STORYMIRROR

Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

ବିଜୟିନୀ

ବିଜୟିନୀ

6 mins
0

ତା ନାମ ଶ୍ରାବଣୀ କିଏ କେବେ ଦେଇଥିଲା ମନେ ନଥିଲେ ମଧ୍ୟ ତାର ଠିକ ମନେ ଅଛି.ମାଆ ତାକୁ ଯେବେ ନିଜ କୋଳରୁ ଅଲଗା କରି ଏଠି ଛାଡ଼ିଦେଇ ଯାଇଥିଲା ସେ ରୁବି ଦିଦି କୋଳରେ ମୁଣ୍ଡ ଗୁଞ୍ଜି ଆଶ୍ୱାସନା ପାଇଗଲେ ମଧ୍ୟ ମାଆ ଛାତି ର ଗନ୍ଧ ଓ ଉଷ୍ମତା ପାଇଁ ବ୍ୟାକୁଳ ହେଉଥିଲା. ସେ ବୁଝିପାରୁନଥିଲା ତା ଦୋଷ କଣ!ତାକୁ ମାଆ ଏଠି କଣ ପାଇଁ ଛାଡ଼ିଦେଇ ଗଲା ନିଜ କୋଳ ଶୁନ୍ୟ କରି ଭାବୁ ଭାବୁ ସେ ବଡ଼ ହେଉଥିଲା ରୁବି ଦିଦି ହେପାଜତ ରେ. କେବେ କେମିତି ମାଆ ଆସୁଥିଲା କିନ୍ତୁ ମାଆ ହାତରେ ନାଲି ପାଣିକାଜଚ ଦି ମୁଠା କି ମୁଣ୍ଡରେ ବଡ଼ ସିନ୍ଦୁର ଟୋପା ଟି ଝଟକିବା ନଦେଖି ସେ ବିକଳ ହେଉଥିଲା ଓ ଭାବୁଥିଲା ଏ ତା ମାଆ ତ କିନ୍ତୁ ବାପାଙ୍କୁ ହରେଇ ମାଆ ତାକୁ ମଣିଷ ପରି ମଣିଷ କରିବା ପାଇଁ ଏଠି ଛାଡିଦେଇଛି ବୋଲି ବୁଝିଲା ବେଳକୁ ମାଆ ଆଉ ଆସୁନଥିଲା. ବାପାଙ୍କୁ ତ ସେ ସହଜେ ଦେଖିନଥିଲା. ଏତିକି କିନ୍ତୁ ବୁଝିଥିଲା ସେ ମାଆ ହେଲେ ତା ସନ୍ତାନ କୁ କେବେବି ତା ଛାତିରୁ ଅଲଗା କରିବନି କାରଣ ସେ ମାଟ୍ରିକ ପାସ କରିବା ପରେ ସେହି ଆଶ୍ରମ ଭିତରେ ଥିବା କଲେଜ ରେ ପଢୁଥିଲା ଓ ଦୁନିଆଁ କୁ ଅଳ୍ପ ବୁଝୁ ବୁଝୁ ସୁଧୀର କୁ ଭଲ ପାଇ ସୁନେଲି ଭବିଷ୍ୟତ ର ସ୍ବପ୍ନ ଦେଖୁଥିଲା. ସୁଧୀର ତା ଉପର ଶ୍ରେଣୀରେ ପଢୁଥିଲା. ପିଲାଟା କୋରାପୁଟିଆ ଥିଲା. ପାଠ ଶାଠ ସହିତ ବାହୁ ବଳ ଉପରେ ତାର ଅଧିକ ଭରସା ଥିଲା ତ ଦିନେ ସବୁ ଆଶ୍ରୟ ଭୁଲି ସୁଧୀର ସହ ଚାଲିଆସିଥିଲା ଶ୍ରାବଣୀ କିନ୍ତୁ ଆସ୍ତେ ଆସ୍ତେ ଭାଗ୍ୟର ପ୍ରତିକୂଳ ପବନ ରେ ସୁଧୀର ତା ବାପାଙ୍କ ପରି ଦୁବାଇ ଚାଲି ଯିବ  ଦାଦନ ଶ୍ରମିକ ହୋଇ ଓ ତା କୋଳରୁ ଗୋଟିକ ପରେ ଗୋଟିଏ କନ୍ୟା ସନ୍ତାନ ଏମିତି ଗାଏବ ହେବେ ଏକଥା ତାକୁ ସୁଧୀର ର ଦାଦନ ଯିବା ଅପେକ୍ଷା ବେଶୀ କଷ୍ଟ ଦେଉଥିଲା. ଏଥର ତାର ମାଆ ହେବାର ତୃତୀୟ ପାଳି ଥିଲା. ଘର ଲୋକଙ୍କୁ ଅବିଶ୍ୱାସ କରି ଶ୍ରାବଣୀ ସୁଧୀରକୁ ଆଉ ଦାଦନ ନଯିବାକୁ କହି ସଫଳ ହୋଇଥିଲା. ଅନାଗତ ସନ୍ତାନ ପାଇଁ ମଳି ଲାଗି ଧୂଳି ଧୂସରିତ ସେହି ପପୁ ବୋତଲ କୁ ସଫା କରି ରଖିଥିଲା କିନ୍ତୁ ସନ୍ତାନ ଜନ୍ମ ପରେ ପରେ ସବୁଥର ପରି ସେ ବେହୋସ ହୋଇଯିବା ପୂର୍ବରୁ ଝିଅକୁ ଗଳାରେ ଲଗେଇ ବୁକୁରେ ଚାପି ଧରିଥିଲା କିନ୍ତୁ ତାର ଚେତା ଫେରିବା ପରେ ନିଜ କନ୍ୟା ସନ୍ତାନ କୁ ନଦେଖି ବିକଳ ଆକୁଳ ହେଲାବେଳେ କେହି କିଛି କହିପାରୁନଥିଲେ ତ ସେ ପପୁ ବୋତଲ ଧରି ଦୌଡୁ ଥିଲା ରାଜ ରାସ୍ତାକୁ. ସନ୍ତାନ ଭୀମ ବଳ ମାଆ କୁନ୍ତିଙ୍କୁ ଜଣାଅଥିଲା କିନ୍ତୁ ଏଠି ମାଆ ଶ୍ରାବଣୀ, ଶ୍ରାବଣ ଧାରା ଦୁଇ ଆଖିରୁ ଗଡେଇ ଚାଲିଥିଲେ ମଧ୍ୟ କିଏ ତା ସନ୍ତାନକୁ ଏମିତି କୁଆଡେ ଓ କାହିଁକି ତଥା କେମିତି ନେଇଯାଏ ତା କୋଳ ଶୁନ୍ୟ କରି!ଭାଗ୍ୟ ଫଳେ ସର୍ବତ୍ର ସତ କିନ୍ତୁ ଥରେ କି ଦୁଇ ଥର ନୁଁହଁ ବରଂ ତିନି ତିନି ଥର ଏମିତି ତା କନ୍ୟା ସନ୍ତାନମାନଙ୍କୁ କିଏ ନେଇଯାଏ. ପରିବାର ର ପ୍ରତ୍ୟେକ ସଦସ୍ୟ, ନିଜ ସ୍ୱାମୀ ଓ ସମାଜ!କାହାକୁ ବିଶ୍ୱାସ କରିବ ଶ୍ରାବଣୀ ଆଜି!ପାଗଳି ସାଜି ଦୌଡୁଥିଲା ରାଜ ରାସ୍ତାରେ ସେ.
   ଠିକ ସେତିକି ବେଳେ ଏପଟେ କଲିକତା ରେ ସରୋଜ ରହୁଥିବା ୱାର୍ଡ ରେଆସନ୍ତା କାଲି ଭୋଟ ଗଣତି ଥିବାରୁ ପୁଅ ସରୋଜ ଅଫିସ ଯିବା ପୂର୍ବରୁ ବାପା ଆଦିକନ୍ଦ ବାବୁଙ୍କୁ ଗୁନି ବଜାର ଯାଇ ମନ ପସନ୍ଦ ର ମାଛ ନେଇଆସିବାକୁ କହିଥିଲା. ପ୍ରଥମ କାରଣ ଥିଲା ଏହି କି ଯେ ଭୋଟ ଗଣତି ଯୋଗୁଁ ବଜାର ବନ୍ଦ ରହିପାରେ. ଦୁଇ ରେ ମାଆ ସୁଭଦ୍ରାଙ୍କ ସପ୍ତାହିକ ଆମିଷ ଖିଆ ପାଳି କାଲି ଅଛି ତ ମାଛ ଟିକେ ନଆଣିଲେ କେମିତି ହେବ!ଆଦିକନ୍ଦ ବାବୁ ମଧ୍ୟ ବୋହୁ ରୋଜା ଠାରୁ ବ୍ୟାଗ ନେଇ ବାହାରିଲା ବେଳକୁ ସୁଭଦ୍ରା କହିଲେ ମୁଁ ମଧ୍ୟ ଯିବି. ମୋ ପସନ୍ଦ ର ମାଛ ଆସିବ ଅର୍ଥାତ ମୋ ନାଁ.. ସମସ୍ତଙ୍କ ଗାଁ ତ ମୁଁ ନଗଲେ କେମିତି ହେବ!ତ ସୁଭଦ୍ରାଙ୍କ ପଛେ ପଛେ ନାତି ବାବା ମଧ୍ୟ ଯିବାକୁ ବାହାରି ପଡିଲା. ତାକୁ ବୁଝେଇ ସୁଝେଇ ରଖୁ ରଖୁ ବାବା ତା ଛୋଟ ସ୍କୁଲ ବୋତଲରେ ଆକ୍ଵାଗାର୍ଡ ରୁ ପାଣି ଭରିବା କାମ ଟା ହାତକୁ ନେଇଯାଇଥିଲା. ବାବା କୁ କିନ୍ତୁ ଜଣା ନଥିଲା କି ଆକ୍ଵାଗାର୍ଡ ରୁ ଆସୁଥିବା ପାଣି ର ମୁଁହଁ ବଡ଼ ଥିବାରୁ ଛୋଟ ମୁଁହଁ ଥିବା ସ୍କୁଲ ବୋତଲ ରେ ପାଣି ଭରି ହେବା ଦୂରର କଥା ବରଂ ଘର ସାରା ପାଣି ଢଳି ଯାଇ ଓଦା ହେଉଥିଲା. ତ ରୋଜା ଦଉଡି ଯାଇ ଆକଟ କରୁଥିଲା ବାବାକୁ ଆଉ ସରୋଜ ମଧ୍ୟ ଯାଉ ଯାଉ ପୁଅକୁ ପାଟି କରୁଥିଲା ତ ଛୋଟ ବାବା ରାଗରେ ତା ଗାଡିଟାକୁ କଚାଡି ଦେଲା ବେଳେ ଅଫିସକୁ ବାହାରି ଯାଉ ଯାଉ ସରୋଜ କହୁଥିଲା ତତେ ଏମିତି କଚାଡି ଦେବି ରହ. ତ ରୋଜା ମଧ୍ୟ ସରୋଜ ପକ୍ଷ ନେଇ କହୁଥିଲା ଯୋଉ ଦୁଷ୍ଟ ହେଉଛି ତାକୁ ଏଣିକି ଶୁନ୍ୟ କଚଡ଼ା ଦରକାର. କିଛି ନକହି ସୁଭଦ୍ରା ସିନା ଆଦିକନ୍ଦ ବାବୁଙ୍କ ସଙ୍ଗେ ଗୁନି ବଜାର ଯିବାକୁ ବାହାରି ଆସିଲେ କିନ୍ତୁ ବାବା ପାଇଁ ମନ ଗୋଳେଇ ଘାଣ୍ଟି ହେଉଥିଲା. ମନେ ପଡୁଥିଲା କଂସ ଙ୍କ ବିଜୁଳି କନ୍ୟାଙ୍କୁ ଶୁନ୍ୟ କଚଡ଼ା ଦେଲାବେଳେ ସେ ଖସିଯିବା କଥା.ସୁଭଦ୍ରାଙ୍କ ନାତି ଯେତେ ଯାହା ଦୁଷ୍ଟାମୀ କରୁ ସବୁଥିରେ କିଛି ଅନୁକରଣୀୟ କାମ ନିହିତ ଥିଲା. ଛୋଟ ଶିଶୁ ଥିବାରୁ ଓ ବିକଶିତ ବୁଦ୍ଧି ନଥିବାରୁ ସେ ସଫଳ ହେଉନଥିଲା ଆଉ ତା କଥା ବୁଝିବାକୁ ବା ତା ମନସ୍ତତ୍ଵ ପଢିବାକୁ କାହାକୁ ବେଳ ଥିଲା ଯେ!ବଡ଼ମାନେ ଯିଏ ଯାହା କାମରେ ବ୍ୟସ୍ତ ଥିବା ବେଳେ ଶିଶୁ କୋଉଥିରେ ନ୍ୟସ୍ତ ରହୁଛି ଓ କାହିଁକି ରହୁଛି ସେକଥା ବୁଝୁଛି କିଏ!କେବଳ ଦୁଷ୍ଟ ହେଉଛି କହି ଯିଏ ଯାହା ବାଟ, ହାଟ ଓ ନାଟ ରେ ଚାଲିଯିବା ହେଲା ଦୈନ ଦିନ ଜୀବନ ର କର୍ତ୍ତବ୍ୟ. ଗୋଟେ ଦିନର ଜଞ୍ଜାଳ ସାଙ୍ଗକୁ ଜୀବନ ସାରା ପାଇଁ କର୍ତ୍ତବ୍ୟ ଓ ଦାଇତ୍ୱ. ସେକଥା ଟିକି ନାତି ବୁଝେ କେତେ!
  ପିଲାଟାକୁ ଘରେ ଛାଡ଼ି ଆସି ତାରି କଥା ଭାବି ଭାବି ଆଗେଇ ଚାଲୁଥିଲେ ସୁଭଦ୍ରା ଅଟୋ ଥିବା ଛକ ଯାଏଁ. ରାସ୍ତାରେ କିନ୍ତୁ ଖୁବ ଗହଳି ଓ ସମସ୍ତେ କିଛି ଫୁସଫାସ ହେଉଥିଲେ.ତ ଭୋଟ ଗଣତି ପାଇଁ କିଛି ଘଟଣା ବା ଦୁର୍ଘଟଣା ହେଲାକି ଭାବି ଅଧା ଓଡ଼ିଆ, ଅଧା ହିନ୍ଦି, ଅଧା ବେଙ୍ଗଲି ଓ ଅଧା ଇଂରାଜୀ ମିଶା ଭାଷାରେ ଏଠିକୁ ଆସିବାଠାରୁ କଥା କହୁଥିବା ଦମ୍ପତ୍ତି ସୁଭଦ୍ରା ଓ ଆଦିକନ୍ଦ କିଛି ପଚାରିବା ପୂର୍ବରୁ ଲୋକେ କହୁଥିଲେ ଏ ରାସ୍ତାରେ ଯାଆନ୍ତୁନି. ଜଣେ ପାଗେଳୀ କିଏ ଗୋଟେ ମ୍ୟାଜିକ ବୋତଲ ଧରି ବସିରହିଛି ବାଟ ଜଗି . କିଏ ଜାଣେ ସେ ମ୍ୟାଜିକ ବୋତଲ ରେ ବମ କି ଗୁଳି କି କଣ ରଖିଛି!ପୋଲିସ ଗାଡି ପହଁଞ୍ଚି ଯାଇଥିଲା ତ ସୁଭଦ୍ରା ଓ ଆଦିକନ୍ଦ ସେଇ ଆଡକୁ ମାଡି ଯାଇ ଦେଖିଥିଲେ ପୋଲିସ ବାବୁଙ୍କୁ ପପୁ ବୋତଲଟିଏ ଦେଖାଇ ଦୁଃଖ କହୁଛି ଜଣେ ସନ୍ତାନ ହରା ମାଆ. ବୁକୁ ଫଟେଇ କହୁଛି ଥରକୁ ଥର ତିନି ଥର ଝିଅ ସନ୍ତାନ ଜନ୍ମ କରିବା ପରେ ମୋ ଛାତିର ଅମୃତ ପରି କ୍ଷିର ନହେବାରୁ ଏ ପପୁ ବୋତଲ ରେ କ୍ଷୀର ଦେଇ କନ୍ୟା ସନ୍ତାନକୁ ମୋର ଲୋରି ଗାଇ ଶୁଆଇ ଦେଉ ଦେଉ କୁଆଡେ ଯେ କେତେବେଳେ ଗାଏବ ହୋଇଯାଆନ୍ତି ସେମାନେ ମୁଁ ଜାଣିପାରେନା. ଆଜି ତୃତୀୟ ଥର ହସ୍ପିଟାଲ ରୁ ଫେରିବା ପରେ ମୋ କୋଳରୁ ମୋ ମାସକର କନ୍ୟାସନ୍ତାନ କୁ କେହି ଛଡେଇ ନେବା ପରେ ଏହି ପପୁ ବୋତଲଟିକୁ ମ୍ୟାଜିକ ବୋତଲ ଭାବି ମୋ ଠାରୁ ଦୂରେଇ ଦେବାକୁ ଯାଇ ମଧ୍ୟ ଦୂରେଇ ପାରୁନି କରଣ ଶିଶୁ କନ୍ୟା ସନ୍ତାନମାନଙ୍କ ସ୍ମୃତି ତ ଏଇ ପପୁ ବୋତଲ ବା ମ୍ୟାଜିକ ବୋତଲ. ସେଇଥିପାଇଁ ତ ଏଇଠି ବସି କାନ୍ଦୁଛି ବାବୁ. ମୁଁ ଭିକାରୁଣୀ କି ପାଗେଳୀ କିମ୍ବା ଅନ୍ୟ କିଛି ନୁଁହଁ. ଏତେ କଥା କଣ କହୁଛୁ!ସେଇ ତୋର ସ୍ୱାମୀର ଏସବୁ ନାଟ. ବିକିଦେଇଥିବ ଝିଅକୁ କୋଉଠି ବା କୋଉ ମନ୍ଦିର କି ଆଶ୍ରମ ବାରଣ୍ଡାରେ ଥୋଇ ଦେଇ ଆସୁଥିବ. ଟାଙ୍କେ ଛେଚିଦେଲେ ମାନିଯିବ. ସ୍ତ୍ରୀ ଟି କହୁଥିଲା ନାହିଁ ବାବୁ ତାଙ୍କର କିଛି ଦୋଷ ନାହିଁ. ସବୁ ଏଇ ମ୍ୟାଜିକ ବୋତଲ ର ଦୋଷ ଅଟେ. ରାତି ପାହିଲେ ଭୋଟ ଗଣତି . ପ୍ରବଳ ଲୋକ କିନ୍ତୁ ରୁଣ୍ଡ ହୋଇ ଶୁଣୁଥିଲେ ଗୋଟେ ଦୈନ୍ୟ ମାଆ ର ଅଶ୍ରୁଳ କାହାଣୀ. ପୋଲିସ ଖୋଜୁଥିଲା ଠିକଣା. ସେ କୋଉ ରାଜ୍ୟର, କୋଉଠୁ ଆସିଲା ତାହା ତନାଘନା କରିବା ଭିତରେ ସୁଭଦ୍ରା ଓ ସ୍ୱାମୀ ଆଦିକନ୍ଦ ବାବୁ ଗୁନି ବଜାର ରୁ ମାଛ ନେଇ ଫେରିଥିଲେ. ରାତି ସାତଟା ରେ ପୁଅ ସରୋଜ ତା ପୁଅ ମାନେ ସୁଭଦ୍ରାଙ୍କ ନାତି ବାବା ପାଇଁ ବଡ଼ ମୁଁହଁ ଵାଲା ସ୍କୁଲ ବୋତଲଟିଏ ନେଇ ଆସିଥିଲା. ତାକୁ ନେଇ ବାବା ଆକ୍ଵାଗାର୍ଡ ରୁ ପାଣି ଭରିବାରେ ଆଉ ଅସୁବିଧା ନଥିଲା କିନ୍ତୁ ସୁଭଦ୍ରାଙ୍କୁ ଡର ହେଉଥିଲା ଏହା ମ୍ୟାଜିକ ବୋତଲ ନୁଁହଁ ତ. ଟିଭିରେ କିନ୍ତୁ ସେହି ପାଗଳି ପରି ସ୍ତ୍ରୀ ଲୋକ ର ତୃତୀୟ କନ୍ୟା ସନ୍ତାନ ମନ୍ଦିର ପ୍ରାଙ୍ଗଣ ରୁ ମିଳିଯିବା ଘଟଣା ସୁଭଦ୍ରାଙ୍କୁ ଆଶ୍ବସ୍ତି ଆଣିଦେଇଥିଲା.ତାଙ୍କୁ ଖାଲି ସେହି ବିଜୟିନୀ ମାଆ ର ମୁଁହଁ ଦିଶୁଥିଲା ଚାରିଆଡେ. ଏପଟେ ଭୋଟ ଗଣତି କୁଆଡେ ମ୍ୟାଜିକ ବୋତଲ ପରି ଏକ ବୈପ୍ଲବିକ ବିଜୟ ଆଣିଦେଇଥିଲା ବୋଲି ଟିଭିରୁ ଶୁଣି ସୁଭଦ୍ରା ଆକାଶକୁ ଚାହିଁ ଦେଖୁଥିଲେ ଅଦିନିଆଁ ଶ୍ରାବଣ ଧାରା ଟୋପା ଟୋପା ଖସିପଡୁଥିଲା କୃଷି ଉପରେ ନିର୍ଭର କରି ଝାଲମୁଢି ଓ ମାଛ ଭାତ ଖାଇବାକୁ ଭଲପାଉଥିବା ପଶ୍ଚିମବଙ୍ଗ ର କଲିକତା ମାଟି ଉପରେ. ବାବା କଳା ମେଘ.. ଜଲଦି ଆଓ, ଜଲଦି ଆଓ କହିବା ସଙ୍ଗେ ସଙ୍ଗେ ଝରକା ବନ୍ଦ କରିଦେଉଥିଲା ତ ଜେଜେ ଆଦିକନ୍ଦ ବାବୁ କହୁଥିଲେ ତୋ ମ୍ୟାଜିକ ବୋତଲ ଆଣିଲୁ ତ କିଛି ସମୟ ଜେଜେଙ୍କୁ ଅବୁଝା ଆଖିରେ ଚାହିଁ ଦଉଡିଯାଇ ନୂଆ ସ୍କୁଲ ବୋତଲ ଆଣି ଦେଖାଇ ଦେଇଥିଲା ଜେଜେଙ୍କୁ .ରାତିରେ ସୁଭଦ୍ରାଙ୍କୁ ସେଦିନ ସୁଖଦ ନିଦ ହୋଇଯାଇଥିଲା ସେହି ପାଗେଳୀ ମାଆ କଥା ଭାବି ବୋଧହୁଏ!


Rate this content
Log in

Similar oriya story from Abstract