STORYMIRROR

Sunanda Mohanty

Tragedy Classics Thriller

3  

Sunanda Mohanty

Tragedy Classics Thriller

ଜଳନ୍ତା ଜୁଇରେ ମଣିଷଟିଏ କେହି

ଜଳନ୍ତା ଜୁଇରେ ମଣିଷଟିଏ କେହି

4 mins
0

କଲିକତା ଆସିବାଠୁ ପ୍ରଥମ କେଇଦିନ ଉଠୁ ଉଠୁ ଭଦଭଦଳିଆ ପକ୍ଷୀ ଦୁଇଟିଙ୍କ ଉଡାଣ ଦେଖୁ ଦେଖୁ ଏବେ ଏଇ କିଛି ଦିନ ହେବ ସେମାନଙ୍କ ଅନୁପସ୍ଥିତି ଦୁଃଖ ଦେଉଥିଲା ସୁଭଦ୍ରାଙ୍କୁ କିନ୍ତୁ ଗ୍ରିଲ ଝରକା ଦେଇ ସୁଦୂର ରାସ୍ତା ଦେଖାଯାଉଥିବା କଲିକତାର ଫୁଟ ପାଥ ଓ ତା ପରେ ଥିବା ଦୁଇପଟ ଟୁ ୱେ ଯିବା ଆସିବା ରାସ୍ତାକୁ ଚାହିଁ ରହି ସୁଭଦ୍ରା ଭାବୁଥିଲେ ଅନେକ କଥା. ଏଇ ଯେମିତି ପୁଅ କି ଝିଅ ରହିଥିବା ଓଡିଶା ବାହାରେ ଥିବା ରାଜ୍ୟ କୁ ନଯାଇ ଏଣିକି ଅନ୍ୟାନ୍ୟ ରାଜ୍ୟ ଗୁଡିକୁ ବୁଲିଯିବେ ସ୍ୱାମୀଙ୍କ ସହ . ମାଟି, ପାଣି, ପବନ, ଗୋଡି, ଗଛ, ଫୁଲ, ପକ୍ଷୀ ଯେତେ ଏକାପରି ହେଲେ ମଧ୍ୟ ଅନ୍ୟ ସବୁ ରାଜ୍ୟ ଜଳବାୟୁ କେତେ ଗରମ କି କେତେ ଶୀତଳ ମାପିବେ. ପାଣି ପବନ ଏକା ହେଲେ ମଧ୍ୟ କୋଉ ସ୍ଥାନ ର ପାଣି ଓ ପବନ କେତେ ଗରମ ଜାଣିବେ ଭାବୁ ଭାବୁ ସୁଭଦ୍ରାଙ୍କୁ ପୁଅ ସରୋଜ କହୁଥିଲା ଆଜି ଅକ୍ଷିତୃତୀୟା, ତିଥି ଅନୁଯାୟୀ ତୋ ନାତିର ଜନ୍ମଦିନ, ଶୀଘ୍ର ବାହାରିପଡ଼େ ଜଗନ୍ନାଥ ମନ୍ଦିର ଯିବୁ. ବାପାଙ୍କୁ ଉଠା. ମୁଁ ଅଫିସ ଯାଉଛି ତୁମେ ସବୁ ରୋଜା ସହ ଯାଇ ଜଗନ୍ନାଥ ଦର୍ଶନ କରି ଚାଲିଆସ. ରାତିକୁ କେକ କାଟି ଘରେ ଜନ୍ମଦିନ ପାଳିବା. ତରତର ହୋଇ ଆଦିକନ୍ଦ ବାବୁଙ୍କୁ ସବୁ ଜଣେଇ ତାଙ୍କୁ ତରତର କଲାବେଳକୁ ଗ୍ରିଲ ଦେଇ ରାସ୍ତାରେ ଗୋଟେ ଟ୍ରଲିଵାଲା ଅଟକି ଯାଇ ସେଇ ଆପାର୍ଟମେଣ୍ଟ ତୋଳା ଯାଉଥିବା ଆଗକୁ ଥିବା ଇଡ଼ିକୋ ଅଫିସ ସାଇଡ ରେ ଥିବା ମାଟି ଗଦା ଆଡକୁ ଆଗେଇ ଆସି ପଡ଼ିଥିବା ବଡ଼ ଧଳା ପଲିଥିନ ଟିକୁ ଉଠାଇ କିଛି ସମୟ ଏପଟ ସେପଟ କରି ଦେଖିବା ପରେ ଛାଡ଼ିଦେଇ ଗୋଡ଼ ଆଉଁସି ଆଉଁସି ପୁଣି ଗ୍ରିଲ ରେ ତିଆରି ଟ୍ରଲି ପାଖକୁ ଫେରିଯାଉଥିବା ଦୃଶ୍ୟ ଦେଖି ସୁଭଦ୍ରାଙ୍କ ମନକୁ କେତେ କଣ ଆସୁଥିଲା. ଏବେବି ଅନେକ ଦୁଃଖୀ ରଙ୍କି ଅଛନ୍ତି ଯୋଉମାନେ ନିଜର ସମସ୍ତ ଆବଶ୍ୟକତା ପୁରଣ କରିବାକୁ ଅସମର୍ଥ ବୋଲି ଭାବି ଦୁଃଖିତ ହେଲା ବେଳକୁ ନାତି ସହ ବୋହୁ ରୋଜା ଓ ସ୍ୱାମୀ ଆଦିକନ୍ଦ ମଧ୍ୟ ପ୍ରସ୍ତୁତ ହୋଇ ଯାଇଥିଲେ ଯିବାକୁ କଲିକତା ରେ ଥିବା ଜଗନ୍ନାଥ ଦର୍ଶନକୁ.
    ଟିକି ନାତି ବାବା କୁ ଚାଁହୁ ଚାଁହୁ ତିନିବର୍ଷ ପୁରିବ. ଦିନକୁ ଦିନ ଦୁର୍ବଳ ଓ ପତଳା ହୋଇଯାଉଥିବା ବେଳେ ଆଜି ଅକ୍ଷିତୃତୀୟା ରେ ଭୀଷଣ ଦେହ ଖରାପ ଥିଲା ତାର. ଥଣ୍ଡା, କାଶ, ଆଖି ଇନଫେକ୍ସନ ସହିତ ଦେହ ସାରା ଲାଲ ଲାଲ ଚିହ୍ନ. ଅବଶ୍ୟ ବୋହୁ ରୋଜା ର ଜିଦ ଯୋଗୁଁ କାଲିଠୁ ବାବାକୁ ଡକ୍ଟର ଅଙ୍କଲ ଙ୍କ ପାଖକୁ ନେଇ କିଛିଟା ମେଡ଼ିସିନ ଦୋକାନରୁ ମିଳିଥିବା ଔଷଧ ଅଣା ଯାଇଥିଲା ତ ଅନ୍ୟ ସବୁ ଆଜି ଜଗନ୍ନାଥ ମନ୍ଦିରରୁ ଫେରିବା ବାଟରେ ପଡୁଥିବା ଆପୋଲୋ ମେଡିସିନ ଦୋକାନ ରୁ ଆମେ ନେଇଆସିବାକୁ ପୁଅ ସରୋଜ କହିଯାଇଛି. ମନୋଜ ମଣ୍ଡଳ ଙ୍କ ଅଟୋ ଲାଗିଗଲା. ବାବା ପ୍ଲେ ସ୍କୁଲ ଯୋଉ ଅଟୋ ରେ ଯାଏ ସେହି ଅଟୋଵାଲା ଭାଇଙ୍କ ସଙ୍ଗେ ସମ୍ପର୍କ ଗଢି ଉଠିଛି ଏଭିତରେ ତ ବାବାର ସ୍କୁଲ ଛଡା ଅନ୍ୟ ଯୁଆଡେ ଯିବାକୁ ଥିଲେ ତାଙ୍କୁ ହିଁ ଫୋନ କଲେ ସେ ଆସିଯାଆନ୍ତି ଓ ଯୁଆଡେ ଯିବା କଥା ନେଇଯାଆନ୍ତି. ସେ ମଧ୍ୟ ସରୋଜ ଓ ରୋଜା ରହୁଥିବା ଆପାର୍ଟମେଣ୍ଟ ଠାରୁ ଅଳ୍ପ ଗଳି ରାସ୍ତା ଦେଇ ଯାଇଥିବା ବାଟରେ ତାଙ୍କ ଘରେ ରହନ୍ତି . ଆମ ଓଡିଶା ଭାଷାରେ ସେହି ସାହି ବା ଗଳି ଦେଇ ଗଲେ ପ୍ରଥମ ମନ୍ଦିର ସ୍ଥାପିତ ହୋଇଛି ଭାରତ ସେବା ସଙ୍ଘ ଦ୍ୱାରା ଓ ତା ଆଗକୁ ଆଉ ଖଣ୍ଡେ ବାଟ ଚଲା ରାସ୍ତାରେ ଗଲେ ଆଉ ଗୋଟେ ମନ୍ଦିର ଯୋଉ ମନ୍ଦିର ପଡିବ ଯୋଉ ମନ୍ଦିର ଆଗରେ ସ୍ଥାନୀୟ ମେଳା ହେଉଥିବାରୁ ଆମେ ଏଇ ଆର ସପ୍ତାହ ରେ ଆସିଥିଲୁ ସେଇ ପାଖାପାଖି କୋଉଠି ଏ ଅଟୋ ଭାଇଙ୍କ ଘର ତ ଡାକିଦେଲେ ଖୁବ ଶୀଘ୍ର ଆସି ଯାଇଥାଆନ୍ତି ସେ. ତ ସ୍ୱାମୀ ଆଦିକନ୍ଦ, ବୋହୁ ରୋଜା ଓ ନାତି ବାବା କୁ ନେଇ ଅଟୋ ଗଡୁଥିଲା ଆଗକୁ ପିକେଆରଟି ବଜାର ଦେଇ ଆଗକୁ ଆଗକୁ ଜଗନ୍ନାଥ ମନ୍ଦିର ଆଡକୁ.
    ଅଟୋରୁ ଓଲ୍ହେଇ ଜଗନ୍ନାଥ ମନ୍ଦିର ଦର୍ଶନ ସହିତ ତାଙ୍କ ଦୁଇ କଡରେ ଥିବା ହନୁମାନ ଓ ରାମ ଓ ସୀତା ମାତାଙ୍କୁ ଦର୍ଶନ କରିବା ପରେ ଆଉ ଗୋଟେ ମନ୍ଦିର ରେ ଶିବ ଶଙ୍କର ଙ୍କ ପାଖରେ ବାବା ନାମରେ ପାଣିଲାଗି କରିବା ପରେ ଅନ୍ୟ ଏକ ମନ୍ଦିରରେ ଥିବା ରାଧା କୃଷ୍ଣ ଙ୍କୁ ଦର୍ଶନ କରିବା ବେଳେ ସୁଭଦ୍ରାଙ୍କ ଆଖିରୁ ଧାର ଧାର ଲୋତକ ବୋହୁଥିଲା ଏଇଥି ପାଇଁ କି ପୁରୀରେ ଧାଡି ଯୋଗୁଁ ଆଉ ଦର୍ଶନ ହୋଇପାରୁନି ଭଲରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀ ଙ୍କୁ ପୁଣି ସାକ୍ଷୀଗୋପାଳ ଘର ର ଡାହାଣ ପାର୍ଶ୍ୱ ରେ ରାଧା କୃଷ୍ଣ ଙ୍କୁ ଦେଖିହେଉନି ଅବସର ପରେ କି ବାମ ପାର୍ଶ୍ୱରେ ଥିବା ଶିବ ଙ୍କ ପାଖକୁ ଯାଇହେଉନି ହାତ ଭାଙ୍ଗିବା ପରଠୁ. ଆଉ ବାକି ରାମ ସୀତା ଙ୍କ ମନ୍ଦିର କୁ ଯିବାକୁ ହେଲେ ମଧ୍ୟ ଶ୍ରୀକୃଷ୍ଣ ଓ ରାଧା ଙ୍କ ପାଖକୁ ଗଲେ ସିନା ତାଙ୍କ ପାଖରେ ଥିବା ରାମ, ଲଷ୍ମଣ ଓ ମାଆ ସୀତା ଙ୍କ ସହିତ ବୀର ହନୁମାନ ଙ୍କୁ ଦର୍ଶନ କରିହୁଅନ୍ତା!ଯାହାର ମନ ଯେଡ଼େ ତାହାର ପ୍ରଭୁ ସେଡ଼େ ନ୍ୟାୟରେ ନିଜ ଜାଗା ତଥା ନିଜ ରାଇଜ ରେ ଏଇ ଚିହ୍ନା ଜଣା ଠାକୁର ମାନଙ୍କୁ ନଦେଖି ଅନ୍ୟ ରାଇଜରେ ଦେଖିବା ବୋଧେ ଖୁବ ଲୋଭନୀୟ ଅଟେ ଭାବୁ ଭାବୁ ଆଦିକନ୍ଦ ବାବୁ ନାତିର ଜନ୍ମଦିନ ବୋଲି ମିଠା କିଣି ଘରକୁ (କଲିକତା ଫ୍ଲାଟ ଘର )କୁ ନେବା ସହ ଅଟୋ ଚାଳକ ଭାଇ ମନୋଜ ମଣ୍ଡଳ ଙ୍କୁ ଦେଲାବେଳକୁ ସେ ଦୁଃଖରେ ନେଉନଥିଲେ. ଅନ୍ୟ ସବୁଦିନ ସେ ପ୍ରଗ୍ଳଭ ଥିଲା ବେଳେ ଆଜି ଅପେକ୍ଷାକୃତ ଉଦାସ ଦେଖାଯାଉଥିବାର କାରଣ ପଚାରି ସମସ୍ତେ ଆଚମ୍ବିତ ହେଲା ବେଳେ ସୁଭଦ୍ରା ହଜି ଯାଉଥିଲେ ଉଠୁ ଉଠୁ ଗ୍ରିଲ ଲଗା ଝରକା ଦେଇ ଦେଖିଥିବା ସେହି ଗ୍ରିଲଟ୍ରଲିଵାଲା ଙ୍କ କଥା ମନେପକେଇ. ଅଟୋ ଚାଳକ ମନୋଜ ମଣ୍ଡଳ କହୁଥିଲେ ଆଜି ସକାଳୁ ସକାଳୁ ତାଙ୍କ ପଡୋଶୀ ଟ୍ରଲି ଵାଲା ବାଟରେ ପଡ଼ିଥିବା ପଲିଥିନଟିକୁ ଆଣିବାକୁ ଯାଇ ସାପ କାମୁଡ଼ାରେ ଆଜି ମୃତ୍ୟୁ ବରଣ କରିଛନ୍ତି. ଏଠୁ ଫେରିଲେ ତାଙ୍କୁ ନେଇ ଯିବୁ ଜୁଇ ଲଗେଇବା ପାଇଁ. ତ ଜୁଇ ଜଳିବା ପୂର୍ବରୁ କିଛି ଖାଦ୍ୟ ଗ୍ରହଣ କରିବା କଥା ନୁଁହଁ. ସୁଭଦ୍ରା ଭାବୁଥିଲେ ଭାଷା ଅଲଗା ହେଲେ ମଧ୍ୟ ଚଳଣି ରେ କେତେ ସାମାଞ୍ଜସ୍ୟ ସତରେ ଦେଶ ମଧ୍ୟରେ ଥିବା ରାଇଜ ରାଇଜ ମଧ୍ୟରେ!ମନ କିନ୍ତୁ ଦୁଃଖରେ ଭାରି ଭାରି ଲାଗୁଥିଲା କାରଣ ସଂଯୋଗ ବଶତଃ ନିଜେ ସେ ଆଜି ସେହି ପଲିଥିନ ଗୋଟେଇବାକୁ ଆସି ନନେଇ ଫେରିଯାଉଥିବା ଟ୍ରଲିବଲାଙ୍କୁ ଦୂରରୁ ଦେଖିଥିଲେ ଯାହାର ଜୀବନର ଶେଷ ଜୁଇ ଜଳିବ ଆଉ କିଛି ସମୟ ପରେ. ନାତିକୁ ଦୀର୍ଘାୟୁ କର ଠାକୁରେ ତା ସହିତ ତା ବାପା ସରୋଜ ମାଆ ରୋଜା, ପିଇସୀ ରିଟୁ ପିଇସା ସାଗର ନାତୁଣୀ ଡୁଗୁ କୁ ମଧ୍ୟ ଦୀର୍ଘାୟୁ କର ବୋଲି, ଆଖିରୁ ଲୁହ ପୋଛି ହାତ ଯୋଡୁଥିଲେ ସୁଭଦ୍ରା ସମସ୍ତ ଠାକୁର ଠାକୁରାଣୀ ଙ୍କୁ .ଅଜଣା ଟ୍ରଲିବାଲା ଙ୍କ ପରିବାର ପ୍ରତି ସଦୟ ହୁଅ ପ୍ରଭୁ କହି ଅଟୋ ରେ ଫେରିଥିଲେ ସମସ୍ତେ.ସେଦିନ ବାବା ଜନ୍ମଦିନ ର ସୁସ୍ୱାଦୁ କେକ ପାଣିଚିଆ ଲାଗୁଥିଲା ସୁଭଦ୍ରାଙ୍କୁ.



Rate this content
Log in

Similar oriya story from Tragedy