STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

ପ୍ରେମ ଫୁଲ

ପ୍ରେମ ଫୁଲ

3 mins
0

ଅଫିସ ରୁ ଫେରି ସରୋଜ କହିଲେ ମାଆ ତୁ ଆଉ ବାପା କାଲି ଟିକେ ଚଞ୍ଚଳ ଉଠି ସକାଳ ପାଞ୍ଚଟା ପୂର୍ବରୁ ନିତ୍ୟକର୍ମ ସାରିଦେଇଥିବ ଯେ ବୈଶାଖି ରେ କାଲି ଦକ୍ଷିଣେଶ୍ଵର କାଳୀ ମାଆ ଙ୍କୁ ଦର୍ଶନ କରିବାକୁ ଯିବା. ଓଡ଼ିଶାର ପୁରୀ ସହରରୁ ଆସି କଲିକତାରେ ଦ୍ୱିତୀୟ ଦିନ ବା ତୃତୀୟ ଦିନ ମହାବିଷୁବ ସଂକ୍ରାନ୍ତି ପଡୁଥିବାରୁ ସୁଭଦ୍ରାଙ୍କ ମନେପଡୁଥିଲା ଆଜି ପୁରୀରେ ଥିଲେ ଚଉରା ମୂଳେ ଚାଞ୍ଚ ଇତ୍ୟାଦି ବାନ୍ଧି ବୈଶାଖି ଝୁଲେଇ ବିଷୁବ ପଣା କୁ କୁଶ ଦେଇ ଟୋପା ଟୋପା ଚଉରା ଉପରେ ଥିବା ବୃନ୍ଦାବତୀ ଦେବୀଙ୍କୁ ସମର୍ପଣ ସହିତ ବ୍ରାହ୍ମଣ ଙ୍କୁ ନବବସ୍ତ୍ର, ପଇତା, ଗାମୁଛା, ଛତୁଆ, ପଣା, ବିଞ୍ଚଣା ସାଙ୍ଗକୁ ଦକ୍ଷିଣା ଦେଇ ସନ୍ତୁଷ୍ଟ କରିବା ସହ ସାହି, ପଡୋଶୀ, ସାଙ୍ଗ ସାଥି ଙ୍କ ସହିତ ପଣା ପିଇବାର ମଜା ନେବା ସହ ପ୍ରେମ, ପ୍ରୀତି, ମୈତ୍ରୀ ଭାବ ବଢ଼େଇ କହିଥାଆନ୍ତେ ହାପି ପଣା ଓ ଘରଦ୍ୱାର ମହକିତ କରିଥାନ୍ତେ ଦୀପ, ଧୂପ ଓ ଝୁଣା ରେ.ଯାହା ହେଉ ଏଠି ଆଜି ହାପି ବୈଶାଖୀ କହି ଟିକି ନାତିର କିଣ୍ଡରଗାର୍ଟେନ ବା ପ୍ଲେ ସ୍କୁଲ ରୁ ମିଳିଥିବା ହାତ ତିଆରି ବିଞ୍ଚଣା ସାଙ୍ଗକୁ ଚିତ୍ର କରା ଘଡି ଦେଇ ତାଙ୍କ ମିସ ଜଣେଇଛନ୍ତି ବଧେଇ. ସେତିକି ନୁଁହଁ ବରଂ ଅଟୋ ରେ ନାତିକୁ ନେଇ ଫେରିଲା ବେଳେ ବୋହୁ ରୋଜା ଦେଖେଇଦେଇଥିଲା ତାଙ୍କ ଫ୍ଲାଟ ପାଖରେ ଥିବା ଶନିମନ୍ଦିର. ଯୋଉଠି ସୂର୍ଯ୍ୟ ଙ୍କ ପୁତ୍ର ଶନି ଙ୍କ ସହ କଲିକତା କାଳୀ ଙ୍କ ପରି ଦେବୀଙ୍କ ପ୍ରତିମୂର୍ତ୍ତି ଓ ଶିବଶଙ୍କର ପୂଜା ପାଉଥିଲେ ତ ବିଷୁବ ସଂକ୍ରାନ୍ତି ଦିନ ସେଇଠି ଆସି ମୁଣ୍ଡିଆ ମାରିବେ ଭାବିଥିବା ସୁଭଦ୍ରାଙ୍କୁ ଗୋଲଡେନ ଅପରଚୁନିଟ ବା ସୁବର୍ଣ୍ଣ ସୁଯୋଗ ମିଳିଗଲା ପୁଅ ସରୋଜ କଥା ଶୁଣି.
    ସତରେ ମଣିଷ ଯାହା ଭାବେ ତା ନ ହୋଇ ଦଇବ ଦଉଡି ମଣିଷ ଗାଇ... ଯେଣିକି ଟାଣଇ ସେଣିକି ଯାଇ ନ୍ୟାୟ ରେ ଯାହା ଭବିତବ୍ୟ ତାହା ଘଟିଥାଏ.ସୁନେଲି ସକାଳୁ ଉଠୁ ଉଠୁ କାଲିର ସେଇ ନୀଳକଣ୍ଠି ପକ୍ଷୀ ଦମ୍ପତ୍ତି କୁ ଦେଖିବା ପରେ ପରେ ନିତ୍ୟକର୍ମ ସାରି ଶନି ମନ୍ଦିର ଯିବାକୁ ବାହାରିବେ କଣ ବିନା ଆଲାରାମରେ ରାତି ତିନିରୁ ନିଦ ଭାଙ୍ଗିଲା ଓ ସ୍ୱାମୀ ପୁଅ ବୋହୁ ସହିତ ଟିକି ନାତିକୁ ନେଇ କାର ଗଡୁଥିଲା ସୁଭଦ୍ରାଙ୍କ ସହ ଦକ୍ଷିଣେଶ୍ଵର କାଳୀ ପୀଠ ଅଭିମୁଖେ . ରାସ୍ତା ସାରା ସ୍ୱାମୀ ବିବେକାନନ୍ଦ , ସୁଭାଷ ବୋଷ ଙ୍କ କୀର୍ତ୍ତୀ ସହ ମନେପଡୁଥିଲା ସେମାନଙ୍କ କିମ୍ବଦନ୍ତୀ ଓ ଏଠି ଚାକ୍ଷୁଷ ପ୍ରମାଣ ସ୍ୱରୂପ ଦେଖିବାକୁ ମିଳୁଥିଲା ସେମାନଙ୍କ କୀର୍ତ୍ତୀରାଜି. ପହଞ୍ଚିଗଲା ପରେ ଜିନିଷ ପତ୍ର ମାନେ ଫୋନ,ଜୋତା, ଛତା ରଖି ଆମେ ଆଗେଇ ଚାଲିଲୁ ଦର୍ଶନକୁ. ସବୁଠି ଧାଡି. ଆଜି ପୁଣି ବୈଶାଖି ର ପ୍ରଥମ ସକାଳ ତ ଭିଡ଼ ଜୋର. ଧାଡ଼ିରେ ଠିଆ ହୋଇ ଚାହିଁଲେ ସୁଭଦ୍ରା. ସମସ୍ତଙ୍କ ହାତରେ ଶ୍ରଦ୍ଧାର ନୈବେଦ୍ୟ ସାଙ୍ଗକୁ ପତ୍ରଠୋଲା ରେ ଫୁଲ. ସେ ତ ଆଣିନାଁହାଁନ୍ତି!ସ୍ୱାମୀ ଙ୍କୁ କହିଲେ ସେ ବା କୋଉଠୁ ଆଣିବେ!ପୁଅ ସରୋଜ ଟିକି ନାତିକୁ ଧରି ବାଟ କଢେଇବାରେ ବ୍ୟସ୍ତ. ଉଡିଯାଉଥିବା ପାରା ଦଳ ଙ୍କୁ ଦେଖେଇ ବୋହୁ ରୋଜା କେତେବେଳେ ଟିକି ପୁଅକୁ ବୁଝେଇ ରଖୁଛି ତ ଅବୁଝା ନାତିକୁ କନ୍ଧୁଅ କରି ନିଜେ ସରୋଜ କେବେ ଆଗକୁ ବଢୁଥିଲା ବେଳେ ସୁଭଦ୍ରାଙ୍କ ଆଖିରେ ନାଚୁଥିଲା ଭକ୍ତସମୂହ ଙ୍କ ହାତରେ ଭୋଗ ଠୋଲା ସହ ନାଲି ମନ୍ଦାର ଫୁଲ.
   ଆଗେଇ ଯାଉଛି ଧାଡି. ଆଗେଇ ଯାଉଛନ୍ତି ସୁଭଦ୍ରା ନିରାଶ ରେ. ମନକୁ ମନ ବୁଝେଇ ଚାଲିଛନ୍ତି ନହେଲା ନାହିଁ ଫୁଲ ପଛେ କେବଳ ଦର୍ଶନ କରିବେ ଦକ୍ଷିଣେଶ୍ଵରଙ୍କୁ. ଏତିକି ବେଳେ ପାରା ଦଳ ଭିତରେ ଥିବା ଦୁଇ ଧଳା ପାରା ସୁଭଦ୍ରା ଚାଲୁଥିବା ଧାଡି ଉପରେ ଉଡି ଯାଉ ଯାଉ ସରୋଜ ଉପରେ ଝାଡା କଲେ. ରୋଜା ସେସବୁକୁ ପଡ଼ିଥିବା ପାରା ପର ଯୋଗେ ସଫା କରିବାକୁ ଚେଷ୍ଟା ଚରିତ୍ର ଜାରି ରଖିଲା ବେଳେ ସେମାନେ ସବୁ ପଛକୁ ପଛ ପହଞ୍ଚି ଯାଇଥିଲେ ପାହାଚ ପାଖେ. ଫୁଲ ଆଣିପାରିନଥିବା ଦୁଃଖ ଭୁଲି ଦକ୍ଷିଣେଶ୍ଵର ଦର୍ଶନକୁ ଭିତରକୁ ଯାଇ ଦେଖିଲା ବେଳକୁ ଦେବୀ ମାଆ ଦକ୍ଷିଣେଶ୍ଵର କାଳୀ ଠାକୁରାଣୀ. ନନା ସମସ୍ତଙ୍କଠୁଁ ଭୋଗ ଠୋଲା ସହ ଭକ୍ତି ପ୍ରେମ ଫୁଲ ଗ୍ରହଣ କରି ମାଆ ଙ୍କୁ ଅର୍ପଣ କଲାବେଳେ ସୁଭଦ୍ରାଙ୍କ ହାତକୁ ସ୍ୱତଃ ନାଲି ମନ୍ଦାର ଦୁଇଟି ବଢ଼େଇ ଦେଇଥିଲେ. ସେହି ଫୁଲ ଦୁଇଟିରେ ସୁଭଦ୍ରା ତାଙ୍କ ପୁଅ ସରୋଜ ଓ ସ୍ୱାମୀ ଆଦିକନ୍ଦ ତଥା ବୋହୁ ରୋଜା ସହିତ ଟିକି ନାତି ବାବା କୁ ପରସ୍ତେ ଲେଖାଏଁ ଝାଡ଼ି ଚାଲିଥାନ୍ତି. ଆଦିକନ୍ଦ ବାବୁ ଯେବେ ବେଢା ର ଦକ୍ଷିଣ ପଟେ ଥିବା ଶିବଲିଙ୍ଗ ଦର୍ଶନ ପାଇଁ ଡାକୁଥାଆନ୍ତି ସୁଭଦ୍ରାଙ୍କୁ ତ ଫୁଲ ଦୁଇଟି ତାଙ୍କ ହାତକୁ ବଢ଼େଇ ପାଣିଲାଗି କରିବାକୁ ଆଗେଇ ଯାଉ ଯାଉ ଆଦିକନ୍ଦ କହୁଥିଲେ ଓଡିଶା ଫେରିଲେ ପାଣିଲାଗି କରିବ ଏବେ ରଖ ତୁମ ନାଲି ମନ୍ଦାର ଫୁଲ.ତ ହଁ ହଁ ଦିଅ ମୋ ଦୁଇ ପ୍ରେମ ଫୁଲ ଦିଅ କହି କାନିରେ ସାତ ଗଣ୍ଠି ଦେଇ ସାଇତି ରଖୁଥିଲେ ସୁଭଦ୍ରା ଓ କହୁଥିଲେ ଦେଖୁନ ଦକ୍ଷିଣେଶ୍ଵର କାଳୀ ଶୁଣି ମଧ୍ୟ ତାଙ୍କୁ ଶିବ ଭାବି କେଡେ ଭୁଲ କରିଥିଲି ହେଲେ ଦକ୍ଷିଣେଶ୍ଵର କାଳୀ ମାଆ ପ୍ରେମ ଫୁଲ ଦୁଇ ଦେଇ ମନେପକେଇ ଦେଇଛନ୍ତି ମାଆ ସବୁବେଳେ ସନ୍ତାନର ମଙ୍ଗଳ ହିଁ ଚାହେଁ. ପୁଅ ସରୋଜ ଡାକୁଥିଲା ଚଞ୍ଚଳ ଆସ ମାଆ ବେଲୁର ମଠ ଦେଖିବା. ଟିକି ନାତି ଦରୋଟି କଥାରେ କହୁଥିଲା ହାଉଡ଼ା ବ୍ରିଜ ତଳେ ଗଙ୍ଗା ମାଆ କୋଳେ ବୋଟିଙ୍ଗ କରିବା.ସୁଭଦ୍ରା ସାତ ଗଣ୍ଠି ଦେଇ କାନିରେ ବାନ୍ଧି ରଖିଥିବା ପ୍ରେମ ଫୁଲ ଦୁଇରେ ଶ୍ରଦ୍ଧା ଓ ଭକ୍ତିର ସ୍ପର୍ଶ ଦେଇ ଆସନ୍ନ ପ୍ରସବା ଝିଅ ପାଇଁ ସାଇତି ରଖୁଥିଲେ ତା ସହ ତା ପରିବାର କୁ ଝାଡ଼ି ଦେବା ଲାଗି. ଠିକ ସେତିକି ବେଳେ ବାବା କହୁଥିଲା ଆଜି ବୈଶାଖି ବୋଲି ଆମ ସ୍କୁଲ ଛୁଟି.



Rate this content
Log in

Similar oriya story from Abstract