STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ସ୍ବପ୍ନ

ସ୍ବପ୍ନ

3 mins
0

ସବୁ ପିଲା ଜନ୍ମ ହେଲାପରେ ଯେମିତି କୁଆଁ କୁଆଁ କହନ୍ତି. ଏମିତି କହି ମୁଁ ଆସିଗଲି ବା ନିଜର ଅସ୍ତିତ୍ବ ଜାହିର କରିବାକୁ ଯାଇ କୋ ଅହଂ କହିଥାଆନ୍ତି ବୋଲି କେହି କେହି ଭାଷାତତ୍ତ୍ୱବିତ କୁଆଁ ର ଅର୍ଥ ନିର୍ଦ୍ଧାରିତ କରିଥିଲେ ଏପରି ସତ କିନ୍ତୁ ଅର୍ଥ ତତ୍ତ୍ୱ ଯାହା ହେଉନା କାହିଁକି ଜନ୍ମ ପରେ ପରେ ସ୍ବପ୍ନ ଆସେ ଆଖିରେ ଓ ମନରେ. ସେ ସ୍ବପ୍ନ ପୁଣି କାହାର ଭାରି ନିଜସ୍ବ ଅବା ବ୍ୟକ୍ତିଗତ ତ କେବେ ଜାତି ହିତ ଗତ. ଛୋଟ ପିଲା ହେଲେ ମଧ୍ୟ ଗୁଡ଼ୁ ସ୍ବପ୍ନ ଦେଖୁଥିଲା ବଡି ବିଲଡର ହେବ. କୁସ୍ତି କରି ଚମ୍ପିଅନ ହେବ.ରାଜ୍ୟର ନାମ ବଢ଼େଇ ଗର୍ବ ଓ ଗୌରବ ସାଜିବ . ତେଣୁ ସେ ପ୍ରତିଦିନ ସାଇକେଲିଙ୍ଗ କରୁଥିଲା ଓ ଯୋଗ ବା୍ୟାମ ପ୍ରାଣା୍ୟାମ ସହ ପଂହଁରା ଶିଖୁଥିଲା. ତେଲ ଭାଜି ଖାଉନଥିଲା କି ପୁରି ଓ ମାସଲାଦିଆ ତରକାରୀ ଠୁ ଦୂରେଇ ରହୁଥିଲା. ଶାଗ, ଫଳ ଓ ନେଳିପରିବା ଖାଇବା ଶିଖି ଯାଇଥିଲା. ଗୁଡ଼ୁ କୁ ସେଥିପାଇଁ ସମସ୍ତେ ଭଲ ପାଉଥିଲେ. ଥରେ ଘରକୁ ବଡବାପା ଆସିଥିଲେ ଓ ଢେର ସାରା ମିଠା ଆଣିଥିଲେ. ଗୁଡ଼ୁ ସେସବୁ କିଛି ଖାଉନଥିବା ଦେଖି ବଡବାପା ଫେରିଗଲା ବେଳେ ଗୁଡ଼ୁ ହାତରେ କିଛି ଟଙ୍କା ପଇସା ଦେଇ କହିଥିଲେ ତୋ ଖୁସି ରେ ଏ ଟଙ୍କା ଖର୍ଚ୍ଚ କରିବୁ. ଗୁଡ଼ୁ ସେ ଟଙ୍କା କୋଉ କାମରେ ଖର୍ଚ୍ଚ କରିବ ଭାବୁଥାଏ.
   ଦିନେ ସେହି ସହରରପାଖ ଗାଁରେ ଭୂମିକମ୍ପ ହେଲା. ମାଟି ଦୁଲୁକି ଗଲା. ଘର ସବୁ ଥରି ଉଠିଲା. ଘର ଭିତରେ ଥିବା ଇଲେକ୍ଟ୍ରି ଓ ଇଲେକ୍ଟ୍ରୋନିକ୍ସ ଜିନିଷ ପତ୍ର ସବୁ ଚହଲିବାରୁ ସମସ୍ତ ପାଖ ପଡୋଶୀଙ୍କ ସହ ଗୁଡ଼ୁ ମଧ୍ୟ ବାହାରକୁ ବାହାରିଆସିଥିଲା. ଅଳ୍ପେ ବହୁତେ କିଛି କିଛି କ୍ଷୟ କ୍ଷତି ହୋଇଯିବା ଭିତରେ ଏକମାତ୍ର ନାତିକୁ ଧରି ରହୁଥିବା ଆଈଙ୍କର ଚାଳ ଘର ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲା.ସମସ୍ତେ ଘରେ ପଶି ଜିନିଷ ପତ୍ର ଯଥା ସ୍ଥାନରେ ରଖା ଥୁଆ କରୁଥିଲା ବେଳେ ଆଈ କାନ୍ଦୁଥିଲେ ଓ ନାତିଟି ଆଈଙ୍କ ପାଖରେ ବୋକାଙ୍କ ଭଳି ଠିଆ ହୋଇଥାଏ. ପନିପରିବା ବିକ୍ରୀ କରି ଅତି କଷ୍ଟରେ ନିଜ ଗୁଜୁରାଣ ମେଣ୍ଟାଇ ଆଈ ନାତି ଚଳିଯାଉଥିଲେ. ଏବେ ଚାଳ ଘରଟି ଭାଙ୍ଗି ପଡିଥିବାରୁ ସେ ଦୁହେଁ କୋଉଠି ରହିବେ ଭାବି ଆଈ ମାଆ କାନ୍ଦୁଥିବା ବେଳେ ଗୁଡ଼ୁ ତା ପକେଟ ରେ ରଖିଥିବା ତା ବଡବାପା ତାକୁ ଦେଇଥିବା ହଜାରେ ଟଙ୍କା ଆଈ ଙ୍କ ହାତକୁ ବଢ଼େଇ ଦେଇ କାନ୍ଦନି ଆଈ ତୁମ ଘର ମୁଁ ଓ ମୋ ସାଙ୍ଗମାନେ ମିଶି ପୁଣି ଦିନ ଦୁଇଟାରେ ଠିଆ କରେଇବୁ କହି ସାନ୍ତ୍ୱନା ଦେବା ସହ ଟଙ୍କା ଧରେଇ ଆଈଙ୍କ ମୁଁହରେ ହସ ଫୁଟାଇବାକୁ ଚେଷ୍ଟା କରୁଥିଲା.ତ ଆଈ କହୁଥିଲେ ତୋ ସ୍ବପ୍ନ ସତ ହେଉ ଗୁଡ଼ୁ. ତା ଆରଦିନ ସବୁ ସାଙ୍ଗ ସାଥି ଙ୍କୁ ଏକଜୁଟ କରି ଦେ ରେ ଭାଇ ଦେ ହାତ ବଢ଼େଇ ଦେ ଗୀତଟିକୁ ଗାଇ ଗାଇ ଆଈଙ୍କ ଚାଳ ଘର ଠିଆ କରେଇଲା ବେଳେ ବଡ଼ମାନେ ମଧ୍ୟ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇ ଥିଲେ. ସମସ୍ତେ କହୁଥିଲେ ମଧୁ ବାରିଷ୍ଟର ଙ୍କ ପରି ଗୁଡ଼ୁ ତୁଳସୀ ଦୁଇପତ୍ରରୁ ବାସିଲାଣି ମାନେ ସେ ଦେଖିଥିବା ସ୍ବପ୍ନ କୁ ସତ୍ୟ କରି ସାହିତ୍ୟ ସୃଷ୍ଟି କରିବ. ଗୁଡ଼ୁ କିନ୍ତୁ ବଡ଼ମାନଙ୍କୁ ବିନମ୍ର ପ୍ରଣତି ଜଣାଇ କହିଥିଲା ଆପଣମାଣଙ୍କ ସହଯୋଗ ଓ ସାହାଯ୍ୟ ତଥା ଏକତା ଯୋଗୁଁ ଆଈ ଓ ନାତି ଆଜି ତାଙ୍କ ଘର ଫେରିପାଇଛନ୍ତି. ଆଈ ଗୁଡ଼ୁ ଦେଇଥିବା ଟଙ୍କାରେ ଫଳ ଓ ପନିପରିବା ଚାରା ଗଛ କିଣି ଲଗେଇ, ପାଣିଦେଇ ଖରାଦିନିଆ ଜହ୍ନି, ଭେଣ୍ଡି, କାକୁଡି ଫଳେଇ ସମସ୍ତଙ୍କୁ ଖୁସିରେ ବାଣ୍ଟି ଚାଲିଥିଲେ. ମାଟି ମାଆ କୁ ସନ୍ତୁଷ୍ଟ କରି ପଣା ସଂକ୍ରାନ୍ତି ଦିନ ଏକାଠି ଭୋଜି ଓ ପଣା କରି ଖୁସିରେ ଗାଁରେ ପିଉଥିଲା ବେଳେ ବଡବାପା ଗୁଡ଼ୁରଖୁବ ପ୍ରଶଂସା କରିଥିଲେ. ତାର କାରଣ ଗୁଡୁ ତାଙ୍କ କଥା ମାନି ଅପାତ୍ର ରେ ନୁଁହଁ ବରଂ ପାତ୍ର ବା ଉପଯୁକ୍ତ ସ୍ଥାନରେ ଟଙ୍କା ଦାନ କରି ଆଈ ନାତିଙ୍କ ମୁଁହଁ ରେ ହସ ଫୁଟେଇ ପାରିଥିଲା.ଏବେ ଆଈ ଙ୍କ ପରିବା ଖୁବ ବିକ୍ରୀ ହେଉଥିଲା ଓ ତାଙ୍କ ନାତି ପାଠ ପଢିବାକୁ ଯାଉଥିଲା.ତା ସହ ଗୁଡ଼ୁ ମଧ୍ୟ ନେଳି ପନିପରିବା ଖାଇ ନିଜ ସ୍ବପ୍ନ ପୁରଣ କରିବାକୁ ଲାଗିପଡ଼ିଥିଲା.



Rate this content
Log in