STORYMIRROR

Sunanda Mohanty

Children Stories Thriller Others

3  

Sunanda Mohanty

Children Stories Thriller Others

ମୁଁ ରାଜା

ମୁଁ ରାଜା

3 mins
0

ଗୋଟିଏ ଛେଳି ଥିଲା. ତାର ନାମ ବାବୁଲା ମାଣିକ ବୋଲି ରଖିଥିଲା. ସେହି ମାଣିକ ଛେଳି ସବୁବେଳେ ରାଜା ହେବାର ସ୍ବପ୍ନ ଦେଖୁଥିଲା ତ ସେ ଦିନେ ଲୁଚିକି ଚାଲିଗଲା ଜଙ୍ଗଲ କୁ ହେଲେ ସେ ଜାଣିଥିଲା ବାଘ ଓ ସିଂହ ପରି ବଡ଼ ଓ ବଳବାନ ଜନ୍ତୁ ଙ୍କ ତୁଳନା ରେ ସେ କିଛି ନୁଁହଁ ତଥାପି ସେ ନିଜ ଦେହରେ ନୀଳ ରଙ୍ଗ ବୋଳି ଦୁଇଗୋଡ଼ରେ ଚାଲୁଥିବାରୁ ସେତେବେଳେ ଜଙ୍ଗଲର ରାଜା ଥିବା ବାଘ ପାଖରେ ଖବର ପହଁଞ୍ଚି ଗଲା ଯେ ଗୋଟେ ନୀଳ ରଙ୍ଗର ଜନ୍ତୁ ଦୁଇ ଗୋଡ଼ରେ ଚାଲୁଛି ଓ ତା ଚାଲିରେ ଦମ୍ଭ ଓ ଦମ ଅଛି. ସେକଥା ଶୁଣି ବାଘରାଜା ତାକୁ ଦେଖିବାକୁ ଆସିଲା. ନୀଳବର୍ଣ୍ଣ ଛେଳି ବାଘକୁ ଦେଖି କହିଲା ମୁଁ ରାଜା ହେବା ପାଇଁ ଏ ଜଙ୍ଗଲକୁ ଆସିଛି. ବାଘ ଟିକେ ରାଗିଗଲା ଓ ତୁ ଛେଳି ପରି ଦେଖାଯାଉଛୁ ତୁ କି ରାଜା ହେବୁ କହିବାରୁ ଛେଳି ମଧ୍ୟ ରାଗିଗଲା ଓ କହିଲା ମୁଁ ସମସ୍ତଙ୍କର ସବୁ ଇତିହାସ ଜାଣେ. ତୁ ପରା ବିଲୁଆ ଲାଞ୍ଜରେ ଲାଞ୍ଜ ବାନ୍ଧି ସେହି ଛେଳିକୁ ଦେଖିବାକୁ ଆସିଥିଲୁ ଯେ ଛେଳି ଯେମିତି କହିଛି ମୁଁ ମେଁ ମେଁକା... ମାଣିକ ରାଜା... ସିଂଘ ଦୁଇଟି ଗୋଜା ଗୋଜା... ଏକ ସିଂଘରେ ମଣିଷ ମାରେ... ଦୁଇ ସିଂଘରେ ଖାଏ ମୁଁ ବାଘ ଦୁଇଟା, ଏମିତି ଦଉଡିଲୁ ଯେ ତୋ ଲାଞ୍ଜ ଛିଣ୍ଡିଯାଇଥିଲା. ଏବେ କଣ ତୋ ଲାଞ୍ଜ କଅଁଳି ଯିବାରୁ ଆଉ ଛେଳିକୁ ଖାତିର ନାହିଁ!ଦେଖ ମୁଁ ଛେଳି ହୁଏ ବା ଯିଏ ହୁଏ, କେମିତି ଦୁଇ ଗୋଡ଼ରେ ଚାଲି ପାରୁଛି. ବାଘ ଯେମିତି ଏସବୁ ଶୁଣିଛି ଦୌଡ଼ା ମାରିଲା ଘୋର ଜଙ୍ଗଲ ଭିତରକୁ ତ ଆଉ ଫେରିଲାନି ତେଣୁ ଛେଳି ରାଜା ହୋଇଗଲା.
    ରାଜା ହୋଇଗଲେ କଣ ହେବ ସମସ୍ତଙ୍କୁ ଉଚିତ ନ୍ୟାୟ ଦେବା ସହ ସେମାନଙ୍କ ଥଇଥାନ,ସୁଖ ଦୁଃଖ, ହାରି, ଗୁହାରି ବୁଝିବା ଦରକାର ତ ଏସବୁ ବୁଝୁ ବୁଝୁ ଛେଳି ହାଲିଆ ହୋଇପଡେ ଓ ତାର ବାବୁଲା କଥା ମନେପଡେ. ବାବୁଲା କେତେ ସୁନ୍ଦର କଅଁଳିଆ ଦୁବ ଘାସ କାଟି, କଅଁଳିଆ ଡ଼ାଳ ପତ୍ର ତା ପାଇଁ ଆଣିବା ସହ ତା ବେକରେ ଘୁଙ୍ଗୁର ବାନ୍ଧି ଦେଇଥାଏ ଓ ଅଳ୍ପ ଉଚ୍ଚତା ରେ ଥିବା ଗଛ ଡ଼ାଳ ନିଜେ ଭିଡି କଅଁଳିଆ ପତ୍ର ଖାଇବାକୁ ତାକୁ ଦୁଇଗୋଡ଼ ରେ ଠିଆ ହେବା ସହ ଦୁଇଗୋଡ଼ରେ ଚାଲି ଶିଖାଏ!ଏସବୁ କଥା ମନେପକାଇ ଛେଳି ଏବେ ପୁଣି ଘରକୁ ଫେରିଯିବାକୁ ବସିଥିବା ବେଳେ ସବୁ ପଶୁ ପକ୍ଷୀମାନେ ତାକୁ ଆମ ରାଜା... ଭାରି ସଚ୍ଚା କହି ପ୍ରଶଂସା କରୁଥାନ୍ତି. ବାଘ କିନ୍ତୁ ତାକୁ ପାନେ ଦେବାକୁ ଚେଷ୍ଟା କରୁଥାଏ ତ ବିଲୁଆ ସଙ୍ଗେ ମିଶି ଯୋଜନା ପ୍ରସ୍ତୁତ କରୁଥାଏ କାରଣ ରାଜା ଥିଲା ବେଳେ ସେ ଆରାମ ରେ ଖାଇବାକୁ ମାଂସ ପାଇ ଯାଉଥିଲା ବେଳେ ଏବେ ତାକୁ କଷ୍ଟ କରିବାକୁ ପଡୁଛି. ଏଣେ ଛେଳି କୁ ସବୁ ପଶୁ ପକ୍ଷୀ ରାଜା ରୂପେ ପାଇ ଖୁବ ଖୁସି କାରଣ ତାଙ୍କୁ ଆଉ ପାଳି କରି ରାଜାଙ୍କୁ ମାଂସ ଦେବାକୁ ପଡୁନି ବୋଲି ସେମାନେ ଖୁବ ଖୁସି ଥିଲେ.
   ସେଦିନ ଦରବାର ରେ ବିଲୁଆ ସହିତ ବାଘ ପହଁଞ୍ଚି ଛେଳି କୁ କହିଥିଲେ ମହାରାଜ ଆପଣଙ୍କ ଭଳି ଜଣେ କେହି ସେହି କୁଅ ଭିତରେ ଅଛି ଆସନ୍ତୁ ଦେଖି ଆସିବେ. ବାବୁଲା ବହି ପଢି ଗୋଟେ ଗପ କହୁଥିବାର ଛେଳି ଜାଣିଥିଲା ଯେ କୁଅ ଭିତରେ ଥିବା ସିଂହ କୁ ନିଜ ପ୍ରତିଦ୍ବନ୍ଦୀ ଭାବି ଡେଇଁ ପଡିବାରୁ ସିଂହ ମୃତ୍ୟୁ ବରଣ କରିଥିଲା. ଏବେ ସେହି ଯୋଜନା କରି ତାକୁ ମାରିବାକୁ ବିଲୁଆ ବୁଦ୍ଧିରେ ବାଘ ଆସିଛି ଜାଣି ଛେଳି କାହାକୁ କିଛି ନକହି କି ବାଘ ସହ କୁଅ ପାଖକୁ ନଯାଇ ଚୁପ ଚାପ ଯାଇ ଅଦୂରରେ ଥିବା ଗାଁ ଘରେ ପହଞ୍ଚିଯାଇଥିଲା. ସେତେବେଳକୁ ବାବୁଲା ତା ବାପାଙ୍କ ଉପରେ ଅଭିମାନ କରି ଭାବୁଥିଲା ବାପା ତା ପୋଷା ଛେଳି ମାଣିକକୁ କଂସେଇ ପାଖରେ ବିକି ଦେଇଛନ୍ତି କିନ୍ତୁ ଛେଳି ତା ମୁଣ୍ଡ ଉପରେ ଝୁଲୁଥିବା ଡେମୋକ୍ଲିସ ଙ୍କ ଖଣ୍ଡା ସମ୍ଭାଳି ନପାରି ରାଜା ପରି ପଦବୀ ଓ ରାଜ୍ୟର ପଶୁ ପକ୍ଷୀଙ୍କ ସହିତ ଥିବା ତାର ପ୍ରତିଭା କୁ ଭୁଲି ଛେଳି ପୁଣି ଘରକୁ ଫେରିଆସିଛି ବୋଲି ବବୁଲା ଜାଣିନଥିଲେ ବି ଅଭିମାନ ଛାଡ଼ି ଖୁବ ଖୁସି ହୋଇ ଯାଇଥିଲା.
    ଏହି ଗପଟିକୁ ଆଉ ଟିକେ ସରଳ କରି ସୁଭଦ୍ରା ବାବା ଆଗରେ ଜେତେ କହିଲେ ମଧ୍ୟ ସେ ଖାଲି କହୁଥିଲା ମୁଁ ସେହି ରାଜା ମୁଁ ସେହି ଛେଳି ରାଜା. ଏହା କହି ବାବା ସେହି ଦିନ କେବେ କେବେ ଛେଳି ପରି ମେଁ ମେଁ ହେଉଥିଲା ତ ତା ମାମା ମନୋଜ ମଣ୍ଡଳ ଅଟୋ ଵାଲା ଅଙ୍କଲ ଙ୍କୁ ରୋଜା ଫୋନ କରି କହୁଥିଲା ଆସନ୍ତୁ ଦାଦା ଅଟୋ ନେଇ ବାବା ପରା ସ୍କୁଲ ଯିବ.ବାବା ସେଦିନ ମୁଁ ରାଜା ମୁଁ ରାଜା କହି ଅଟୋରେ ବସିଥିଲା.



Rate this content
Log in