STORYMIRROR

Sunanda Mohanty

Children Stories Classics Thriller

4  

Sunanda Mohanty

Children Stories Classics Thriller

ଆରାମ ଅୟ ଆରମ୍ଭ

ଆରାମ ଅୟ ଆରମ୍ଭ

4 mins
2

ସେଦିନ ସକାଳୁ ଉଠିଲା ବେଳକୁ ସରୋଜ କହିଲା ମାଆ ଆଜି ଏଠିକାର ବସ୍ତି ବାସିନ୍ଦା ସମସ୍ତେ ଏଇ ପାଖ ଶନି ମନ୍ଦିରରେ ଏକତ୍ରିତ ହୋଇ ଦୀପ ଜାଳିବେ.ଆମେ ସମସ୍ତେ ଗୋଟେ ଗୋଟେ ମହମବତୀ ଜାଳିଦେବା. ମନଟା ମରିଗଲା ସୁଭଦ୍ରାଙ୍କର. ମାଟି ଦୀପ ରେ ଦୀପ ଜାଳିଲେ କେତେ ଶୁଭ ଆଉ ଏ ମହମ ବତୀ ଜାଳିବା କଣ ସେହି ଶୁଭ ଆଣି ଦେଇ ପାରିବ!ଏମିତି ଭାବୁ ଭାବୁ ବଣି, ଭଦଭଦଳିଆ, ପାରା, କପୋତ ଆଦି କେତେ ପକ୍ଷୀ ଉଡୁଥିବା ସେଇ ମାଟି କୁଦ ଆଡକୁ ଚାହିଁ ସ୍ୱାମୀ କହୁଥିଲେ କେତେ ମଦରଙ୍ଗା ଶାଗ ସେଠି ହୋଇଛି. କାଲି ଯାଇ ସେଠୁ ଶାଗ ଆଣିବା. କାଲି କାହିଁକି ଆଜି ଚାଲୁନ. ତୁମେ ଶାଗ ତୋଳିବ ଆଉ ମୁଁ ମାଟି ଆଣି ଦୀପ କରିବି. ଏଇ ଦେଖୁନ ନଅ ଟା ବାଜିଛି ମାତ୍ର କେତେ ଖରା!ମାଟିଦୀପ ଗଢି ଏଇ ବାଲକୋନୀ ରେ ଶୁଖେଇ ଦେଲେ ପରା ସନ୍ଧ୍ୟା ସୁଦ୍ଧା ଶୁଖି ଶନି ଠାକୁର ଙ୍କ ପାଖେ ଜଳିବ ମାଟି ଦୀପ ସୁନ୍ଦର.ପୁଅ ସରୋଜ କହୁଥିଲା ସେ ଦୀପ ଖାଲି ତେଲ ପିଇଯିବ ତ ବୋହୁ ରୋଜା କହୁଥିଲା ତେବେ ଏତେ କଷ୍ଟ କରିବା ଦରକାର ନାହିଁ ବରଂ ମୁଁ ଅଟା ଚକଟି ଦୀପ କରିଦେବି ଯେ ତେଲ ପିଉ କି ନପିଉ କିନ୍ତୁ ଅଟା ଦୀପ ଅନ୍ତତଃ ମହମବତୀ ଠାରୁ ତ ଭଲ ଜଳିବ. ରୋଜା ର ମୁଣ୍ଡ ଆଉଁସି ସୁଭଦ୍ରା କହୁଥିଲେ ତତେ ଏମିତି ଘରକରଣା ଵୁଦ୍ଧି ଦେଇଥାଆନ୍ତୁ ଜଗନ୍ନାଥ ରୋଜା, ତୁ ଅହ୍ୟସୁଲକ୍ଷଣୀ ହୋଇ ଘର ସମ୍ଭାଳି ରହିଥା ଏମିତି. ସେତେବେଳକୁ କିନ୍ତୁ ଟିକେ ଟିକେ ମେଘୁଆ ହୋଇ ଆସୁଥିଲା ତ ଆଦିକନ୍ଦ ବାବୁ କି ଶାଗ ସେହି ମାଟି କୁଦ ଉପରେ ଦେଖିବାକୁ ଯାଇ ସେ କୁଦ ଉପରେ ହାଜର. ତାଙ୍କ ପଛେ ପଛେ ସୁଭଦ୍ରା ଯାଇ ଜମିଥିବା ବର୍ଷା ପାଣିରେ ମାଟି ଚକଟି ଦୀପ ଗଢିବାରେ ଲାଗିଥିଲେ. ଘର ପାଇଁ ଅନ୍ତତଃ ଗୋଟିଏ ଦୀପ ଦରକାର କହି ଆଦିକନ୍ଦ ବାବୁ ଫେରିପଡ଼ୁ ପଡ଼ୁ ରହିଗଲେ. କହିଲେ ତୁଳସୀ ଗଛ ଖୋଜୁଥିଲ ପରା ହେଇଟି ଏଠି ଉଠିଛି ଛୋଟ ଛୋଟ ନେବ କି? ନେବି ତ ନିଶ୍ଚୟ ହେଲେ ରଖିବି କୋଉଠି!ଯୋଉ ବାଲକୋନୀରେ ଖରା ପଡୁଥିବାରୁ ଦୀପ ଶୁଖେଇବ ଭାବିଛ ସେଇଠି ଗୋଟେ କଣକୁ ଚଉରା ରଖିନେବ. ଠିକ କଥା କହିଛ କହି ସୁଭଦ୍ରା ମାଟିରୁ ତୁଳସୀ ଗଛ ଉଠାଇ ଆଣିଥିଲେ ଓ କହିବା କଥାକୁ କାର୍ଯ୍ୟରେ ପରିଣତ ମଧ୍ୟ କରିସାରିଥିଲେ ଓ କହୁଥିଲେ ମାଟି ମାଆ ର ଦାନ, ଭୁଲନା କେବେ ଏ ମନ. ଟିକି ନାତି କୋଉଠି ଥିଲା କହୁଥିଲା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ତ ଚଞ୍ଚଳ ଚଞ୍ଚଳ ଟିକିନାତିକୁ ନେଇ ଲିଫ୍ଟ ରେ ଘରେ (ରୁମ ରେ )ପହଁଞ୍ଚି ତୁଳସୀ ଓ ଦୀପ ର ବ୍ୟବସ୍ଥାରେ ଲାଗିପଡ଼ିଥିଲେ ସୁଭଦ୍ରା ତ ସ୍ୱାମୀ ଆଦିକନ୍ଦ ବାବୁ ମଦରଙ୍ଗା ଶାଗ ବାଛୁଥିଲେ.ବାପା ମାଆ ଶେଷ ଆରାମ ଟିକେ ପାଆନ୍ତୁ ବୋଲି ସରୋଜ ର ଏ ବ୍ୟବସ୍ଥା କିନ୍ତୁ ସୁଭଦ୍ରା ଓ ଆଦିକନ୍ଦ ବାବୁଙ୍କୁ ନିଷ୍କ୍ରିୟ ରୁ ସକ୍ରିୟ କରି ରଖିଥିଲା.ସରୋଜ କହୁଥିଲା ଗାଁରେ ଖଟି ଖଟି ଲୋଟି ପଡୁଥିଲ ବୋଲି ଏଠିକି ଆଣିଥିଲି କଣ ଏଇଥି ପାଇଁ!ସୁଭଦ୍ରା କହୁଥିଲେ ଏଇ ହେଲା ଆରାମ. ତୋ ବାପା ଓ ତୋ ପୁଅ ସହ ହାଟ, ବାଟ ଓ ନାଟ କରିପାରିବା ଭଳି ଆରାମ ଆଉ ମିଳିବକି ନାହିଁ କିଏ ଜାଣିଛି ତ କଥା ଛଡେଇ ଆଦିକନ୍ଦ ବାବୁ କହୁଥିଲେ ହଁ ରେ ପୁଅ ତୋ ମାଆ ସତ କହୁଛି.
    ରାତିରେ ସନ୍ଧ୍ୟା ହେଉ ହେଉ ଲାଇଟ ସବୁର ଆଲୋକରେ ଲାଗୁଥିଲା କଲିକତା ଯାତ୍ରାଗୋଛି ଆପାର୍ଟମେଣ୍ଟ ଖୁବ ସୁନ୍ଦର ଓ ତା ଠୁ ବଳି ସୁନ୍ଦର ସେହି ଛୋଟ ହେଲେ ମଧ୍ୟ ଆକର୍ଷଣୀୟ ଶନି ମନ୍ଦିର. ଶନିବାର ରେ ଦୀପ ସମୂହର ଆଲୋକରେ ଆଲୋକିତ ଶନି ମନ୍ଦିର ଦିଶୁଥିଲା ଅତୀବ ଚମତ୍କାର, ଯେମିତି ଓଡିଶାରେ ଦୀପାବଳୀ. ମହମ ବତୀ ତ ଜଳୁଥିଲା କିନ୍ତୁ ସୁଭଦ୍ରାଙ୍କ ମାଟି ଦୀପ ସଁ ସଁ ତେଲ ପିଇ ଯାଉଥିବା ବେଳେ ରୋଜା ହାତ ତିଆରି ଅଟା ଦୀପ ଦେଖି ସମସ୍ତେ କଣେଇ କଣେଇ ଚାହୁଁଥିଲେ ପରିବାରକୁ ତ ଟିକି ନାତି ବାବା ନାରା ଲଗେଇ ଦେଇଥିଲା ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହି. ସେକଥା ଶୁଣି ସରୋଜ ବିଚଳିତ ହୋଇ ପଡିବା ବେଳେ ରୋଜା ପୁଅକୁ ସେଥିରୁ ନିବୃତ୍ତ କରୁଥିଲା ଓ ଆଦିକନ୍ଦ ବାବୁ ତାଳି ମାରୁଥିଲା ବେଳେ ସୁଭଦ୍ରା,ଟିକି ନାତି ବାବା କୁ କାଖେଇ ଦେଇ ଭୁଲେଇ ଦେବାକୁ ଯାଉଥିଲା ବେଳେ ଅନେକ ବଂଗାଳି ଜୟ ଜଗନ୍ନାଥ ଜଗନ୍ନାଥ କହି ଟିକି ବାବା ଚାରିପଟେ ନାଚୁଥିଲେ. ତା ଭିତରେ ଥିଲେ ଜଣେ ଚିହ୍ନା ଓଡ଼ିଆ ଭାଇ. ସରୋଜ ତାଙ୍କ ସହ କିଛି ଆଲୋଚନା କରୁଥିଲା ତ ସରୋଜ ର ସେଇ ଶେଷ କେଇପଦ କଥା ମାଆ ସୁଭଦ୍ରାଙ୍କୁ ବି ବିଚଳିତ କରିପକାଉଥିଲା କାରଣ ଚୁପି ଚୁପି ସରୋଜ କହୁଥିଲା ଓଡିଶା ଅଧିବାସୀ ସେହି ଅଭିଷେକ ବୋଲି ପୁଅଟିକୁ ଯିଏ ତାଙ୍କ ପରିବାର ସହିତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଯେ ଓଡ଼ିଆ ବୋଲି ଧାରପକେଇଦେଲା ଟିକି ପୁଅ ମୋର.ସୁଭଦ୍ରା କହୁଥିଲେ ହଉ କିଛି ଯାଏ ଆସେ ନାହିଁ. ଜଗନ୍ନାଥ ଯାହାର ଭରସା ତାର ଡର କାହାକୁ.. ଭୟ କାହାକୁ. ସରୋଜ କିନ୍ତୁ ବିଚଳିତ ଦେଖାଯାଉଥିଲା.ଅଭୟ ଦେଉଥିଲେ ଆଦିକନ୍ଦ ବାବୁ କହିକି ଯେ ଯେତେ ଯାହା ହେଲେ ବଂଗାଳି ମାନେ ଭାରି ଜଗନ୍ନାଥ ପ୍ରେମୀ.
   ଶନି ମନ୍ଦିରରୁ ଫେରି ସମସ୍ତଙ୍କ ସଙ୍ଗେ ସରୋଜ ଓ ଅଭିଷେକ ଦୁହେଁ ନିଜ ନିଜ ପରିବାର ନେଇ ଗଳି ଭିତରେ ସ୍ଥାପିତ ସେଇ ଭାରତ ସେବା ସଙ୍ଘ ମନ୍ଦିରକୁ ଦୀପ ନେଇ ଚାଲୁଥିଲେ ଜାଳିବାକୁ ତ ସୁଭଦ୍ରା ଓଡିଶାର କୃଷି ଭିତ୍ତିକ ଦିନ ପରି ଶୁଭ ଦିନ ଅକ୍ଷିତୃତୀୟା କଥା ଭାବୁଥିଲା ବେଳେ ସୁଭଦ୍ରାଙ୍କ ସାନ ଭାଇ ଫୋନ କରି କହୁଥିଲା ମୋ ଖଣ୍ଡଗିରି ଘର ପ୍ରତିଷ୍ଠା ବେଳେ ତୋ ଦେହ ଭଲ ନଥିଲା ବୋଲି ଆସିନଥିଲୁ. ଏବେ ପୁଅ ସରୋଜ ସାଙ୍ଗରେ କଲିକତା ରେ ରହିଲୁ. ମୋ ଦ୍ୱିତୀୟ ଫ୍ଲାଟ, ଶାଶ୍ୱତ କୁଟୀର ଘର ପ୍ରତିଷ୍ଠା ମୁଁ ଓଡିଶାରେ ସବୁଠୁ ଶୁଭ ଦିନ ବିବେଚନା କରୁଥିବା ଅକ୍ଷିତୃତୀୟା ରେ କରିବାକୁ ଯାଉଛି. ଗୃହ ପ୍ରବେଶ କରିବି ତୁ ଆସିବୁନି ଅପା!ଭାଇ, ପୁଅ, ବୋହୁ, ଟିକି ନାତିଆ କୁ ନେଇ!ମୁଁ ପରା ଏଠି କଲିକତାରେ ଜୀବନର ଶେଷ ଆରାମ କରୁଛି ନାତି ସଙ୍ଗେ!ସେମିତି କହନା ଅପା ଏହା ତୋ ଆରାମ ର ଆରମ୍ଭ ମାତ୍ର. ଏମିତି କେତେ ଆରାମ ତତେ ମିଳୁଥାଉ. ସୁଭଦ୍ରା କହିଲେ ହଉ ଆମର ତ ଟିକେଟ କଟା ଦିନକୁ ଫେରିବାର ଅଛି. ତୁ ମନଦୁଃଖ କରନା. ମୁଁ ଓଡିଶା ଫେରିଲେ ତୋ ନୂଆ ଘରେ ରହି କିଛି ଦିନ ମୋ ଜୀବନ ର ଶେଷ ଆରାମ କରି ନେବି. ହଉ ହଉ କହି ସେ ନାତି ବାବା କଣ କରୁଛି ପଚାରିବା ବେଳକୁ ନାତି କେତେଜଣଙ୍କ ଭିତରେ ରହି କହୁଥିଲା ଜୟ ଜଗନ୍ନାଥ ଜୟ ଜଗନ୍ନାଥ. ସୁଭଦ୍ରା ଦେଖିଥିଲେ ଶିବ, ଶ୍ରୀକୃଷ୍ଣ ରାଧା ଙ୍କ ସହ ଚତୁର୍ଦ୍ଧା ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମାତା ସୁଭଦ୍ରା ଦେବୀ ମଧ୍ୟ ସେହି ମନ୍ଦିରର ମଝି ଗୃହରେ ବିରାଜିତ. ଆଗରୁ ଥରେ କି ଦୁଇଥର ଆସିଥିଲେ ମଧ୍ୟ ଏଠାରେ ଜଗନ୍ନାଥ ଙ୍କ ଉପସ୍ଥିତି ଆଜି ମାତ୍ର ଜାଣିବାରେ ନାତି ବାବାର ସକ୍ରିୟ ଭୂମିକା ସମସ୍ତଙ୍କ ମୁଁହଁ ରେ ହସ ଫୁଟେଇଥିଲା. ସରୋଜ ଙ୍କ ମନ ଓ ହୃଦୟରେ ଆଉ ପୂର୍ବର ଶଙ୍କା ନଥିଲା. ସୁଭଦ୍ରା କହୁଥିଲେ ଭାଗବତ ରେ ସିନା ଲେଖା ଅଛି ଯେ ଯେଣେ ଇଛା ସେଣେ ଯା.. ଭାଗ୍ୟ ଧରି ବୁଲୁଥା କିନ୍ତୁ ମୁଁ ଜାଣେ ଜଗନ୍ନାଥ ପରମ ଦୟାଳୁ. କରି କରାଉଥାଏ ସେହି.. ତା ବିନା ଅନ୍ୟ ଗତି ମୁକ୍ତି ନାହିଁ. ଆଦିକନ୍ଦ ବାବୁ କହୁଥିଲେ ଏହା ମଧ୍ୟ ସେଇ ଭାଗବତ ବାଣୀ.ଏସବୁ ଶୁଣି ସରୋଜ ଓ ରୋଜା ସପ୍ରେମେ ଭକ୍ତି ହସ ହସୁଥିଲା ବେଳେ ଟିକି ନାତି ବାବା ହସିବା ଆରମ୍ଭ କରିଦେଇଥିଲା ହାଃ ହାଃ ହାଃ.



Rate this content
Log in