STORYMIRROR

Sunanda Mohanty

Children Stories Inspirational Thriller

3  

Sunanda Mohanty

Children Stories Inspirational Thriller

ବାବା ର ଗଣିତ ଶିକ୍ଷା

ବାବା ର ଗଣିତ ଶିକ୍ଷା

3 mins
0

ଜାତୀୟ, ଆନ୍ତର୍ଜାତୀୟ, ସମୂହ ଓ ବ୍ୟକ୍ତିଗତ ପର୍ବ ଗୁଡିକ ଭିତରୁ ଟିକି ନାତି ବାବା ର ଜନ୍ମ ଦିନ ଥିଲା କାଲି ଅକ୍ଷିତୃତୀୟା ରେ.ଦେହ ଭଲ ନଥିବା ଟିକି ନାତିକୁ ଚାଁହୁ ଚାଁହୁ ତିନି ହୋଇଗଲା. ସେ ମଧ୍ୟ ପ୍ଲେ ସ୍କୁଲ ଯାଉଛି. ଦେହ ଭଲ ନଥିଲେ ମଧ୍ୟ କି ଖୁସି ନିଜ ଜନ୍ମଦିନ ରେ ସେ ଦେଖିବାର କଥା. ବୋହୁ ବା ତା ମାଆ ରୋଜା ସଜେଇ ଥିଲା ଖୁବ. ପୁଅ ସରୋଜ ଅଫିସରୁ ଫେରିଲା ବେଳେ ନେଇ ଆସିଥିଲା କେକ ଓ କେତେ ରକମର ଫଳ. ଥଣ୍ଡା, ସର୍ଦ୍ଦି ରେ ସଂ ସଂ ହେଉଥିବା ବାବାର ପୁଣି ଇନଫେକ୍ସନ ହୋଇ ପେଟ ଓ ପିଠି ସାରା ଲାଲ ଲାଲ ପ୍ୟାଚ ପଡି ଫଳି ଯାଇ ଅସ୍ତବ୍ୟସ୍ତ ଲାଗୁଥିଲା ତାକୁ. ସେଇ ଅବସ୍ଥାରେ ତଥାପି ସକାଳେ ଜେଜେ,ଜେଜେମା ଓ ତା ମାମା ସଙ୍ଗେ ଜଗନ୍ନାଥ ଦର୍ଶନ କୁ ଯିବା ବେଳେ ଜମା ଫୋଟୋ ପୋଜ ଦେଉନଥିଲା. ମାମାଜେଜେ ଅର୍ଥାତ ଜେଜେ ମାଆ ର ଫୋଟୋ ନେଲାବେଳେ ଦୂରରୁ ଦେଖୁଥିଲା କେବେ ତ ପାଖରେ ଥିଲେ ବି ମୁଁହଁ ଦେଖାଉନଥିଲା କେବେ . ରାତିରେ କେକେ କାଟିଲା ବେଳେ ଏତେ ଦେହ ଖରାପ ରେ ମଧ୍ୟ କି ଜୋଶ ଓ ଖୁସି ତାର!କେକ କାଟି ଡରୁଥିବା ଜେଜେଙ୍କୁ କେକ ଖୁଆଇବା ଓ ଜେଜେଙ୍କ ପାଦ ଛୁଇଁ ପ୍ରଣାମ କରିବା ଦୃଶ୍ୟ ଥିଲା ଅତ୍ୟନ୍ତ ମନୋମୁଗ୍ଧକର. ହାପ୍ପୀ ବାର୍ଥ ଡେ ଗୀତର ତାଳେ ତାଳେ କେକ କାଟି ଖୁଆଇବା ଭିତରେ ମାମା ତାର ସଜେଇଥିବା ତିତିଲ ଉପରେ ତାର ଆଖି. ଏତେସବୁ ଦେଖି ସୁଭଦ୍ରା କହୁଥିଲେ କଲିକତା ଆସିନଥିଲେ ନାତିର ଏ ଖୁସିରେ ସାମିଲ ହୋଇ ପାରିନଥାନ୍ତୁ. ପୁଅ ସରୋଜ କହୁଥିଲା ସେଇଥି ପାଇଁ ତ ନଜଣେଇ ଟିକେଟ କରିଥିଲି ତୁମ ଦୁହିଁଙ୍କୁ ଆଣିବା ପାଇଁ. ବୋହୁ ରୋଜା ମଧ୍ୟ କହୁଥିଲା ତିଥି ଅନୁଯାୟୀ ଆଜି ଅକ୍ଷିତୃତୀୟା ରେ ତା ଦେହ ଭଲ ନଥିବାରୁ ଏତିକି ଖୁସି ଦେଖିଲେ ମାଆ, ମେଡ଼ିସିନ ପ୍ରଭାବ ରୁ ଆସନ୍ତା ତେଇଶି ତାରିଖ ଦିନ ତାର ଡେଟ ଅନୁଯାୟୀ ଆଉ ଥରେ କେକ କାଟି ଜନ୍ମଦିନ ପର୍ବ ଯୋଜନା କରିବା ଯେ ଦେଖିବେ ଜନ୍ମଦିନ ପାଇଁ ସେ କେତେ ଖୁସି ହେବ ଓ ଆପଣଙ୍କୁ କେତେ ଖୁସି ଦେବ. ସୁଭଦ୍ରା ଭାବୁଥିଲେ ସତ କଥା କହୁଛି ବୋହୁ ରୋଜା. ପୁଅ ଆଜି ଦିଲ୍ଲୀ ରେ ତ କାଲି କଲିକତା ରେ.ପୁଣି କୋଉଠି କେବେ ରହୁଛି କିଏ ଜାଣେ!ତ ବରଂ ଏଇ କଲିକତା ରେ ନାତିର ଆଉଥରେ ଡେଟ ଅନୁସାରେ ଜନ୍ମଦିନ ପାଳନ କରିବା ଓ ସେହି ପର୍ବ ରେ ସାମିଲ ହୋଇ ନାତି ସହ ଆନନ୍ଦ ତଥା ଖୁସି ପାଇବା ହିଁ ଉତ୍କୃଷ୍ଠ ବିଚାର ହେବ.
   ତା ଆରଦିନ ଖୁସି ଖୁସିରେ ଉଠି ଆଗ କାନ୍ଥରେ ସଜା ଯାଇଥିବା ତିତିଲି ଗୁଡିକ ରଖିନେବାକୁ ଯାଇ ସୁଭଦ୍ରା ଦେଖିଥିଲେ ଗୋଟେ ବି ତିତିଲି ବା ପ୍ରଜାପତି ଅଠା ସହ କାନ୍ଥରେ ନାହିଁ. ନାତି ଉଠିଲେ ତିତିଲି ନଦେଖି ଖୁବ କାନ୍ଦିବ ବୋଲି ଘର ସାରା ଓଳେଇ ଯେତେ ଖୋଜିଲେ ମଧ୍ୟ ଗୋଟେ ବି ତିତିଲି ନଥିଲା. ସୁନ୍ଦର ଡେଣା ଥିବା ଅଠା ଲଗା ତିତିଲି କଣ ଜୀବନ୍ୟାସ ପାଇ ଉଡିଗଲେ ନା କଣ ଭାବୁ ଭାବୁ ବୋହୁ ରୋଜା ତା ରୁମରୁ ବାହାରି ଆସି ବ୍ୟସ୍ତ ହୋଇପଡ଼ିଲା ପୁଣି ଆଜି ପାଞ୍ଚଟା ପୂର୍ବରୁ ଗାଧେଇ ପଡିଛନ୍ତି ମାଆ!ରୋଜା ଏକଥା ପଚାରୁ ପଚାରୁ ସୁଭଦ୍ରା କହିଲେ ମୋର କିଛି ହେବନି ହେଲେ ତିତିଲି ନଦେଖି ଏବେ ମୋ ନାତି ବାବା ଖୁବ କାନ୍ଦିବ. ଗୋଟେ ବି ଦେଖୁନି. ହସିଲା ରୋଜା.କହିଲା ତିତିଲି ର ଡେଣା, ଆଖି ଇତ୍ୟାଦି କୋଉଟା ସର୍କଲ କୋଉଟା ସ୍କୋୟାର ତଥା କୋଉଟା ଟ୍ରାଂଗଲେ ପରି ବୁଝି ଯାଇଛି ବାବା. ସ୍କୁଲରେ ଏସବୁ ବୁଝି ପାରିନଥିବା ଆପଣଙ୍କ ନାତି ବାବା ନାମରେ ସ୍କୁଲର ମିସ ଅଭିଯୋଗ ଆଣିଥିଲେ ତ କାଲି ରାତିରେ ତିତିଲ ର ଆଖି କିପରି ସର୍କଲ ଡେଣା କିପରି ଟ୍ରାଙ୍ଗେଲ ଓ କୋଉଠି ସ୍କୋୟାର ବୁଝାଉ ବୁଝାଉ ସବୁ କହିଦେଉଛି. ତା ଖେଳନା ଗାଡି ଚକ କେମିତି ସର୍କଲ ବୋଲି ମନକୁ ମନ କହି ତିତିଲ ଡେଣା ଦେଖି ଟ୍ରାଙ୍ଗେଲ ବୋଲି ବୁଝିଯାଇଛି. ଜେଜେ ଉଠିପଡ଼ି ମୋ ନାତି ଗଣିତ ପଢିଲାଣି କହୁଥିଲା ବେଳେ ପୁଅ ଅଧା ନିଦୁଆ ନାତିକୁ ଉଠେଇ ତାର ନିତ୍ୟକର୍ମ ବଢ଼େଇ ସ୍କୁଲରେ ଛାଡିବାକୁ କହୁଥିଲା ତ ଜେଜେମାଆ ସୁଭଦ୍ରା ଦେଖିଲେ ବାବା ହାତ ମୁଠାରେ ସବୁତକ ତିତିଲ. ସ୍କୁଲ ଅଟୋ ଆସି ଲାଗିଗଲା.ମନୋଜ ମଣ୍ଡଳ ଅଙ୍କଲ ଙ୍କ ଗାଡିରେ ସ୍କୁଲ ଗଲାବେଳେ ଅଟୋ ଭିତରେ ବାବା ଗଣୁଥିଲା ତିତିଲ ଗୁଡିକୁ ୱାନ, ଟୁ, ଥ୍ରୀ.. କହି ଓ ଦେଖାଉଥିଲା ସର୍କଲ ଓ ଟ୍ରାଙ୍ଗେଲ ଡେଣା ସବୁକୁ ତ ସମସ୍ତେ ହସୁଥିଲେ.



Rate this content
Log in