STORYMIRROR

Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

ମଲାନଈ 

ମଲାନଈ 

7 mins
1


ନଈ ଭଳି ବହିଯାଉଥିବା ବୋଉ କୁ ପିଲାଦିନୁ ଦେଖି ଯେତିକି ଆଶ୍ଚର୍ଯ୍ୟ ହୁଏ ସେତିକି ଶିଖେ ମୁଁ.ବୋଉ ମୋର ଛ ଟା ପିଲାଙ୍କୁ ଜନ୍ମଦେଇ ମଣିଷ କରିବା କି କଷ୍ଟ ସତରେ, ବାପା ରୋଜଗାର କରନ୍ତି ସତ, ହେଲେ ଘର ର ଯାବତୀୟ ମଇଳା କୁ ସ୍ରୋତ ପରି ବାହିନେଇ ନଈ ରୂପକ ବୋଉ ମୋର ସଭିଙ୍କ ମନ ରେ ଖୁସି ଭରିଦେଉଥାଏ, କେମିତି ବୁଝିପାରେ ସମସ୍ତଙ୍କ ମନ କଥା, କାହାକୁ ପଖାଳ ସାଙ୍ଗକୁ ପୋଡ଼ାପୋଡ଼ି ସହ ବଡ଼ିଭଜା ତ କାହାକୁ ଛେନା କ୍ଷୀର ରୁଟି ତ କାହାକୁ ଚୂନ ଚୂନ ଆଳୁଭଜା ସହ ଅଣ୍ଡାଭଜା ଓ ପଖାଳ, ପୁଣି କିଏ ଘୋଡିହେବ, ଚାଦର, ତ କିଏ କମଳ ତ କିଏ ରେଜେଇ ପୁଣି କିଏ କନ୍ଥା, ବୋଉ ମୋର ସକାଳୁ ସଞ୍ଜ ଯାଏ କୁଳୁ  କୁଳୁ ବହୁଥାଏ ନଈ ଟିଏ ପରି, ନା ଥାଏ ପ୍ରତିବାଦ ନା ଥାଏ ବିରକ୍ତି !
          ସେଥିରେ ପୁଣି ଚଢେଇ ପେଟ ଚିହ୍ନେ, ଅତିଥି ଅଭ୍ୟାଗତ ସେବା ରେ ଲାଗିଥାଏ ନଈ ର ନାମ ଗଙ୍ଗା ପରି, ଆମେ ପାଠ ପଢୁ ବୋଉ ଜଗିବସେ ନଶୋଇ ନଈ ସରସ୍ବତୀଙ୍କ ପରି, ଦୀନ ଦୁଃଖି କେହି ଫେରିଯାନ୍ତି ନାହିଁ ଆମଘରୁ, କଥାରେ ଥାଏ ଅମୃତ, ଶିଖାଏ ନଈ କାବେରୀ ପରି, କେହି ମାଗୁଛି ତ ସାମର୍ଥ୍ୟ ଭିତରେ କିଛି ଦିଅ, ନଦେବାର କରନି, ମିଠା କଥାରେ ହୃଦୟ କିଣି ନିଅ ଅନ୍ୟର, ସତେ ଯେମିତି ତା ଉପଦେଶ ନଈ ର କୁଳୁ କୁଳୁ ଶବ୍ଦ ପରି ଭାରି ମନମୁଗ୍ଧକର ଆଉ ମାନିଗଲେ ଜୀବନ ଟା ନଈ କୁଳିଆ ସୁଲୁ ସୁଲୁ ବାଆ ପରି ମନେହୁଏ, ସତରେ ମୋ ବୋଉ ପରି କିଏ ହେବ, ଦୁଇକୂଳ ର ହିତ,  ହିତ ର ଉଦାହରଣ ଦେବା ବି ମୋ ଭାଷା ହୋଇ ରହିଲାନି ଯେବେ ବାପା ତାକୁ ଛାଡି ଆଗ ଚାଲିଗଲେ ଆଉ କୁଳୁକୁଳୁ ବହୁଥିବା ନଇଟା ହଠାତ ନିଥର ପାଲଟିଗଲା ସତେ ଯେମିତି ମଲାନଈ. 
        ସେଦିନ ଗୋଟେ ବନ୍ଧୁ ମିଳନ  ଆସର ରେ ଏମିତି ସବୁ କଥାଭିତରେ ଆମ ସମାଜରେ, ନାରୀ,  ତୁଳନା ରେ ପୁରୁଷ  ଟିଏ, ଆଗ ଚାଲି ଯାଏ କାହିଁକି ର ଉତ୍ତରରେ କିଏ କହୁଥିଲା ଦୁହେଁ ସାତ ଜନ୍ମ ର ସାଙ୍ଗ ତ ମନ ଭରୁନଥିଲା, ପୁରୁଷ ବା ସ୍ୱାମୀ ଚାଲିଯିବାର ଢେର ସାରା ବର୍ଷ ଯାଏଁ ସ୍ତ୍ରୀ ଟି ତ ବଞ୍ଚିରହେ, ତ ଯଦି ପର ଜନ୍ମ ର ସାଥି ସ୍ୱାମୀ କଣ ସେତେଦିନ ଆଶରୀରୀ ହୋଇ ରହିଥାଏ ନା କଣ !ଏମିତି ଅନେକ ଅଛିଣ୍ଡା ପ୍ରଶ୍ନ ର ଉତ୍ତର ଭିତରେ ହଠାତ କେହି ଜଣେ କହିଲେ ଆରେ ନାରୀ ହୃଦୟ ଦୁଃଖ କଷ୍ଟ ଯନ୍ତ୍ରଣା ଭିତରେ ପଥର ହେଇଯାଇଥାଏ ତ ସେ ଦୁଃଖ ସହି ସହି ସଂସାର ରେ ନଈ ଭଳି ସେସବୁ ବାହି ଆଗକୁ ବହି ଚାଲେ ପରା, ମୋ ପାଟିରୁ ବାହାରି ପଡିଲା ଇଉରେକା ଇଉରେକା 
      ସତରେ ସେଦିନ ଦେଖିଲା ବେଳକୁ ବୋଉ ନାତୁଣୀ ର ଝିଅ କୁ ଗୋଡ଼ ଲମ୍ବେଇ ତେଲ ହଳଦୀ ଲଗେଇଦେଉଛି, ପୁଣି ଆଉଗୋଟିଏ ନାତୁଣୀ ର କଣ ହେବାକୁଥିବାରୁ ସାତମାସିଆ ପିଠା ପାଇଁ ଆରିଷା ପିଠା ଯୋଜନା ରେ ଅଛି, ମୋ ଆଖିରୁ ଗଡି ପଡିଲା ଦୁଇ ବୁନ୍ଦା ଅଶ୍ରୁ ଆଉ ବୋଉ ବାପାଙ୍କ ବେକରୁ ମଉଳା ଫୁଲ କାଢି ସଦ୍ୟ ମାଳା ପିନ୍ଧାଯାଉଥିଲା ତ, ନାରୀର ନଈ ଭଳି ଜୀବନ ଭିତରେ ମୁଁ ମୋ ବୋଉ କୁ କୁଣ୍ଢାଇ ମନ ଇଛା କାନ୍ଦିଥିଲି ଆଉ ବୋଉ ଶୁନ୍ୟ ମନ ଶୁନ୍ୟ ଆଖିରେ ମୋ ମୁଁହ ପୋଛୁ ଥିଲା ତା ମମତ୍ୱ ପୂର୍ଣ୍ଣ ପଣତରେ.
ସବୁ ବୋଉମାନେ ବୋଧେ ଏମିତି!ଯେତେ ଟା ସନ୍ତାନ ଥାଆନ୍ତୁ ନା କାହିଁକି ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା ବାଣ୍ଟିଦେଇଥାନ୍ତି ସମାନ ଭାବେ. ନହେଲେ ପିଲାବେଳେ ଛଅ ଭାଇଭଉଣୀଙ୍କ ପସନ୍ଦ ଜାଣୁଥିବା ବୋଉ ତାଙ୍କର କେମିତି ବାଢିଦିଏ କାହାକୁ ଉଷୁମ ଉଷୁମ ଚାଇଁ ପଖାଳ ସାଙ୍ଗକୁ ପାଗ ପୁଗା ତ କାହାକୁ ଚୁନା ଚୁନା କଟା ଆଳୁ ଭଜା ସହ ଅଣ୍ଡା ଭୁଜିଆ ପୁଣି କାହାକୁ ଗରମ ଭାତ ସାଙ୍ଗକୁ ଚୁଙ୍ଗୁଡ଼ି କାଲିଆ. ଏବେ ସେହି ଛଅ ଭାଇଭଉଣୀ ଙ୍କ ଭିତରୁ ବଡ଼ ଝିଅ ସୁନିତାଙ୍କର ପୁଅଟିଏ ପରେ  ଝିଅଟିଏ ଆସିଛି କୋଳକୁ ତ ସବୁ ସ୍ନେହ ଶ୍ରଦ୍ଧା ସହିତ ତା ସୁରକ୍ଷା ପାଇଁ ଖୁବ ଚିନ୍ତିତ ମା ସୁନିତା. ଜନ୍ମ ବେଳେ ଏକୋଇଶିଆରେ କୋଷ୍ଠି ଗଣନା କରି ଜଣେ ନାହାକ କାଳସର୍ପ ଦୋଷ ଅଛି କହିଥିବାରୁ ସେକଥା ସୁନିତାଙ୍କ ମନରେ ଗଭୀର ଭୟ ସୃଷ୍ଟି କରିଥିଲା ତ କୋଷ୍ଠା ଗଣନା ଚାଲିଥିଲା ବିଭିର୍ନ୍ନ ନାହାକମାନଙ୍କ ପାଖେ. ଜାତକ ଦେଖି କୋଉ ନାହାକ ପାଣିକୁ ଜଗିଥିବେ ତ କିଏ ନିଆଁ କୁ ଜଗିଥିବେ କହୁଥିଲା ବେଳେ କିଏ କହେ ଜଗତଜିତା ହେବ. ସୁନିତା କିନ୍ତୁ ଡାକୁଥାଆନ୍ତି ମା ଲୋ ମା କାକଟପୁର ମଙ୍ଗଳା ମାଆ ମୋ ଝିଅକୁ ରକ୍ଷା କର ମା. ତତେ ଡାକି ଡାକି କେତେ କଷ୍ଟରେ ମୋର ଏ ଝିଅ. ତା ଭାଇ ସହ ଝିଅକୁ ମୋର  ବୁଦ୍ଧି, ବିଦ୍ୟା, ଧନ,ଜନ, ଗୋପ, ଲଷ୍ମୀ ଦେବା ସହ ଆୟୁଷ, ଆଶିଷ ଓ ନିରୋଗୀ ରଖ ମା. ପୁଣି ଡାକୁଥାଆନ୍ତି ଵୀରହନୁମାନଙ୍କୁ କାରଣ ତାଙ୍କ ଝିଅ ନିଜେ ପିଲାଦିନୁ ବୀରହନୁମାନ ଙ୍କୁ ଦେଖି ଖୁବ ଖୁସି ହେବା ସଙ୍ଗେ ସଙ୍ଗେ ପଚାରି ବସେ ସେ କେମିତି ଖାଇବେ ଓ କଥା କହିବେ ମାଆ?ତାଙ୍କ ପାଟି କାହିଁକି ଏମିତି ହୋଇଛି? ତୁ ଭୋଗ ବଦଳରେ ଔଷଧ ଆଣିଲୁନି ତାଙ୍କ ପାଇଁ!ଝିଅର ପ୍ରଶ୍ନ ରେ ସୁନିତା କହନ୍ତି ସେ ପରା ଠାକୁର ଝିଅ!ସେ ନିଜେ ନିଜର ସବୁ ଅସୁବିଧା ଦୂରେଇ ନିଜ ସୁରକ୍ଷା ନିଜେ କରିପାରିବେ. ପିଲାଦିନେ କିଛି କିଛି ବୁଝୁଥିବା କିଛି କିଛି ବୁଝୁନଥିବା ଝିଅ ଏବେ ଗଭୀର ପାଣି ଭିତରେ ଯୋଗଭ୍ୟାସ କରିବା ଦେଖି ସୁନିତା ଆଶଙ୍କିତ ହୋଇପଡୁଥିଲା ବେଳେ ଝିଅ କହେ ତୁ ପରା କହୁ ମାଆ ଯେ ଡର କାହାକୁ ଭୟ କାହାକୁ.... ଇଶ୍ୱର ଅଛନ୍ତି ଚଉବାହାକୁ. ତୁ ପରା କହୁଥିଲୁ ମୋର ମାଆ କାକଟପୁର ମଙ୍ଗଳା ଓ ବୀରହନୁମାନ ସାହା ବୋଲି. ଝିଅକୁ ହଁ ହଁ କହିଦେଇ ଭାବନା ରେ ବୁଡି ଯାଆନ୍ତି ସୁନିତା.
    ଝିଅ ଜନ୍ମ ହେବା ଦିନର ଘଟଣା ମନେ ଅଛି ସୁନିତାଙ୍କର. ନର୍ସ ଦିଦି ତାଗିଦା କରି କହି ଗଲେ ପିଲାକୁ ଘୋଡେଇ ରଖି ବସ ଝିଅ. ଏତିକି କହି କହୁଥିଲେ ଏତେ ପିଲା ଆଜି ଏ ୱାର୍ଡରେ ଜନ୍ମ ହୋଇଛନ୍ତି. କୋଉ ବେଡ଼ ରେ ଏମିତି ପିଲାଟିଏ ଅଛି କହତ!ପ୍ରଥମ ସନ୍ତାନ ପୁଅ ହୋଇସାରିଛି ବୋଲି ଦ୍ୱିତୀୟ ସନ୍ତାନକୁ ଅଣଦେଖା କରିବା ଉଚିତ ନୁଁହଁ.ଝିଅ ଜନ୍ମ ହୋଇଛି ବୋଲି ମନ ଟିକେ ନା ଟିକେ କୋଉଠି ଊଣା ଥିଲେ ବି ବୁଝିଗଲା ସୁନିତାଙ୍କ ମନ.ଦିଦିଙ୍କ ସେହି କେଇପଦ ଶବ୍ଦ ସମାହାର ବାକ୍ୟଟିରେ ତ ସୁନିତା ଝିଅକୁ କୋଳକୁ ନେଇ କୋଳେଇ ଆଗ୍ରହରେ କ୍ଷୀର ଦେଉ ଦେଉ ଦେଖିଲେ ପାଖ ବେଡ଼ ରେ ବର୍ଷେ ପାଖା ପାଖି ଝିଅଟିଏ ର ନାକରେ ଅକ୍ସିଜେନ ନଳୀ ଲାଗି ହେଙ୍କା ଉଠୁଥାଏ ଛୁଆଟିର ଓ ପାଖରେ ମାଆ ଟି କାନ୍ଦୁଥାଏ. ସୁନିତାଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ପାଖରେ ଥିବା ତାଙ୍କ ନିଜ ଆଈ ଓ ମାଉସୀ ଶାଶୁ ପରସ୍ପର ଭିତରେ କଥା ହେଉଥାଆନ୍ତି ଯେ ବିବାହର ପନ୍ଦର ବର୍ଷ ପରେ ମାଆ ହୋଇଥିବା ସାନଯାଆ ଘର କାମ କରିବାକୁ ତା ଛୋଟ ଝିଅ ଛାଡ଼ୁନଥିବାରୁ ବଡ଼ଯା ଅର୍ଥାତ ଶିଶୁକନ୍ୟା ଝିଅର ବଡ଼ମାଆ ଛୁଆଟିକୁ ଅଫିମ ଦେଇ ଶୁଆଇବାର ନିର୍ଦ୍ଦେଶ ରେ ସେକଥା ଟି ସବୁଦିନିଆ ରୁଟିନ ହୋଇଯାଇଥିଲା ଆଉ ସେହି କାରଣରୁ ଏବେ ଛୋଟ ଝିଅର ବାନ୍ତି ଓ ଝାଡା ପୁଣି ନିଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ତ ଡକ୍ଟର କହୁଛନ୍ତି ଭଗବାନଙ୍କୁ ଡାକ. ନିଜେ ଯୋଉ ଭୁଲ କରିଛ ତାକୁ ସୁଧାରିବାକୁ ଆମେ ଅସମର୍ଥ. ତଥାପି ଝିଅଟିର ହେଙ୍କା ଉଠୁଥାଏ ରାତିସାରା ଓ ମାଆଟି କାନ୍ଦୁ କାନ୍ଦୁ ହଠାତ ହେଙ୍କା ବନ୍ଦ ହୋଇଗଲା ଛୋଟ ଝିଅଟିର ତ କାନ୍ଦ ର ରୋଳରେ ହସ୍ପିଟାଲ ଫାଟି ପଡୁଥିଲା ବେଳେ ଏପଟ ବେଡ଼ ରେ ସୁନିତା ନିଜ ଝିଅ ବେବିନା ଦେହରୁ ମଶା ଉଡାଉ ଉଡାଉ କୋଳରେ ଚାପି ଧରି କାହିଁକି କେଜାଣି କାନ୍ଦିଥିଲେ ଖୁବ. ଆଜି ଝିଅ ଗଭୀର ପାଣି ଭିତରେ ଯୋଗ କରିବା ସେ ସହନ୍ତେ କେମିତି!
    ସେଦିନ ଯୋଗ କରୁ କରୁ ଅନେକ ପିଲାଙ୍କ ଭିତରୁ ପୁଅଟିଏ ଗଭୀର ଜଳ ଭିତରେ ଶ୍ୱାସ ରୁଦ୍ଧ ହୋଇ ଚାଲିଗଲା ଆରପୁରକୁ. ଝିଅ ବେବିନା ଖୁବ ଡେରିରେ ଘରକୁ ଫେରିଲା ସେଦିନ. ସେଦିନ ରାତିରେ ସୁନିତା ଶୋଇପାରିନଥିଲେ. ଝିଅ ରୁମକୁ ପଶିଆସିବାରୁ ଝିଅ କହୁଥିଲା ତୁ ଏଯାଏଁ ଶୋଇନୁ ମାଆ!ତୁ ମଧ୍ୟ ଶୋଇନୁ ତ!ହଁ ସେଇ ପୁଅର ମୃତ୍ୟୁ ଗଭୀର ଦୁଃଖ ଦେଉଛି ମାଆ. ସୁନିତା କଇଁ କଇଁ ହୋଇ କାନ୍ଦି ବଢିଲା ଝିଅ ବେବିନାକୁ କୋଳରେ ଧରି ଖୁବ କାନ୍ଦିଥିଲେ ସେ ରାତି ସାରା. କହୁଥିଲେ ପୁଅ ହେଉ ଅବା ଝିଅ, ମାଆ ପାଇଁ ତା ସନ୍ତାନ ସବୁକିଛି. ମାଆ ସୁନିତା ଙ୍କ କାନ୍ଦ ଓ କଥାରେ କେତେ ଗଭୀରତା ଥିଲା କେଜାଣି ଝିଅ ବେବିନା କିନ୍ତୁ ଏବେ ଆଉ ଗଭୀର ଜଳ ଭିତରେ ଯୋଗାଭ୍ୟାସ ଅଭ୍ୟାସ ଛାଡି ଦେଇଥିଲା. ଦିନେ କିନ୍ତୁ ଯୋଗରେ ବିଶ୍ବ ରେକର୍ଡ ସୃଷ୍ଟି କରି ମାଆ ସହ ବାପାଙ୍କୁ ଚତ୍ମତକୃତ କରିଦେଇଥିଲା ବେବିନା. ଗଭୀର ଆବେଗରେ ବାପା କହୁଥିଲେ ଝିଅ କାହାର!ସୁନିତା ମଧ୍ୟ କହୁଥିଲେ ନାତୁଣୀ କାହାର!ଆଈଙ୍କ ଭଳି ହେଉଛୁ ତୁ ମାଆ ବୋଲି କହି ବେବିନା ପୁଣି କହୁଥିଲା କିଛି..ଆଈ ପରା କହନ୍ତି ଡର କାହାକୁ ଭୟ କାହାକୁ.. ଇଶ୍ୱର ଅଛନ୍ତି ଚଉବାହାକୁ, ଯାହା ତୁ ମତେ ଓ ଭାଇକୁ କହୁ ସବୁବେଳେ.
    ବେବିନାର ଆଈ ଅର୍ଥାତ ସୁନିତା ଙ୍କ ସେଇ ବୋଉ ଆଜି ବଦଳି ଯାଇଛନ୍ତି. ବାପାଙ୍କ ଆବର୍ତ୍ତମାନରେ ଏକୁଟିଆ ହୋଇ ଯାଇଛନ୍ତି .ବୋଉ ତାଙ୍କର ଆଇନା ଆଡକୁ ଚାହିଁ ଡାକ ପକେଇଥିଲା ଦଉଡି ଆସେ ଝିଅ ଭୂତ.ଭୂତର ଇମୋଜି. ସତକୁ ସତ ଦଉଡି ଆସି ସୁନିତା ଦେଖିଲା ବୋଉ  ନିଜ ଛବିର ପ୍ରତିବିମ୍ବକୁ ଦର୍ପଣରେ ଦେଖି କହୁଥିଲା ଭୂତ ଭୂତ ଭୁତର ଇମୋଜି.ତା ପରଠୁ ବୋଉ ଏମିତି ଅନେକ ଅପ୍ରସାଙ୍ଗିକ କଥା କହୁଥିଲା ଯେମିତିକି ସକାଳୁ ଉଠି ପଚାରୁଥିଲା ଆଜି ପରା ସାବିତ୍ରୀ, ମୁଗ ବତୁରେଇନୁ କି ଝିଅ!କେତେ କାଳେ ଆସିଛୁ ମୋ ପାଖକୁ ପୁରୀ ଘରକୁ,ଏତିକି ତ ଅନ୍ତତଃ କରିଦେ. ସୁନିତା ଆଶ୍ଚର୍ଯ୍ୟରେ ବୋଉକୁ ଚାହିଁ କହୁଥିଲା ସାବିତ୍ରୀ ଆଜି!ଯଦି ଆଜି ତ ବଡ଼ମନ୍ଦିରର ଅବଢ଼ା ଖାଇ ସାତପୁରୁଷି ପରମ୍ପରା ଅନୁସାରେ ପୁରୀବାସୀଙ୍କ ଅଭ୍ୟାସ ଢଙ୍ଗରେ ଖାଇନେବା ଶାନ୍ତିରେ.ଆଉ ମୁଗ ବତୁରେଇବା ଚିନ୍ତା ବୋଉର ଆସିଲା କୁଆଡୁ? ବୋଉର ଏମିତି ଏମିତି ଅନେକ କଥାରେ ନଥା ଲାଗୁଥିଲା.ବୋଉ ଅନ୍ୟ ଦୁନିଆଁରେ ଅଛି ଯୋଉଠି ଅନେକ ଢଙ୍ଗ ଓ ରଙ୍ଗର ଇମୋଜି ତାକୁ ଓ ତାର ଭାବନାକୁ କାୟା ବିସ୍ତାର କରି ରଖିଛି. ବ୍ୟସ୍ତ ହୋଇପଡ଼ିଲୁ ଆମେ ଭାଇଭଉଣୀମାନେ. ସ୍ଥିର କଲୁ ଛଅ ଜଣ ଯାକ ମିଶି ବୋଉକୁ ନେଇଯିବା ପାଖକୁ. କିଛିନହେଲେ ଅନ୍ତତଃ ବାପାଙ୍କ ଆବର୍ତ୍ତମାନର ଦୁଃଖ ଭୁଲିଯିବ ତ ବୋଉ. ସେୟା ହେଲା ଓ ପ୍ରଥମ ପାଳି ବଡ଼ଝିଅ ସୁନିତା ଙ୍କ ଉପରେ ହିଁ ନ୍ୟସ୍ତ ଥିଲା. ଯା ହେଉ ବୋଉ ତା ପ୍ରିୟ ନାତି ନାତୁଣୀଙ୍କୁ ଦେଖି ଏମିତି ଭିର୍ନ୍ନ ଭିର୍ନ୍ନ ଚିନ୍ତାଧାରାର ଇମୋଜି ଅନ୍ତତଃ ପ୍ରକାଶ କରିବ ନାହିଁ କିନ୍ତୁ ଫଳ ଓଲଟା ହେଲା. ପ୍ରିୟ ନାତି ନାତୁଣୀ ଏଇଥି ପାଇଁକି ଯେ ବଡ଼ଝିଅର ପ୍ରଥମ ନାତି ଓ ନାତୁଣୀ ଦୁହେଁ ତାର ପ୍ରଥମ ଆଈ ହେବାର ଅନୁଭବ ହୋଇଥିବାରୁ ସେମାନଙ୍କୁ ଖୁବ ଭଲ ପାଉ ପାଉ ଅନ୍ୟମାନେ ଯିଏ ଯେତେ ଆସିଥିଲେ ବି ପ୍ରଥମ ପ୍ରେମକୁ ନଭୂଲି ପାରିଲା ପରି ପ୍ରଥମ ନାତି ନାତୁଣୀ ନିଶ୍ଚୟ ନିଆରା ଭାବି ବୋଉ ଏଣିକି ଠିକ ହୋଇଯିବ ଭାବୁଥିବା ଝିଅ ସୁନିତା କିନ୍ତୁ ଭୁଲ ପ୍ରମାଣିତ ହୋଇସାରିଥିଲେ କାରଣ ବଡ଼ ନାତି ରୁବା ଭିତରେ ସେ ଭଣଜା ବୁବୁନା ଙ୍କ ଇମୋଜି ଦେଖୁଥିଲା ତ ବଡ଼ନାତୁଣୀ ବେବିନା ଭିତରେ ଆଉ କାହା ଇମୋଜି ଦେଖି କେତେବେଳେ କଣ ବୋଲି ଭାବୁଥିଲା ତାକୁ ଓ ଡାକୁଥିଲା ସେହି ନାମରେ.
     ଯୋଗକୁ ସାବିତ୍ରୀ ଆସିଗଲା. ଏଇ ବୋଉ ଯିଏ ସାବିତ୍ରୀ ଆସିବା ପୂର୍ବରୁ କେତେ ଚଳଚଞ୍ଚଳ ଥିଲା ଆଜି ସେ ଇମୋଜିଟିଏ ମାତ୍ର.ବାପାଙ୍କ ହାତରେ ସାବିତ୍ରୀ ଉପକରଣ ସହ ଅଭଡ଼ା ପଠେଇ ଦେଉଥିଲା ଝିଅ ବୋହୁମାନଙ୍କ ପାଇଁ. ପୁଣି ଝିଅ ବୋହୁମାନେ ତା ପାଇଁ ପଠେଇଥିବା ଶାଢ଼ୀ ଚୁଡ଼ି ଦେଖେଇ ହେଉଥିଲା ପଡୋଶୀ ସ୍ତ୍ରୀଲୋକମାନଙ୍କ ଆଗରେ. ଏମିତି କହିକି ଯେ ମୋ ବୋଉ(ଆମ ଆଈ )ସିନା ଚାଲିଗଲା ହେଲେ ଝିଅ ବୋହୁ ମୋ ପାଇଁ ପଠେଇଛନ୍ତି. କେତେବେଳେ କେମିତି ବାପାଙ୍କୁ ଲୁଚି ଲୁଚି ପାଦ ଛୁଇଁବା ବେଳର ଫୋଟୋ ମଧ୍ୟ ଉଠେଇ ତାକୁ ବନ୍ଧେଇ କରି ଦେଇଯାଇଥାନ୍ତି ଝିଅ ବୋହୁମାନେ ଯେ ପଣତରେ ଝଡା ପୋଚ୍ଛା କରୁଥାଏ ଧୂଳି ସେହି ଫଟୋସବୁରୁ. ସତରେ କେଡେ ଚଞ୍ଚଳ ଖୁସିର ଦିନ ତାର ସରିଗଲା!ତା ସହିତ ଆମଠୁ ଭାଗ୍ୟ ଛଡେଇ ନେଲା ବାପା ଡାକ.ଏଇ ସମୟରେ ବୋଉର ବଡ଼ ପାଟି ଶୁଣି ଭାବନା ରାଜ୍ୟରୁ ଫେରି  ଧାଇଁଯାଇଥିଲେ ତା ରୁମକୁ ସୁନିତା ତ ଡ୍ରେସିଂ ଟେବୁଲ ପାଖେ ଠିଆ ହୋଇ ଆଇନା ଦେଖି ବୋଉ ସେହିଭଳି କହୁଥାଏ ଦେଖ ଦେଖ ଝିଅ ସେ କିଏ? ଭୂତ. ନିଶ୍ଚୟ ଭୂତ. ଭୂତ ଇମୋଜି ତା ମୁଣ୍ଡରୁ ବାହାର କରିବାକୁ ଯାଇ ସୁନିତା କହିଲେ ଏ ପରା ତୁ. ତୋରି ଛବି. ଭୂତ କାହିଁ!ବୋଉ କହୁଥିଲା ନା ନା ଏ ମୋ ଛବି ନୁହେଁ. ହାତରେ ଚୁଡ଼ି ନାହିଁ, ମୁଣ୍ଡରେ କି ସିନ୍ଥିରେ ସିନ୍ଦୁର ନାହିଁ ପୁଣି ଗୋଡ଼ରେ ଝୁଣ୍ଟିଆ ନାହିଁ.ଇଏ କାହିଁକି ମୁଁ ହେବି ମ!ଏହା ପରେ ବୋଉକୁ ଡାକ୍ତର ପାଖକୁ ନେବାକୁ ଆମେ ବାଧ୍ୟ ହୋଇଥିଲୁ. ନିଜେ ନିଜର ପୂର୍ବ ଇମୋଜି ବଦଳରେ ନୂତନ ସଂସ୍କରଣର ଇମୋଜିକୁ ତାକୁ ମାନିନେବାକୁ ହେବ. ଏହି ତ ଏ ସଂସାରର ନିୟମ କହି  ସେଦିନ କଇଁ କଇଁ କାନ୍ଦିଲା ବେଳେ ଅନ୍ୟମାନେ ପ୍ରବୋଧନା ଦେଉଥିଲେ ବଡ଼ଭଉଣୀ ସୁନିତାଙ୍କୁ.ବଡ଼ନାତୁଣୀ ବେବିନା କିନ୍ତୁ ଆଈ ଗୋଡ଼ରେ ଓ ହାତରେ ନେଲପଲିସ ଲଗେଇ ଚାଲିଥିଲା ବେଳେ ଝିଅ ସୁନିତା ତାଙ୍କ ବୋଉ ମୁଁହଁ ର ଖୁସି ଓ ଆନନ୍ଦ ର ଇମୋଜି କୁ ପଢିବାକୁ ଚେଷ୍ଟା କରୁଥିଲେ.
,,,,,,,,,,,,,,,,,,,,,


Rate this content
Log in

Similar oriya story from Abstract