ବିଜେତାର ହସ
ବିଜେତାର ହସ
ଦିଲ୍ଲୀରୁ କଲିକତା ଆସିବା ପରେ ଏବେ ଫ୍ଲାଇଟି ବଦଳରେ ବନ୍ଦେ ଭାରତ ଟ୍ରେନ ରେ କଲିକତା ରୁ ପୁରୀ ଓ ପୁରୀରୁ କଲିକତା ଘରକୁ ଯାଆନ୍ତି ସରୋଜ ବାବୁ. ଏବେ ବାପା ମାଆ ଦୁଇଜଣ ପୁରୀରେ ଜଗନ୍ନାଥ ଙ୍କ କରୁଣାରେ ଯେତେ ଭଲରେ ଥିଲେ ମଧ୍ୟ ସେମାନଙ୍କୁ କଲିକତା ବୁଲେଇ ଆଣିବାକୁ ଅନେକ ଯୋଜନା ଓ ବାହାନା ତଥା ଡ୍ରାମାବାଜି ସରୋଜର. ବାପାଙ୍କ ପାଖକୁ ପିଲାମାନେ ପଡ଼ିବାକୁ ଆସୁଥିବାରୁ ବାପା ସେମାନଙ୍କ କୋର୍ସ ନସାରି କୁଆଡେ ଯିବାକୁ ରାଜି ନୁଁହଁନ୍ତି. ଆଉ ମାଆର ଜଗନ୍ନାଥ ଦର୍ଶନ ସାଙ୍ଗକୁ ଫୁଲ ତୋଳୁ ତୋଳୁ ପକ୍ଷୀମାନଙ୍କୁ ଠାଵ କରି ସେମାନଙ୍କ ଗତିବିଧି ଅନୁସରଣ କରୁ କରୁ ପ୍ରତିଟି ସୁନେଲି ସକାଳେ ବିଭିର୍ନ୍ନ ପକ୍ଷୀ ଦର୍ଶନ କରୁ କରୁ ଜଗନ୍ନାଥଙ୍କ ଭଜନ ସାଙ୍ଗକୁ ପକ୍ଷୀ ଦର୍ଶନ କରୁଥାନ୍ତି ତ ସେମାନଙ୍କୁ ଛାତ ଉପରେ. କହନ୍ତି ଏତେ ସୁନ୍ଦର ଭାବେ ଆଉ କୋଉଠି ପକ୍ଷୀମାନଙ୍କୁ ନିରୀକ୍ଷଣ କରିପାରିବି ଯେ କୁଆଡେ ଯିବି ବୁଲିବାକୁ!ଏକଥା କହି ମାଆ ଘରୁ ବାହାରନ୍ତିନାହିଁ.ବାପାଙ୍କ ପାଖକୁ ଆସୁଥିବା ପାଠ ପଢ଼ା ପିଲାମାନଙ୍କ ପରୀକ୍ଷା ସରି ସ୍କୁଲ କିଛି ଦିନ ମର୍ଣ୍ଣିଙ୍ଗ ହେବା ପରେ ଏବେ ଛୁଟିରେ କିଏ କାହା ମାମୁଁଘର, ପିଇସୀ କି ମାଉସୀ ଘରକୁ ଗଲେଣି ତ ଏଇ ସୁଯୋଗରେ ସରୋଜ ଟିକେଟ କାଟିଦେଲା ବନ୍ଦେ ଭାରତ ଟ୍ରେନ ରେ. ପୁରୀ ରୁ କଲିକତା. ଟିକେଟ କଟା ସରିଛି ତ ଅଗତ୍ୟା ମାଆ ଯିବାକୁ ବାଧ୍ୟ. ବାଟ ସାରା ସରୋଜ ଦେଖାଉଥାଏ ବିଜେତା ର ସ୍ବପ୍ନ ଓ ସମ୍ଭାବନା ନେଇ ଜୋଜନ ଜୋଜନ ସ୍ବପ୍ନ ଓ ତାହାର ପରିକଳ୍ପନା ପ୍ରସ୍ତୁତ କରିଥିବା କଥା ବର୍ଣ୍ଣନା କରି ସବୁଦିନ ପାଇଁ କଲିକତାରେ ରହିଯିବା ଭଳି ବାସ୍ତବତାର ଚିତ୍ର ଆଙ୍କୁଥାଏ ଓ କହୁଥାଏ ତ ମାଆ ସୁଭଦ୍ରା ଙ୍କ ମନେ ମନେ ପକ୍ଷୀ ନଦେଖିପାରିବାର ଚିନ୍ତା.
ବନ୍ଦେ ଭାରତ ଟ୍ରେନ ରେ ବସିପଡ଼ିଲା ପରେ ବାପା ମାନେ ଆଦିକନ୍ଦ ବାବୁ, ପୁଅ ସରୋଜ ଓ ବୋହୁ ରୋଜା ସମସ୍ତେ ମାଆଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥାନ୍ତି ଯେ ଭଲ ଲାଗୁଛିତ ମାଆ ଏହି ଟ୍ରେନ!ମାଆ ସୁଭଦ୍ରା ସିନା ହଁ କହୁଥିଲେ ହେଲେ ଆଶଙ୍କା ରେ କଣେଇ ଚାଁହୁଥିଲେ ସ୍ୱାମୀ ଆଦିକନ୍ଦ ବାବୁ, ଉଦବିଘ୍ନ ରେ ଥିଲା ସରୋଜ ଆଉ ଯତ୍ନ ନେଉଥିଲା ବୋହୁ ରୋଜା. ସରୋଜ ଯେବେ କଲିକତା ଆସିବା ପୂର୍ବରୁ ଦିଲ୍ଲୀ ରେ ରହୁଥିଲା. ବାପା ଆଦିକନ୍ଦ ବାବୁ ଓ ମାଆ ସୁଭଦ୍ରା ଙ୍କ ପାଇଁ ରାଜାଧାନୀ ଏକ୍ସପ୍ରେସ ରେ ଟିକେଟ କରିଥିଲା.ପୁରୀରୁ ଦମ୍ପତ୍ତି ଦୁହେଁ ଆସି ଭୁବନେଶ୍ୱରରେ ଯେମିତି ଉଠିଛନ୍ତି ରାଜଧାନୀ ଏକ୍ସପ୍ରେସ ରେ ଉଠିଛନ୍ତି ଅଣନିଶ୍ୱାସୀ ହୋଇପଡିଲେ ସୁଭଦ୍ରା ତ ସରୋଜ ଫୋନ କଲା ମାଆ କୁ ନେଇ ଶୀଘ ଓଲ୍ହେଇପଡ଼ କାରଣ ଥରେ ଟ୍ରେନ ଛାଡିଦେଲେ ଆଉ ହାତ ଗୋଡ଼ ପାଇବନି ଆଗକୁ. ମାଆ ର ମାନସିକ ଅବା ଶାରୀରିକ ସୁସ୍ଥତା ପ୍ରଥମ ଚିନ୍ତା ଥିଲା ସ୍ୱାମୀ ଓ ପୁଅଙ୍କ ପାଇଁ ତ ଓଲ୍ହେଇ ପଡ଼ିଥିଲେ ରାଜାଧାନୀ ଏକ୍ସପ୍ରେସ ରୁ ସେଦିନ. ଜୀବନ ବଞ୍ଚିଯାଉଆଗ ପଇସା ଟଙ୍କା ପଛ ଭାବି ଉଭୟ ସ୍ୱାମୀ ସ୍ତ୍ରୀ ଓଲ୍ହେଇ ସାରିବା ପରେ ପରେ ଅନେକ ଥର ପ୍ଳାଇଟ ରେ ଯାଇଛନ୍ତି ଦିଲ୍ଲୀ ସତ କିନ୍ତୁ ଆଉ କେବେ ଶୀତତାପ ନିୟନ୍ତ୍ରିତ ରାଜଧାନୀ ଏକ୍ସପ୍ରେସ ରେ ଯିବାକୁ ମନ କରିନାହାଁଟି ସୁଭଦ୍ରା. ଆଉ ଆଜି ବନ୍ଦେ ଭାରତ ଟ୍ରେନ ରେ ବସିବା ପରେ ସମସ୍ତେ ସୁଭଦ୍ରାଙ୍କୁ ଚାହୁଁଥିଲେ ଠିକ ଅଛନ୍ତି ତ ସେ ବୋଲି!ସୁଭଦ୍ରା କିନ୍ତୁ ଭାବୁଥିଲେ ଚଢ଼େଇ ଦେଖିବା ଭିତରେ ତାଙ୍କ ପାଇଁ ଦାନା ହିସାବରେ ରଖୁଥିବା ଖୁଦ ଚାଉଳ, ଗହମ, ମକା ଗୁଣ୍ଡ, ବାଜରା ଇତ୍ୟାଦି ସରିଗଲେ ବିଚରା ପକ୍ଷୀ ଗୁଡା ଛଟପଟ ହେବେ ଭୋକରେ ଓ ପାଣି ସରିଗଲେ ଏ ଖରା ଗରମରେ ଖୁବ ହଇରାଣ ହେବେ. ଭାବୁ ଭାବୁ ଟ୍ରେନ ଛାଡିଥିଲା. କିଛି ସମୟ ପରେ ନନ ଭେଜ ମିଲ ଆସିଯାଇଥିଲା. ସୁଭଦ୍ରା ଖାଉନଥିଲେ ପକ୍ଷୀଙ୍କୁ ମନେ ପକେଇ ପକେଇ. ଟିକି ନାତି କିନ୍ତୁ କହୁଥିଲା ହାମୁ ଖା ଏବଂ ଗାଉଥିଲା ଛୁକ ଛୁକ ଛୁକ ଟ୍ରେନ ଗାଡି... ଆଗକୁ ଆଗକୁ ଯାଉଛି ମାଡି... କଳା ଧୂଆଁ ଛାଡ଼ି କଳା ଧୂଆଁ ଛାଡ଼ି. ତାର ଦରୋଟି ଉଚ୍ଚାରଣ ସମସ୍ତ ପାଖାପାଖି ଯାତ୍ରୀ ତାଳିର ଶବ୍ଦ ଗୁଞ୍ଜରଣ କରୁଥିଲେ.ଟ୍ରେନ ଦୁଇଶହ ସତୁରୀ ସ୍ପିଡ଼ ରେ ଭୁବନେଶ୍ୱର ରୁ କଟକ ପୁଣି ଭଦ୍ରକ ତଥା ବାଲେଶ୍ବର ଟପି ହାୱଡ଼ା ରୁ ଖଡ଼ଗପୁର ଅଭିମୁଖେ ଆଗେଇ ଚାଲିଥିଲା. ସ୍ନାକ୍ସ, ଟି ଓ କୁରକୁରେ ପ୍ୟାକେଟ ଖୋଲୁ ଖୋଲୁ ରାସ୍ତା ଜଣା ପଡୁନଥିଲା. କଲିକତାରେ ଗାଡି ନଅ ଟା ତିରିଶ ରେ ଲାଗିଲା ପରେ ଟ୍ୟାକ୍ସି ରେ ବସିଲା ପରେ ବିଜେତାର ସ୍ବପ୍ନ ପୁରଣ ହୋଇଗଲା ଯେମିତି ସରୋଜ ର. କୋଉଠି ସୁବାଷ ବୋଷ ଙ୍କ ବାସଭବନ ତ କୋଉଠି ହାୱଡ଼ା ବ୍ରିଜ ର ପବନ ପୁଣି ସ୍ୱାମୀ ଖୋଜୁଥିଲେ ଟ୍ରାମ ଯୁଗ କୁଆଡେ ଗଲାଣି ଆଉ ସୁଭଦ୍ରା ଦେଖୁଥିଲେ ପୁରୁଣା ସହର କେମିତି ତାର ପୁରୁଣା କୋଠା ଗୁଡିକୁ ସରଂକ୍ଷିତ କରି ବିଜେତା ନଗର ଵନିଯାଇଛି ସ୍ମୃତିକୁ ସାଉଁଟି ଓ ଇତିହାସ କୁ ଓଲଟାଇ ତାହା ଦେଖୁ ଦେଖୁ ତ୍ରିତଳ ମହଲରେ ପ୍ଲାଟ ଘରକୁ ଆସୁ ଆସୁ ଟିକି ନାତି ସତେ ଯେମିତି ପକ୍ଷୀ ପରି ଉଡି ଉଡି ଆଗେଇ ଚାଲୁଥିଲା. ଜେଜେ ଓ ଜେଜେମାଆ ତା ସାଙ୍ଗରେ ଆସିବେ ପୁଣି ରହିବେ ତା ଆଖିକୁ ନିଦ ନଥିଲା ଓ ଟିକି ମନରେ ବିଜେତାର ସ୍ବପ୍ନ ଉବୁଟୁବୁ ହେଉଥିଲା.
ପ୍ରତିଦିନ ପରି ଭୋର ଭୋର ପାଞ୍ଚଟା ରୁ ନିଦ ଭାଙ୍ଗିଗଲା ସୁଭଦ୍ରାଙ୍କର. ସ୍କ୍ରିନ ଆଡେଇ ଝରକା ଦେଇ ପନ୍ଦର ମହଲା ବିଶିଷ୍ଟ ଏଚ ଡି. ଏଫ. ସି ବ୍ୟାଙ୍କକୁ ଦୃଷ୍ଟି ନିକ୍ଷେପ କରୁ କରୁ ତା ଆଗରେ ଯାଇଥିବା ରାସ୍ତା ଦେଇ ପଛକୁ ପଛ କାର, ବସ, ଟ୍ରକ, ଇତ୍ୟାଡି ଯାଉଥିଲା ଟିକି ନାତି ଉଠିଲେ ତାକୁ ଏଇଠୁ ଗାଡି ଦେଖାଇ ଖୁସି କରେଇବେ ଭାବୁ ଭାବୁ ପକ୍ଷୀ କାକଳୀ ଶୁଣି ଚମକି ପଡିଲେ ସୁଭଦ୍ରା. ପକ୍ଷୀମାନେ ନିଶ୍ଚୟ ତାଙ୍କୁ ନିଜ ଘର ଛାତରେ ମନେ ପକାଉଛନ୍ତି. ତାଙ୍କ ଘର ଛାତରେ ଥୁଆ ହୋଇଥିବା ପାଣି ଭରା ପାତ୍ର ଗୁଡିକୁ ଜଳ ଶୁନ୍ୟ ଦେଖି ବୋଧେ ତାଙ୍କୁ ଖୋଜି ବୋବାଉଛନ୍ତି ଭାବୁ ଭାବୁ ନୀଳକଣ୍ଠି ପକ୍ଷୀଙ୍କ ବୋବାଳି ତାଙ୍କୁ ଅସ୍ତବ୍ୟସ୍ତ କରିପକାଇଲା ଓ ଟିକେ ପରେ ପକ୍ଷୀ ଦୁଇଟି ଉଡି ଉଡି ଯା ଆସ କରୁଥିବାର ଦେଖି ଚମତ୍କୃତ ହେଲେ ସୁଭଦ୍ରା. ନାତିକୁ ଉଠେଇବାକୁ ଯାଇ ଯେତେବେଳେ କହିଲେ ସୁଭଦ୍ରା ଉଠୁ ଉଠୁ ଧନ ନୀଳକଣ୍ଠି ଚଢ଼େଇ ଦେଖିବୁ. ବାର୍ଡ ବାର୍ଡ ଆସିଲେଣି ଉଠୁ ଉଠୁ ତ ଅଳସ ଭାଙ୍ଗି ପିଲାଲୋକ ଉଠୁ ନଥିଲା. ଆବେଗରେ କହୁ କହୁ କହିପକେଇଲେ ସୁଭଦ୍ରା ଯେ ତୁ ନଉଠିଲେ ଆମେ ଜେଜେଙ୍କର ମୋର ଘରକୁ ପୁରୀ ଯାଉଛୁ ଭାରି. କଥା ଅଳ୍ପ ଅଳ୍ପ କହୁଥିବା ଓ କଥା ବେଶି ବେଶି ବୁଝୁଥିବା ନାତି ସେକଥା ଶୁଣି କାନ୍ଦିଲା ରାହା ଧରି ଯେ ବୁଝିଲାନି ଆଉ. ନୀଳକଣ୍ଠି ଚଢ଼େଇ ଦୁଇ ତଥାପି ଉଡୁଥିଲେ ଛୋଟ ଛୋଟ ଗଛରୁ ମାଟି ଖୋଳା ରହି କୁଦ ସୃଷ୍ଟି ହୋଇଥିବା ଉଚ୍ଚା ସ୍ଥାନକୁ. ବୋହୁ ରୋଜା ଆଣି ଝରକା କାନିରେ ଚାଉଳ ଓ ପାଣି ଥୋଇଦେଇ ଯାଇଥିଲା ଶାଶୁମାଆ ସୁଭଦ୍ରାଙ୍କ ମନଜାଣି କିନ୍ତୁ ନୀଳକଣ୍ଠି ପକ୍ଷୀ ଦ୍ବୟ ଉଡିଯାଇଥିଲେ ସିନା କୋଉଠୁ ଉଡି ଆସି କପୋତଟିଏ ଖୁଦ ଖାଇ ପାଣି ପିଉଥିବା ଦେଖି ସୁଭଦ୍ରା ଆଉ ଘରକୁ ପୁରୀ ଫେରିବା କଥା ଭୁଲିଯାଇଥିଲେ. ନାତି ବିଜୟ ଉଲ୍ଲାସ ଭିତରେ ଥିଲା ବେଳେ ସ୍ୱାମୀ କହୁଥିଲେ କଣ କାଳିଆ ଠାକୁର ମନେ ପଡୁନାଁହାଁନ୍ତି କି ତ ସୁଭଦ୍ରା ନାତିକୁ ଦେଖାଇ ଦେଇ କହୁଥିଲେ ହେଇଟି ପା ମୋ କାଳିଆ ସାଆନ୍ତେ. କି ଖୁସି ସେଦିନ ବାବା ର!, ସତେ ଯେମିତି ବିଜୟ ର ସ୍ବପ୍ନ ସତ ହୋଇ ତା ପାଇଁ ପାଠ ପଢ଼ା ବହିର ସାହିତ୍ୟ, ଇତିହାସ ଵନିଯାଇଛି ଓ ସେ ଚିତ୍ର ଆଙ୍କି ଚାଲିଥିଲା ଖୁସିରେ ଜେଜେ, ଜେଜେମାଆ, ପାପା, ମାମା ସହ ଅନେକ ପକ୍ଷୀଙ୍କର. ସ୍ପଷ୍ଟ ନହେଲେ ମଧ୍ୟ ସେସବୁ ଚିତ୍ର ଥିଲା ବିଜେତାର ହସ ଭଳି.
