ଚିଠି ମୋର ଟିକି ଚଢ଼େଇ
ଚିଠି ମୋର ଟିକି ଚଢ଼େଇ
3 mins
2
ଚିଠି ମୋର ଟିକି ଚଢ଼େଇ
,,,,,,,,,,,,,,,,,,,,,,,,,,,,,,,,,,,,
ଅନେକ ସମୟରେ ଅନେକ ପ୍ରଶ୍ନ ପଚାରୁଥିବା ଗୁଡ଼ୁ ସେଦିନ ଆକାଶକୁ ଚାହିଁ ଠିଆ ହୋଇଥାଏ. ମୁଁହଁ କାହିଁ ସୁଖେଇଛୁ ପୁଅ ବୋଲି ତା ମାଆ ପଚାରିବାରୁ ଗୁଡ଼ୁ କହିଥିଲା ଜେଜେ ଆଉ କାହିଁକି ଫେରୁନାଁହାନ୍ତି ମାଆ? ସେ ଗଲା ପରଠୁ ଜେଜେମାଆ ଆଉ ଗପ କହୁନିକି ଗୀତ ବୋଲି ଶୁଆଇ ଦେଉନି . ମୁଣ୍ଡ କୁଣ୍ଡେଇ ସିନ୍ଦୁର କି ଅଳତା ପିନ୍ଧୁନି. ମତେ ମଧ୍ୟ ଆଉ କେହି ନାଉ କରିବାକୁ ନାଁହାଁନ୍ତି. ତୁମେ ଜାଣ ମାଆ!ଜେଜେ ମତେ ପ୍ରତିଦିନ କିଛି ଖୁଚୁରା ପଇସା ଦିଅନ୍ତି ଓ ସେହି ପଇସାରେ କିଛି ଭଲ କାମ କରିବାକୁ କହନ୍ତି. ସେ ଜାଣିଥିଲେ ତୁମେ ମତେ ଖୁବ ଭଲ ଭଲ ଟିଫିନ କରି ଦିଅ. ବାପା ମଧ୍ୟ ମୋ ପାଇଁ ବହି, ଖାତା, ଭଳି ଭଳି କଲମ, ପେନସିଲ ରବର ସବୁ ଆଣିଦେଇଥାନ୍ତି. ମତେ ଜେଜେ ଖୁଚୁରା ପଇସା ଦେଲେ ମୁଁ ନେବାକୁ ମନା କରେ ତ ସେ କହନ୍ତି ରଖିଥା ସେ ପଇସାରେ କିଛି ଗୋଟେ ଭଲ କାମ କରିବୁ. ମାଆ କହିଲେ ଦୋଳ ପୂର୍ଣ୍ଣମୀରେ ହର୍ବାଲ ରଙ୍ଗ କିଣି ସବୁ ସାଙ୍ଗ ମାନଙ୍କ ସଙ୍ଗେ ଖେଳିବୁ. କେମିକାଲ ମିଶା ରଙ୍ଗ ନଖେଳି ହର୍ବାଲ ରଙ୍ଗ କିଣି ଭାଇଚାରାର ପ୍ରତୀକ ରଙ୍ଗ ଖେଳ ହୋଲି ଖେଳିଲେ ତାହା ନିଶ୍ଚୟ ଜେଜେଙ୍କୁ ଖୁସି ଦେବ. ଗୁଡ଼ୁ ପୁଣି ପଚାରୁଥିଲା ଜେଜେ ତ ଆସୁନାଁହାନ୍ତି ଜାଣିବେ କେମିତି ମାଆ? ମାଆ କହିଲେ ଜେଜେ ଏବେ ଆମର ପିତୃପୁରୁଷ ହୋଇ ସ୍ବର୍ଗକୁ ଗଲେ ତ ଆପେ ଆପେ ସବୁ କଥା ଜାଣିପାରିବେ.
ମାଆ ତ କହିଦେଲେ. ଗୁଡ଼ୁ ର ମନ କିନ୍ତୁ ବୁଝିଲାନି. ହର୍ବାଲ ରଙ୍ଗ କିଣି ଖେଳିବା ଉଚିତ. ସେଇଟା କିନ୍ତୁ ଏମିତି ଗୋଟେ ଖୁବ ଭଲ କାମ ବୋଲି ଜେଜେ ସ୍ଵର୍ଗରେ ଥାଇ ଜାଣିବେ କହୁଥିବା ମାଆ ଙ୍କ କଥା ମଧ୍ୟ ଗୁଡ଼ୁ ମନକୁ ପାଉଥିଲେ ମଧ୍ୟ ସନ୍ତୁଷ୍ଟ ହେଉନଥିଲା ମନ. ଗୁଡ଼ୁ ତେଣୁ ଭାବି ଚିନ୍ତି ହେଉଥିଲା କଣ ଭଲ କାମ କରିବ ଓ ତାହା ଜେଜେ କିପରି ଜାଣିବେ!ଗୁଡ଼ୁ ଦେଖିଲା ତା ସାଙ୍ଗ ନରି, ଯିଏ ଖୁବ ଭଲ ପଢେ ସେ ବହି ଓ ଖାତା ନଥିବାରୁ ସବୁଦିନ ମାଡ଼ ଖାଏ. ମାଡ଼ ଯଦିଓ ସେମିତି କିଛି ନୁଁହଁ କିନ୍ତୁ ଗାଳି ଖାଇବାଟା ମଧ୍ୟ ଗୁଡ଼ୁକୁ ବାଧେ. ସେଦିନ ଗୁଡ଼ୁ ଠିଆ ହୋଇ ଯେବେ ନରିକୁ ଗାଳି ନ କରିବାକୁ ଗୁରୁଜୀ ଙ୍କୁ ଅନୁରୋଧ କରି ଅନୁନୟ କଲା ଓ କହିଲା କି ନରି ର ବାପା ମଦନ ମଉସା ଜଣେ ଦିନ ମଜୁରିଆ ଲୋକ . ଘରେ ନରି ର ଜେଜେବାପା ଙ୍କର ଖୁବ କାଶ. ସେଥିରେ ଛଅ ପ୍ରାଣୀ କୁଟୁମ୍ବ ତାଙ୍କର.ତ ମଉସା ଅସୁବିଧାରେ ଥାଇ ନରି ପାଇଁ ବହି, ଖାତା, ପେନ, ପେନସିଲ, କମ୍ପାସ ଆଦି କିଣିପାରିନାହାଁନ୍ତି . ଆଜି ନହେଲେ କାଲି କିଣିଦେବେ. ତାକୁ ଗାଳି ଦିଅନ୍ତୁ ନାହିଁ. ଗୁରୁଜୀ ଏଥର ଗୁଡ଼ୁ କୁ କହିଲେ ଏତେ ସବୁ କଥା ଯେବେ ବୁଝିପାରୁଛୁ ତେବେ ତୁ ଟିକେ ତାକୁ ସାହାଯ୍ୟ ସହଯୋଗ କଲେ ହୁଅନ୍ତାନି!ଶିକ୍ଷକ ଙ୍କ କଥା ରେ ଗୁଡ଼ୁ ସେଦିନ ତା ଜେଜେ ଦେଇଥିବା ଖୁଚୁରା ପଇସା ଭର୍ତ୍ତି ସରାଗାତ ଭାଙ୍ଗି ସତକୁ ସତ ସାଙ୍ଗ ନରି ପାଇଁ ଖାତା, ବହି, ପେନ, ପେନସିଲ ଓ ରବର ତଥା କମ୍ପାସ କିଣିଥିଲା. ସାର ଏସବୁ ଦେଖି ଗୁଡ଼ୁକୁ ତୁ ଖୁବ ଭଲ କାମ କରିଛୁ କହି ପ୍ରଶଂସା କରିଥିଲେ.ଜେଜେ ଦେଇଥିବା ପକେଟ ମନି ସରାଗାତ ରେ ସଞ୍ଚୟ କରି ତାକୁ ଭଲ କାମରେ ଲଗାଇ ତୁ ଏକ ଉଦାହରଣ ସାଜିଛୁ କହି ଖୁବ ସୁନାପିଲା ବୋଲି ମଧ୍ୟ କହି ଗୁଡ଼ୁକୁ ସାବାସୀ ଦେଇଥିଲେ ଓ ନରି ମଧ୍ୟ ଆଉ ଗାଳି କି ମାଡ଼ ଖାଉନଥିଲା.
ଏବେ ଗୁଡ଼ୁ ମନରେ ଆସିଥିଲା କି ସେ ନିଶ୍ଚୟ ଗୋଟେ ଭଲ କାମ କରିଛି.ତାର ଏସବୁ ଭଲ କାମ ବିଷୟରେ ଜେଜେ ଜାଣିବା ନିହାତି ଜରୁରୀ. ପଇସା ତ ସେ ସବୁଦିନ ଗୁଡ଼ୁ କୁ ଦେଇ ତୋର ଯଦି ଆବଶ୍ୟକ ନାହିଁ ତେବେ କିଛି ଗୋଟେ ଭଲ କାମରେ ଲଗେଇବାକୁ ଜେଜେ ହିଁ ତାକୁ କହିଥିଲେ ନା!ଗୁଡ଼ୁ ବଳକା ପଇସାରେ ପୋଷ୍ଟ ଅଫିସରୁ ପୋଷ୍ଟ କାର୍ଡ କିଣି ଜେଜେ ଙ୍କ ପାଖକୁ ସବୁକଥା ଲେଖି ଠିକଣାରେ ଜେଜେଙ୍କ ନାମ, ପିତୃପୁରୁଷ, ସ୍ୱର୍ଗପୁର ଭାୟା ସ୍ୱର୍ଗଦ୍ୱାର ଲେଖି ପୋଷ୍ଟ ଅଫିସ ରେ ଟଙ୍ଗା ହୋଇଥିବା ଲେଟର ବକ୍ସ ରେ ପକାଇ ଦେଲା. ସେତେବେଳକୁ ପରୀକ୍ଷା ସରିଯାଇଥାଏ. ଡୁଗୁ ର ବାପା ସେହି ଚିଠିଟି ସହ ତା ପ୍ରୋଗ୍ରେସ ରିପୋର୍ଟ ସହ ସେଦିନ ଘରେ ପହଁଞ୍ଚି ଗୁଡ଼ୁକୁ ଖୁବ ଆଦର କଲେ ଓ ସେ ନରି ପ୍ରତି କରିଥିବା କାମ ଜାଣିପାରି ଜେଜେ ତାହାର ସ୍ଵର୍ଗରେ ଥାଇ ତାକୁ ଆଶୀର୍ବାଦ କରିଥିବାରୁ ସେ ଏଥର ପରୀକ୍ଷାରେ ନରି ସହ ସମାନ ନମ୍ବର ରଖି ଉଭୟ କ୍ଲାସ ରେ ଫାଷ୍ଟ ହୋଇଥିବା କହି ପ୍ରୋଗ୍ରେସ ରିପୋର୍ଟ ଦେଇଥିଲେ. ବାପା ପୁଣି କହିଥିଲେ ପୋଷ୍ଟ ମାଷ୍ଟର ବାବୁ ଏ ଚିଠି ଫେରାଇ ଦେଲେ. ସେ କହିଲେ ସେ ନିଜେ ସବୁକଥା ଜେଜେଙ୍କୁ ଜଣେଇ ଦେଇଛନ୍ତି. ଡୁଗୁ କ୍ଲାସ ରେ ନରି ସହ ସମାନ ନମ୍ବର ରଖି ଫାଷ୍ଟ ହୋଇଥିବାରୁ ଯେତିକି ଖୁସି ଥିଲା ପୋଷ୍ଟ ମାଷ୍ଟର ତା ଚିଠିଟିକୁ ଜେଜେଙ୍କ ପାଖକୁ ନପଠାଇ ଫେରେଇ ଦେଇଥିବାରୁ ସେତିକି ଦୁଃଖ କଲା. ସେତିକିବେଳେ ଜେଜେମାଆ କହିଥିଲେ ମତେ ଚିଠିଟି ଦେ ଧନ, ମୁଁ ପୋଷ୍ଟ କରିଦେବି. ଜେଜେମାଆ ସେଦିନ ଅପେକ୍ଷାକୃତ ଭଲ ଦେଖାଯାଉଥିଲେ. ତା ମାଆ ତେଲ ଲଗେଇ ଜେଜେମାଆ ଙ୍କ ଜୁଡ଼ା ବାନ୍ଧି ଦେଇଥିଲେ ତ ଗୁଡ଼ୁ ଚିଠିଟିକୁ ଜେଜେମାଆ ଙ୍କ ହାତରେ ଦେଇ ଖୁବ ଖୁସି ଥିଲା କାରଣ ସେ ଜାଣେ ଜେଜେମାଆ ନିଶ୍ଚୟ ତା ଚିଠି ପୁଣି ପୋଷ୍ଟ କରିଦେବେ ଜେଜେଙ୍କ ପାଖକୁ. ଏଣିକି ଜେଜେମାଆ କୋଳରେ ଶୋଇ ସେ କହୁଥିଲା ସେଇ ଗୀତ ଟି ଗାଅ ନା ଜେଜେମାଆ, ଚିଠି ମୋର ଟିକି ଚଢ଼େଇ.... ଜେଜେମାଆ ସେ ଗୀତଟି ଗାଉ ଗାଉ କାନ୍ଦୁଥିଲେ କାହିଁକି ବୁଝିବା ଆଗରୁ ଗୁଡ଼ୁ ଆଖିକୁ ନିଦ ଆସିଯାଇଥିଲା.
