ହାପି ଆର୍ଥ ଡେ
ହାପି ଆର୍ଥ ଡେ
ରାସ୍ତା ସାରା ସୁଡ଼ଙ୍ଗ ଦେଇ ଯାଉଥିବା ପରି ଲାଗୁଥିଲା ସୁଭଦ୍ରାଙ୍କୁ. କୋଉଠି କୋଉ କଲେଜ କୋଉଠି କୋଉ ଅଫିସ ଦେଖେଇ ଚାଲିଥିଲା ସରୋଜ ମାଆ ଓ ବାପା ଙ୍କୁ. ଟିକି ନାତି ବାବା କିନ୍ତୁ ଫୁଲ ଦେଖି ଅଳ୍ପ ଦରୋଟି ଭାଷାରେ କଣ ସବୁ କହିଚାଲିଥିଲା ବେଳେ ସୁଭଦ୍ରା ଖୋଜୁଥିଲେ ତାଙ୍କ ପରିଚିତ ଅକ୍ଷର ମାଳା କିନ୍ତୁ କଲିକତାରେ ଓଡ଼ିଆ ବର୍ଣ୍ଣମାଳା ଖୋଜିବା ସିନା ଧୃଷ୍ଟତା ଥିଲା କିନ୍ତୁ ସେଇ ମାଟି, ସେଇ ପାଣି, ସେଇ ଏକା ପବନ, ପ୍ରକୃତିର ଗଛ ଓ ତା ଉପରେ ବସା ବାନ୍ଧି ରହୁଥିବା ପକ୍ଷୀ ତ ସବୁ ଏକାପରି ନା ବୋଲି କହି ସରୋଜ ବୁଝାଉଥିଲା ମାଆ ସୁଭଦ୍ରାଙ୍କୁ ତ ସୁଭଦ୍ରା ମନେପକାଉଥିଲେ ଓଡିଶାରେ ହେଉଥିବା କବି ସମ୍ମିଳନୀ ତଥା ଭାଷା ଭିତ୍ତିକ ଆଲୋଚନା ବେଳେ ନିଜ ଭାଷା କୁ ନେଇ ଭଲ ତଥା ସମ୍ବେଦନପୂର୍ଣ୍ଣ ମନ୍ତବ୍ୟ ତଥା ଭାଷାଗତ ଆନ୍ଦୋଳନ କୁ ଆଗେଇ ନେଇ ତାର ଅତୀତ ଓ ପୃଷ୍ଠପୋଷାକତା ତଥା ଭାଷାକୁ ନେଇ ରାଜ୍ୟ ଗଠନ ପ୍ରକ୍ରିୟାରେ ଯୋଉ ବରପୁତ୍ରମାନଙ୍କର ତ୍ୟାଗ, ପରିଶ୍ରମ, ନିବେଦନ, ସମ୍ବେଦନ ତଥା ବଳିଦାନ ରହିଛି ତାକୁ ମନେପକେଇ ସେଇ ଜନନାୟକମାନଙ୍କୁ ମନେପକେଇବା ତଥା ତାଙ୍କ ସ୍ମୃତି ଚାରଣକରିବା ନିଶ୍ଚିନ୍ତ ସୁସ୍ୱାଗତଯୋଗ୍ୟ କଥା. ଅନ୍ୟ ଭାଷା ପ୍ରତି କିନ୍ତୁ ବୈମାତୃକ ମନୋଭାବ ମଧ୍ୟ ଅନୁଚିତ ଭାବୁଥିବା ସୁଭଦ୍ରା ରାସ୍ତା ସାରା ନିଜ ମାତୃଭାଷା କୁ ଖୋଜି କୌଣସି ସାଇନବୋର୍ଡ ବା ଅଫିସ ବା ବିଦ୍ୟାଳୟ ବା ଅନୁଷ୍ଠାନ କୋଉଠି ପାଉନଥିଲା ବେଳେ ଇଂରାଜୀ ଅକ୍ଷରରେ ଲେଖା ଫଳକ ଦେଖି ଦେଲେ ଏତେ ନିଜର କାହିଁ ଲାଗୁଥିଲା ବୁଝି ହେଉନଥିଲା ବେଳେ ସ୍ୱାମୀ ଆଦିକନ୍ଦ ବୁଝାଇ କହୁଥିଲେ ଇଂରେଜମାନେ ଆମ ଦେଶ କବଳିତ କରିବା ବେଳେ ଆମ ଦେଶର ଦେଶୀୟ ରାଜ୍ୟ ସମୂହକୁ ଅଧିକାର କରିବାକୁ ହେଉ ଅବା ବାଣିଜ୍ୟ ବ୍ୟବସାୟ ର ପ୍ରଚାର ପ୍ରସାର କରିବାକୁ ହେଉ ତାଙ୍କ ଇଂରାଜୀ ଭାଷା ର ପ୍ରସାର ଏବଂ ପ୍ରଚାର ନିଶ୍ଚୟ କରିଥିଲେ. କାରଣ ନିଜ ଭାବ, ବିଚାର,ଆଚାର, ଶକ୍ତି କୁ ଆଲୋଚନା ମାଧ୍ୟମରେ ସବୁ ପ୍ରକାର ସଂଗଠନ ମାଧ୍ୟମରେ ନିଜର କାୟା ଯେତେ ପ୍ରଭାବଶାଳୀ କରି ସମଗ୍ର ଦେଶ କୁ କରାୟତ କରିଥିଲେ ସେହି ଭଳି ଆମ ଦେଶର ବରପୁତ୍ରମାନଙ୍କ ସହ ନିଜ ଭାଷାରେ ଆଲୋଚନା କରି ସ୍ୱାଧୀନତା ମଧ୍ୟ ଆଣିଦେବାରେ ଇଂରାଜୀ ଭାଷା ସହାୟତା ପ୍ରଦାନ କରିଥିଲା. ଗାନ୍ଧିଜୀ, ଶାସ୍ତ୍ରିଜୀ, ଜବାହାରଲାଲ ନେହେରୁ କିଏ ନଜାଣିଥିଲେ ଇଂରାଜୀ ଭାଷା!ସେହି ଭାଷା ବିନିମୟରେ ଇଂରେଜମାନଙ୍କୁ ବୁଝି ଓ ତାଙ୍କ ମନ ଓ ମସ୍ତିଷ୍କ ପଢି ଯୋଜନା ପ୍ରସ୍ତୁତ କରୁଥିଲେ ଆମ ଦେଶର ସେହି ଜାତୀୟ ବରପୁତ୍ରଗଣ. ତାହା ସାମାନ୍ୟ କଥା ନଥିଲା.
ତେବେ ଆଜି ଆମ ନିଜ ମାତୃଭାଷା ପାଇଁ ଗର୍ବ କରିବା କାଳେ ବା ଆମେ ଓଡ଼ିଆ ଆମ ଭାଷା ବଢିଆ କହିବା ବେଳେ ଅନ୍ୟ ଭାଷାକୁ ଓ ଅନ୍ୟ ଭାଷାଭାଷୀ ଲୋକଙ୍କୁ ଘୃଣା ନକରିବା ହେଲା ଆମ ସଂସ୍କୃତି, ଐତିହ ଓ ପରମ୍ପରା. କାରଣ ଆମ ଦେଶର ମହନୀୟତା ସେଇଠି, ଯୋଉଠି ଆମେ ଏକ ରେ ଅନେକ ଓ ଅନେକ ରେ ଏକ. ଆଉ ଏକଥା ବେଶି ମାନେ ଆମ ରାଜ୍ୟ ଓଡିଶା ଓ ଆମ ରାଜ୍ୟର ଭାଷା ଓଡ଼ିଆ . ଦିନେ ଆମକୁ କିଏ କଣ କହିଥିଲା ବା କେବେ, କୋଉଠି ତଥା କେତେବେଳେ ଗୋଡ଼ ଘୋଷାଡି କ୍ଷତାକ୍ତ କରିଥିଲା ସେକଥା ଭୁଲି ତାକୁ କ୍ଷମା କରିଦେବା ଆମ ରାଜ୍ୟ ର ମହନୀୟତା. ସେଇଥି ପାଇଁ ତ ଏଠି କଲିକତାରେ ଅଟୋ ରେ ବା ଟ୍ୟାକ୍ସି ରେ କୁଆଡେ ଗଲାବେଳେ ଇଂରାଜୀ ଅକ୍ଷର ବା ଶବ୍ଦ ବା ବାକ୍ୟ ଆଖିରେ ପଡିଗଲେ ଲାଗେ ଭାରି ନିଜର ନିଜର.ତ ସ୍ୱାମୀ ଆଦିକନ୍ଦ କହୁଥିଲେ କ୍ଷମା କରିଦେଇ କ୍ଷମତା ପାଇବା ଆମ ରକ୍ତଗତ ସତ କିନ୍ତୁ ଓଡ଼ିଆତ୍ୱ ବଜାୟ ରଖିବା ଓ ସ୍ୱାଭିମାନ ଆଣିବା ମଧ୍ୟ ଆମ ଗର୍ବ ଓ ଗୌରବ. ସରୋଜ କହୁଥିଲା ହେଲା ଯେ କିନ୍ତୁ ବଂଗାଳି ଭାଷା ଓ ବେଙ୍ଗଲି ଅକ୍ଷର ଜାଣିନଥିବାରୁ ମାଆ କୁ ଇଂରାଜୀ ଅକ୍ଷର ଖୁବ ପରିଚିତ ଲାଗୁଛି. ବିଦେଶ ଭୂଇଁ ରେ ପରିଚିତ ଲୋକଟିଏ ଦେଖିଲେ ଯେମିତି ଲାଗେ.ସୁଡ଼ଙ୍ଗ ସବୁ ଖୋର୍ଦ୍ଧା ରୋଡ଼ ଆସିଗଲା ଭଳି ଲାଗୁଥିଲା ସୁଭଦ୍ରାଙ୍କୁ ତ ହୁଗୁଳି ନଦୀ ରେ ବୋଟିଙ୍ଗ କଲାବେଳେ ହ୍ରଦ ଚିଲିକା ମନେ ପଡୁଥିଲା. ଉଡିଯାଉଥିବା ଚଢ଼େଇ ସବୁକୁ ଦେଖି ଟିକି ନାତି ବାବା ବାର୍ଡ ବାର୍ଡ ବୋଲି କହୁଥିବା ବେଳେ ସୁଭଦ୍ରା ଦେଖୁଥିଲେ ସେଇ ସବୁ ପରିଚିତ ପକ୍ଷୀ.ଶୁଆ, ବଣି, ପାରା, କପୋତ ତଥା ଭଦଭଦଳିଆ. ଏକ ରେ ଅନେକ ଓ ଅନେକ ରେ ଏକ ର ମହନୀୟତା ଗନ୍ଧ, ବାସ୍ନା ତଥା ପୁଲକ.
ସେହି ସବୁ ପକ୍ଷୀମାନଙ୍କୁ ଦେଖେଇ ତାଙ୍କ ନାମ ଶିଖାଉ ଶିଖାଉ ଫୋନ ଆସିଗଲା ବୋହୁ ରୋଜା ମୋବାଇଲ କୁ ଯେ ମ୍ୟାଡାମ ଆସନ୍ତା କାଲି ଆର୍ଥ ଡେ ସେଲିବ୍ରେସନ ହେବ. ବାବା ର ଭଲ ନାମ ଅଦ୍ଵେତ ଥିବାରୁ ସେହି ନାମ ନେଇ କହୁଥିଲେ ଯେ ତାକୁ ଶିଖେଇଥିବେ ହାପି ଆର୍ଥ ଡେ କହିବ ସମସ୍ତଙ୍କୁ. ସେତେବେଳକୁ ଗୁନି ବାଜାର ରୁ ହାଟ ସାରି ପୁଣି ଅଟୋ ରେ ବାଟ ଧରୁଥିଲୁ ଆମେ. ଟାକ୍ସି ରେ ବୁଲିସାରି ଫେରିବା ବେଳକୁ ଗୁନି ବଜାରରେ ସଉଦା ଓ ପରିବା କିଣିବାକୁ ଟ୍ୟାକ୍ସି ରୁ ଓଲ୍ହେଇ ଅଟୋ ଧରି ସାରିଥିଲୁ ଆମେ.କିଣାକିଣି ସାରି ଫେରୁ ଫେରୁ କାଲି ପାଇଁ ସବୁଜ ଡ୍ରେସ କିଣିବାକୁ ହେବ ନାତି ବାବା ପାଇଁ ବୋଲି ସରୋଜ କୋଉଠୁ କିଣିବ ବୋଲି ଭାବି ଚିନ୍ତି ହେଉ ହେଉ ରୋଜା ମନେପକେଇ ଦେଇଥିଲା ଟିକି ନାତି ବାବା ର ଅଛି ସେଇ ରଙ୍ଗର ଡ୍ରେସସ. ବାବା କିନ୍ତୁ ହାପି ଆର୍ଥ ଡେ କହିପାରିଲେ ହେଲା.ହେଲେ ସେଇ ସବୁଜ ରଙ୍ଗର ମହତ୍ତ୍ୱ ସତରେ କେଡେ ସୁଦୂରପ୍ରସାରି ବୋଲି ଭାବୁଥିଲେ ସୁଭଦ୍ରା !ପଥିବୀ ର ସବୁଆଡେ ସବୁଜ ରଙ୍ଗ. ମାଆ ଧରଣୀ ରାଣୀ ପିନ୍ଧିଥିବା ଶାଢ଼ୀ ର ରଙ୍ଗ ମଧ୍ୟ ସବୁଜ. ଘାସ କୋଉଠି ନାହିଁ!କୋଉ ଗଛର ପତ୍ର ନେଳି ନୁଁହଁ!ଆଉ ଭଦଭଦଳିଆ ପକ୍ଷୀର ରଙ୍ଗ ମଧ୍ୟ ବାଘନିଶହନାଲା ଭିତରୁ ସବୁଜ ରଙ୍ଗ ଟା ସ୍ପଷ୍ଟ ବାରି ହୋଇପଡ଼େ. ସବୁଜ ସବୁଜ ରଙ୍ଗ ଥିବା କଣ୍ଠ ତାର ଭାରି ସୁନ୍ଦର ବୋଲି ତ ଖଇରିଆ ଥଣ୍ଟ ସାଙ୍ଗକୁ ସବୁଜ ରଙ୍ଗର କଣ୍ଠ ମିଶି ତା ନାମ କୋଉଠି କୋଉଠି ନୀଳକଣ୍ଠି. ଦେଶକେ ଫାଙ୍କ ନଈକେ ବାଙ୍କ ପରି ନିଜ ରାଜ୍ୟରେ ଯେତେବେଳେ ଭିର୍ନ୍ନତା ଭିତରେ ଏକତା ସେତେବେଳେ ରାଜ୍ୟ ରୁ ରାଜ୍ୟ ଭିତରେ ଅସାମଞ୍ଜସ୍ୟ ଭିତରେ ମଧ୍ୟ ସାମ୍ୟତା ରହିବା ଭାରି ସ୍ୱାଭାବିକ . ପୃଥିବୀ ର ଯୁଆଡେ ଗଲେ ନଦୀ,ପାହାଡ଼, ଝରଣା, ଗଛ ଓ ପକ୍ଷୀ ସାଙ୍ଗକୁ ମାଟି ଓ ମାଟି ଉପରେ ସବୁଜ ରଙ୍ଗର ଘାସ କୋଉଠି ନାହିଁ!ସୁଡ଼ଙ୍ଗ ପାରି ହେବା ସହ ମନ ଓ ହୃଦୟ ମଧ୍ୟ ସବୁଜ ସବୁଜ ଲାଗୁଥିଲା.ମାଟି ଉପରେ ଦ୍ବିତଳ, ତ୍ରିତଳ ପ୍ରସାଦ ସହିତ ସୁଡ଼ଙ୍ଗ ସବୁର ଗଠନ ପ୍ରଣାଳୀ ମଧ୍ୟ ପୃଥିବୀର ସବୁ ସ୍ଥାନରେ ଏକା ଥିଲା ଭିର୍ନ୍ନ ଭିର୍ନ୍ନ ନାମରେ. ପୃଥିବୀ ମାଆ ବକ୍ଷରେ ଯେତେ ସୁଡ଼ଙ୍ଗ ଥାଉ କିନ୍ତୁ ଆର୍ଥ ର ରଙ୍ଗ କିନ୍ତୁ ସବୁଆଡେ ସବୁଜ ସବୁଜ.ସେଇ ଘାସ, ସେଇ ପବନ, ସେଇ ମାଟି, ଗଛ ଓ ପକ୍ଷୀ.ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ତହିଁ ପରଦିନ ବାବା କିନ୍ତୁ ଘରେ ଯେତେ ଶିଖେଇଲେ କହିପାରୁନଥିବା ସେଇ ତିନି ଶବ୍ଦ ର ସମାହାର କୁ ଖୁବ ସୁନ୍ଦର ଭାବେ ଉଚ୍ଚାରଣ କରିଥିଲା ସ୍କୁଲରେ କହିକି ହାପି ଆର୍ଥ ଡେ. ସମସ୍ତେ ଖୁସି. ବାବା ର ମାଆ ତଥା ସୁଭଦ୍ରାଙ୍କ ବୋହୁ ରୋଜା କହୁଥିଲା ଅଦ୍ୱେତ ର ମୁଣ୍ଡ ଗୋଟେ ସୁଡ଼ଙ୍ଗ.
