀ ମଣିଷ, ପଶୁ, ପକ୍ଷୀ ଙ୍କ କଥା ମୁଁ ଏଣିକି ନିଶ୍ଚୟ ବୁଝିବି ବୋଲି ତ ଖୁଦ ଓ ପାଣି ରଖୁଛି ଓ ରଖୁଥିବି ପକ୍ଷୀମାନଙ୍କ ପାଇଁ. ଆପଣଙ୍କ ନାତି ବାବା କୁ ହେଉନଥିବା ଡ୍ରେସ ସବୁକୁ ଓ ଆପଣ ଙ୍କ ପୁଅଙ୍କୁ ହେଉନଥିବା ନୂଆ ଡ୍ରେସ, ଚପଲ ଇତ୍ୟାଦି ସବୁକୁ ମୁଁ ପିନ୍ଧୁନଥିବା କିଛି ନୂଆ ଶାଢ଼ୀ ସହିତ ସେଇ ମଣିଷମାନଙ୍କୁ ଦେଇଦେବି ଯିଏ ଆବଶ୍ୟକ କରୁଥିବ,ନିଜ ତଥା ନିଜ ପରିବାର ପାଇଁ.ଆଉ ମାଛ ଭାତ ଗୋଳେଇ ନିଶ୍ଚୟ ସେଇ କଳା କୁକୁରକୁ ଉପଯୁକ୍ତ ସ୍ଥାନ କାଳ ପାତ୍ର ଅନୁଯାୟୀ ଦେଇଦେବି. ଶାନ୍ତିର ଦୀର୍ଘନିଶ୍ୱାସ ଛାଡ଼ି ସୁଭଦ୍ରା କହୁଥିଲେ ସୌଭାଗ୍ୟବତୀ ହୋଇଥା.ତଥାପି ଆଦିକନ୍ଦବାବୁ କହୁଥିଲେ ଆଉ ତୁମ ମ୍ୟାଜିକ ବୋତଲ ଉପରେ ଏଥର କବିତା, ଗଳ୍ପ ଓ ଶିଶୁଗଳ୍ପ ଲେଖିବାରେ ମନ ଦିଅ ତ ସୁଭଦ୍ରା କହୁଥିଲେ ହଁ କିଛି ଲେଖିଛି ଓ କିଛି ବାକି ଅଛି ଲେଖିବାକୁ.



Rate this content
Log in

Similar oriya story from Tragedy