ମାମାଲି ଭାବି ଚାଲିଥିଲା. ଯୋଉଦିନ ମାଟ୍ରିକ ପାଶ କରି ସେ ପ୍ରଥମ କରି ପାଦ ଦେବାକୁ ଯାଉଥିଲା. ଘରୁ ବାହାରିବା ବେଳେ ଜେଜେ ଡାକିଥିଲେ ପାଖକୁ ଓ କହିଥିଲେ ମାଆ ଆମ ଓଡିଶାର ଝିଅମାନେ ଖୁବ ସଂକୃତି ସମ୍ପର୍ଣ୍ଣ ଓ ପରମ୍ପରାକୁ ସମ୍ମାନ ଦିଅନ୍ତି. ମାମାଲି ଓଲଟା ପ୍ରଶ୍ନ କରିଥିଲା ଜେଜେ, ପୁଅମାନେ? ସେମାନଙ୍କ ଉପରେ କିଛି କଟକଣା ନଥାଏ. ଡେରିରେ ଘରକୁ ଫେରିଲେ କେହି କିଛି କହନ୍ତି ନାହିଁ କିନ୍ତୁ ଝିଅ ଉପରେ ତୀକ୍ଷ୍ଣ ନଜର ରଖାଯାଏ ନା!ଜେଜେ ଟିକେ ଭାବିଲେ ଓ କହିଲେ ଆଛା କହିଲୁ ମାଆ ଲୁହା ଓ ଅନ୍ୟାନ୍ୟ ଧାତୁ ସବୁକୁ ବା ଲୁହା ନିର୍ମିତ ଘରୋଇ ଉପକରଣ ସବୁକୁ ଆମେ କୋଉଠି ରଖୁ? ଯେ କୌଣସି ସ୍ଥାନରେ ଆମେ ସେଗୁଡିକୁ ରଖି ପାରିବା ଜେଜେ. ହଁ ମାଆ ତୁ ଠିକ କହିଛୁ. କହିଲୁ ସୁନାକୁ ବା ସୁନା ନିର୍ମିତ ଗହଣାକୁ କଣ ଆମେ ଏଠି ସେଠି ରଖିପାରିବା? ମାମାଲି କହିଲା ନା କଦାପି ନୁହେଁ କାରଣ ସେଗୁଡିକ ମୂଲ୍ୟବାନ ଧାତୁ ନିର୍ମିତ ତେଣୁ ଚୋରୀର ସମ୍ଭାବନା ଥାଏ.
ଏଥର ଜେଜେ ହସି ଥିଲେ ଓ ଠିକ କହିଛୁ ମାମାଲି କହି କହିଥିଲେ ଝିଅଙ୍କୁ ଆମେ ସେହି ମୂଲ୍ୟବାନ ସୁନା ବୋଲି ଭାବିଥାଉ ବୋଲି ତାକୁ ସୁରକ୍ଷିତ ରଖିବା ପାଇଁ କଟକଣା କରିଥାଉ. କାଳେ ନଜର ଲାଗିବ ବା ଚୋରୀ ହୋଇଯିବ! ପୁଅମାନଙ୍କୁ କିନ୍ତୁ ସେମିତି ଭାବିନଥାଉ. ହସିଦେଲା ମାମାଲି ଆଉ ଉଠିଗଲା ଘର ଭିତରକୁ. କିଛି ସମୟ ପରେ ପିନ୍ଧିଥିବା ଛୋଟ ଡ୍ରେସ ବଦଳାଇ ଶାଢ଼ୀ ପିନ୍ଧିଥିଲା. ବୋଧହୁଏ ବୁଝିଯାଇଥିଲା ଶାଢ଼ୀ, ଝିଅମାନଙ୍କ ମୂଲ୍ୟବାନ ଇଜ୍ଜତ ବଞ୍ଚାଇ ରଖିବାରେ ସମର୍ଥ ଯାହା ଖୋଲି ନକହି ସୁନ୍ଦର ଉଦାହରଣ ମାଧ୍ୟମରେ ଜେଜେ କହିଥିଲେ. ସେଇଦିନୁ ମାମାଲି ଶାଢ଼ୀ ପିନ୍ଧିଲା ଯେ ପିନ୍ଧିଲା ଚାକିରୀ କରିବା ଯାଏଁ. ଜେଜେ ଲମ୍ବା ଡ୍ରେସ ତଥା ସାଲୱାର ପଞ୍ଜାବୀ ସହ ଓଢଣୀ ଥିବା ଡ୍ରେସ ପିନ୍ଧିବାକୁ ଅନେକ ଥର କହିଥିଲେ ମଧ୍ୟ ମାମାଲି ସେହି ଶାଢ଼ୀ ପିନ୍ଧି ସୁନା ପରି ଝଟକୁ ଥିଲା ସବୁଦିନ, ସବୁବେଳେ.