STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଚଢ଼େଇ ବସା 

ଚଢ଼େଇ ବସା 

2 mins
12


ଆମ୍ବ ଗଛଟା ହଣା ହେବା ପାଇଁ ଅଦୃଶ୍ୟରେ ତଥା ନିଶବ୍ଦରେ ଚାଲିଥିବା ସ୍ୱାମୀଙ୍କ ଯୋଜନା ସିନା ଥରକୁ ଥର ଭଦଭଦଳିଆ ପକ୍ଷୀଙ୍କ ବସା ଆଳ ରେ କାଟ ଖାଇଯାଉଥିଲା କିନ୍ତୁ ନୀଳକଣ୍ଠି ପକ୍ଷୀ ଅଣ୍ଡା ଫଟେଇ ଛୁଆ କରି ଖଣ୍ଡି ଉଡ଼ା ଶିଖାଇ ପକ୍ଷୀଛୁଆ ଙ୍କୁ ନେଇ ଉଡି ଯାଇଥିଲେ ନିଶବ୍ଦ ରେ ଅଜଣା କେଉଁ ଅଦୃଶ୍ୟର ଇଂଗିତରେ . ଘର ତୋଳା ପାଇଁ ସ୍ଥାନ ମାଡିବସିଥିବା ବା ଚେର ମାଟି ତଳକୁ ଭେଦି କାନ୍ଥ ଫଟେଇବା ଭୟ ନୁଁହଁ ବରଂ ଗଛ ବୋଧେ ଆଉ ଚାଁହୁନଥିଲା ବଞ୍ଚିବାକୁ. ସବୁ ଆରମ୍ଭର ଶେଷ ଥିଲା ପରି ଗଛଟିରେ ପୋକ ଲାଗି ମୂଳ ସରି ଆସିଥିଲା ଓ କେହି ହାଣିବା ପୂର୍ବରୁ ଆମ୍ବ ଗଛଟି ନିଜେ ନିଜକୁ ହାଣ ମୁଁହଁ କୁ ଠେଲି ଦେଇଥିଲା ଯେମିତି. ନିଶବ୍ଦ ରେ ଦିନେ ଅଳ୍ପ ଟିକେ କାଳବୈଶାଖି ପ୍ରକୋପ ରେ ଭାଙ୍ଗି ପଡି ଅଦୃଶ୍ୟ ହୋଇ ଯାଇ ଥିଲା ଆମ୍ବ ଗଛ ସହ ଶୁନ୍ୟ ପକ୍ଷୀ ବସା . ଆଉ ପକ୍ଷୀ ଆସି ବସା କରିବାର କୌଣସି ମାନେ ହିଁ ନଥିଲା ତ ଖୁବ ଦୁଃଖରେ ଭାଙ୍ଗି ପଡ଼ିଥିଲେ କଲ୍ୟାଣୀ.
    ସ୍ୱାମୀ ଟୁର ରୁ ଫେରି ଖୁବ ମନ ଦୁଃଖ କରିଥିଲେ କାରଣ ଜୀବନ ର ଶେଷ ହିଁ ମୃତ୍ୟୁ ବୋଲି ଉପସ୍ଥାପନ କରି ଅଦୃଶ୍ୟ ରେ ପ୍ରମାଣ କରିଥିବା ଆମ୍ବ ଗଛଟି ଆଉ ନଥିଲା. ତା ହଣା ହେବା କଥା ପାଇଁ ଅନେକ ଥର ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇଛି କିନ୍ତୁ ଅଦୃଶ୍ୟ ଇଂଗିତ ରେ ଆମ୍ବ ଗଛ ଟି ନିଜେ ଭାଙ୍ଗି ପଡିବ ଏକଥା ହଜମ ହେଉନଥିଲା କାହାକୁ. ସ୍ୱାମୀ ସିନା ଥରକୁ ଥର ଟୁର ରେ ବାହାରକୁ ଯାଇ ସବୁ ଭୁଲି ଯାଇପାରିବେ ହେଲେ କଲ୍ୟାଣୀ ଭୁଲିପାରୁନଥିଲା ବେଳେ ତାଙ୍କ କାନରେ କିଏ ଯେମିତି ଅଦୃଶ୍ୟ ରେ କହିଯାଉଥିଲା ଏଇଟା ହିଁ ତୋ ରିଷ୍ଟ କଟିବାର ପ୍ରକୃଷ୍ଠ ପରିସ୍ଥିତି. ଆଖି ବୁଝିଗଲେ ମନ ବୁଝୁନଥିଲା କି ମନ ବୁଝିଗଲେ ଆଖି ବୁଝୁନଥିଲା ଜମା. କଲ୍ୟାଣୀ ଲକ୍ଷ କରୁଥିଲେ ତାଙ୍କ ଭିତରେ ସ୍ୱତଃ କିଛି ପରିସ୍ଫୁଟନ ଯେମିତିକି ସେ ଦେଖିଥିବା ଅନେକ ସ୍ବପ୍ନ ଭିତରୁ ଏଇ ପକ୍ଷୀ ଦେଖିବା ନିଶା ତାଙ୍କର ଦ୍ରୁତ ଗତିରେ ବଢିଚାଲୁଛି. ସେଦିନ ଟୁର ରୁ ଫେରି ଆସିଲା ବେଳେ ସ୍ୱାମୀ ଆଣିଦେଇଥିଲେ ଅନେକ ଆମ୍ବ ଗଛର ଚାରା ଆଉ ତା ସହିତ ଗୋଟେ ଚଢ଼େଇ ବସା. ଖାଲି ଚଢ଼େଇ ବସା ନୁଁହଁ ବରଂ ତା ଭିତରେ ନୀଳକଣ୍ଠି ପକ୍ଷୀଟିଏ ଅଣ୍ଡା ଉଷୁମେଇ ବସି ରହିଛି. ସ୍ବପ୍ନ ବାସ୍ତବ ହେଲା ଅଦୃଶ୍ୟ କାରିଗରଙ୍କ ଇଛାରେ ସତ ହେଲେ ପକ୍ଷୀ ବସା ରହିବ କୋଉଠି!ନଜର ପଡିଲା ପଣସ ଗଛଟି ଉପରେ. ଏବେ ଏବେ ଶାଖା ପ୍ରଶାଖା ମେଲି ବଡ଼ ହୋଇ ଆସୁଛି ତ ତା ଉପରେ ନୀଳକଣ୍ଠି ବୋଲି କହୁଥିବା ଭଦଭଦଳିଆ ଚଢ଼େଇ ସହ ବସାଟିକୁ ଟାଙ୍ଗି ଦିଆଗଲା ଯତ୍ନର ସହିତ . ଏବେ ଏବେ ଆଉ ଗୋଟେ ନୀଳକଣ୍ଠି କୁଆଡୁ ଉଡିଆସି ମାଆ ନୀଳକଣ୍ଠି ନଥିବା ବେଳେ ଅଣ୍ଡା ଜଗୁ ଜଗୁ ଛୁଆ ର ଯତ୍ନ ନେଉଥିବାର ଦେଖି କଲ୍ୟାଣୀ ସେଦିନ କହୁ କହୁ କହି ପକେଇଥିଲେ ଯାହା ନିୟତିର ଅଦୃଶ୍ୟ ବରାଦ!


Rate this content
Log in

Similar oriya story from Abstract