ଗପ ହେଲେ ବି ସତ
ଗପ ହେଲେ ବି ସତ
ଦୁଇ ଭଉଣୀ ଥିଲେ.ଜଣେ ଖୁବ ବଢିଆ ଚିତ୍ର ଆଙ୍କେ ଓ ଅନ୍ୟ ଜଣେ ଫୁଲ ଗଛ ଲଗାଏ. ମିଲି ର ଚିତ୍ର ଦେଖି ସମସ୍ତେ ପ୍ରଶଂଶା କରନ୍ତି. ଝିଲି ମଧ୍ୟ ବଡ଼ ହେବା ସହ ଫୁଲ ଗଛ କଲମୀ କରି ଜାତି ଜାତି ଫୁଲ ଫୁଟାଉ ଥାଏ. ବିଭିର୍ନ୍ନ ରଙ୍ଗ ଓ ଭିର୍ନ୍ନ ଭିର୍ନ୍ନ ସାଇଜ ର ଗୋଲାପ, ଡାଲିଆ, ସେବତୀ ଗଛ ସବୁ ଦେଖି ପଡୋଶୀ ମାନେ ସିନା ଖାଲି କିଣି ନିଅନ୍ତି ଏବେ କିନ୍ତୁ ଖୁବ ଫୁଲ ଚାରା ବିକ୍ରୀ ହୁଏ. ଖାଲି ଝିଲିର ଫୁଲ ଚାରା ନୁଁହଁ ମିଲିର ଚିତ୍ର ମଧ୍ୟ ବିକ୍ରୀ ହୋଇ ମାଆ ଓ ବାପାଙ୍କ ହାତରେ ଖୁବ ଦି ପଇସା ହୁଏ. ଦୁଇ ଝିଅଙ୍କ ଏହି ପ୍ରତିଭା ଫଳରେ ଧନ, ମାନ ଓ ଯଶ ମିଳୁଥିବାରୁ ପ୍ରତି ବର୍ଷ ଖରାଦିନେ ସେମାନଙ୍କ ପଇସାରୁ ତାଙ୍କ ବୟସର ପୁଅ ଝିଅ ମାନଙ୍କୁ ସୁନ୍ଦର ସୁନ୍ଦର ଡିଜାଇନ ର ପାଣି ବୋତଲ, ରଙ୍ଗୀନ ଛତା ଓ ଗୋଟେ ଗୋଟେ ଗାମୁଛା ବାଣ୍ଟନ୍ତି ଦୁଇ ଭଉଣୀ,ଝିଲି ମିଲି ଘର ଲୋକ. ଏବର୍ଷ ପଣା ସଂକ୍ରାନ୍ତି ପୂର୍ବରୁ ମିଲି ଗୋଟେ ଶୁଆ ଆଙ୍କିଥାଏ.ସତେ ଯେମିତି ଜୀବନ୍ତ କଥା କୁହା ଶୁଆଟିଏ. ସେହି ଶୁଆ ଚିତ୍ର ଦେଖିବାକୁ ଲୋକମାନେ ସମୁଦ୍ର କୂଳରେ ଭିଡ଼ ଜମାନ୍ତି ଓ ପଇସା ପକେଇ ଦେଇ ଯାଆନ୍ତି. ଆମ ପ୍ରତିଭା କୁ ମାପି ଏଇ ସମୁଦ୍ର ମାଆ ଆମ ପାଇଁ ଏତେ ଟଙ୍କା ପଇସା ଯୋଗାଉଛି କହି ମିଲି ସେଦିନ ସମୁଦ୍ରରେ ଗାଧୋଉ ଥାଏ. ଝିଲି ତା ଶୁଆ ଚିତ୍ର ପାଖେ ବସି ଚିତ୍ର ଆଙ୍କୁଥାଏ. ଲୋକେ ବାଲୁକା କଳା ଦେଖିବେ କଣ ଝିଲିର ଅଙ୍କିତ ଶୁଆ କୁ ଦେଖି ମିଠୁ ମିଠୁ କହି ପଇସା ପକେଇବା ସହ ତାର ନୂଆ ଚିତ୍ର ସବୁ ଦେଖୁଥାନ୍ତି. ଏଇ ସମୟରେ ଦୂରରୁ ମିଲି ବୁଡିଗଲି ରକ୍ଷା କର ରକ୍ଷା କର ଦୁଇଥର ଡାକି ବୁଡ଼ିଯାଉଥିଲା ତ ସମସ୍ତେ ଦୌଡ଼ି ଗଲେ କିନ୍ତୁ ମିଲି ନିଖୋଜ ହୋଇସାରିଥିଲା. ଝିଲି କୂଳରେ ବସି କାନ୍ଦୁଥାଏ. କିଛି ସମୟ ପରେ ମିଲିର ମୃତ ଦେହ ଠାଵ କରି ଲାଇଫ ଗାର୍ଡ ଭାଇମାନେ ମିଲିକୁ ଉଠାଇ ଆଣିଥିଲେ ସତ ହେଲେ ଯୋଉ ଶୋକାକୁଳ ପରିସ୍ଥିତି ଉପୁଜିଲା ଝିଲି ଆଉ ତା ପରଠୁ ଚିତ୍ର ଆଙ୍କୁ ନଥିଲା.
ଏଣିକି ମାଆ ବାପା ଦୁହେଁ ଦୁଃଖରେ ଝିଅ ମିଲିର ଫୁଲ କୁଣ୍ଡ ସବୁରେ ପାଣି ଦେଇ ସେଇ ସବୁ ଫୁଲ ଗଛ ର ଯତ୍ନ ନେଉଥିଲେ ଓ ଭାବୁଥିଲେ ଏଇ ଆମ ଝିଅର ଫୁଲ କୁଣ୍ଡ ସବୁ ମିଲିର ଜୀବନ୍ତ ସ୍ମୃତି. ଝିଲି ମଧ୍ୟ ଚିତ୍ର ଆଙ୍କିବା ଛାଡ଼ିଦେଇ ଦୁଃଖରେ ଭାଙ୍ଗି ପଡିଥିଲା. ବାପା ମାଆ ଏବେ ପୁଣି ଇଟା ପକା କାମରେ ବ୍ୟସ୍ତ ଥିଲେ. ଆଉ କୋଉ ଛୋଟ ପିଲାମାନଙ୍କୁ ଖରାଦିନେ ଚପଲ, ଛତା, ଜୋତା, ପାଣିବୋତଲ କି ଗାମୁଛା ବଣ୍ଟା ଯାଇପାରୁନଥିଲା. ସେଦିନ ବାପା ମାଆ ଘରକୁ ଫେରି ଝିଲି ମୁଁହରେ ଖୁସି ଦେଖି ଆଶ୍ଚର୍ଯ୍ୟ ହେଲେ. ଯାଆଁଳା ଭଉଣୀ ମିଲିର ମୃତ୍ୟୁ ପରଠୁ ଝିଲି ହସିନଥିଲା ଆଜି ଯାଏଁ . ଆଜି ହଠାତ ଖୁସି ହୋଇ ହସୁଛି ଓ ତୁଳୀ ଧରିବା ଦେଖି ପିତା ମାତା ଦୁହେଁ ଚମତ୍କୃତ ହେଉ ହେଉ ଝିଲି ସେ ଦୁହିଁଙ୍କୁ ଡାକି ନେଇ ଅଗଣାରେ ଥିବା ଭଉଣୀ ମିଲି ର ହାତ ଲଗା ଫୁଲ ଗଛ ଡାଳ ଉପରେ ଶୁଆଟିଏ ବସି ମିଠୁ ମିଠୁ କହିବା ସହ ଝିଲି ଝିଲି ବୋଲି ଡାକୁଥିବାର ଦେଖେଇଥିଲା .ଶୁଆକୁ ଦେଖାଇ ଝିଲି କହିଲା ଏ ଶୁଆ ହିଁ ଆମ ମିଲି ମାଆ ନଚେତ ନିଜ ଗଛ ଉପରେ ବସି ଝିଲି ଝିଲି ବୋଲି କେମିତି ଡାକୁଛି!ପିତା ମାତାଙ୍କ ମୁଁହରେ ହସ ଉକୁଟି ଆସିଲା ବେଳକୁ ଝିଲି ପୁଣି କହୁଥିଲା ମୋ ହାତ ଅଙ୍କା ଶୁଆ ମିଲି ହୋଇ ଉଡିଆସିଛି ବାପା. ନଚେତ ମୋ ଚିତ୍ର ଶୁଆ କୁଆଡେ ଗଲା!ମାଆ ମଧ୍ୟ ଅନେକ ଖୋଜି ଝିଅ ଝିଲିର ଶୁଆ ପୋଟ୍ରେଟ ଟି ପାଉ ନଥିଲେ କିନ୍ତୁ ଶୁଆଟି ଝିଲି ଝିଲି ବୋଲି ଡାକୁଥିଲା ଆଉ ଝିଲି ପୁଣି ତୁଳୀ ଓ ରଙ୍ଗ ଦେଇ ଆଙ୍କି ଚାଲୁଥିଲା ଚିତ୍ରପଟ.ଏବର୍ଷ ପଣା ସଂକ୍ରାନ୍ତିରେ ମିଲିର ସ୍ମୃତିରେ ପୁଣି ଛୋଟ ପିଲାମାନଙ୍କୁ ପାଣି ବୋତଲ ସହ ଛତା ଓ ଜୋତା ତଥା ଗାମୁଛା ବଣ୍ଟା ଯାଇଥିଲା ଝିଲି ଘରୁ. ପିତା ମାତା ପିଲାଙ୍କ ସହ ବଡ଼ମାନଙ୍କୁ ମଧ୍ୟ ସେସବୁ ସହିତ ଗୋଟେ ଗୋଟେ ଗଛ ର ଚାରା ବାଣ୍ଟିଥିଲେ. ଶୁଆ ଫୁଲଗଛ ଉପରେ ବସି ଡାକୁଥିଲା ମିଠୁ ମିଠୁ ଓ କେବେ ଝିଲି ଝିଲି ବୋଲି.
