STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଦାମ୍ପତ୍ୟ 

ଦାମ୍ପତ୍ୟ 

8 mins
1


ପଡିଯିବାରୁ ହାତ ଟା ଭାଙ୍ଗି ବଡ଼ କଲବଲ ହେଉଥିଲେ ନନ୍ଦିତା.ଆଜିକି କୋଡିଏ ଦିନ ସରିକି ହେଲଣି ଉଠୁନି ହାତ.ପାପୁଲି ପାଖରୁ କହୁଣୀ ପର୍ଯ୍ୟନ୍ତ ଯେତିକି ସେତିକି ଭିତରେ କିଛି ଛୋଟ ମୋଟ କାମ କରୁ କରୁ ମଧ୍ୟ ଦରଜ ଓ ବିନ୍ଧା ବଢେ. ସେଥିରେ ହାତ ବ୍ୟାଣ୍ଡେଜ ନକରିବାରୁ ଏ ଦଶା ବୋଲି ଶୁଣିବାକୁ ମିଳେ. ନନ୍ଦିତା ଜାଣନ୍ତି କାହିଁକି ସେ ହାତ ବ୍ୟାଣ୍ଡେଜ ନକରି ଇଲାଷ୍ଟିକ ଶୋଲଡର ଇମୋବାଇଲାଇଜର ର ଆଶ୍ରୟ ନେଇଛନ୍ତି. ସତ କଥା ହେଲା ତାଙ୍କର ଅଣନିଶ୍ୱାସୀ ରୋଗ ଅଛି. ଏମିତିରେ ବରଂ ବଞ୍ଚିଯିବ ମଣିଷ ଆଉ କେଇ ଦିନ. ସେହି ଅତୀତ ର ସ୍ମୃତି ଏଯାଏଁ ମନରୁ ଯାଇନି. ଭୁବନେଶ୍ୱର ରୁ ଦିଲ୍ଲୀ ଯାଉଥିବା, ଶୀତତାପ ନିୟନ୍ତ୍ରିତ ରାଜାଧାନୀ ଏକ୍ସପ୍ରେସ ରୁ ଓଲ୍ହେଇ ପଡ଼ିଥିଲେ ଚଢ଼ୁ ଚଢ଼ୁ ନନ୍ଦିତାଙ୍କୁ ଏଇ ଅଣନିଶ୍ଵାସୀ ରୋଗ ମାଡିବସିବାରୁ ଟଙ୍କା ପଇସା କୁ ଖାତିର ନକରି ନନ୍ଦିତା ସିନା ଓଲ୍ହେଇ ପଡିଲେ ହେଲେ ସେଥିପାଇଁ ସ୍ୱାମୀଙ୍କ ଗଞ୍ଜଣା ବି ଶୁଣିବାକୁ ମିଳୁଥିଲା କେବେ କେବେ. ଏବେ ନନ୍ଦିତାଙ୍କୁ କେହି ଦେଖି ଆସିଲେ ସେହି ପ୍ରସଙ୍ଗ ଉଲ୍ଲେଖ କରି ସ୍ୱାମୀ କହନ୍ତି ତ ଉଲୁଗୁଣା ଦେଲା ପରି ଲାଗେ ନନ୍ଦିତାଙ୍କୁ. ପୁଣି କେହି କେହି ଅବସର ପରେ ବୟସ ହେଲା ଏମିତି କହିବାରେ ଓ ବ୍ୟାଣ୍ଡେଜ କରେଇଥିଲେ ଏ ଭିତରେ ହାତ ଭଲ ହୋଇସାରନ୍ତାଣି କହିଲେ ବି ସ୍ୱାମୀ ଯେବେ କହନ୍ତି ଅଣନିଶ୍ଵାସୀ ହୋଇ ମରିଥାନ୍ତା ନା କଣ!ସେତେବେଳେ ନନ୍ଦିତାଙ୍କୁ ବାଜିର ଗୋଟି ଜିତି ଗଲା ଭଳି ଲାଗେ ସତ କିନ୍ତୁ ସ୍ୱାମୀଙ୍କର ସେହି ପରି ପ୍ରତି କଥାରେ ଉଲୁଗୁଣା ଦେଲାପରି କଥା ଶୁଣି ମନ ଦୁଃଖ ହୁଏ ନନ୍ଦିତାଙ୍କର. ସେଇ ହାତ ଭାଙ୍ଗିଲା ଦିନୁ ଠାକୁର ପୂଜା ବନ୍ଦ, ସାହିତ୍ୟ ଆସର ଯିବା ବନ୍ଦ ଏମିତିକି ଗାଧେଇବା ବନ୍ଦ. ସେଥିରେ ଯିବା ଆସିବା ଚାଲିଛି ପୁଣି ଉଲୁଗୁଣା ବି ଚାଲିଛି. ବୟସ ର ଦୋଷ କେହି ଦେଲେ ସ୍ୱାମୀ ଯେବେ କହନ୍ତି ଚାଲି ନଜାଣି ବାଟର ଦୋଷ. ଖଟ ଉପରେ ବସି ଦୁଇହାତ ଦୂରତାରେ ଥିବା ଇଲେକ୍ଟ୍ରି ବୋର୍ଡ ଉପରକୁ ଉହୁଁଙ୍କି ସୁଇଚ ଦେବା କଣ ଦରକାର ଥିଲା ଯେ!ନନ୍ଦିତା ମନେ ମନେ ଭାବନ୍ତି ନହେଲେ ତ ତୁମେ ଏବେ ସବୁ ରୋଷେଇ ବାସ ଇତ୍ୟାଦି ଇତ୍ୟାଦି କରିପକାଉଛ!ସେଇ ବଟୁବାବା ତ ରୋଷେଇ କରିଦେଉଛି ଓ ରମା ଘରଦ୍ୱାର,ବାସନ, ଲୁଗାପଟା ଇତ୍ୟାଦି ସଫା କରୁଛି.
          ବହୁ ଚିହ୍ନା ପରିଚୟ ଙ୍କ ଫୋନ ଭିତରେ ସେଦିନ ଗୋଟେ ଅଚିହ୍ନା ନମ୍ବର ରୁ କଲ ଦେଖି ନଦେଖିଲା ପରି ରହିଯାଇଥିଲେ ନନ୍ଦିତା. ହେଲେ ସ୍ୱାମୀ କହିବାରୁ କଲ ବ୍ୟାକ କଲେ. ସେପଟୁ ମ୍ୟାଡାମ ଜଣେ କହୁଥିଲେ ଆପଣ ପାର୍ଟ ଟାଇମ କାମ କରିବେ ତ!ନନ୍ଦିତା ଦେବୀ ଉତ୍ତର ଦେଲେ ନିଶ୍ଚୟ କରିବି. ଏଥରେ କାମ କଣ କୁହନ୍ତୁ. ତ ମ୍ୟାଡାମ ପଚାରିଲେ ଶିକ୍ଷାଗତ ଯୋଗ୍ୟତା କଣ ଓ ଦିନକୁ ତିନି ଚାରି ଘଣ୍ଟା ଦେଇପାରିବେ ନା ନାହିଁ ଆମକୁ. କାମଟା କଣ ଆଗେ କୁହନ୍ତୁ ନା କହୁଥିଲେ ନନ୍ଦିତା ତ ସେତେବେଳକୁ ଘର କୋଉ ଡିଷ୍ଟ୍ରିକ୍ଟ ରେ, ନାମ, ସ୍ୱାମୀଙ୍କ ବ୍ୟବସାୟ  ଓ ବାର୍ଷିକ ଇନକମ ପଚାରି ସାରିଥିଲେ ମ୍ୟାଡାମ. ଏଥର ନନ୍ଦିତା ଉତ୍ସାହୀ. ଘରେ ବସି କାମ କରିଦେଲେ ମିଳିଯିବ ଦଶ ହଜାର ରୁ କୋଡିଏ ପଚିଶ ହଜାର ଟଙ୍କା ତ କାମଟା କଣ କହନ୍ତୁ ମ୍ୟାଡାମ. ଏବେ ମ୍ୟାଡାମ କହିଲେ ଆପଣ ଙ୍କ ଭଳି ଅନେକ ଗୃହିଣୀ ମାନେ ହଜାର ହଜାର ସରିକି ମହିଳା ଏହି କାମରେ ଯୋଗ ଦେବାକୁ ରେଜିଷ୍ଟ୍ରେସନ କରୁଛନ୍ତି ପ୍ରତିଦିନ. ଆପଣ ସେମାନଙ୍କୁ ବୁଝେଇ ସୁଝେଇ କହିବେ ଓ କାମ ବିଷୟରେ ଜଣେଇବେ. ଏଥର ନନ୍ଦିତା ବ୍ୟସ୍ତ ବିବ୍ରତ ଓ ଚିନ୍ତିତ ହୋଇ ପଡ଼ୁ ପଡ଼ୁ ପଚାରୁଥିଲେ କାମଟା କୁହନ୍ତୁ ନା ଆଗେ . ଘରେ ବସି ପ୍ୟାକିଙ୍ଗ କରିବାକୁ ହେବ ନା କିଛି ରଙ୍ଗ ତୁଳୀରେ ଡ଼ିଜାଇନ କରିବାକୁ ହେବ ନା କଣ୍ଢେଇ ତିଆରି ନା କଣ କରିବାକୁ ପଡିବ? ତ ଏଥର ବୀଣା ମ୍ୟାଡାମ କହିଲେ କିଛି ନାହିଁ ଖାଲି କଲିଂ. ଯେମିତି ବର୍ତ୍ତମାନ ମୁଁ ଆପଣଙ୍କୁ କଲିଂ କରି ଜଏନ କରିବାକୁ କହୁଛି. ରାଜି ହୋଇଗଲେ ନନ୍ଦିତା. ମାସକୁ ଦଶ ହଜାର! ଖାଲି କଲିଂ କରିବାକୁ. ଆଉ ଘର ଭଡା ଦେବାକୁ ଗରାଖ ଖୋଜିବାକୁ ପଡ଼ିବନି କି ଝାମେଲା କି ଝଞ୍ଝାଟ ରେ ପଶିବାକୁ ପଡ଼ିବନି. ତ ଏଥର ସେପଟୁ ବୀଣା ମ୍ୟାଡାମ କହୁଥିଲେ ଆଜି ରାତି ସାତଟା ରେ ମିଟିଙ୍ଗ ଅଛି. ତା ପୂର୍ବରୁ ମୁଁ ହ୍ୱାଟ୍ସ ଆପ ରେ ସ୍କ୍ରିନ ସର୍ଟ ଦେଉଛି ମୁଁ କହିବା ଅନୁଯାୟୀ ଏକଶହ ଅନେଶତ ଟଙ୍କା ପଠେଇ ପ୍ରଥମେ ନିଜ ରେଜିଷ୍ଟ୍ରେସନ କୁ କନଫର୍ମ କରାନ୍ତୁ. ଏଥର ନନ୍ଦିତା କହିଲେ ମତେ ବରଂ ଆର ମିଟିଙ୍ଗ କୁ ରଖନ୍ତୁ, ମୁଁ ଟିକେ ମୋ ପୁଅ ସଙ୍ଗେ ପରାମର୍ଶ କରେ.ତ ବୀଣା ମ୍ୟାଡାମ କହୁଥିଲେ ଏଇ ଶହେ ଅନେଶତ ଟଙ୍କା ପାଇଁ ପୁଅର ପରାମର୍ଶ ନେବାକୁ ପଡିବ ଆପଣଙ୍କୁ? କେମିତି ନୁଁହଁ ମ୍ୟାଡାମ! ଆଜି ଭଲ ମନ୍ଦ କିଛି ଘଟିଲେ ପରିବାର ପିଠିରେ ପଡିବେ ପ୍ରଥମେ ନା ନାହିଁ! ତ ବୀଣା ମ୍ୟାଡାମ ଙ୍କ ଫୋନ କଟିଗଲା. ସ୍ୱାମୀ କହିଲେ ମନା କାହିଁକି କଲ!ମାସକୁ ଦଶ ହଜାର କିଛି କମ ନଥିଲା.ତା ଛଡା ନଡ଼ିଆ ବେପାର ଏବେ ମାନ୍ଦା ଅଛି. ନନ୍ଦିତା କହୁଥିଲେ ଓଃ ମଣିଷ ନିଶ୍ଚିନ୍ତ ଫ୍ରଡ଼ ରୁ ବଞ୍ଚିଗଲା. ସ୍ୱାମୀ ଆଵା କାବା ହୋଇ କହୁଥିଲେ ଏକରେ ତୁମର ବ୍ୟାଙ୍କ ଆକାଉଣ୍ଟ ନାହିଁ କି ଟଙ୍କା ଦେଣ ନେଣ ପାଇଁ ସେ ପେ ଟାଇମ ପରି କୌଣସି ଆପ ନାହିଁ, ଡରିବାର କଣ ଥିଲା!ନନ୍ଦିତାଙ୍କ ମନ ଊଣା ହୋଇଗଲା ସ୍ୱାମୀ କଣ ଜାଣିପାରୁନାଁହାଁନ୍ତି ତାଙ୍କ ହାତ ଏବେ ବି ଠିକ ନାହିଁ. କେମିତିକା ମଣିଷ କେଜାଣି!
          ଏ ସରଳ ନିସ୍କପଟ ତଥା ଉଲୁଗୁଣା ଦେଉଥିବା ମଣିଷକୁ କଣ କହି ବୁଝେଇବେ ଭାବି ନନ୍ଦିତା ନିଜ କାମରେ ମନ ଦେଲେ. ସ୍ୱାମୀ ସେତେବେଳକୁ ଚିନ୍ତା ଗ୍ରସ୍ତ ଯେ ଟିଭି ରେ ଇରାନ ରାଷ୍ଟ୍ରମୁଖ୍ୟ ନିହତ ଖବର ପ୍ରଶାରିତ ହେଲାଣି . ଏଣେ ନନ୍ଦିତା ବିବ୍ରତ. ଖଣ୍ଡେ ନୁଁହଁ କି ଦୁଇଖଣ୍ଡ ନୁଁହଁ. ଏକାଥରେ ଆଠ ଖଣ୍ଡ ଶାଢ଼ୀ ଡ୍ରାଇ ୱାଶ ପାଇଁ ଦେଇ ଦୁଇଶହ ଟଙ୍କା ଆଡ଼ଭାନ୍ସ ଦେଇଥିବା ରିସିଟି ଟି ମିଳୁନି ଅନେକ ଖୋଜି ଖୋଜି . ଗୋଟିକୁ ଅଶୀ ଟଙ୍କା ଲେଖାଏଁ ଆଠ ଖଣ୍ଡକୁ ଛଅଶହ ଚାଳିଶ ଟଙ୍କା. ଦୁଇଶହ ଦେଇଦେଇଛନ୍ତି ସ୍ୱାମୀଙ୍କ ପକେଟ ଖେପି.ଆଉ ଯାହା ସଞ୍ଚିତ ଅଛି ଦେଇ ଶାଢ଼ୀ ଆଣିଥାଆନ୍ତେ. ଶାଢ଼ୀ ବଦଳରେ ଗାଳି ଓ ଅପମାନିତ ହେବାକୁ ପଡିବ. ନିଜେ କିଛି ନିଜପାଇଁ ରୋଜଗାର କରିବାକୁ ଚଳେଇ ଥିବା ଗୋଟି ଚାଳନା ସଫଳ ହେଉନି. ପୁଣି ସ୍ୱାମୀ କହିଲେଣି କି ତାଙ୍କ ନଡ଼ିଆ ବେପାର ଭଲ ଚାଲୁନି.ଦମ୍ପତ୍ତି ଦୁହେଁ ତ ପୁଅ ପାଖରୁ କିଛି ନେବାକୁ ଅନିଛୁକ. ନିଜ ସିଂଘରେ ନିଜେ ମାଟି ତାଡିବାକୁ ଯାଇ ସବୁ ଗୋଟି ଚାଳନା ଫେଲ ମାରୁଥିଲା ବେଳେ ଗଲା ଏବେ ଆଠ ଖଣ୍ଡ ଶାଢ଼ୀ. ବିନା ରିସିଟ ରେ କଣ ସେ ଦେବ ଆଉ ଶାଢ଼ୀ!ଯାହା ହେଉଛି ହେଉ ଏଥର ମେଶୋ କମ୍ପାନୀ ନହେଲା ନାହିଁ ଯୋଉ କମ୍ପାନୀ ରେ ହେଉ କିଛି କାମ ଯୋଗାଡ଼ କରିବାକୁ ପଡିବବନନ୍ଦିତାଙ୍କୁ . ଯେ କୌଣସି କମ୍ପାନୀ ରେ ନାମ ରେଜିଷ୍ଟ୍ରି କରି କିଛି କରିବାକୁ ପଡିବ ଭାବୁ ଭାବୁ ହଠାତ ଫୋନ ରିଙ୍ଗ ହେଲା. ସେପଟୁ କେହି ଜଣେ କହୁଥିଲେ ଆପଣଙ୍କ ନାମ ନନ୍ଦିତା ଦାସ କି?ହଁ ଆଜ୍ଞା.କାମ କଣ କରିବାକୁ ହେବ କୁହନ୍ତୁ. ମୁଁ ଶହେ ଅନେଶତ ଟଙ୍କା ପୈଠ କରିବାକୁ ରାଜି. ସେପଟୁ ଭାଇ କହିଲେ କି କାମ!ପଇସା କାହିଁକି ପଠେଇବେ!ବରଂ ଏଇ ପୁରୀ ସହରର ବଡ଼ଦାଣ୍ଡ ରୁ ଆପଣଙ୍କ ଫୋନ୍ ନମ୍ବର ଥିବା ଡ୍ରାଏ ୱାଶ ଦୋକାନର ରିସିଟିଟିଏ ମତେ ମିଳିଛି. ଧନ୍ୟବାଦ ଆଜ୍ଞା, କୋଉଠି ଅଛନ୍ତି କୁହନ୍ତୁ, ଏଇ ଯାଉଛି କହି ନନ୍ଦିତା ଯେବେ ସ୍ୱାମୀଙ୍କୁ ବାଇକ କାଢିବାକୁ କହିଲେ ସ୍ୱାମୀ ପଚାରୁଥିଲେ କଣ ବାଜିର ଗୋଟି ଜିତି ଗଲ ନା କଣ?ହଁ ହଁ ଜିତିଯାଇଛି. ଯାହାର ଏ ବଡଦାଣ୍ଡ. ଯିଏ ତାର ମାଲିକ ତାଙ୍କ କରୁଣା ଥିଲେ କୋଉ କଥା ଅସମ୍ଭବ ଯେ!କିଛି ବୁଝିନପାରି ସ୍ୱାମୀ ଷ୍ଟାର୍ଟ ମାରୁଥିଲେ ବାଇକ,ସାହିରୁ ବଡଦାଣ୍ଡ ଅଭିମୁଖେ. ରିସିଟି ପାଇ, ଭାଇଙ୍କୁ ଧନ୍ୟବାଦ ଦେଇ ଫେରିଲା ବେଳେ ସ୍ୱାମୀଙ୍କ ସହ ଅଭଡ଼ା ଖାଇବା ଇଛା ଆଉ ରୋକି ପାରିନଥିଲେ ନନ୍ଦିତା. ସବୁ ଶୁଣି ସ୍ୱାମୀ କହୁଥିଲେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ... ପଦେ ଗଳୁଛି ମକରନ୍ଦ. ନନ୍ଦିତା କହୁଥିଲେ ଯେ ପ୍ରାଣୀ ଥାଏ ପର ହିତେ... ରକ୍ଷା କରନ୍ତି ନିଜେ ଜଗନ୍ନାଥେ. ଅବଢ଼ା ଖାଇ,କୈବଲ୍ୟ ନେଇ ଫେରିଲା ବେଳେ ନନ୍ଦିତା କହୁଥିଲେ ଆଜି ଗୋବିନ୍ଦ ଦ୍ୱାଦଶୀ, ବାଜିର ଗୋଟି ଜିତି ଯାଇଛି ମୁଁ, ମତେ ଟିକେ ମହୋଦଧି ଆଡ଼େ ନେଇ ଚାଲନା!ସ୍ୱାମୀ କହିଲେ ହାତ ଖରାପ ଅଛି ପରା. ବାଇକରେ ଏତେ ଏତେ ସମୟ ବସିଲେ ପୁଣି ଅଧିକ ହେବନି!ଏଇଟା ଉଲୁଗୁଣା କି ଅନୁକମ୍ପା ବୁଝିନପାରି ଘରକୁ ଫେରିଲେ ଦୁହେଁ. 
     ଚତୁର୍ଦ୍ଦଶୀ ଗଲା ଜେନ ତେଣ. ଦୋଳପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ. ରୁଟି ଓ ଡ଼ାଲମା ସିନା ଖାଇଦେବେ ହେଲେ ଚନ୍ଦ୍ର ଦେବତାଙ୍କ ଗ୍ରହଣ ମୋକ୍ଷ ପରେ ଜଗନ୍ନାଥ ଦର୍ଶନ କରିବାକୁ ଭାରି ଇଛା. ଆଠ ଖଣ୍ଡ ଶାଢ଼ୀ ମିଳିଯିବା ସୂଚନାରେ କିଛି ସମୟ ବାଇକ ରେ ନେଇଗଲେ ସିନା ସ୍ୱାମୀ କିନ୍ତୁ ଧାଡ଼ିରେ ଠିଆ କରେଇ ଜଗନ୍ନାଥ ଦର୍ଶନ କରେଇବା ପାଇଁ ରାଜି ହେବେନି. ମାସେ ପାଖାଆଖି ଦିଅଁ, ଦେବତା, ପୂଜା, ପୂଜି କି ଦର୍ଶନ ସବୁ ବନ୍ଦ ଏଇ ହାତ ପାଇଁ . ତା ସଙ୍ଗେ ବନ୍ଦ ମୁଣ୍ଡକୁଣ୍ଡା, ଶାଢ଼ୀପିନ୍ଧା ଇତ୍ୟାଦି ଅନେକ ଅନେକ କଥା. ଶୋଇଗଲେ ନନ୍ଦିତା. ଉଠିଲା ବେଳକୁ ସନ୍ଧ୍ୟା ସାତ. ଭାରି ଇଛା ହେଲା ଗାଧୁଆ ପାଧୁଆ କରି ବାମ ହାତରେ ହେଉ ପଛେ ଫୁଲ, ଚନ୍ଦନ, ସିନ୍ଦୁର ଦେଇ ଠାକୁର ପୂଜା କରିବେ ଗୋଟିଏ ହାତରେ. ସେ ଉଠିଯାଇ କିନ୍ତୁ ବିସ୍ମିତ ହେଲେ. ସ୍ୱାମୀ ଘର ସାରା ଗଙ୍ଗାମାତାଙ୍କ ପାଣି ଛିଞ୍ଚି, ଠାକୁର ପୂଜା କରି, ଝୁଣା ଓ ଧୂପକାଠି ଜାଳି, ଦୀପ ବସେଇ ପୁଣି ଚା କରି ପରଠା ସହ ନନ୍ଦିତାଙ୍କୁ ଉଠେଇ ଖୁଆଇବାକୁ ଆଣି ଆସୁଥିଲେ.ପୁଣି ନନ୍ଦିତାଙ୍କ ଗାଧେଇବା ଇଛା ଶୁଣି ବାରଣ କରି କହୁଥିଲେ ରାତି ଟା ଯାଉ.ତ ନନ୍ଦିତା ଭାବୁଥିଲେ ଆହା ଏଭଳି ସ୍ୱାମୀଙ୍କୁ ସେ ଖଡୁସ ଭାବୁଥିଲେ ଯାହା. ତାଙ୍କର ତ ଶ୍ୱାସ, କାଶ ପୁଣି ଡାଇବେଟିସ. ମୁଁ ମରିଯାଉଥାଏ ଭାବି ଗୋଲମରିଚ, ତେଜପତ୍ର, ଅଦା ଫୁଟେଇ ଲେମ୍ବୁ ଚିପୁଡ଼ୁ ଚିପୁଡ଼ୁ ସ୍ୱାମୀ କହୁଥିଲେ ଥାଉ କାଡ଼ା ମୋର ଦରକାର ନାହିଁ. ତୁମ ହାତ ଭଲ ହେଉ ଆଗ. ନନ୍ଦିତାଙ୍କୁ ଲାଗୁଥିଲା ବାଜିର ଗୋଟି ଜିତି ଯାଇଛନ୍ତି ସେ. ଜଗନ୍ନାଥ ଙ୍କ ପାଖେ ଜଳୁଥିବା ଦୀପରେ ଫୁଲ ଫୁଟି ସତେ କି ଜଗନ୍ନାଥ ଦୁଇ ଆଖିରେ ଚାହିଁଛନ୍ତି ଦୁଇ ପ୍ରାଣୀର ସଂସାର କୁ!ଜଗନ୍ନାଥ ଉଭା ହୋଇଥିଲେ ଭଳି ଦୁଇ ଚକାଆଖି ଦର୍ଶନ ଦୀପ ଭିତରୁ ଦେଖି ଠାକୁର ଘର ବାହାରୁ  ନନ୍ଦିତା ଖାଲି ଭୋ ଦେବ ଜଗନ୍ନାଥ ବୋଲି ଡାକି ମୁଣ୍ଡ ପିଟି ଚାଲିଥିଲେ ଭକ୍ତି ଗଦଗଦ ହୋଇ.
        ସେଦିନ ଧୂଆଁ ଧୂଆଁ ସକାଳରେ ଧୂଆଁ ବାହାରୁଥିବା ଚା କପ ଟିକୁ ବଢ଼ାଇ ଦେବାକୁ ଯାଇ ନନ୍ଦିତା ଦେଖିଲେ ଶେଜ ଖାଲି ପଡିଛି ସ୍ୱାମୀଙ୍କର . ଏତେ ସକାଳୁ କୁଆଡେ ଆଉ ଯାଇଥିବେ ଭାବି ତାଙ୍କ ଲେଖାଲେଖି ମେଜ ପାଖରେ ମଧ୍ୟ ଦେଖିନଥିଲେ ସ୍ବାମୀ ପ୍ରତ୍ୟୁଷଙ୍କୁ. ତଳେ ବଗିଚାରେ ମାଟି ମାଆର କର୍ଷଣ କରି ଘାସ ବାଛିବା ବା ଶାଗ ତୋଳିବା ବା ଗଛ ଲତା ଲଗାଇ ପାଣି ଦେଉଥିବେ ଭାବି ତଳକୁ ଯାଇ ଆଶ୍ଚର୍ଯ୍ୟ ହେଲେ ନନ୍ଦିତା . ଚମକି ବି ପଡିଲେ, କାଲିର ଘଟଣାରେ ଆଉ.. ଆଶଙ୍କିତ ମନ ହୃଦୟ ନେଇ ପୁଣି ଫେରିଲେ ଉପର ଘରକୁ . ପୁଅ ବୋହୁ ଉଠିନାହାଁନ୍ତି ଏଯାଏଁ. ଘରର ବାସି ପାଇଟି ସାରି, ଜଳଖିଆ କରିବାକୁ ସୁଜି ଭାଜି, ଅପେକ୍ଷା କରିଥାନ୍ତି ସ୍ବାମୀ ଫେରିବେ, ହେଲେ ଜଳଖିଆ ପ୍ରସ୍ତୁତ, ସ୍ୱାମୀଙ୍କର ଦେଖା ନାହିଁ. ପୁଅ ବୋହୁଙ୍କର ଦୁଆର ଫିଟିଲା ସତ ହେଲେ ମାଆ କଥାରେ ପୁଅ ବିରକ୍ତ.ଏଇଠି କୋଉଠିକି ଯାଇଥିବେ, ସେ କଣ ପିଲା ହୋଇଛନ୍ତି ହଜିଯିବେ? ବୋହୁ ଯୋଡି ଦେଉଥିଲା, କୁଆଡେ ଯିବେ ଆଉ, ପଡ଼ାରେ ବସି ଘର କଥା ଚୁଗୁଲି କରୁଥିବେ, ବୋହୁ ଏମିତି କଲା ସେମିତି କଲା. ମାଆ ପୁଅଙ୍କ ମୁହଁ ପାଇ ଫାଜିଲାମୀ କରୁଛି, ଇତ୍ୟାଦି ଇତ୍ୟାଦି ଗପ ଛିଡ଼ିଲେ ତ ଆସିବେ! ସହି ପାରିଲେନି ନନ୍ଦିତା.ରୋଷେଇ ଛାଡ଼ି ଦାଣ୍ଡ କବାଟ ପାଖକୁ ଦଉଡି ଗଲେ.
     ଗୋଟିଏ ବୋଲି ପୁଅ ପାଇଁ, ଦେଖି ଚାହିଁ ସ୍ୱାମୀ ପ୍ରତ୍ୟୁଷ ନିଜେ ବୋହୁ କରି ଆଣିଥିଲେ ଅମିତା କୁ. ହେଲେ ଘରେ ପଶୁ ପଶୁ, ଚାଳ ବାଜିଲା ଭଳି ଅମିତା ପରମ୍ପରା, ପ୍ରଥା, ସଂସ୍କୃତି କୁ ମାନିବା ଦୁରେଥାଉ, ଏଇଟା କଣ ଦରକାର, ସେମିତି କାହିଁ କରିବି କହୁ କହୁ ଓଢଣା ନଦେବା, ଶଶୁରଙ୍କ ଚଉକିରେ ବସି ସମାଜ ପଢିବା, ରୋଷେଇ ନକରି ମୋବାଇଲ ଧରି ବ୍ୟସ୍ତ ରହିବା, ଦଶ ଥର ଡାକିଲେ ନିଜ ରୁମ ଦୁଆର ଖୋଲି ବାହାରିବା ସହ କୋଉଠି କଣ ଜଳିପୋଡି ଗଲାକି ବୋଲି କହିବା ଇତ୍ୟାଦି କଥା ଓ ଖଣ୍ଡ ବାକ୍ୟ ସବୁ ପ୍ରଥମେ ପ୍ରଥମେ ସ୍ତ୍ରୀ ନନ୍ଦିତା ଙ୍କ ଅନୁରୋଧରେ ସହିଯାଉଥିଲେ ବି ସମୟ କ୍ରମେ ବିରୋଧ କରିଥିଲେ ପ୍ରତ୍ୟୁଷ. ଅମିତା ଠାରୁ ଶିକ୍ଷିତ ମାର୍ଜିତ ବ୍ୟବହାର ଆଶା କରି ବିଫଳ ହେଉଥିଲେ ଥରକୁ ଥର. ନନ୍ଦିତା ଯେବେ କୁହନ୍ତି ପିଲାଲୋକ ପାଠ ପଢୁଥିଲା ହଷ୍ଟେଲରେ ରହି. ଘରକରଣା ଆସ୍ତେ ଆସ୍ତେ ଶିଖିଯିବନି! ପାଟି କରନି କହି ଥରକୁ ଥର ଚାପି ଦେଉଥିବା ସ୍ତ୍ରୀ ନନ୍ଦିତା କାଲି ନିଜେ ରୁଟି ତରକାରୀ କରି ସମସ୍ତଙ୍କୁ ଖାଇବାକୁ ଦେଇଥିଲେ. ତରକାରୀରେ ଲୁଣ ପଡ଼ିନଥିଲା କହି ବୋହୁ ଫିଙ୍ଗି ଦେଇଥିଲା ରୁଟି ତରକାରୀ ତଳକୁ ତ ଅସହ୍ୟ ହୋଇଥିଲା ସେହିକଥା ପ୍ରତ୍ୟୁଷଙ୍କ ପାଇଁ. ନିଜେ କରି ଖାଇବା ସହ ଅନ୍ୟଙ୍କୁ ଦେବାକୁ ଶିଖ ବୋଲି କହିଥିଲେ ରୋକଠୋକ. ତା ପରେ ସୃଷ୍ଟି ହୋଇଥିଲା ମହାଭାରତ. ପୁଅ ଶେଷରେ କହିଥିଲା ନିଜ ପସନ୍ଦର ବୋହୁ କରି ଆଣିଛ, ଟିକେ ସମୟ ନେଇ ସହାନୁଭୂତି ସମ୍ପର୍ଣ୍ଣ ତ ହୁଅ. ହାତ ଉଠି ଯାଉ ଯାଉ ଅଟକେଇ ଥିଲେ ନନ୍ଦିତା. ପିଲାଲୋକସେ ଆମ ଝିଅ ହୋଇଥାନ୍ତା!କହି ବୁଝେଇ ତାକୁ ଖୁଆଇ ସନ୍ତୁଷ୍ଟ କରୁଥାନ୍ତି ନନ୍ଦିତା ତ ପ୍ରତ୍ୟୁଷ ନଖାଇ ଉଠିଲେ. ଶୋଇବା ପୂର୍ବରୁ କ୍ଷୀର ହଲିକ୍ସ ନେଇ ଆସିଲା ବେଳକୁ ଶୋଇଯିବାର ବାହାନା କରିଥିଲେ ପ୍ରତ୍ୟୁଷ.
    ବେଳ ଗଡି ମାଧ୍ୟାର୍ହ୍ନ ଯାଇ ସନ୍ଧ୍ୟା ଗଡି ରାତି ପାହିଲା, ପ୍ରତ୍ୟୁଷ ଫେରିଲେନି. ଚାହିଁ ଚାହିଁ ଆଖିରୁ ପାଣି ମରୁଥିଲା ନନ୍ଦିତାଙ୍କର. ଉପର ସାହି ଶମ୍ଭୁ ସେଦିନ କହିଲା ଭାଇ ମିଳିଯିବେ ଭାଉଜ. କଟକ ସାହିତ୍ୟ ସମ୍ମିଳନୀରେ ଦେଖିଲା ଏ ଦୁଇ ନୟନ ତାଙ୍କୁ. କି ସୁନ୍ଦର ଭାଷଣ,କି ତାଳିମାଡ଼!ଭାଇ ଯୋଉ ସମ୍ମାନ ପ୍ରିୟ ବ୍ୟକ୍ତି ଏସବୁ ଛାଡ଼ି ସେ କଣ ଆଉ ଲେଉଟିବେ, କେଜାଣି! ଧଡ଼ କରି ଛାତିଟା ଥରିଗଲା ନନ୍ଦିତାଙ୍କର.
    ସେଦିନ ଆଶ୍ରମ ପିଲାମାନଙ୍କର ଭଜନ ଜଣାଣ ଓ ଦେଶାତ୍ମକବୋଧ ସଂଗୀତ ପରିବେଷଣ ସରୁ ସରୁ, ଧାଡି ଶେଷରେ, ପୁଅ ବୋହୁ ଓ ସ୍ତ୍ରୀ ଙ୍କୁ ଦେଖି,ନଦେଖିଲା ପରି ଫେରି ପଡୁଥିଲେ ଭିତରକୁ ପ୍ରତ୍ୟୁଷ. ଦୌଡ଼ି ଯାଇ ପାଦ ତଳେ ପଡିଲେ ନନ୍ଦିତା.ସ୍ତ୍ରୀ କହିଚାଲିଥିଲେ ଯେ ଯୋଉ ଆଖିର ଜ୍ୟୋତିର ଭରଷା ନେଇ, କାନ ଶୁଣିବା କଥାକୁ ବିଶ୍ୱାସ ନଦେଇ, ପାଟିରୁ ବାହାରୁଥିବା କଥାକୁ ପ୍ରେମ ପୁଲକିତ ମାର୍ଜିତ କରି, ଯାହା ଗୋଡ଼ରେ ପ୍ରତ୍ୟୟ ମାପି, ଛାତିରେ ଆଶ୍ରୟ ମାଖି ହାତ ଧରିଥିଲ, ମୋ ବାପା ମାଆଙ୍କୁ କଥା ଦେଇଥିଲ, ମୋର ଦଶ ଦୋଷ କ୍ଷମା କରିବ, ଗୋଟିଏ ମାତ୍ର କ୍ଷମା କରିଦେବାକୁ ଅନୁରୋଧ ମୋର. ପ୍ରଶୟ ଦେଇଛି ପରିବାର ମଜଭୂତି ପାଇଁ, ସହିଯାଇ ସମୟକୁ ଅପେକ୍ଷା କରିଛି ସମାଧାନ ପାଇଁ, ଭୁଲ ହୋଇଛି, ଫେରିଚାଲ. ଆଶ୍ରମ ପିଲାମାନେ କହୁଥିଲେ ଗୁରୁଦେବ, ଆଜି କଣ ପଢିବା?? ଥରେ ନନ୍ଦିତାଙ୍କୁ ଓ ଥରେ ପିଲାଙ୍କୁ ଚାହିଁ ପ୍ରତ୍ୟୁଷ କହିଲେ ଭରଷା ବିଶ୍ୱାସ ଅଛି ଯଦି ରହିଯାଅ ଏଇଠି.ପିଲାମାନେ କହୁଥିଲେ, ରହିଯାଆନ୍ତୁ ଗୁରୁମା. ପଛ କଥା ମନେପକାଅଇ ପଛକୁ ଥରେ ଚାହିଁଲେ ନନ୍ଦିତା.ପୁଅ ବୋହୁ ନଥିଲେ ସେଠାରେ.ତ ଆଗକୁ ବଢିଲେ ସ୍ୱାମୀଙ୍କ ସହ ନନ୍ଦିତା.କଳରବ ମୁଖରିତ ଅନ୍ୟ ଏକ ସ୍ୱୀକୃତି ପାଇଁ,ନୂତନ ଏକ ଧୂଆଁ ଧୂଆଁ ମୁକ୍ତ ସକାଳର ଅପେକ୍ଷାରେ.ସେଦିନ ଲାଗୁଥିଲା ପୁଣି ଥରେ ବାଜିର ଗୋଟି ଜିତି ଯାଇଛନ୍ତି ନନ୍ଦିତା.
,,,,,,,,,,,,,,,,,,,


Rate this content
Log in

Similar oriya story from Action