STORYMIRROR

Sunanda Mohanty

Romance Tragedy Thriller

4  

Sunanda Mohanty

Romance Tragedy Thriller

ଅଭେଦପ୍ରୀତିରେ ଟୋପେ ବିରହ 

ଅଭେଦପ୍ରୀତିରେ ଟୋପେ ବିରହ 

4 mins
0


     ବାହାଘର କି ବ୍ରତଘର ଉତ୍ସବ ଅବା ରାଜା ରାଣୀଙ୍କ ଶୀକାର ପାଇଁ ସଵାରୀ ରାତିରେ ବାହାରେ. ଶବ୍ଦରେ ତ କେବେ ନିଶବ୍ଦରେ. ଜହ୍ନ କିନ୍ତୁ ରାତି ସଵାରୀ ଚଢି, ରୁପା ଜୋତା ଓ ଛତା ମାଡି ଚାଲୁଥାଏ ରାଜା ପରି ତ କେବେ ରାଣୀ ପରି. ସେ ନିଜେ ରାତି ସବାରୀରେ ରାଜା. ଓଲ୍ହେଇ ଆସେ ଧରାକୁ. ବୋଧେ ନୀଳକଇଁ ପାଖକୁ. ଲାଜରେ ନୀଳକଇଁ ଆଖି ମୁଜେ. ଜହ୍ନ କିନ୍ତୁ ଘୁରିବୁଲି ଚାରିପାଖେ କହେ ଥରେ ଯଦି ଆସନ୍ତୁ ସ୍ବର୍ଗକୁ ତୋ ରୂପ ଲାବଣ୍ୟ ଦେଖି ପାରିଜାତ ଫିକା ପଡିଯାଆନ୍ତା. ସତ କହୁଛି, ଦେହ ଛୁଉଁଛି, ତୋ ରାଣ ଖାଉଛି. ନୀଳକଇଁ ଅଭିମାନ କରେ ଓ କହେ ଆଉ ପନ୍ଦର ଦିନ କୁଆଡେ ଯାଅ? ଜହ୍ନ ବୁଝିପାରେ ଏହା ହିଁ ପ୍ରକୃତ ପ୍ରେମ ନୀଳକଇଁର. ପ୍ରେମ ଥିଲେ ସିନା ଜଣେ ଚାହିଁବ କି ଦିନ କି ରାତି ତା ମନମିତ ତା ଚାରିପାଖେ ଉଡି ବୁଲୁଥାଆନ୍ତା ହୋଇ ଏକ ପ୍ରଜାପତି. ଜହ୍ନ ସେଇଥିପାଇଁ ତ ପାକ୍ଷିକ ପନ୍ଦର ଦିନ ରୁପା ଚାଦର ଘୋଡ଼ି ହୋଇ ଓଲ୍ହେଇ ଆସେ ଧରାକୁ. ଏକଦମ ନୀଳକଇଁ ପାଖକୁ. ନୀଳକଇଁ ମାନ କରିଛି. ଅଭିମାନ ବାଢିଦେଇଛି. କୁଆଡେ ଯାଅ ମାସର ଆଉ ପନ୍ଦର ଦିନ?ସତ କୁହ. ନହେଲେ ତୁମର ମୁଁ କେହି ନୁଁହଁ. ତୁମେ ଯାଅ. କି ସୁନ୍ଦର ସତରେ ଏଇ ପ୍ରେମ ଭାବ. କି ଉତ୍ତର ଦେବ ଜହ୍ନ!ସତରେ କଣ ସେ ନୀଳକଇଁକୁ ଧୋକା ଦେଇ ଆଉ କାହା ପାଖକୁ ଯାଏ!ନା ଜମା ନୁଁହଁ ବରଂ ପ୍ରଭୁଙ୍କ ଆଦେଶରେ କଳାଚାଦର ଘୋଡେଇ ହୋଇ ଶୋଇପଡ଼େ. ନୀଳକଇଁ ମନ ମାନେନା. ମିଛୁଆ ହୁଏ ଜହ୍ନ. ନୀଳକଇଁ କୁହେ ଜହ୍ନ ହିଁ ଭଗବାନ. ଠିକ ଦିନର ସୂର୍ଯ୍ୟଙ୍କ ଭଳି. ଦିନ ସାରା ସମସ୍ତଙ୍କୁ ଆଲୋକର କିରଣ ଦେଇ ଦେଇ ରାତିରେ ମାଆ କୋଳକୁ ଫେରିଯାଆନ୍ତି ସୂର୍ଯ୍ୟ କିନ୍ତୁ କୁଆଡେ ଯାଅ ଜହ୍ନ ତୁମେ. କେତେ ବୁଝେଇଲେ ମଧ୍ୟ ବୁଝୁନି କଇଁ. ତାର ସେଇ ଗୋଟିଏ ପ୍ରଶ୍ନର ଉତ୍ତର ଦେଇନପାରି ଜହ୍ନ ଆଜି ପ୍ରତାରିତ. ଫେରିଯାଏ ସଵାରୀ ନେଇ ପୁଣି ସ୍ୱର୍ଗକୁ ନିଜ ସଵାରୀ.ମାନେ ଆକାଶକୁ. ଆକାଶରେ ବସି କାନ୍ଦେ. ସେଗୁଡା ବର୍ଷା ହୋଇ ଝରିପଡ଼େ. ଆକାଶ ଫାଟିପଡ଼େ ଜହ୍ନ ଦୁଃଖରେ. ନା ଧରଣୀରାଣୀଙ୍କ ମନ କିଣି ପାରିଛି ଆକାଶ ନା ଜହ୍ନ ସାଥି କରି ପାଇଛି ନୀଳକଇଁକୁ. ନୀଳକଇଁ ତ ଧରାରେ ରହି ବୈଜ୍ଞାନିକ, ସାହିତ୍ୟ, ସଭ୍ୟତା, ସଂସ୍କୃତି, ସଂହତିର ଦ୍ୱାହି ଦେଇ କେତେ କଥା ବଖାଣୁଛି. ଚନ୍ଦ୍ର ଗ୍ରହଣରେ ତମେ ଜହ୍ନ ଲୁଚିଯିବାର କାରଣ ମତେ ଜଣା କହୁଛି ଓ ଶ୍ରାବଣରେ ମୁଁହଁ ଢାଙ୍କି ଲୁଚି ରହିବା ସକାରଣ ଅଟେ ବଖାଣୁଛି କିନ୍ତୁ ପ୍ରତି ମାସର ପନ୍ଦର ଦିନ ଅନ୍ଧାରରେ ସଢୁ ଥାଉ ଧରା ପଛେ ତୁମେ ଯାଇଥାଅ ସଵାରୀ ଚଢି କାହା ପଛେ!ଜହ୍ନର ଏତେ ଭିର୍ନ୍ନ ଭିର୍ନ୍ନ ଉତ୍ତର ମନ କିଣି ପାରେନା ନୀଳକଇଁର ତ ଉଭୟ ହତାଶ ପ୍ରେମିକ ପ୍ରେମିକା ପରି କିଏ କେତେ ଦୂରେ ଜଳୁଥାଆନ୍ତି ବିରହ ବେଦନାରେ ତଥା ଦାରୁଣ ପରିବେଶରେ. ରାଗିଯାଏ ଜହ୍ନ. ଦେଖେଇ ହୁଏ ତାରାମାନଙ୍କ ମେଳରେ ସେ କୃଷ୍ଣ. ତାରାମାନେ ତାର ସହସ୍ର ଗୋପୀ ହେଲେ ରାଧାତ ଧରାରେ ନୀଳକଇଁ ରୂପରେ.    ଏଥର ଜହ୍ନ ସ୍ଥିର କରିସାରିଛି. ଇନ୍ଦ୍ର ସଭାରେ ପଚାରିବ ଜହ୍ନ ସେହି ପ୍ରଶ୍ନ. ଅର୍ଥାତ ତାକୁ କାହିଁକି ପନ୍ଦର ଦିନ ଅନ୍ଧାରରେ ରଖା ଯାଉଛି. ସନ୍ଦେହୀ ତାର ପ୍ରିୟାତ୍ତମା ନୀଳକଇଁ ଆଖିରେ ଅଶ୍ରୁ. ମିଳନରୁ ସେ ବଞ୍ଚିତ. କାହିଁକିର ଉତ୍ତର ସେ ଦେଇପାରୁନି. ପ୍ରକୃତିର ନିୟମ କହିଲେ ନୀଳକଇଁ ମନ ବୁଝୁନି. ଇନ୍ଦ୍ରସଭା ଚାଲିଥାଏ. ସଵାରୀ ଲାଗିଲା ଜହ୍ନଙ୍କର. ପଚାରିଲେ ପ୍ରଶ୍ନ ପରେ ପ୍ରଶ୍ନ. ସମସ୍ତେ ଚକିତ. ପରେ ପ୍ରକୃସ୍ଥିତ ହୋଇ ଯେତେ କହିଲେ ପ୍ରକୃତିର ନିୟମ ଏହା. ତୁମେ ସବୁଦିନ ଚକମକ ଝଟକିଲେ ଆକାଶରେ ତୁମ ସୌନ୍ଦର୍ଯ୍ୟର ଶୋଭା କମିଯିବ. ବିରହ ନଥିଲେ ମିଳନର ସ୍ୱାଦ ନଥିବା ପରି ଅନ୍ଧାର ନଥିଲେ ଆଲୋକର ମର୍ଯ୍ୟାଦା କିଏ ଦେବ!ଏହାହିଁ ତ ପ୍ରକୃତିର ନିୟମ. ଗଛରେ ଯଦି ବାରମାସ ସାରା ଫଳ ଫଳୁଥାଆନ୍ତା କେହି କହୁନଥାନ୍ତେ ଶୁଣିବ ରାମ ରସ ଖାଇବ ଆମ୍ବ ରସ. ଅନେଇ ରହୁନଥାନ୍ତେ ପଣସ ପାଚିବାକୁ କି ତାଳ ଖଜୁରୀ ଖାଇବା ଓ ଖୁଆଇବା ଉପଯୁକ୍ତ ହେଲେ ସାବିତ୍ରୀ ଦେଵୀ ଙ୍କୁ ଆରାଧନା କରିବାକୁ. ଚାହିଁ ରହୁନଥାନ୍ତେ ମାଆ ଲଷ୍ମୀଙ୍କୁ ଗେଣ୍ଡୁ ବା ମଣ୍ଡା ଫୁଲ ପିନ୍ଧେଇ ଆରାଧନା କରିବାକୁ.ଐଶ୍ବର୍ଗୀକ ଭାବନା ଆପଣେଇବାକୁ ମଣିଷକୁ ସତ ପଥରେ ରଖି ମଣିଷପଣିଆ ଜାଗ୍ରତ କରିବାକୁ ତ ପ୍ରକୃତି ଯେମିତି ନିୟମ କରିଛି ମଣିଷ ମଧ୍ୟ ନିଜକୁ ଓ ପରବର୍ତ୍ତୀ ପିଢ଼ିକୁ ସଜାଗ କରି ପର୍ବ ପର୍ବାଣୀ ଖଞ୍ଜିଛି. ଗେଣ୍ଡୁ ଫୁଲ ଫୁଟେ ମାର୍ଗଶୀର ମାସରେ. ସବୁ ବେଳେ ଫୁଟେ କି!ତାକୁ କେହି ପଚାରେ କି କୁଆଡେ ଥିଲୁ ବର୍ଷକର ଆଉ ବାକି ଏଗାର ମାସ!ପ୍ରକୃତି ଯଦିଓ ବେଳେ ବେଳେ ସାଥ ଦେଉନି ଅର୍ଥାତ କଥା ମାନୁନି ଓ ଦାଉ ସାଧୁଛି ସେସବୁ ମଧ୍ୟ ଏଇ ମଣିଷ ପାଇଁ. ପ୍ରକୃତିର ସମସ୍ତ ଅସନ୍ତୁଳନ ଭିତରେ କାଶତଣ୍ଡୀ କେବେ ଧୋକା ଦେଇନି. ଦୁର୍ଗା ପୂଜା ପୂର୍ବରୁ ଆସିଯାଏଁ ମାଆ ଦୁର୍ଗାଙ୍କୁ ସ୍ୱାଗତ କରିବାକୁ ଆଉ ଫେରିଯାଏ ମାଆ ଯିବା ପରେ ପରେ. ନୀଳକଇଁକୁ ପଚାରୁନ ଭାଦ୍ରବରେ ଫୁଟି ମାଆ ମଙ୍ଗଳାଙ୍କ ବେକରେ ଲୋଟୁଥାଏ.ଅନ୍ୟ ଦିନେ ସବୁ କୋଉଠି ଥାଏ?ଜହ୍ନ କିଛି ବୁଝିଲା ତ କିଛି ଅବୁଝା ରଖି ପୁଣି ସଵାରୀ ଧରି ସିଧା ଜହ୍ନ ଓଲ୍ହେଇଲା କଇଁ ଗାଡିଆରେ. କେହି ନଥିଲେ ସେଠାରେ.ନୀଳକଇଁ ରୂପେ କିଏ କହ୍ନେଇ ଗଳାର ମାଳି ହୋଇ ଝୁଲୁଥିଲା ତ କିଏ ମାଆ ଖୁଦୁରୁକୁଣୀଙ୍କ ଗଳାରେ. ପୁଣି କିଏ ବେଣୀ ହୋଇ ଗୁନ୍ଥା ଯାଉଥିଲା ଗଣେଷ ପ୍ରଭୁଙ୍କ ପୂଜା ପାଇଁ. ଏସବୁ ଦେଖି ରୁପା ସଵାରୀ ଫେରେଇ ଆଣୁ ଆଣୁ ଆକାଶକୁ, ଜହ୍ନ ମନରେ ଅନେକ ପ୍ରଶ୍ନ ତିଆରି ହୋଇ ସାରିଥିଲା. ଏଥର ନୀଳକଇଁର ପ୍ରଶ୍ନ ପାଇଁ ଜହ୍ନ ପାଖରେ ବି ଉତ୍ତର ଆକାରରେ ଅନେକ ପ୍ରଶ୍ନ. ଚତୁର୍ଥୀଟାରେ ଗଣେଷଙ୍କ ଗଳାର ମାଳା ହୋଇ ଝୁଲୁଛି ନୀଳକଇଁ, ପୁଣି ଭାଦ୍ରବ ଜହ୍ନ ରାତି ରବିବାରରେ ମଙ୍ଗଳାମାଆ ସୁମରଣା କରୁଛି ବେକରେ ଝୁଲି ଝୁଲି କାହା ପାଇଁ କେଜାଣି ଫୁଲେଇ ନୀଳକଇଁ!ଜହ୍ନର ସଵାରୀ ଉପରକୁ ଉଠି ଅଦୃଶ୍ୟ ହେଲା ବେଳେ ନୀଳକଇଁ ଭାବୁଥିଲା ହଉ ହଉ ଯାଅ. କୁମାର ପୂର୍ଣ୍ଣମୀରେ କୁଆଡେ ଯିବ ଦେଖିବିନି!

,,,,,,,,,,,,,,,,,,,,,,,,,



Rate this content
Log in

Similar oriya story from Romance